ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲେବୀୟ ପୁସ୍ତକ

ଲେବୀୟ ପୁସ୍ତକ ଅଧ୍ୟାୟ 3

1 ଆଉ, କୌଣସି ବ୍ୟକ୍ତିର ଉପହାର ଯେବେ ମଙ୍ଗଳାର୍ଥକ ବଳିଦାନ ହୁଏ; ଯେବେ ସେ ପଲରୁ ଅଣ୍ତିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁ; ପଶୁ ଆଣିବ । 2 ପୁଣି, ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚାରିଆଡ଼େ ଛିଞ୍ଚିବେ । 3 ଏଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ 4 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ । 5 ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥିତ ଅଗ୍ନି ଓ କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର । 6 ଆଉ, ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁ; ଅଣ୍ତିରା କି ମାଈ ପଶୁ ଉତ୍ସର୍ଗ କରିବ। 7 ଯେବେ ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ; 8 ପୁଣି ଆପଣା ବଳିର ମସ୍ତକରେ ହସ୍ତ-ନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ । ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ । 9 ଏଉତ୍ତାରୁ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ତ ନିକଟରୁ ନେବ ଓ ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର ଉପରିସ୍ଥ ସମସ୍ତ ମେଦ 10 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥିତ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ । 11 ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ । 12 ଆଉ, କେହି ଯେବେ ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ, 13 ପୁଣି, ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ । 14 ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ସମସ୍ତ ମେଦ 15 ଓ ଦୁଇ ଗୁରୁଦା ଓ ତାହାର ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ । 16 ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର । 17 ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ ।
1 ଆଉ, କୌଣସି ବ୍ୟକ୍ତିର ଉପହାର ଯେବେ ମଙ୍ଗଳାର୍ଥକ ବଳିଦାନ ହୁଏ; ଯେବେ ସେ ପଲରୁ ଅଣ୍ତିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁ; ପଶୁ ଆଣିବ । .::. 2 ପୁଣି, ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚାରିଆଡ଼େ ଛିଞ୍ଚିବେ । .::. 3 ଏଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ .::. 4 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ । .::. 5 ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥିତ ଅଗ୍ନି ଓ କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର । .::. 6 ଆଉ, ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁ; ଅଣ୍ତିରା କି ମାଈ ପଶୁ ଉତ୍ସର୍ଗ କରିବ। .::. 7 ଯେବେ ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ; .::. 8 ପୁଣି ଆପଣା ବଳିର ମସ୍ତକରେ ହସ୍ତ-ନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ । ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ । .::. 9 ଏଉତ୍ତାରୁ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ତ ନିକଟରୁ ନେବ ଓ ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର ଉପରିସ୍ଥ ସମସ୍ତ ମେଦ .::. 10 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥିତ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ । .::. 11 ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ । .::. 12 ଆଉ, କେହି ଯେବେ ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ, .::. 13 ପୁଣି, ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ । .::. 14 ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ସମସ୍ତ ମେଦ .::. 15 ଓ ଦୁଇ ଗୁରୁଦା ଓ ତାହାର ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ । .::. 16 ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର । .::. 17 ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ । .::.
  • ଲେବୀୟ ପୁସ୍ତକ ଅଧ୍ୟାୟ 1  
  • ଲେବୀୟ ପୁସ୍ତକ ଅଧ୍ୟାୟ 2  
  • ଲେବୀୟ ପୁସ୍ତକ ଅଧ୍ୟାୟ 3  
  • ଲେବୀୟ ପୁସ୍ତକ ଅଧ୍ୟାୟ 4  
  • ଲେବୀୟ ପୁସ୍ତକ ଅଧ୍ୟାୟ 5  
  • ଲେବୀୟ ପୁସ୍ତକ ଅଧ୍ୟାୟ 6  
  • ଲେବୀୟ ପୁସ୍ତକ ଅଧ୍ୟାୟ 7  
  • ଲେବୀୟ ପୁସ୍ତକ ଅଧ୍ୟାୟ 8  
  • ଲେବୀୟ ପୁସ୍ତକ ଅଧ୍ୟାୟ 9  
  • ଲେବୀୟ ପୁସ୍ତକ ଅଧ୍ୟାୟ 10  
  • ଲେବୀୟ ପୁସ୍ତକ ଅଧ୍ୟାୟ 11  
  • ଲେବୀୟ ପୁସ୍ତକ ଅଧ୍ୟାୟ 12  
  • ଲେବୀୟ ପୁସ୍ତକ ଅଧ୍ୟାୟ 13  
  • ଲେବୀୟ ପୁସ୍ତକ ଅଧ୍ୟାୟ 14  
  • ଲେବୀୟ ପୁସ୍ତକ ଅଧ୍ୟାୟ 15  
  • ଲେବୀୟ ପୁସ୍ତକ ଅଧ୍ୟାୟ 16  
  • ଲେବୀୟ ପୁସ୍ତକ ଅଧ୍ୟାୟ 17  
  • ଲେବୀୟ ପୁସ୍ତକ ଅଧ୍ୟାୟ 18  
  • ଲେବୀୟ ପୁସ୍ତକ ଅଧ୍ୟାୟ 19  
  • ଲେବୀୟ ପୁସ୍ତକ ଅଧ୍ୟାୟ 20  
  • ଲେବୀୟ ପୁସ୍ତକ ଅଧ୍ୟାୟ 21  
  • ଲେବୀୟ ପୁସ୍ତକ ଅଧ୍ୟାୟ 22  
  • ଲେବୀୟ ପୁସ୍ତକ ଅଧ୍ୟାୟ 23  
  • ଲେବୀୟ ପୁସ୍ତକ ଅଧ୍ୟାୟ 24  
  • ଲେବୀୟ ପୁସ୍ତକ ଅଧ୍ୟାୟ 25  
  • ଲେବୀୟ ପୁସ୍ତକ ଅଧ୍ୟାୟ 26  
  • ଲେବୀୟ ପୁସ୍ତକ ଅଧ୍ୟାୟ 27  
×

Alert

×

Oriya Letters Keypad References