ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଏବ୍ରୀମାନଙ୍କ ନିକଟକୁ ପତ୍ର

ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 5

1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରି ପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ଵରଙ୍କ ସେବା ସମ୍ଵନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି । 2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତାବିଶିଷ୍ଟ; 3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ । 4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ଵରଙ୍କ କର୍ତ୍ତୃକ ଆହୂତ ହେବା ଆବଶ୍ୟକ । 5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ଵେଷଣ କରି ନ ଥିଲେ, କିନ୍ତୁ ଈଶ୍ଵର ତାହାଙ୍କୁ ସେହି ଗୌରବ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ।” 6 ପୁଣି ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।” 7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ଵରୂପେ ଆଶଙ୍କାରୁ ରକ୍ଷା ପାଇ 8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ଵାରା ଆଜ୍ଞାବହତା ଶିକ୍ଷା କଲେ, 9 ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନ; ପରିତ୍ରାଣର କାରଣ ସ୍ଵରୂପ ହେଲେନ୍ତଣ ଏବ୍ରୀ. ୨:୧୦ 10 ଏହେତୁ ସେ ଈଶ୍ଵରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ । 11 ଏହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର । 12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ଵରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ । 13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁମାତ୍ର । 14 କିନ୍ତୁ ବୟଃପ୍ରାପ୍ତ ଲୋକେ, ଅର୍ଥାତ୍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ଵାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ ।
1 କାରଣ ପ୍ରତ୍ୟେକ ମହାଯାଜକ ଯେପରି ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରି ପାରନ୍ତି, ସେଥିପାଇଁ ସେ ମନୁଷ୍ୟମାନଙ୍କ ମଧ୍ୟରୁ ନୀତ ହୋଇ ଈଶ୍ଵରଙ୍କ ସେବା ସମ୍ଵନ୍ଧରେ ମନୁଷ୍ୟମାନଙ୍କ ପକ୍ଷରେ ନିଯୁକ୍ତ ହୁଅନ୍ତି । .::. 2 ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ, କାରଣ ସେ ନିଜେ ମଧ୍ୟ ଦୁର୍ବଳତାବିଶିଷ୍ଟ; .::. 3 ଏଥିସକାଶୁ ଲୋକମାନଙ୍କ ନିମନ୍ତେ ଯେପରି, ଆପଣା ନିମନ୍ତେ ମଧ୍ୟ ସେହିପରି ପାପାର୍ଥକ ବଳି ଉତ୍ସର୍ଗ କରିବା ତାହାଙ୍କ ଆବଶ୍ୟକ । .::. 4 ଆଉ କେହି ଏହି ସମ୍ଭ୍ରାନ୍ତ ପଦ ନିଜେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ହାରୋଣ ଯେପରି ଆହୂତ, ସେପରି ଈଶ୍ଵରଙ୍କ କର୍ତ୍ତୃକ ଆହୂତ ହେବା ଆବଶ୍ୟକ । .::. 5 ସେହିପରି ଖ୍ରୀଷ୍ଟ ମଧ୍ୟ ମହାଯାଜକ ପଦର ଗୌରବ ନିଜେ ଅନ୍ଵେଷଣ କରି ନ ଥିଲେ, କିନ୍ତୁ ଈଶ୍ଵର ତାହାଙ୍କୁ ସେହି ଗୌରବ ଦେଇଥିଲେ, କାରଣ ସେ ତାହାଙ୍କୁ କହିଥିଲେ, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ ।” .::. 6 ପୁଣି ସେ ଅନ୍ୟ ସ୍ଥାନରେ ମଧ୍ୟ କହନ୍ତି, “ତୁମ୍ଭେ ମଲ୍‍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ ଅଟ ।” .::. 7 ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ, ଆଉ ଉତ୍ତର ସ୍ଵରୂପେ ଆଶଙ୍କାରୁ ରକ୍ଷା ପାଇ .::. 8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ଵାରା ଆଜ୍ଞାବହତା ଶିକ୍ଷା କଲେ, .::. 9 ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନ; ପରିତ୍ରାଣର କାରଣ ସ୍ଵରୂପ ହେଲେନ୍ତଣ ଏବ୍ରୀ. ୨:୧୦ .::. 10 ଏହେତୁ ସେ ଈଶ୍ଵରଙ୍କ କର୍ତ୍ତୃକ ମଲ୍‍କୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ । .::. 11 ଏହି ବିଷୟରେ ଆମ୍ଭମାନଙ୍କର ଅନେକ କଥା କହିବାକୁ ଅଛି, ଆଉ ତୁମ୍ଭେମାନେ ଶୁଣିବାରେ ଶିଥିଳ ହୋଇଥିବାରୁ ସେଥିର ଅର୍ଥ ବୁଝାଇବା କଷ୍ଟକର । .::. 12 କାରଣ ଯଦ୍ୟପି ଏତେ ସମୟ ମଧ୍ୟରେ ତୁମ୍ଭମାନଙ୍କର ଶିକ୍ଷକ ହେବା ଉଚିତ ଥିଲା, ତଥାପି ଈଶ୍ଵରଙ୍କ ବାକ୍ୟର ପ୍ରାଥମିକ ମୌଳିକ ସୂତ୍ରଗୁଡ଼ିକ କେହି ଯେ ତୁମ୍ଭମାନଙ୍କୁ ଶିକ୍ଷା ଦିଏ, ଏହା ପୁନର୍ବାର ତୁମ୍ଭମାନଙ୍କର ପ୍ରୟୋଜନ ଅଛି; ଗୁରୁପାକ ଖାଦ୍ୟ ପ୍ରୟୋଜନ ନ ହୋଇ ଦୁଗ୍ଧ ତୁମ୍ଭମାନଙ୍କର ପ୍ରୟୋଜନ । .::. 13 ଯେ ଦୁଗ୍ଧପାୟୀ, ସେ ତ ଧାର୍ମିକତାର ବାକ୍ୟ ବିଷୟରେ ଅଭ୍ୟସ୍ତ ନୁହେଁ, କାରଣ ସେ ଶିଶୁମାତ୍ର । .::. 14 କିନ୍ତୁ ବୟଃପ୍ରାପ୍ତ ଲୋକେ, ଅର୍ଥାତ୍, ଯେଉଁମାନେ ଜ୍ଞାନେନ୍ଦ୍ରିୟଗୁଡ଼ିକର ଅଭ୍ୟାସ ଦ୍ଵାରା ଭଲ ମନ୍ଦ ନିରୂପଣ କରିବାକୁ ସକ୍ଷମ, ସେମାନଙ୍କ ନିମନ୍ତେ ଗୁରୁପାକ ଖାଦ୍ୟ ପ୍ରୟୋଜନ । .::.
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 1  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 2  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 3  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 4  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 5  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 6  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 7  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 8  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 9  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 10  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 11  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 12  
  • ଏବ୍ରୀମାନଙ୍କ ନିକଟକୁ ପତ୍ର ଅଧ୍ୟାୟ 13  
×

Alert

×

Oriya Letters Keypad References