ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ବିଚାରକର୍ତାମାନଙ୍କ ବିବରଣ

ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 17

1 ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା । 2 ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ତ ରୂପା ନିଆ ଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର କତିରେ ଅଛି, ମୁଁ ତାହା ନେଇଅଛି; ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ହେଉ । 3 ଏଥିରେ ସେ ସେହି ଏଗାର ଶହ ଖଣ୍ତ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତା; ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି । 4 ସେ ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ତ ରୂପା ସୁନାରୀକି ଦିଅନ୍ତେ, ସେ ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା । 5 ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା । 6 ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା । 7 ସେସମୟରେ ଯିହୁଦା ବଂଶୀୟ ବେଥ୍ଲିହିମ୍-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା । 8 ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍, ବେଥ୍ଲିହିମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା । 9 ତହିଁରେ ମୀଖା ତାହାକୁ ପଚାରିଲା, ତୁମ୍ଭେ କେଉଁଠାରୁ ଆସିଲ? ସେ ଉତ୍ତର କଲା, ମୁଁ ବେଥ୍ଲିହିମ୍-ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି । 10 ତହିଁରେ ମୀଖା ତାହାକୁ କହିଲା, ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ତ ରୂପା ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି । ତହିଁରେ ସେ ଲେବୀୟ ଲୋକ ଗଲା । 11 ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା । 12 ଏଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା । 13 ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି ।
1 ଇଫ୍ରୟିମ-ପର୍ବତମୟ ଦେଶରେ ମୀଖା ନାମରେ ଜଣେ ଲୋକ ଥିଲା । .::. 2 ସେ ଆପଣା ମାତାକୁ କହିଲା, ତୁମ୍ଭଠାରୁ ଯେଉଁ ଏଗାର ଶହ ଖଣ୍ତ ରୂପା ନିଆ ଯାଇଅଛି, ଯହିଁ ବିଷୟରେ ତୁମ୍ଭେ ଶାପ ଦେଇଅଛ ଓ ମଧ୍ୟ ମୋହର କର୍ଣ୍ଣରେ କହିଅଛ, ଦେଖ, ସେହି ରୂପା ମୋର କତିରେ ଅଛି, ମୁଁ ତାହା ନେଇଅଛି; ତହିଁରେ ତାହାର ମାତା କହିଲା, ଆମ୍ଭ ପୁତ୍ର ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ହେଉ । .::. 3 ଏଥିରେ ସେ ସେହି ଏଗାର ଶହ ଖଣ୍ତ ରୂପା ଆପଣା ମାତାକୁ ଫେରାଇ ଦିଅନ୍ତେ, ତାହାର ମାତା କହିଲା, ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇବାକୁ ମୁଁ ଆପଣା ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ହସ୍ତରୁ ଏହି ରୂପା ନିତା; ପବିତ୍ର କରୁଅଛି; ଏଣୁ ଏବେ ମୁଁ ତାହା ତୁମ୍ଭକୁ ଫେରାଇ ଦେବି । .::. 4 ସେ ଆପଣା ମାତାକୁ ସେହି ରୂପା ଫେରାଇ ଦେଲା ଉତ୍ତାରେ ତାହାର ମାତା ଦୁଇ ଶହ ଖଣ୍ତ ରୂପା ସୁନାରୀକି ଦିଅନ୍ତେ, ସେ ଗୋଟିଏ ଖୋଳା ଓ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା । .::. 5 ପୁଣି ଏହି ମୀଖାର ଏକ ଦେବାଳୟ ଥିଲା ଓ ସେ ଏକ ଏଫୋଦ ଓ କେତେକ ଠାକୁର ନିର୍ମାଣ କରି ଆପଣା ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ନିଯୁକ୍ତ କରନ୍ତେ, ସେ ଯାଜକ ହେଲା । .::. 6 ସେ ସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା ଓ ଯାହା ଦୃଷ୍ଟିରେ ଯାହା ଭଲ ଦିଶିଲା, ସେ ତାହା କଲା । .::. 7 ସେସମୟରେ ଯିହୁଦା ବଂଶୀୟ ବେଥ୍ଲିହିମ୍-ଯିହୁଦାର ଏକ ଲେବୀୟ ଯୁବା ଲୋକ ସେଠାରେ ପ୍ରବାସ କରୁଥିଲା । .::. 8 ପୁଣି ସେ ଯେଉଁଠାରେ ସ୍ଥାନ ପାଇପାରେ, ସେଠାରେ ପ୍ରବାସ କରିବା ନିମନ୍ତେ ସେ ନଗରରୁ, ଅର୍ଥାତ୍, ବେଥ୍ଲିହିମ୍ ଯିହୁଦାରୁ ପ୍ରସ୍ଥାନ କଲା ଓ ସେ ଯାତ୍ରା କରୁ କରୁ ଇଫ୍ରୟିମ-ପର୍ବତମୟ ଦେଶସ୍ଥ ଏହି ମୀଖାର ଗୃହ ପର୍ଯ୍ୟନ୍ତ ଆସିଲା । .::. 9 ତହିଁରେ ମୀଖା ତାହାକୁ ପଚାରିଲା, ତୁମ୍ଭେ କେଉଁଠାରୁ ଆସିଲ? ସେ ଉତ୍ତର କଲା, ମୁଁ ବେଥ୍ଲିହିମ୍-ଯିହୁଦାର ଏକ ଲେବୀୟ ଲୋକ, ଯେଉଁଠାରେ ମୁଁ ସ୍ଥାନ ପାଇ ପାରିବି, ସେଠାରେ ପ୍ରବାସ କରିବାକୁ ମୁଁ ଯାଉଅଛି । .::. 10 ତହିଁରେ ମୀଖା ତାହାକୁ କହିଲା, ମୋର ସଙ୍ଗେ ବାସ କର, ମୋର ପିତା ଓ ଯାଜକ ହୁଅ; ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶ ଖଣ୍ତ ରୂପା ଓ ଏକ ସାଜ ପୂରା ପୋଷାକ ଓ ତୁମ୍ଭର ପଡ଼ି ଦେବି । ତହିଁରେ ସେ ଲେବୀୟ ଲୋକ ଗଲା । .::. 11 ପୁଣି ସେ ଲେବୀୟ ଲୋକ ସେହି ମନୁଷ୍ୟ ସଙ୍ଗେ ବାସ କରିବାକୁ ସମ୍ମତ ହେଲା; ଆଉ ସେ ଯୁବା ଲୋକ ତାହାର ଗୋଟିଏ ପୁତ୍ର ପରି ହେଲା । .::. 12 ଏଉତ୍ତାରେ ମୀଖା ସେହି ଲେବୀୟକୁ ନିଯୁକ୍ତ କରନ୍ତେ, ସେ ଯୁବା ଲୋକ ମୀଖାର ଯାଜକ ହୋଇ ତାହାର ଗୃହରେ ରହିଲା । .::. 13 ତହିଁରେ ମୀଖା କହିଲା, ମୁଁ ଜାଣେ, ଏବେ ସଦାପ୍ରଭୁ ମୋହର ମଙ୍ଗଳ କରିବେ, କାରଣ ମୋହର ଯାଜକ ହେବା ପାଇଁ ମୁଁ ଜଣେ ଲେବୀୟକୁ ପାଇଲି । .::.
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 1  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 2  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 3  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 4  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 5  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 6  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 7  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 8  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 9  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 10  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 11  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 12  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 13  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 14  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 15  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 16  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 17  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 18  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 19  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 20  
  • ବିଚାରକର୍ତାମାନଙ୍କ ବିବରଣ ଅଧ୍ୟାୟ 21  
×

Alert

×

Oriya Letters Keypad References