ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ଶାମୁୟେଲ

ଦିତୀୟ ଶାମୁୟେଲ ଅଧ୍ୟାୟ 9

1 ଅନନ୍ତର ଦାଉଦ ପଚାରିଲେ, ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି? 2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, ତୁମ୍ଭେ କି ସୀବଃ? ତହୁଁ ସେ କହିଲା, ଆପଣଙ୍କ ଦାସ ସେହି । 3 ତହିଁରେ ରାଜା ପଚାରିଲେ, ମୁଁ ଯାହା ପ୍ରତି ପରମେଶ୍ଵରଙ୍କ ଦୟା ପ୍ରକାଶ କରି ପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି? ଏଥିରେ ସୀବଃ ରାଜାଙ୍କୁ କହିଲା, ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା । 4 ତହୁଁ ରାଜା ତାହାକୁ ପଚାରିଲେ, ସେ କେଉଁଠାରେ ଅଛି? ତହିଁରେ ସୀବଃ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି । 5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ । 6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା । ତହୁଁ ଦାଉଦ କହିଲେ, ହେ ମଫୀବୋଶତ୍ । ସେ ଉତ୍ତର କଲା, ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି । 7 ତହିଁରେ ଦାଉଦ ତାହାକୁ କହିଲେ, ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ । 8 ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ? 9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ଵ ଦେଲି । 10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତଦୁତ୍ପନ୍ନ ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ । ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ । 11 ତେବେ ସୀବଃ ରାଜାଙ୍କୁ କହିଲା, ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ । ମଫୀବୋଶତ୍ ବିଷୟରେ ରାଜା କହିଲେ, ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ । 12 ସେହି ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀଖା । ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍ର ଦାସ ହେଲେ ।ପ୍ର.ବଂ. ୮:୩୪ 13 ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ତାହାର ଦୁଇ ପାଦ ଛୋଟା ଥିଲା ।
1 ଅନନ୍ତର ଦାଉଦ ପଚାରିଲେ, ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି? .::. 2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, ତୁମ୍ଭେ କି ସୀବଃ? ତହୁଁ ସେ କହିଲା, ଆପଣଙ୍କ ଦାସ ସେହି । .::. 3 ତହିଁରେ ରାଜା ପଚାରିଲେ, ମୁଁ ଯାହା ପ୍ରତି ପରମେଶ୍ଵରଙ୍କ ଦୟା ପ୍ରକାଶ କରି ପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି? ଏଥିରେ ସୀବଃ ରାଜାଙ୍କୁ କହିଲା, ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା । .::. 4 ତହୁଁ ରାଜା ତାହାକୁ ପଚାରିଲେ, ସେ କେଉଁଠାରେ ଅଛି? ତହିଁରେ ସୀବଃ ରାଜାଙ୍କୁ କହିଲା, ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି । .::. 5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ । .::. 6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା । ତହୁଁ ଦାଉଦ କହିଲେ, ହେ ମଫୀବୋଶତ୍ । ସେ ଉତ୍ତର କଲା, ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି । .::. 7 ତହିଁରେ ଦାଉଦ ତାହାକୁ କହିଲେ, ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ । .::. 8 ତେଣୁ ସେ ପ୍ରଣାମ କରି କହିଲା, ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ? .::. 9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ଵ ଦେଲି । .::. 10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତଦୁତ୍ପନ୍ନ ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍ ନିତ୍ୟ ମୋହର ମେଜରେ ଭୋଜନ କରିବ । ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ । .::. 11 ତେବେ ସୀବଃ ରାଜାଙ୍କୁ କହିଲା, ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ । ମଫୀବୋଶତ୍ ବିଷୟରେ ରାଜା କହିଲେ, ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ । .::. 12 ସେହି ମଫୀବୋଶତ୍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀଖା । ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍ର ଦାସ ହେଲେ ।ପ୍ର.ବଂ. ୮:୩୪ .::. 13 ଏହିରୂପେ, ମଫୀବୋଶତ୍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ତାହାର ଦୁଇ ପାଦ ଛୋଟା ଥିଲା । .::.
  • ଦିତୀୟ ଶାମୁୟେଲ ଅଧ୍ୟାୟ 1  
  • ଦିତୀୟ ଶାମୁୟେଲ ଅଧ୍ୟାୟ 2  
  • ଦିତୀୟ ଶାମୁୟେଲ ଅଧ୍ୟାୟ 3  
  • ଦିତୀୟ ଶାମୁୟେଲ ଅଧ୍ୟାୟ 4  
  • ଦିତୀୟ ଶାମୁୟେଲ ଅଧ୍ୟାୟ 5  
  • ଦିତୀୟ ଶାମୁୟେଲ ଅଧ୍ୟାୟ 6  
  • ଦିତୀୟ ଶାମୁୟେଲ ଅଧ୍ୟାୟ 7  
  • ଦିତୀୟ ଶାମୁୟେଲ ଅଧ୍ୟାୟ 8  
  • ଦିତୀୟ ଶାମୁୟେଲ ଅଧ୍ୟାୟ 9  
  • ଦିତୀୟ ଶାମୁୟେଲ ଅଧ୍ୟାୟ 10  
  • ଦିତୀୟ ଶାମୁୟେଲ ଅଧ୍ୟାୟ 11  
  • ଦିତୀୟ ଶାମୁୟେଲ ଅଧ୍ୟାୟ 12  
  • ଦିତୀୟ ଶାମୁୟେଲ ଅଧ୍ୟାୟ 13  
  • ଦିତୀୟ ଶାମୁୟେଲ ଅଧ୍ୟାୟ 14  
  • ଦିତୀୟ ଶାମୁୟେଲ ଅଧ୍ୟାୟ 15  
  • ଦିତୀୟ ଶାମୁୟେଲ ଅଧ୍ୟାୟ 16  
  • ଦିତୀୟ ଶାମୁୟେଲ ଅଧ୍ୟାୟ 17  
  • ଦିତୀୟ ଶାମୁୟେଲ ଅଧ୍ୟାୟ 18  
  • ଦିତୀୟ ଶାମୁୟେଲ ଅଧ୍ୟାୟ 19  
  • ଦିତୀୟ ଶାମୁୟେଲ ଅଧ୍ୟାୟ 20  
  • ଦିତୀୟ ଶାମୁୟେଲ ଅଧ୍ୟାୟ 21  
  • ଦିତୀୟ ଶାମୁୟେଲ ଅଧ୍ୟାୟ 22  
  • ଦିତୀୟ ଶାମୁୟେଲ ଅଧ୍ୟାୟ 23  
  • ଦିତୀୟ ଶାମୁୟେଲ ଅଧ୍ୟାୟ 24  
×

Alert

×

Oriya Letters Keypad References