ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ଶାମୁୟେଲ

ପ୍ରଥମ ଶାମୁୟେଲ ଅଧ୍ୟାୟ 8

1 ଅନନ୍ତର ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ⇧ । 2 ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ଵିତୀୟର ନାମ ଅବୀୟ; ଏମାନେ ବେରଶେବାରେ ବିଚାରକର୍ତ୍ତା ଥିଲେ । 3 ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ । 4 ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ; 5 ପୁଣି ସେମାନେ ତାଙ୍କୁ କହିଲେ, ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା କର । 6 ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା । ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ । 7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି । 8 ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି । 9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ । 10 ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ । 11 ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ଵାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ । 12 ପୁଣି ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶତ୍ପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ । 13 ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ । 14 ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ । 15 ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ । 16 ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ । 17 ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ । 18 ପୁଣି ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ । 19 ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ; 20 ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ । 21 ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ । 22 ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର । ଏଉତ୍ତାରେ ଶାମୁୟେଲ ଇସ୍ରାଏଲ-ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ ।
1 ଅନନ୍ତର ଶାମୁୟେଲ ବୃଦ୍ଧ ହୁଅନ୍ତେ, ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ⇧ । .::. 2 ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଯୋୟେଲ ଓ ଦ୍ଵିତୀୟର ନାମ ଅବୀୟ; ଏମାନେ ବେରଶେବାରେ ବିଚାରକର୍ତ୍ତା ଥିଲେ । .::. 3 ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ । .::. 4 ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଏକତ୍ର ହୋଇ ରାମାରେ ଶାମୁୟେଲଙ୍କ ନିକଟକୁ ଆସିଲେ; .::. 5 ପୁଣି ସେମାନେ ତାଙ୍କୁ କହିଲେ, ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା କର । .::. 6 ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା । ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ । .::. 7 ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହିସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି । .::. 8 ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି । .::. 9 ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ । .::. 10 ଏଉତ୍ତାରେ ଯେଉଁମାନେ ଶାମୁୟେଲଙ୍କୁ ରାଜା ମାଗିଥିଲେ, ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ । .::. 11 ଆହୁରି ସେ କହିଲେ, ତୁମ୍ଭମାନଙ୍କ ଉପରେ ଯେ ରାଜତ୍ଵ କରିବ, ସେହି ରାଜାର ଏହି ପ୍ରକାର ବିଧି ହେବ; ସେ ତୁମ୍ଭମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ଵାରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ । .::. 12 ପୁଣି ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଚାଶତ୍ପତି କରି ନିଯୁକ୍ତ କରିବ ଓ ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥସଜ୍ଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ । .::. 13 ଆଉ ସେ ତୁମ୍ଭମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ । .::. 14 ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜୀତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ରସବୁ ନେଇ ଆପଣା ଦାସମାନଙ୍କୁ ଦେବ । .::. 15 ପୁଣି, ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣାର ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ । .::. 16 ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମ୍ଭମାନଙ୍କ ଦାସୀମାନଙ୍କୁ ଓ ତୁମ୍ଭମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମ୍ଭମାନଙ୍କ ଗର୍ଦ୍ଦଭ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ । .::. 17 ସେ ତୁମ୍ଭମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମ୍ଭେମାନେ ତାହାର ଦାସ ହେବ । .::. 18 ପୁଣି ସେ ସମୟରେ ତୁମ୍ଭେମାନେ ଆପଣା ମନୋନୀତ ରାଜା ସକାଶୁ କ୍ରନ୍ଦନ କରିବ; ମାତ୍ର ସେସମୟରେ ସଦାପ୍ରଭୁ ତୁମ୍ଭମାନଙ୍କୁ ଉତ୍ତର ଦେବେ ନାହିଁ । .::. 19 ତଥାପି ଲୋକମାନେ ଶାମୁୟେଲଙ୍କର ରବ ଶୁଣିବାକୁ ନାସ୍ତି କଲେ; ଆଉ ସେମାନେ କହିଲେ, ନା; ଆମ୍ଭମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ; .::. 20 ତହିଁରେ ଆମ୍ଭେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା; ଆମ୍ଭମାନଙ୍କ ରାଜା ଆମ୍ଭମାନଙ୍କୁ ବିଚାର କରିବେ ଓ ଆମ୍ଭମାନଙ୍କ ଅଗ୍ରସର ହୋଇ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବେ । .::. 21 ଏଥିରେ ଶାମୁୟେଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ । .::. 22 ତହୁଁ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର । ଏଉତ୍ତାରେ ଶାମୁୟେଲ ଇସ୍ରାଏଲ-ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ନଗରକୁ ଯାଅ । .::.
  • ପ୍ରଥମ ଶାମୁୟେଲ ଅଧ୍ୟାୟ 1  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 2  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 3  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 4  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 5  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 6  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 7  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 8  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 9  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 10  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 11  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 12  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 13  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 14  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 15  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 16  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 17  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 18  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 19  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 20  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 21  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 22  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 23  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 24  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 25  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 26  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 27  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 28  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 29  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 30  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 31  
×

Alert

×

Oriya Letters Keypad References