ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଦିତୀୟ ବିବରଣ

ରେକର୍ଡଗୁଡିକ

ଦିତୀୟ ବିବରଣ ଅଧ୍ୟାୟ 34

1 ଅନନ୍ତର ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ । ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ; 2 ପୁଣି ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ; 3 ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ । 4 ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ବିଷୟରେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ଵଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ । 5 ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ । 6 ପୁଣି ସେ ମୋୟାବ ଦେଶରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ । 7 ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ଵାଭାବିକ ବଳ ହ୍ରାସ ପାଇ ନ ଥିଲା । 8 ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା । 9 ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ । 10 ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ 11 ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ, 12 ପୁଣି ମୋଶା ସମସ୍ତ ବାହୁବଳ ଓ ମହାତ୍ରାସର ଯେସବୁ କର୍ମ ସମସ୍ତ ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେସବୁ ବିଷୟରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍ବକ୍ତା ସେହି ଦିନାବଧି ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି ।
1. ଅନନ୍ତର ମୋଶା ମୋୟାବ ପଦାରୁ ନବୋ ପର୍ବତକୁ, ଅର୍ଥାତ୍, ଯିରୀହୋ ସମ୍ମୁଖସ୍ଥିତ ପିସ୍ଗା ଶୃଙ୍ଗ ଆରୋହଣ କଲେ । ତହିଁରେ ସଦାପ୍ରଭୁ ଗିଲୀୟଦଠାରୁ ଦାନ୍ ପର୍ଯ୍ୟନ୍ତ ସବୁ ଦେଶ; 2. ପୁଣି ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ନପ୍ତାଲି ଓ ଇଫ୍ରୟିମ ଓ ମନଃଶି ଓ ଯିହୁଦାର ସମସ୍ତ ଦେଶ; 3. ଆଉ ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର-ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ । 4. ପୁଣି ସଦାପ୍ରଭୁ ତାଙ୍କୁ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ବିଷୟରେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବ ନିକଟରେ ଶପଥ କରି କହିଥିଲୁ, ସେହି ଦେଶ ଏହି; ଆମ୍ଭେ ତାହା ତୁମ୍ଭକୁ ସ୍ଵଚକ୍ଷୁରେ ଦେଖାଇଲୁ, ମାତ୍ର ତୁମ୍ଭେ ପାର ହୋଇ ସେଠାକୁ ଯିବ ନାହିଁ । 5. ତହୁଁ ସଦାପ୍ରଭୁଙ୍କ ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ । 6. ପୁଣି ସେ ମୋୟାବ ଦେଶରେ ବୈତ୍ପିୟୋର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ; ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କର କବରସ୍ଥାନ କେହି ଜାଣେ ନାହିଁ । 7. ମରଣ କାଳରେ ମୋଶାଙ୍କୁ ଏକ ଶହ କୋଡ଼ିଏ ବର୍ଷ ବୟସ ହୋଇଥିଲା ତାଙ୍କର ଚକ୍ଷୁ ଧନ୍ଦଳା ହୋଇ ନ ଥିଲା କିଅବା ତାଙ୍କର ସ୍ଵାଭାବିକ ବଳ ହ୍ରାସ ପାଇ ନ ଥିଲା । 8. ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ମୋୟାବ ପଦାରେ ତିରିଶ ଦିନ ରୋଦନ କଲେ; ଏଥିରେ ମୋଶାଙ୍କ ହେତୁ ଶୋକରେ ସେମାନଙ୍କ ରୋଦନର ଦିନ ସମ୍ପୂର୍ଣ୍ଣ ହେଲା । 9. ମୋଶା ନୂନର ପୁତ୍ର ଯିହୋଶୂୟଙ୍କର ମସ୍ତକରେ ହସ୍ତାର୍ପଣ କରିଥିବାରୁ ସେ ଜ୍ଞାନଦାୟକ ଆତ୍ମାରେ ପରିପୂର୍ଣ୍ଣ ଥିଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ତାଙ୍କର କଥା ଶୁଣି ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କରିବାକୁ ଲାଗିଲେ । 10. ମାତ୍ର ସଦାପ୍ରଭୁ ଯାହା ସଙ୍ଗେ ମୁଖାମୁଖି ଆଳାପ କରିଥିଲେ 11. ଓ ଯାହାଙ୍କୁ ସଦାପ୍ରଭୁ ମିସର ଦେଶରେ ଫାରୋ ପ୍ରତି ଓ ତାଙ୍କର ସମସ୍ତ ଦାସ ପ୍ରତି ଓ ତାଙ୍କର ସମସ୍ତ ଦେଶ ପ୍ରତି ଯାହା କରିବା ପାଇଁ ପଠାଇଥିଲେ, ସେସବୁ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ବିଷୟରେ, 12. ପୁଣି ମୋଶା ସମସ୍ତ ବାହୁବଳ ଓ ମହାତ୍ରାସର ଯେସବୁ କର୍ମ ସମସ୍ତ ଇସ୍ରାଏଲ ଦୃଷ୍ଟିରେ କରିଥିଲେ, ସେସବୁ ବିଷୟରେ ମୋଶାଙ୍କ ସଦୃଶ ଆଉ କୌଣସି ଭବିଷ୍ୟଦ୍ବକ୍ତା ସେହି ଦିନାବଧି ଇସ୍ରାଏଲ ମଧ୍ୟରେ ଉତ୍ପନ୍ନ ହୋଇ ନାହାନ୍ତି ।
  • ଦିତୀୟ ବିବରଣ ଅଧ୍ୟାୟ 1  
  • ଦିତୀୟ ବିବରଣ ଅଧ୍ୟାୟ 2  
  • ଦିତୀୟ ବିବରଣ ଅଧ୍ୟାୟ 3  
  • ଦିତୀୟ ବିବରଣ ଅଧ୍ୟାୟ 4  
  • ଦିତୀୟ ବିବରଣ ଅଧ୍ୟାୟ 5  
  • ଦିତୀୟ ବିବରଣ ଅଧ୍ୟାୟ 6  
  • ଦିତୀୟ ବିବରଣ ଅଧ୍ୟାୟ 7  
  • ଦିତୀୟ ବିବରଣ ଅଧ୍ୟାୟ 8  
  • ଦିତୀୟ ବିବରଣ ଅଧ୍ୟାୟ 9  
  • ଦିତୀୟ ବିବରଣ ଅଧ୍ୟାୟ 10  
  • ଦିତୀୟ ବିବରଣ ଅଧ୍ୟାୟ 11  
  • ଦିତୀୟ ବିବରଣ ଅଧ୍ୟାୟ 12  
  • ଦିତୀୟ ବିବରଣ ଅଧ୍ୟାୟ 13  
  • ଦିତୀୟ ବିବରଣ ଅଧ୍ୟାୟ 14  
  • ଦିତୀୟ ବିବରଣ ଅଧ୍ୟାୟ 15  
  • ଦିତୀୟ ବିବରଣ ଅଧ୍ୟାୟ 16  
  • ଦିତୀୟ ବିବରଣ ଅଧ୍ୟାୟ 17  
  • ଦିତୀୟ ବିବରଣ ଅଧ୍ୟାୟ 18  
  • ଦିତୀୟ ବିବରଣ ଅଧ୍ୟାୟ 19  
  • ଦିତୀୟ ବିବରଣ ଅଧ୍ୟାୟ 20  
  • ଦିତୀୟ ବିବରଣ ଅଧ୍ୟାୟ 21  
  • ଦିତୀୟ ବିବରଣ ଅଧ୍ୟାୟ 22  
  • ଦିତୀୟ ବିବରଣ ଅଧ୍ୟାୟ 23  
  • ଦିତୀୟ ବିବରଣ ଅଧ୍ୟାୟ 24  
  • ଦିତୀୟ ବିବରଣ ଅଧ୍ୟାୟ 25  
  • ଦିତୀୟ ବିବରଣ ଅଧ୍ୟାୟ 26  
  • ଦିତୀୟ ବିବରଣ ଅଧ୍ୟାୟ 27  
  • ଦିତୀୟ ବିବରଣ ଅଧ୍ୟାୟ 28  
  • ଦିତୀୟ ବିବରଣ ଅଧ୍ୟାୟ 29  
  • ଦିତୀୟ ବିବରଣ ଅଧ୍ୟାୟ 30  
  • ଦିତୀୟ ବିବରଣ ଅଧ୍ୟାୟ 31  
  • ଦିତୀୟ ବିବରଣ ଅଧ୍ୟାୟ 32  
  • ଦିତୀୟ ବିବରଣ ଅଧ୍ୟାୟ 33  
  • ଦିତୀୟ ବିବରଣ ଅଧ୍ୟାୟ 34  
×

Alert

×

Oriya Letters Keypad References