ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଆଦି ପୁସ୍ତକ

ରେକର୍ଡଗୁଡିକ

ଆଦି ପୁସ୍ତକ ଅଧ୍ୟାୟ 12

1 ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ । 2 ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ । 3 ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ । 4 ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା । 5 ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ । 6 ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ । ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ । 7 ଅନନ୍ତର ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ । 8 ଏଥିଉତ୍ତାରୁ ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ଵୁ ଠିଆ କଲେ; ତହିଁର ପଶ୍ଚିମରେ ବୈଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ । 9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ । 10 ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା । 11 ଅନନ୍ତର ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ । 12 ଏଣୁକରି ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ । 13 ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ହେତୁରୁ ମୋʼ ପ୍ରାଣ ରକ୍ଷା ପାଇବ । 14 ଅନନ୍ତର ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମ ସୁନ୍ଦରୀ ଦେଖିଲେ । 15 ପୁଣି ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ । 16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ । 17 ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ହେତୁରୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ଭାରୀ ଭାରୀ ଉତ୍ପାତ ଘଟାଇଲେ । 18 ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ? 19 ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏକଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ । 20 ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ଵ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ ।
1. ଏଉତ୍ତାରୁ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ଵ ଓ ପୈତୃକ ଗୃହ ପରିତ୍ୟାଗ କରି, ଆମ୍ଭେ ଯେଉଁ ଦେଶ ତୁମ୍ଭକୁ ଦେଖାଇବା, ସେହି ଦେଶକୁ ଯାଅ । 2. ଆମ୍ଭେ ତୁମ୍ଭଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା, ପୁଣି ଆମ୍ଭେ ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ କରିବା; ତୁମ୍ଭେ ଆଶୀର୍ବାଦର ଆକର ହେବ । 3. ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା; ପୁଣି ଯେକେହି ତୁମ୍ଭକୁ ଅଭିଶାପ ଦିଏ, ଆମ୍ଭେ ତାହାକୁ ଅଭିଶାପ ଦେବା; ଆଉ ତୁମ୍ଭଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ । 4. ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା । 5. ଏହିରୂପେ ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭ୍ରାତୃପୁତ୍ର ଲୋଟକୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ । 6. ଅବ୍ରାମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ଶିଖିମ ନିକଟସ୍ଥ ମୋରିର ଅଲୋନ ବୃକ୍ଷ ମୂଳରେ ଉତ୍ତରିଲେ । ସେହି ସମୟରେ କିଣାନୀୟମାନେ ସେହି ଦେଶରେ ବାସ କରୁଥିଲେ । 7. ଅନନ୍ତର ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା; ଏନିମନ୍ତେ ଅବ୍ରାମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କଲେ । 8. ଏଥିଉତ୍ତାରୁ ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବଆଡ଼ ପର୍ବତକୁ ଯାଇ ଆପଣା ତମ୍ଵୁ ଠିଆ କଲେ; ତହିଁର ପଶ୍ଚିମରେ ବୈଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା; ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ । 9. ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ । 10. ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିସର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ; ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା । 11. ଅନନ୍ତର ମିସର ଦେଶରେ ପ୍ରବେଶ କରିବାକୁ ଉଦ୍ୟତ ହୁଅନ୍ତେ, ଅବ୍ରାମ ଆପଣା ଭାର୍ଯ୍ୟା ସାରୀଙ୍କୁ କହିଲେ, ଶୁଣ, ତୁମ୍ଭେ ଦେଖିବାକୁ ସୁନ୍ଦରୀ, ତାହା ମୁଁ ଜାଣେ । 12. ଏଣୁକରି ମିସର ଦେଶୀୟ ଲୋକମାନେ ତୁମ୍ଭକୁ ଦେଖି ମୋହର ଭାର୍ଯ୍ୟା ବୋଲି ଜାଣିଲେ, ମୋତେ ବଧ କରି ତୁମ୍ଭକୁ ଜୀବିତା ରଖିବେ । 13. ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଭଉଣୀ, ଏହା କହିବ; ତହିଁରେ ତୁମ୍ଭ ସକାଶେ ମୋହର ମଙ୍ଗଳ ହେବ ଓ ତୁମ୍ଭ ହେତୁରୁ ମୋʼ ପ୍ରାଣ ରକ୍ଷା ପାଇବ । 14. ଅନନ୍ତର ଅବ୍ରାମ ମିସର ଦେଶରେ ପ୍ରବେଶ କରନ୍ତେ, ମିସରୀୟ ଲୋକମାନେ ସେହି ସ୍ତ୍ରୀଙ୍କୁ ପରମ ସୁନ୍ଦରୀ ଦେଖିଲେ । 15. ପୁଣି ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କରନ୍ତେ, ସେହି ସ୍ତ୍ରୀ ଫାରୋଙ୍କର ଗୃହକୁ ଅଣାଗଲେ । 16. ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ସମାଦର କରି ତାଙ୍କୁ ମେଷ, ଗୋରୁ, ଗର୍ଦ୍ଦଭ ଓ ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ । 17. ମାତ୍ର ଅବ୍ରାମଙ୍କର ଭାର୍ଯ୍ୟା ସାରୀଙ୍କ ହେତୁରୁ ସଦାପ୍ରଭୁ ଫାରୋ ଓ ତାଙ୍କର ପରିବାର ଉପରେ ଭାରୀ ଭାରୀ ଉତ୍ପାତ ଘଟାଇଲେ । 18. ଏହେତୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, ତୁମ୍ଭେ ଆମ୍ଭ ସହିତ ଏ କି ବ୍ୟବହାର କଲ? 19. ସେହି ସ୍ତ୍ରୀ ତୁମ୍ଭର ଭାର୍ଯ୍ୟା, ଏକଥା ଆମ୍ଭକୁ କାହିଁକି କହିଲ ନାହିଁ? ତାଙ୍କୁ କାହିଁକି ଆପଣାର ଭଗିନୀ ବୋଲି କହିଲ? ତହିଁରେ ଆମ୍ଭେ ତାଙ୍କୁ ବିବାହ କରିବାକୁ ନେଲୁ; ଏବେ ତୁମ୍ଭ ଭାର୍ଯ୍ୟାଙ୍କୁ ଦେଖ, ତାଙ୍କୁ ଘେନି ଚାଲିଯାଅ । 20. ତହୁଁ ଫାରୋ ଲୋକମାନଙ୍କୁ ତାଙ୍କ ବିଷୟରେ ଆଜ୍ଞା ଦେଲେ, ଆଉ ସେମାନେ ସର୍ବସ୍ଵ ସହିତ ତାଙ୍କୁ ଓ ତାଙ୍କ ଭାର୍ଯ୍ୟାଙ୍କୁ ବିଦାୟ କଲେ ।
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
×

Alert

×

Oriya Letters Keypad References