ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ବଂଶାବଳୀ

Notes

No Verse Added

ଦିତୀୟ ବଂଶାବଳୀ ଅଧ୍ୟାୟ 22

1. ଅନନ୍ତର ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକି ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ । ଏହେତୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ । 2. ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିର କନ୍ୟା ଥିଲେ । 3. ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ । 4. ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ମନ୍ତ୍ରଣାଦାୟୀ ଥିଲେ । 5. ମଧ୍ୟ ସେ ସେମାନଙ୍କ ମନ୍ତ୍ରଣାନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍ଙ୍କ ସଙ୍ଗେ ରାମୋତ୍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍ଙ୍କୁ କ୍ଷତବିକ୍ଷତ କଲେ । 6. ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରି ଗଲେ । ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ । 7. ଅହସୀୟ ଯୋରାମ୍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ଵରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍ଙ୍କ ସଙ୍ଗେ ଗଲେ । 8. ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ତାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ । 9. ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ଵେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ କତିକି ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, ଯେଉଁ ଯିହୋଶାଫଟ୍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ଵେଷଣ କଲେ, ଏ ତାଙ୍କର ସନ୍ତାନ । ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ । 10. ଏଥି ମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ । 11. ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍ ଅହସୀୟଙ୍କର ପୁତ୍ର ଯୋୟାଶ୍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକି ଶୟନାଗାରରେ ରଖିଲା । ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ । 12. ଏଉତ୍ତାରେ ଯୋୟାଶ୍ ସେମାନଙ୍କ ସଙ୍ଗେ ପରମେଶ୍ଵରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ ।
1. ଅନନ୍ତର ଯିରୂଶାଲମ ନିବାସୀମାନେ ତାଙ୍କର କନିଷ୍ଠ ପୁତ୍ର ଅହସୀୟଙ୍କୁ ତାଙ୍କ ପଦରେ ରାଜା କଲେ; କାରଣ ଆରବୀୟମାନଙ୍କ ସହିତ ଯେଉଁ ଲୋକଦଳ ଛାଉଣିକି ଆସିଥିଲେ, ସେମାନେ ଜ୍ୟେଷ୍ଠ ସମସ୍ତଙ୍କୁ ବଧ କରିଥିଲେ । ଏହେତୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅହସୀୟ ରାଜ୍ୟ କଲେ । .::. 2. ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବୟାଳିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଏକ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କର ନାମ ଅଥଲୀୟା, ସେ ଅମ୍ରିର କନ୍ୟା ଥିଲେ । .::. 3. ଅହସୀୟ ଆହାବ-ବଂଶର ପଥରେ ଗମନ କଲେ; କାରଣ ଦୁଷ୍କର୍ମ କରିବା ପାଇଁ ତାଙ୍କର ମାତା ତାଙ୍କର ମନ୍ତ୍ରଣାଦାୟିନୀ ଥିଲେ । .::. 4. ତହିଁରେ ସେ ଆହାବ-ବଂଶ ଅନୁଯାୟୀ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; କାରଣ ତାଙ୍କର ପିତାଙ୍କ ମୃତ୍ୟୁ ଉତ୍ତାରେ ସେମାନେ ତାଙ୍କ ବିନାଶାର୍ଥେ ତାଙ୍କର ମନ୍ତ୍ରଣାଦାୟୀ ଥିଲେ । .::. 5. ମଧ୍ୟ ସେ ସେମାନଙ୍କ ମନ୍ତ୍ରଣାନୁସାରେ ଚାଲିଲେ, ପୁଣି ସେ ଇସ୍ରାଏଲର ରାଜା ଆହାବଙ୍କର ପୁତ୍ର ଯିହୋରାମ୍ଙ୍କ ସଙ୍ଗେ ରାମୋତ୍-ଗିଲୀୟଦରେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ; ତହିଁରେ ଅରାମୀୟମାନେ ଯୋରାମ୍ଙ୍କୁ କ୍ଷତବିକ୍ଷତ କଲେ । .::. 6. ଏଣୁ ସେ ଅରାମର ରାଜା ହସାୟେଲ ପ୍ରତିକୂଳରେ ଯୁଦ୍ଧ କରିବା ବେଳେ ରାମାରେ ଯେଉଁ ଆଘାତ ପାଇଥିଲେ, ତହିଁରୁ ଆରୋଗ୍ୟ ପାଇବା ନିମନ୍ତେ ଯିଷ୍ରିୟେଲକୁ ଫେରି ଗଲେ । ପୁଣି, ଆହାବଙ୍କର ପୁତ୍ର ଯିହୋରାମ୍ ପୀଡ଼ିତ ହେବା ସକାଶୁ ଯିହୁଦାର ରାଜା ଯିହୋରାମ୍ଙ୍କର ପୁତ୍ର ଅସରୀୟ ଯିଷ୍ରିୟେଲରେ ତାଙ୍କୁ ଦେଖିବାକୁ ଗଲେ । .::. 7. ଅହସୀୟ ଯୋରାମ୍ଙ୍କ ନିକଟକୁ ଯିବା ସକାଶୁ ପରମେଶ୍ଵରଙ୍କ ଆଡ଼ୁ ତାଙ୍କର ବିନାଶ ଘଟିଲା; କାରଣ ଆହାବ ବଂଶକୁ ଉଚ୍ଛିନ୍ନ କରିବା ପାଇଁ ସଦାପ୍ରଭୁ ନିମ୍ଶିର ପୁତ୍ର ଯେଉଁ ଯେହୂଙ୍କୁ ଅଭିଷିକ୍ତ କରିଥିଲେ, ତାଙ୍କର ପ୍ରତିକୂଳରେ ସେ ଆସି ଯୋରାମ୍ଙ୍କ ସଙ୍ଗେ ଗଲେ । .::. 8. ତହିଁରେ ଯେହୂ ଆହାବ-ବଂଶ ଉପରେ ଦଣ୍ତାଜ୍ଞା ସଫଳ କରିବା ବେଳେ ସେ ଯିହୁଦାର ଅଧିପତିମାନଙ୍କୁ ଓ ଅହସୀୟଙ୍କର ପରିଚର୍ଯ୍ୟାକାରୀ ଅହସୀୟଙ୍କର ଭ୍ରାତୃପୁତ୍ରଗଣକୁ ପାଇ ବଧ କଲେ । .::. 9. ଏସମୟରେ ଅହସୀୟ ଶମରୀୟାରେ ଲୁଚିଥିଲେ, ତହିଁରେ ଯେହୂ ତାଙ୍କର ଅନ୍ଵେଷଣ କରନ୍ତେ, ଲୋକମାନେ ତାଙ୍କୁ ଧରି ଯେହୂଙ୍କ କତିକି ଆଣି ତାଙ୍କୁ ବଧ କଲେ; ପୁଣି ଲୋକମାନେ ତାଙ୍କୁ କବର ଦେଲେ, କାରଣ ସେମାନେ କହିଲେ, ଯେଉଁ ଯିହୋଶାଫଟ୍ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ଵେଷଣ କଲେ, ଏ ତାଙ୍କର ସନ୍ତାନ । ଏଉତ୍ତାରେ ଅହସୀୟଙ୍କ ବଂଶ ରାଜ୍ୟ ରଖିବାକୁ ସମର୍ଥ ହେଲେ ନାହିଁ । .::. 10. ଏଥି ମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ । .::. 11. ମାତ୍ର ରାଜାଙ୍କର କନ୍ୟା ଯିହୋଶାବତ୍ ଅହସୀୟଙ୍କର ପୁତ୍ର ଯୋୟାଶ୍ଙ୍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାଙ୍କୁ ଚୋରାଇ ନେଇ ତାଙ୍କୁ ଓ ତାଙ୍କର ଧାତ୍ରୀକି ଶୟନାଗାରରେ ରଖିଲା । ଏହିରୂପେ ଯିହୋୟାଦା ଯାଜକର ଭାର୍ଯ୍ୟା, ଯିହୋରାମ୍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶାବତ୍, ଅଥଲୀୟାଙ୍କଠାରୁ ତାଙ୍କୁ ଲୁଚାଇଲା, ତେଣୁ ସେ ତାଙ୍କୁ ବଧ କରି ପାରିଲେ ନାହିଁ । .::. 12. ଏଉତ୍ତାରେ ଯୋୟାଶ୍ ସେମାନଙ୍କ ସଙ୍ଗେ ପରମେଶ୍ଵରଙ୍କ ଗୃହରେ ଛଅ ବର୍ଷ ରହିଲେ; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲେ । .::.
  • ଦିତୀୟ ବଂଶାବଳୀ ଅଧ୍ୟାୟ 1  
  • ଦିତୀୟ ବଂଶାବଳୀ ଅଧ୍ୟାୟ 2  
  • ଦିତୀୟ ବଂଶାବଳୀ ଅଧ୍ୟାୟ 3  
  • ଦିତୀୟ ବଂଶାବଳୀ ଅଧ୍ୟାୟ 4  
  • ଦିତୀୟ ବଂଶାବଳୀ ଅଧ୍ୟାୟ 5  
  • ଦିତୀୟ ବଂଶାବଳୀ ଅଧ୍ୟାୟ 6  
  • ଦିତୀୟ ବଂଶାବଳୀ ଅଧ୍ୟାୟ 7  
  • ଦିତୀୟ ବଂଶାବଳୀ ଅଧ୍ୟାୟ 8  
  • ଦିତୀୟ ବଂଶାବଳୀ ଅଧ୍ୟାୟ 9  
  • ଦିତୀୟ ବଂଶାବଳୀ ଅଧ୍ୟାୟ 10  
  • ଦିତୀୟ ବଂଶାବଳୀ ଅଧ୍ୟାୟ 11  
  • ଦିତୀୟ ବଂଶାବଳୀ ଅଧ୍ୟାୟ 12  
  • ଦିତୀୟ ବଂଶାବଳୀ ଅଧ୍ୟାୟ 13  
  • ଦିତୀୟ ବଂଶାବଳୀ ଅଧ୍ୟାୟ 14  
  • ଦିତୀୟ ବଂଶାବଳୀ ଅଧ୍ୟାୟ 15  
  • ଦିତୀୟ ବଂଶାବଳୀ ଅଧ୍ୟାୟ 16  
  • ଦିତୀୟ ବଂଶାବଳୀ ଅଧ୍ୟାୟ 17  
  • ଦିତୀୟ ବଂଶାବଳୀ ଅଧ୍ୟାୟ 18  
  • ଦିତୀୟ ବଂଶାବଳୀ ଅଧ୍ୟାୟ 19  
  • ଦିତୀୟ ବଂଶାବଳୀ ଅଧ୍ୟାୟ 20  
  • ଦିତୀୟ ବଂଶାବଳୀ ଅଧ୍ୟାୟ 21  
  • ଦିତୀୟ ବଂଶାବଳୀ ଅଧ୍ୟାୟ 22  
  • ଦିତୀୟ ବଂଶାବଳୀ ଅଧ୍ୟାୟ 23  
  • ଦିତୀୟ ବଂଶାବଳୀ ଅଧ୍ୟାୟ 24  
  • ଦିତୀୟ ବଂଶାବଳୀ ଅଧ୍ୟାୟ 25  
  • ଦିତୀୟ ବଂଶାବଳୀ ଅଧ୍ୟାୟ 26  
  • ଦିତୀୟ ବଂଶାବଳୀ ଅଧ୍ୟାୟ 27  
  • ଦିତୀୟ ବଂଶାବଳୀ ଅଧ୍ୟାୟ 28  
  • ଦିତୀୟ ବଂଶାବଳୀ ଅଧ୍ୟାୟ 29  
  • ଦିତୀୟ ବଂଶାବଳୀ ଅଧ୍ୟାୟ 30  
  • ଦିତୀୟ ବଂଶାବଳୀ ଅଧ୍ୟାୟ 31  
  • ଦିତୀୟ ବଂଶାବଳୀ ଅଧ୍ୟାୟ 32  
  • ଦିତୀୟ ବଂଶାବଳୀ ଅଧ୍ୟାୟ 33  
  • ଦିତୀୟ ବଂଶାବଳୀ ଅଧ୍ୟାୟ 34  
  • ଦିତୀୟ ବଂଶାବଳୀ ଅଧ୍ୟାୟ 35  
  • ଦିତୀୟ ବଂଶାବଳୀ ଅଧ୍ୟାୟ 36  
Common Bible Languages
West Indian Languages
×

Alert

×

oriya Letters Keypad References