ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲେବୀୟ ପୁସ୍ତକ

ଲେବୀୟ ପୁସ୍ତକ ଅଧ୍ୟାୟ 17

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି । 3 ଇସ୍ରାଏଲ-ବଂଶଜାତ ଯେକେହି ଗୋରୁ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ, 4 ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ଵୁଦ୍ଵାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । 5 ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେ ଯେ ବଳି କ୍ଷେତ୍ରକୁ ନିଅନ୍ତି, ସେସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ଵୁଦ୍ଵାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ । 6 ପୁଣି, ଯାଜକ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ । 7 ତହିଁରେ ସେମାନେ ଯେଉଁ ଛାଗ (ଦେବତା)ମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ । ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ । 8 ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ-ବଂଶଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ହୋମ କି ବଳିଦାନ କରେ, 9 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ଵୁଦ୍ଵାରକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । 10 ଆଉ, ଇସ୍ରାଏଲ-ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯେବେ କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତଭୋକ୍ତା ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; 11 କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରଇ । 12 ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ପ୍ରାଣୀ ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ । 13 ଆଉ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ମୃଗୟାରେ କୌଣସି ଖାଦ୍ୟ-ପଶୁକୁ ବା ପକ୍ଷୀକି ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ । 14 କାରଣ ସବୁ ପ୍ରାଣୀର ପ୍ରାଣ ସମ୍ଵନ୍ଧରେ ରକ୍ତ ହିଁ ପ୍ରାଣ ସ୍ଵରୂପ; ଏହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ । 15 ଆଉ, ସ୍ଵଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ଵୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ । 16 ମାତ୍ର ଯେବେ ସେ (ବସ୍ତ୍ର) ନ ଧୁଏ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବହିବ ।
1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, .::. 2 ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣକୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି । .::. 3 ଇସ୍ରାଏଲ-ବଂଶଜାତ ଯେକେହି ଗୋରୁ କି ମେଷ କି ଛାଗ ଛାଉଣି ମଧ୍ୟରେ ବା ଛାଉଣି ବାହାରେ ବଧ କରେ, .::. 4 ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ଵୁଦ୍ଵାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । .::. 5 ଏହେତୁ ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କର ଯେ ଯେ ବଳି କ୍ଷେତ୍ରକୁ ନିଅନ୍ତି, ସେସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ଵୁଦ୍ଵାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ । .::. 6 ପୁଣି, ଯାଜକ ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ । .::. 7 ତହିଁରେ ସେମାନେ ଯେଉଁ ଛାଗ (ଦେବତା)ମାନଙ୍କ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ । ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ । .::. 8 ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ-ବଂଶଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ହୋମ କି ବଳିଦାନ କରେ, .::. 9 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ଵୁଦ୍ଵାରକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ । .::. 10 ଆଉ, ଇସ୍ରାଏଲ-ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯେବେ କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତଭୋକ୍ତା ପ୍ରାଣୀର ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; .::. 11 କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରଇ । .::. 12 ଏହେତୁ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ପ୍ରାଣୀ ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ । .::. 13 ଆଉ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯେବେ ମୃଗୟାରେ କୌଣସି ଖାଦ୍ୟ-ପଶୁକୁ ବା ପକ୍ଷୀକି ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ । .::. 14 କାରଣ ସବୁ ପ୍ରାଣୀର ପ୍ରାଣ ସମ୍ଵନ୍ଧରେ ରକ୍ତ ହିଁ ପ୍ରାଣ ସ୍ଵରୂପ; ଏହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ । .::. 15 ଆଉ, ସ୍ଵଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ଵୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ । .::. 16 ମାତ୍ର ଯେବେ ସେ (ବସ୍ତ୍ର) ନ ଧୁଏ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବହିବ । .::.
  • ଲେବୀୟ ପୁସ୍ତକ ଅଧ୍ୟାୟ 1  
  • ଲେବୀୟ ପୁସ୍ତକ ଅଧ୍ୟାୟ 2  
  • ଲେବୀୟ ପୁସ୍ତକ ଅଧ୍ୟାୟ 3  
  • ଲେବୀୟ ପୁସ୍ତକ ଅଧ୍ୟାୟ 4  
  • ଲେବୀୟ ପୁସ୍ତକ ଅଧ୍ୟାୟ 5  
  • ଲେବୀୟ ପୁସ୍ତକ ଅଧ୍ୟାୟ 6  
  • ଲେବୀୟ ପୁସ୍ତକ ଅଧ୍ୟାୟ 7  
  • ଲେବୀୟ ପୁସ୍ତକ ଅଧ୍ୟାୟ 8  
  • ଲେବୀୟ ପୁସ୍ତକ ଅଧ୍ୟାୟ 9  
  • ଲେବୀୟ ପୁସ୍ତକ ଅଧ୍ୟାୟ 10  
  • ଲେବୀୟ ପୁସ୍ତକ ଅଧ୍ୟାୟ 11  
  • ଲେବୀୟ ପୁସ୍ତକ ଅଧ୍ୟାୟ 12  
  • ଲେବୀୟ ପୁସ୍ତକ ଅଧ୍ୟାୟ 13  
  • ଲେବୀୟ ପୁସ୍ତକ ଅଧ୍ୟାୟ 14  
  • ଲେବୀୟ ପୁସ୍ତକ ଅଧ୍ୟାୟ 15  
  • ଲେବୀୟ ପୁସ୍ତକ ଅଧ୍ୟାୟ 16  
  • ଲେବୀୟ ପୁସ୍ତକ ଅଧ୍ୟାୟ 17  
  • ଲେବୀୟ ପୁସ୍ତକ ଅଧ୍ୟାୟ 18  
  • ଲେବୀୟ ପୁସ୍ତକ ଅଧ୍ୟାୟ 19  
  • ଲେବୀୟ ପୁସ୍ତକ ଅଧ୍ୟାୟ 20  
  • ଲେବୀୟ ପୁସ୍ତକ ଅଧ୍ୟାୟ 21  
  • ଲେବୀୟ ପୁସ୍ତକ ଅଧ୍ୟାୟ 22  
  • ଲେବୀୟ ପୁସ୍ତକ ଅଧ୍ୟାୟ 23  
  • ଲେବୀୟ ପୁସ୍ତକ ଅଧ୍ୟାୟ 24  
  • ଲେବୀୟ ପୁସ୍ତକ ଅଧ୍ୟାୟ 25  
  • ଲେବୀୟ ପୁସ୍ତକ ଅଧ୍ୟାୟ 26  
  • ଲେବୀୟ ପୁସ୍ତକ ଅଧ୍ୟାୟ 27  
×

Alert

×

Oriya Letters Keypad References