ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ବିଚାରକର୍ତାମାନଙ୍କ ବିବରଣ

ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 1

1 ଯିହୋଶୂୟଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନୀୟ- ମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? 2 ତହୁଁ ସଦାପ୍ରଭୁ କହିଲେ, ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ । 3 ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା । ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା । 4 ଏଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ; କିଣାନୀୟ ଓ ପିରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ । 5 ପୁଣି ସେମାନେ ବେଷକରେ ଅଦୋନୀବେଷକକୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ । 6 ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ । 7 ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ । ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା । 8 ଅନନ୍ତର ଯିହୁଦା-ସନ୍ତାନମାନେ ଯିରୂଶାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼୍‍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ । 9 ଏଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ । 10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା । 11 ଆଉ ସେ ସେଠାରୁ ଦବୀର-ନିବାସୀମାନଙ୍କ ପ୍ରତିକୂଳରେ ଗଲା । ପୂର୍ବେ ଏହି ଦବୀରର ନାମ କିରୀୟଥ୍-ସେଫର ଥିଲା । 12 ପୁଣି କାଲେବ୍ କହିଲେ, ଯେ କିରୀୟଥ୍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍ଷାର ବିବାହ ଦେବି । 13 ଏଥିରେ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟାର ବିବାହ ଦେଲେ । 14 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ । 15 ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇ ଅଛନ୍ତି, ମଧ୍ୟ ଜଳନିର୍ଝର ମୋତେ ଦେଉନ୍ତୁ; ତହିଁରେ କାଲେବ୍ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।ଆଦି.୩୩:୧୧ 16 ଅନନ୍ତର ମୋଶାଙ୍କର ପନିୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠି ଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ । 17 ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍ବାସୀ କିଣାନୀୟମାନଙ୍କୁ ଆଘାତ କରି; ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା । 18 ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା । 19 ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ-ରଥ ଥିଲା । 20 ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବ୍ଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେ ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ । 21 ବିନ୍ୟାମୀନ-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି । 22 ଅନନ୍ତର ଯୋଷେଫ-ବଂଶ ମଧ୍ୟ ବୈଥେଲ୍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ । 23 ସେତେବେଳେ ଯୋଷେଫ-ବଂଶ ବୈଥେଲ୍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍ଥିଲା । 24 ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ସଦୟ ବ୍ୟବହାର କରିବା । 25 ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ, ସେମାନେ ଖଡ଼୍‍ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ । 26 ଏଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା; ତହିଁର ସେହି ନାମ ଆଜିଯାଏ ଅଛି । 27 ଆଉ ମନଃଶି, ବୈଥ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ⇧ । 28 ଏଉତ୍ତାରେ ଇସ୍ରାଏଲ ପରାକ୍ରା; ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ । 29 ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ । 30 ସବୂଲୂନ୍ କିଟ୍ରୋଣ ଓ ନହଲୋଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ । 31 ଆଶେର୍ ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ୍ କି ଅହଲବ୍ ଓ ଅକ୍ଷୀବ୍ କି ହିଲବା କି ଅଫିକ୍ କି ରହୋବ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ । 32 ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ । 33 ନପ୍ତାଲି ବୈଥ୍-ଶେମଶ କି ବୈଥ୍ନାତ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବୈଥ୍-ଶେମଶ ଓ ବୈଥ୍ନାତ-ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ । 34 ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ । 35 ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠି କର୍ମ କଲେ । 36 ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା ।
1 ଯିହୋଶୂୟଙ୍କର ମୃତ୍ୟୁ ଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରିଲେ, କିଣାନୀୟ- ମାନଙ୍କ ପ୍ରତିକୂଳରେ ଆମ୍ଭମାନଙ୍କ ପାଇଁ ଯୁଦ୍ଧ କରିବାକୁ କିଏ ପ୍ରଥମେ ଯିବ? .::. 2 ତହୁଁ ସଦାପ୍ରଭୁ କହିଲେ, ଯିହୁଦା ଯିବ; ଦେଖ, ଆମ୍ଭେ ତାହା ହସ୍ତରେ ସେହି ଦେଶ ସମର୍ପଣ କରିଅଛୁ । .::. 3 ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା । ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା । .::. 4 ଏଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ; କିଣାନୀୟ ଓ ପିରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ । .::. 5 ପୁଣି ସେମାନେ ବେଷକରେ ଅଦୋନୀବେଷକକୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ । .::. 6 ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଓ ତାହାର ହସ୍ତପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ । .::. 7 ଏଥିରେ ଅଦୋନୀବେଷକ କହିଲା, ହସ୍ତପାଦର ଛିନ୍ନବୃଦ୍ଧାଙ୍ଗୁଳି ତିନି କୋଡ଼ି ଦଶ ରାଜା ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ଵର ସେପରି ମୋତେ ପ୍ରତିଫଳ ଦେଲେ । ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା । .::. 8 ଅନନ୍ତର ଯିହୁଦା-ସନ୍ତାନମାନେ ଯିରୂଶାଲମ ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତଗତ କଲେ ଓ ଖଡ଼୍‍ଗଧାରରେ ସମସ୍ତଙ୍କୁ ଆଘାତ କରି ଅଗ୍ନିରେ ନଗର ଦଗ୍ଧ କଲେ । .::. 9 ଏଉତ୍ତାରେ ଯିହୁଦା-ସନ୍ତାନମାନେ ପର୍ବତମୟ ଦେଶ ଓ ଦକ୍ଷିଣ ଦିଗ ଓ ତଳଭୂମିରେ ବାସକାରୀ କିଣାନୀୟମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଗଲେ । .::. 10 ପୁଣି ଯିହୁଦା ହିବ୍ରୋଣବାସୀ କିଣାନୀୟମାନଙ୍କ ବିରୁଦ୍ଧରେ ଯାଇ ଶେଶୟକୁ ଓ ଅହୀମାନକୁ ଓ ତଲ୍ମୟକୁ ବଧ କଲା; ପୂର୍ବେ ଏହି ହିବ୍ରୋଣର ନାମ କିରୀୟଥର୍ବ ଥିଲା । .::. 11 ଆଉ ସେ ସେଠାରୁ ଦବୀର-ନିବାସୀମାନଙ୍କ ପ୍ରତିକୂଳରେ ଗଲା । ପୂର୍ବେ ଏହି ଦବୀରର ନାମ କିରୀୟଥ୍-ସେଫର ଥିଲା । .::. 12 ପୁଣି କାଲେବ୍ କହିଲେ, ଯେ କିରୀୟଥ୍-ସେଫରକୁ ଆଘାତ କରି ହସ୍ତଗତ କରିବ, ମୁଁ ତାହା ସହିତ ମୋʼ କନ୍ୟା ଅକ୍ଷାର ବିବାହ ଦେବି । .::. 13 ଏଥିରେ କାଲେବ୍ଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅନିୀୟେଲ ତାହା ହସ୍ତଗତ କରନ୍ତେ, ସେ ତାହା ସହିତ ଆପଣା କନ୍ୟାର ବିବାହ ଦେଲେ । .::. 14 ତହୁଁ ସେ ଗମନ କରିବା ବେଳେ ଆପଣା ପିତାକୁ ଖଣ୍ତେ କ୍ଷେତ ମାଗିବା ପାଇଁ ସ୍ଵାମୀକି ମଣାଇଲା; ମାତ୍ର ସେ ଆପେ ଗର୍ଦ୍ଦଭରୁ ଓହ୍ଲାଇ ପଡ଼ିଲା; ଏଥିରେ କାଲେବ୍ ତାହାକୁ କହିଲେ, ତୁମ୍ଭେ କଅଣ ଚାହଁ । .::. 15 ତହୁଁ ସେ କହିଲା, ମୋତେ ଏକ ଆଶୀର୍ବାଦ ପ୍ରଦାନ କରନ୍ତୁ; କାରଣ ଆପଣ ଦକ୍ଷିଣ ଆଡ଼ ଭୂମି ମୋତେ ଦେଇ ଅଛନ୍ତି, ମଧ୍ୟ ଜଳନିର୍ଝର ମୋତେ ଦେଉନ୍ତୁ; ତହିଁରେ କାଲେବ୍ ଉପରିସ୍ଥ ଓ ତଳସ୍ଥ ନିର୍ଝର ତାହାକୁ ଦେଲେ ।ଆଦି.୩୩:୧୧ .::. 16 ଅନନ୍ତର ମୋଶାଙ୍କର ପନିୀ-ଭ୍ରାତା କେନୀୟର ସନ୍ତାନମାନେ ଯିହୁଦା-ସନ୍ତାନମାନଙ୍କ ସହିତ ଖର୍ଜ୍ଜୁରପୁରରୁ ଅରାଦର ଦକ୍ଷିଣ ଦିଗସ୍ଥିତ ଯିହୁଦା ପ୍ରାନ୍ତରକୁ ଉଠି ଯାଇ ସେ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ବାସ କଲେ । .::. 17 ପୁଣି ଯିହୁଦା ଆପଣା ଭ୍ରାତା ଶିମୀୟୋନ ସହିତ ଗମନ କଲା ଓ ସେମାନେ ସଫାତ୍ବାସୀ କିଣାନୀୟମାନଙ୍କୁ ଆଘାତ କରି; ସେହି ନଗରକୁ ବର୍ଜିତ ରୂପେ ବିନାଶ କଲେ ଓ ସେହି ନଗରର ନାମ ହର୍ମା ହେଲା । .::. 18 ଯିହୁଦା ମଧ୍ୟ ଘସା ଓ ତହିଁର ଅଞ୍ଚଳ, ଅସ୍କିଲୋନ ଓ ତହିଁର ଅଞ୍ଚଳ, ପୁଣି ଇକ୍ରୋଣ ଓ ତହିଁର ଅଞ୍ଚଳ ହସ୍ତଗତ କଲା । .::. 19 ସଦାପ୍ରଭୁ ଯିହୁଦାର ସହାୟ ଥିଲେ; ଏଣୁ ସେ ସେହି ପର୍ବତମୟ ଦେଶ ନିବାସୀମାନଙ୍କୁ ତଡ଼ିଦେଲା; ମାତ୍ର ସେ ତଳଭୂମି ନିବାସୀମାନଙ୍କୁ ତଡ଼ିଦେଇ ପାରିଲା ନାହିଁ, କାରଣ ସେମାନଙ୍କର ଲୌହ-ରଥ ଥିଲା । .::. 20 ପୁଣି ସେମାନେ ମୋଶାଙ୍କ ଆଜ୍ଞାନୁସାରେ କାଲେବ୍ଙ୍କୁ ହିବ୍ରୋଣ ଦେଲେ, ଆଉ ସେ ସେ ସ୍ଥାନରୁ ଅନାକର ତିନି ପୁତ୍ରଙ୍କୁ ତଡ଼ିଦେଲେ । .::. 21 ବିନ୍ୟାମୀନ-ସନ୍ତାନମାନେ ଯିରୂଶାଲମ ନିବାସୀ ଯିବୂଷୀୟମାନଙ୍କୁ ତଡ଼ିଦେଲେ ନାହିଁ; ମାତ୍ର ଯିବୂଷୀୟମାନେ ଆଜିଯାଏ ବିନ୍ୟାମୀନ-ସନ୍ତାନଗଣ ସହିତ ବାସ କରୁଅଛନ୍ତି । .::. 22 ଅନନ୍ତର ଯୋଷେଫ-ବଂଶ ମଧ୍ୟ ବୈଥେଲ୍ ପ୍ରତିକୂଳରେ ଗଲେ; ପୁଣି ସଦାପ୍ରଭୁ ସେମାନଙ୍କ ସଙ୍ଗେ ସଙ୍ଗେ ଥିଲେ । .::. 23 ସେତେବେଳେ ଯୋଷେଫ-ବଂଶ ବୈଥେଲ୍ ଅନୁସନ୍ଧାନ କରିବାକୁ ଲୋକ ପଠାଇଲେ; ପୂର୍ବେ ସେହି ନଗରର ନାମ ଲୂସ୍ଥିଲା । .::. 24 ତହିଁରେ ସେହି ନିରୀକ୍ଷକମାନେ ସେ ନଗରରୁ ଜଣକୁ ବାହାରେ ଆସିବାର ଦେଖି କହିଲେ, ବିନୟ କରୁଅଛୁ, ସେହି ନଗରରେ ପ୍ରବେଶିବାର ପଥ ଆମ୍ଭମାନଙ୍କୁ ଦେଖାଅ; ତାହା କଲେ ଆମ୍ଭେମାନେ ତୁମ୍ଭ ପ୍ରତି ସଦୟ ବ୍ୟବହାର କରିବା । .::. 25 ତହୁଁ ସେ ସେମାନଙ୍କୁ ନଗରରେ ପ୍ରବେଶିବା ପଥ ଦେଖାନ୍ତେ, ସେମାନେ ଖଡ଼୍‍ଗଧାରରେ ସେହି ନଗର ଆଘାତ କଲେ, ମାତ୍ର ସେହି ଲୋକକୁ ଓ ତାହାର ସବୁ ବଂଶକୁ ଛାଡ଼ିଦେଲେ । .::. 26 ଏଉତ୍ତାରେ ସେ ଲୋକ ହିତ୍ତୀୟମାନଙ୍କ ଦେଶକୁ ଯାଇ ଏକ ନଗର ସ୍ଥାପନ କରି ତହିଁର ନାମ ଲୁସ୍ ରଖିଲା; ତହିଁର ସେହି ନାମ ଆଜିଯାଏ ଅଛି । .::. 27 ଆଉ ମନଃଶି, ବୈଥ୍ସାନ୍ ଓ ତହିଁର ଉପନଗର, ତାନକ ଓ ତହିଁର ଉପନଗର ନିବାସୀମାନଙ୍କୁ, ଦୋର ଓ ତହିଁର ଉପନଗର-ନିବାସୀମାନଙ୍କୁ, ଯିବ୍ଲିୟିମ ଓ ତହିଁର ଉପନଗର-ନିବାସୀମାନଙ୍କୁ, ମଗିଦ୍ଦୋ ଓ ତହିଁର ଉପନଗର-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ, ତେଣୁ କିଣାନୀୟମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ⇧ । .::. 28 ଏଉତ୍ତାରେ ଇସ୍ରାଏଲ ପରାକ୍ରା; ହୁଅନ୍ତେ, ସେହି କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ି ଦେଲେ ନାହିଁ । .::. 29 ଆଉ ଇଫ୍ରୟିମ ଗେଷର ନିବାସୀ କିଣାନୀୟମାନଙ୍କୁ ତଡ଼ି ଦେଲେ ନାହିଁ; ତହିଁରେ କିଣାନୀୟମାନେ ଗେଷରରେ ବାସ କଲେ । .::. 30 ସବୂଲୂନ୍ କିଟ୍ରୋଣ ଓ ନହଲୋଲ ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ତହିଁରେ କିଣାନୀୟମାନେ ସେମାନଙ୍କ ମଧ୍ୟରେ ବାସ କରି ବେଠି କର୍ମ କଲେ । .::. 31 ଆଶେର୍ ଅକ୍କୋ-ନିବାସୀମାନଙ୍କୁ କିଅବା ସୀଦୋନ୍ କି ଅହଲବ୍ ଓ ଅକ୍ଷୀବ୍ କି ହିଲବା କି ଅଫିକ୍ କି ରହୋବ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ । .::. 32 ମାତ୍ର ଆଶେରୀୟମାନେ ସେହି ଦେଶ ନିବାସୀ କିଣାନୀୟମାନଙ୍କୁ ତଡ଼ି ନ ଦେବାରୁ ସେମାନଙ୍କ ମଧ୍ୟରେ ବାସ କଲେ । .::. 33 ନପ୍ତାଲି ବୈଥ୍-ଶେମଶ କି ବୈଥ୍ନାତ-ନିବାସୀମାନଙ୍କୁ ତଡ଼ିଦେଲା ନାହିଁ; ମାତ୍ର ସେ ସେହି ଦେଶ ନିବାସୀ କିଣାନୀୟମାନଙ୍କ ମଧ୍ୟରେ ବାସ କଲା, ତଥାପି ବୈଥ୍-ଶେମଶ ଓ ବୈଥ୍ନାତ-ନିବାସୀମାନେ ସେମାନଙ୍କର ବେଠି କର୍ମ କଲେ । .::. 34 ଆଉ ଇମୋରୀୟମାନେ ଦାନ୍-ସନ୍ତାନଗଣକୁ ପର୍ବତମୟ ଦେଶରେ ରହିବାକୁ ବାଧ୍ୟ କଲେ; ଆଉ ତଳିଭୂମିକି ସେମାନଙ୍କୁ ଆସିବାକୁ ଦେଲେ ନାହିଁ । .::. 35 ମାତ୍ର ଇମୋରୀୟମାନେ ହେରସ ପର୍ବତରେ ଅୟାଲୋନରେ ଓ ଶାଲବୀମରେ ବାସ କରିବାକୁ ମନସ୍ଥ କଲେ; ତଥାପି ଯୋଷେଫ-ବଂଶର ହସ୍ତ ପ୍ରବଳ ହୁଅନ୍ତେ, ସେମାନେ ବେଠି କର୍ମ କଲେ । .::. 36 ପୁଣି ଅକ୍ରବ୍ବୀମ-ଘାଟୀ ଶୈଳଠାରୁ ଆଗକୁ ଇମୋରୀୟମାନଙ୍କ ସୀମା ଥିଲା । .::.
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 1  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 2  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 3  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 4  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 5  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 6  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 7  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 8  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 9  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 10  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 11  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 12  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 13  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 14  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 15  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 16  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 17  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 18  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 19  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 20  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 21  
×

Alert

×

Oriya Letters Keypad References