ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗଣନା ପୁସ୍ତକ

ଗଣନା ପୁସ୍ତକ ଅଧ୍ୟାୟ 30

1 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି । 2 କୌଣସି ପୁରୁଷ ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ । 3 ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ଵାରା ଆପଣାକୁ ଆବଦ୍ଧ କରେ, 4 ପୁଣି ତାହାର ପିତା ଯେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତର କଥା ଶୁଣି ତାହାକୁ କିଛି ନ କହେ, ତେବେ ତାହାର ସକଳ ମାନତ ସ୍ଥିର ହେବ; ପୁଣି ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ । 5 ମାତ୍ର ତାହାର ପିତା ଯେବେ ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି ତାହାର ପିତା ନିଷେଧ କରିବା ହେତୁରୁ ସଦାପ୍ରଭୁ ତାହାକୁ କ୍ଷମା କରିବେ । 6 ଆଉ ଯେବେ ସେ ଆପଣା ମାନତର ଅବା ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ଵାମୀକି ବିବାହ କରେ; 7 ପୁଣି ତାହାର ସ୍ଵାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ । 8 ମାତ୍ର ତାହାର ସ୍ଵାମୀ ତାହା ଶୁଣିବା ଦିନ ଯେବେ ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ । ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ । 9 ମାତ୍ର ବିଧବା କି ସ୍ଵାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ । 10 ଆଉ ସେ ଯେବେ ସ୍ଵାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ, 11 ପୁଣି ତାହାର ସ୍ଵାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି ସେ ଯେଉଁସବୁ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ । 12 ମାତ୍ର ତାହାର ସ୍ଵାମୀ ଯେବେ ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ଵାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ । 13 ତାହାର ସ୍ଵାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ଵାମୀ ବ୍ୟର୍ଥ କରି ପାରେ । 14 ମାତ୍ର ତାହାର ସ୍ଵାମୀ ଯେବେ ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ବ୍ରତ ସ୍ଥିର କରେ । ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା । 15 ମାତ୍ର ତାହା ଶୁଣିଲା ଉତ୍ତାରେ ଯେବେ ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବହିବ । 16 ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ ।
1 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି । .::. 2 କୌଣସି ପୁରୁଷ ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ । .::. 3 ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ଵାରା ଆପଣାକୁ ଆବଦ୍ଧ କରେ, .::. 4 ପୁଣି ତାହାର ପିତା ଯେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତର କଥା ଶୁଣି ତାହାକୁ କିଛି ନ କହେ, ତେବେ ତାହାର ସକଳ ମାନତ ସ୍ଥିର ହେବ; ପୁଣି ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ । .::. 5 ମାତ୍ର ତାହାର ପିତା ଯେବେ ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି ତାହାର ପିତା ନିଷେଧ କରିବା ହେତୁରୁ ସଦାପ୍ରଭୁ ତାହାକୁ କ୍ଷମା କରିବେ । .::. 6 ଆଉ ଯେବେ ସେ ଆପଣା ମାନତର ଅବା ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ଵାମୀକି ବିବାହ କରେ; .::. 7 ପୁଣି ତାହାର ସ୍ଵାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ । .::. 8 ମାତ୍ର ତାହାର ସ୍ଵାମୀ ତାହା ଶୁଣିବା ଦିନ ଯେବେ ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ । ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ । .::. 9 ମାତ୍ର ବିଧବା କି ସ୍ଵାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ । .::. 10 ଆଉ ସେ ଯେବେ ସ୍ଵାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ, .::. 11 ପୁଣି ତାହାର ସ୍ଵାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି ସେ ଯେଉଁସବୁ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ । .::. 12 ମାତ୍ର ତାହାର ସ୍ଵାମୀ ଯେବେ ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ଵାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ । .::. 13 ତାହାର ସ୍ଵାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ଵାମୀ ବ୍ୟର୍ଥ କରି ପାରେ । .::. 14 ମାତ୍ର ତାହାର ସ୍ଵାମୀ ଯେବେ ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ବ୍ରତ ସ୍ଥିର କରେ । ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା । .::. 15 ମାତ୍ର ତାହା ଶୁଣିଲା ଉତ୍ତାରେ ଯେବେ ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବହିବ । .::. 16 ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ । .::.
  • ଗଣନା ପୁସ୍ତକ ଅଧ୍ୟାୟ 1  
  • ଗଣନା ପୁସ୍ତକ ଅଧ୍ୟାୟ 2  
  • ଗଣନା ପୁସ୍ତକ ଅଧ୍ୟାୟ 3  
  • ଗଣନା ପୁସ୍ତକ ଅଧ୍ୟାୟ 4  
  • ଗଣନା ପୁସ୍ତକ ଅଧ୍ୟାୟ 5  
  • ଗଣନା ପୁସ୍ତକ ଅଧ୍ୟାୟ 6  
  • ଗଣନା ପୁସ୍ତକ ଅଧ୍ୟାୟ 7  
  • ଗଣନା ପୁସ୍ତକ ଅଧ୍ୟାୟ 8  
  • ଗଣନା ପୁସ୍ତକ ଅଧ୍ୟାୟ 9  
  • ଗଣନା ପୁସ୍ତକ ଅଧ୍ୟାୟ 10  
  • ଗଣନା ପୁସ୍ତକ ଅଧ୍ୟାୟ 11  
  • ଗଣନା ପୁସ୍ତକ ଅଧ୍ୟାୟ 12  
  • ଗଣନା ପୁସ୍ତକ ଅଧ୍ୟାୟ 13  
  • ଗଣନା ପୁସ୍ତକ ଅଧ୍ୟାୟ 14  
  • ଗଣନା ପୁସ୍ତକ ଅଧ୍ୟାୟ 15  
  • ଗଣନା ପୁସ୍ତକ ଅଧ୍ୟାୟ 16  
  • ଗଣନା ପୁସ୍ତକ ଅଧ୍ୟାୟ 17  
  • ଗଣନା ପୁସ୍ତକ ଅଧ୍ୟାୟ 18  
  • ଗଣନା ପୁସ୍ତକ ଅଧ୍ୟାୟ 19  
  • ଗଣନା ପୁସ୍ତକ ଅଧ୍ୟାୟ 20  
  • ଗଣନା ପୁସ୍ତକ ଅଧ୍ୟାୟ 21  
  • ଗଣନା ପୁସ୍ତକ ଅଧ୍ୟାୟ 22  
  • ଗଣନା ପୁସ୍ତକ ଅଧ୍ୟାୟ 23  
  • ଗଣନା ପୁସ୍ତକ ଅଧ୍ୟାୟ 24  
  • ଗଣନା ପୁସ୍ତକ ଅଧ୍ୟାୟ 25  
  • ଗଣନା ପୁସ୍ତକ ଅଧ୍ୟାୟ 26  
  • ଗଣନା ପୁସ୍ତକ ଅଧ୍ୟାୟ 27  
  • ଗଣନା ପୁସ୍ତକ ଅଧ୍ୟାୟ 28  
  • ଗଣନା ପୁସ୍ତକ ଅଧ୍ୟାୟ 29  
  • ଗଣନା ପୁସ୍ତକ ଅଧ୍ୟାୟ 30  
  • ଗଣନା ପୁସ୍ତକ ଅଧ୍ୟାୟ 31  
  • ଗଣନା ପୁସ୍ତକ ଅଧ୍ୟାୟ 32  
  • ଗଣନା ପୁସ୍ତକ ଅଧ୍ୟାୟ 33  
  • ଗଣନା ପୁସ୍ତକ ଅଧ୍ୟାୟ 34  
  • ଗଣନା ପୁସ୍ତକ ଅଧ୍ୟାୟ 35  
  • ଗଣନା ପୁସ୍ତକ ଅଧ୍ୟାୟ 36  
×

Alert

×

Oriya Letters Keypad References