ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ଶାମୁୟେଲ

Notes

No Verse Added

ଦିତୀୟ ଶାମୁୟେଲ ଅଧ୍ୟାୟ 1

1. ଶାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟ-ମାନଙ୍କ ବଧକରଣରୁ ଫେରି ଆସିଲେ ଓ ଦାଉଦ ସିକ୍ଲଗ୍ରେ ଦୁଇ ଦିନ ମାତ୍ର ରହିଥିଲେ । 2. ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ଶାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା । 3. ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି । 4. ତହିଁରେ ଦାଉଦ ତାହାକୁ କହିଲେ, କଥା କଅଣ, ମୋତେ କହିଲ? ତହୁଁ ସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ମାରା ପଡ଼ିଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ । 5. ତହିଁରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ? 6. ତହିଁରେ ସେହି ସମ୍ଵାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟନାକ୍ରମେ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ଆଉ ଦେଖ, ରଥ ଓ ଅଶ୍ଵାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି । 7. ଏଥି ମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ । ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି । 8. ତେଣୁ ସେ ମୋତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲେକୀୟ ଲୋକ । 9. ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି । 10. ତହିଁରେ ମୁଁ ତାଙ୍କ ନିକଟରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେହି ପତନ ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋʼ ପ୍ରଭୁଙ୍କ କତିକି ଆଣିଅଛି । 11. ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ତଦ୍ରୂପ କଲେ; 12. ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍‍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ⇧ । 13. ଏଉତ୍ତାରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର । 14. ତହୁଁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି? 15. ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, କତିକି ଯାଇ ତାକୁ ଆକ୍ରମଣ କର । ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ମଲା। 16. ପୁଣି ଦାଉଦ ତାକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି । 17. ଅନନ୍ତର ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ବିଷୟରେ ଏହି ବିଳାପ ରଚନା କଲେ; 18. ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖା ଅଛି । 19. ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ଵରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ! ବୀରମାନେ କିପରି ପତିତ ହେଲେ! 20. ଗାଥ୍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ତରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ⇧ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ଵନି କରିବେ । 21. ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ⇧ ରହିଲା । 22. ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ଼୍‍ଗ ରିକ୍ତ ହୋଇ ଫେରେ ନାହିଁ । 23. ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ । 24. ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ଵିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ଵର୍ଣ୍ଣ ଅଳଙ୍କାର ମଣ୍ତିଲେ । 25. ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ । ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ । 26. ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା । 27. ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା ।
1. ଶାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟ-ମାନଙ୍କ ବଧକରଣରୁ ଫେରି ଆସିଲେ ଓ ଦାଉଦ ସିକ୍ଲଗ୍ରେ ଦୁଇ ଦିନ ମାତ୍ର ରହିଥିଲେ । .::. 2. ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ଶାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା । .::. 3. ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି । .::. 4. ତହିଁରେ ଦାଉଦ ତାହାକୁ କହିଲେ, କଥା କଅଣ, ମୋତେ କହିଲ? ତହୁଁ ସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ମାରା ପଡ଼ିଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ । .::. 5. ତହିଁରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ? .::. 6. ତହିଁରେ ସେହି ସମ୍ଵାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟନାକ୍ରମେ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ଆଉ ଦେଖ, ରଥ ଓ ଅଶ୍ଵାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି । .::. 7. ଏଥି ମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ । ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି । .::. 8. ତେଣୁ ସେ ମୋତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲେକୀୟ ଲୋକ । .::. 9. ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି । .::. 10. ତହିଁରେ ମୁଁ ତାଙ୍କ ନିକଟରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେହି ପତନ ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋʼ ପ୍ରଭୁଙ୍କ କତିକି ଆଣିଅଛି । .::. 11. ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ତଦ୍ରୂପ କଲେ; .::. 12. ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍‍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ⇧ । .::. 13. ଏଉତ୍ତାରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର । .::. 14. ତହୁଁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି? .::. 15. ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, କତିକି ଯାଇ ତାକୁ ଆକ୍ରମଣ କର । ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ମଲା। .::. 16. ପୁଣି ଦାଉଦ ତାକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି । .::. 17. ଅନନ୍ତର ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ବିଷୟରେ ଏହି ବିଳାପ ରଚନା କଲେ; .::. 18. ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖା ଅଛି । .::. 19. ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ଵରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ! ବୀରମାନେ କିପରି ପତିତ ହେଲେ! .::. 20. ଗାଥ୍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ତରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ⇧ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ଵନି କରିବେ । .::. 21. ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ⇧ ରହିଲା । .::. 22. ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ଼୍‍ଗ ରିକ୍ତ ହୋଇ ଫେରେ ନାହିଁ । .::. 23. ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ । .::. 24. ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ଵିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ଵର୍ଣ୍ଣ ଅଳଙ୍କାର ମଣ୍ତିଲେ । .::. 25. ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ । ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ । .::. 26. ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା । .::. 27. ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା । .::.
  • ଦିତୀୟ ଶାମୁୟେଲ ଅଧ୍ୟାୟ 1  
  • ଦିତୀୟ ଶାମୁୟେଲ ଅଧ୍ୟାୟ 2  
  • ଦିତୀୟ ଶାମୁୟେଲ ଅଧ୍ୟାୟ 3  
  • ଦିତୀୟ ଶାମୁୟେଲ ଅଧ୍ୟାୟ 4  
  • ଦିତୀୟ ଶାମୁୟେଲ ଅଧ୍ୟାୟ 5  
  • ଦିତୀୟ ଶାମୁୟେଲ ଅଧ୍ୟାୟ 6  
  • ଦିତୀୟ ଶାମୁୟେଲ ଅଧ୍ୟାୟ 7  
  • ଦିତୀୟ ଶାମୁୟେଲ ଅଧ୍ୟାୟ 8  
  • ଦିତୀୟ ଶାମୁୟେଲ ଅଧ୍ୟାୟ 9  
  • ଦିତୀୟ ଶାମୁୟେଲ ଅଧ୍ୟାୟ 10  
  • ଦିତୀୟ ଶାମୁୟେଲ ଅଧ୍ୟାୟ 11  
  • ଦିତୀୟ ଶାମୁୟେଲ ଅଧ୍ୟାୟ 12  
  • ଦିତୀୟ ଶାମୁୟେଲ ଅଧ୍ୟାୟ 13  
  • ଦିତୀୟ ଶାମୁୟେଲ ଅଧ୍ୟାୟ 14  
  • ଦିତୀୟ ଶାମୁୟେଲ ଅଧ୍ୟାୟ 15  
  • ଦିତୀୟ ଶାମୁୟେଲ ଅଧ୍ୟାୟ 16  
  • ଦିତୀୟ ଶାମୁୟେଲ ଅଧ୍ୟାୟ 17  
  • ଦିତୀୟ ଶାମୁୟେଲ ଅଧ୍ୟାୟ 18  
  • ଦିତୀୟ ଶାମୁୟେଲ ଅଧ୍ୟାୟ 19  
  • ଦିତୀୟ ଶାମୁୟେଲ ଅଧ୍ୟାୟ 20  
  • ଦିତୀୟ ଶାମୁୟେଲ ଅଧ୍ୟାୟ 21  
  • ଦିତୀୟ ଶାମୁୟେଲ ଅଧ୍ୟାୟ 22  
  • ଦିତୀୟ ଶାମୁୟେଲ ଅଧ୍ୟାୟ 23  
  • ଦିତୀୟ ଶାମୁୟେଲ ଅଧ୍ୟାୟ 24  
Common Bible Languages
West Indian Languages
×

Alert

×

oriya Letters Keypad References