ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆଦି ପୁସ୍ତକ

ଆଦି ପୁସ୍ତକ ଅଧ୍ୟାୟ 46

1 ଅନନ୍ତର ଇସ୍ରାଏଲ ଆପଣା ସର୍ବସ୍ଵ ଘେନି ଯାତ୍ରା କଲେ, ପୁଣି ବେରଶେବାରେ ଉତ୍ତରି ସେଠାରେ ଆପଣା ପିତା ଇସ୍‍ହାକଙ୍କର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ । 2 ତହିଁରେ ପରମେଶ୍ଵର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଯାକୁବ, ହେ ଯାକୁବ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି । 3 ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ଵର, ତୁମ୍ଭ ପିତାର ପରମେଶ୍ଵର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା । 4 ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ । 5 ଅନନ୍ତର ଯାକୁବ ବେରଶେବାଠାରୁ ଯାତ୍ରା କଲେ; ପୁଣି ତାଙ୍କୁ ବହିବା ନିମନ୍ତେ ଫାରୋ ଯେଉଁ ଶକଟ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ । 6 ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ଉତ୍ତରିଲେ । 7 ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର ଓ ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ । 8 ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ । ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ । 9 ରୁବେନର ପୁତ୍ର ହନୋକ୍ ଓ ପଲ୍ଲୁ ଓ ହିଷ୍ରୋନ୍ ଓ କର୍ମି । 10 ଶିମୀୟୋନର ପୁତ୍ର ଯିମୁଏଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ । 11 ଲେବୀର ପୁତ୍ର ଗେର୍ଶୋନ୍ ଓ କହାତ୍ ଓ ମରାରି । 12 ଯିହୁଦାର ପୁତ୍ର ଏର୍ ଓ ଓଜନ ଓ ଶେଲା ଓ ପେରସ୍ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ । ପେରସ୍ର ପୁତ୍ର ହିଷ୍ରୋନ୍ ଓ ହାମୂଲ । 13 ଇଷାଖରର ସନ୍ତାନ ତୋଲୟ ଓ ପୂୟ ଓ ଯୋବ ଓ ଶିମ୍ରୋନ୍ । 14 ସବୂଲୂନର ପୁତ୍ର ସେରଦ ଓ ଏଲୋନ୍ ଓ ଯହଲେଲ । 15 ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ । ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ । 16 ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ । 17 ଆଶେରର ପୁତ୍ର ଯିମ୍ନା ଓ ଯିଶ୍ବା ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କ ଭଗିନୀ ସେରହ । ପୁଣି ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ । 18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା । ଏମାନେ ଷୋଳ ପ୍ରାଣୀ । 19 ପୁଣି ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମିନ। 20 ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା । 21 ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍‍ପୀମ ଓ ହୁପ୍‍ପୀମ ଓ ଅର୍ଦ । 22 ଏହି ଚୌଦ ପ୍ରାଣୀ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ । 23 ଆଉ ଦାନର ପୁତ୍ର ହୁଶୀମ । 24 ନପ୍ତାଲିର ପୁତ୍ର ଯହସିୟେଲ ଓ ଗୁନି ଓ ୟେତ୍ସର ଓ ଶିଲେମ । 25 ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ପ୍ରାଣୀ । 26 ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ । 27 ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇ ଥିଲେ, ସେମାନେ ଦୁଇ ପ୍ରାଣୀ । ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ । 28 ଅନନ୍ତର ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ । 29 ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ବେଳ ଯାଏ ରୋଦନ କଲେ । 30 ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜିଯାଏ ବଞ୍ଚିଅଛ । 31 ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, ମୁଁ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି । 32 ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ଆଣିଅଛନ୍ତି । 33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ଏ କଥା ଯେତେବେଳେ ପଚାରିବେ, 34 ସେତେବେଳେ ତୁମ୍ଭେମାନେ କହିବ, ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାସ୍ପଦ ଅଟନ୍ତି ।
1 ଅନନ୍ତର ଇସ୍ରାଏଲ ଆପଣା ସର୍ବସ୍ଵ ଘେନି ଯାତ୍ରା କଲେ, ପୁଣି ବେରଶେବାରେ ଉତ୍ତରି ସେଠାରେ ଆପଣା ପିତା ଇସ୍‍ହାକଙ୍କର ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କଲେ । .::. 2 ତହିଁରେ ପରମେଶ୍ଵର ଇସ୍ରାଏଲଙ୍କୁ ରାତିରେ ଦର୍ଶନ ଦେଇ କହିଲେ, ହେ ଯାକୁବ, ହେ ଯାକୁବ । ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି । .::. 3 ସେତେବେଳେ ସେ କହିଲେ, ଆମ୍ଭେ ପରମେଶ୍ଵର, ତୁମ୍ଭ ପିତାର ପରମେଶ୍ଵର; ତୁମ୍ଭେ ମିସରକୁ ଯିବା ପାଇଁ ଭୟ କର ନାହିଁ; ଯେହେତୁ ଆମ୍ଭେ ସେଠାରେ ତୁମ୍ଭକୁ ଏକ ବୃହତ ଗୋଷ୍ଠୀ କରିବା । .::. 4 ଆମ୍ଭେ ତୁମ୍ଭ ସଙ୍ଗରେ ମିସର ଦେଶକୁ ଯିବା; ପୁଣି ଆମ୍ଭେ ମଧ୍ୟ ସେଠାରୁ ତୁମ୍ଭକୁ ନିଶ୍ଚୟ ବାହୁଡ଼ାଇ ଆଣିବା, ପୁଣି ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ । .::. 5 ଅନନ୍ତର ଯାକୁବ ବେରଶେବାଠାରୁ ଯାତ୍ରା କଲେ; ପୁଣି ତାଙ୍କୁ ବହିବା ନିମନ୍ତେ ଫାରୋ ଯେଉଁ ଶକଟ ପଠାଇଥିଲେ, ତହିଁରେ ଇସ୍ରାଏଲର ପୁତ୍ରଗଣ ଆପଣାମାନଙ୍କ ପିତା ଯାକୁବଙ୍କୁ ଓ ବାଳକମାନଙ୍କୁ ଓ ଭାର୍ଯ୍ୟାମାନଙ୍କୁ ନେଇ ଗଲେ । .::. 6 ଏଉତ୍ତାରେ ସେମାନେ, ଅର୍ଥାତ୍, ଯାକୁବ ଓ ତାଙ୍କ ସମସ୍ତ ବଂଶ, ଆପଣାମାନଙ୍କ ପଶୁଗଣ ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ମିସର ଦେଶରେ ଉତ୍ତରିଲେ । .::. 7 ଏହି ପ୍ରକାରେ ଯାକୁବ ଆପଣା ପୁତ୍ର ପୌତ୍ର ଓ ପୁତ୍ରୀ ଓ ପୌତ୍ରୀ ସମସ୍ତ ପରିବାର ନେଇ ମିସର ଦେଶକୁ ଗଲେ । .::. 8 ମିସର ଦେଶକୁ ଆଗତ ଇସ୍ରାଏଲ ବଂଶ, ଅର୍ଥାତ୍, ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ । ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ । .::. 9 ରୁବେନର ପୁତ୍ର ହନୋକ୍ ଓ ପଲ୍ଲୁ ଓ ହିଷ୍ରୋନ୍ ଓ କର୍ମି । .::. 10 ଶିମୀୟୋନର ପୁତ୍ର ଯିମୁଏଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ ତାହାର କିଣାନୀୟା ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ । .::. 11 ଲେବୀର ପୁତ୍ର ଗେର୍ଶୋନ୍ ଓ କହାତ୍ ଓ ମରାରି । .::. 12 ଯିହୁଦାର ପୁତ୍ର ଏର୍ ଓ ଓଜନ ଓ ଶେଲା ଓ ପେରସ୍ ଓ ସେରହ; ମାତ୍ର ଏର୍ ଓ ଓନନ୍ କିଣାନ ଦେଶରେ ମରିଥିଲେ । ପେରସ୍ର ପୁତ୍ର ହିଷ୍ରୋନ୍ ଓ ହାମୂଲ । .::. 13 ଇଷାଖରର ସନ୍ତାନ ତୋଲୟ ଓ ପୂୟ ଓ ଯୋବ ଓ ଶିମ୍ରୋନ୍ । .::. 14 ସବୂଲୂନର ପୁତ୍ର ସେରଦ ଓ ଏଲୋନ୍ ଓ ଯହଲେଲ । .::. 15 ଏମାନେ ଓ କନ୍ୟା ଦୀଣା ପଦ୍ଦନ ଅରାମରେ ଯାକୁବଙ୍କଠାରୁ ଜାତ ଲେୟାର ସନ୍ତାନ । ଏମାନେ ପୁତ୍ର କନ୍ୟାରେ ତେତିଶ ପ୍ରାଣୀ ଥିଲେ । .::. 16 ଗାଦର ପୁତ୍ର ସିଫୋନ୍ ଓ ହଗି ଓ ଶୂନୀ ଓ ଇଷବୋନ୍ ଓ ଏରି ଓ ଅରୋଦୀ ଓ ଅରେଲୀ । .::. 17 ଆଶେରର ପୁତ୍ର ଯିମ୍ନା ଓ ଯିଶ୍ବା ଓ ଯିଶ୍ବି ଓ ବରୀୟ ଓ ସେମାନଙ୍କ ଭଗିନୀ ସେରହ । ପୁଣି ବରୀୟର ପୁତ୍ର ହେବର ଓ ମଲ୍‍କୀୟେଲ । .::. 18 ଲାବନ ଆପଣା କନ୍ୟା ଲେୟାକୁ ସିଳ୍ପା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା । ଏମାନେ ଷୋଳ ପ୍ରାଣୀ । .::. 19 ପୁଣି ଯାକୁବଙ୍କ ଭାର୍ଯ୍ୟା ରାହେଲର ପୁତ୍ର ଯୋଷେଫ ଓ ବିନ୍ୟାମିନ। .::. 20 ଯୋଷେଫଙ୍କର ପୁତ୍ର ମନଃଶି ଓ ଇଫ୍ରୟିମ ମିସର ଦେଶରେ ଜନ୍ମିଥିଲେ; ଓନ୍ ନଗରସ୍ଥ ପୋଟୀଫେର ଯାଜକର ଆସନତ୍ ନାମ୍ନୀ କନ୍ୟା ସେମାନଙ୍କୁ ପ୍ରସବ କରିଥିଲା । .::. 21 ପୁଣି ବିନ୍ୟାମିନର ସନ୍ତାନ ବେଲା ଓ ବେଖର ଓ ଅସ୍ବେଲ ଓ ଗେରା ଓ ନାମନ ଓ ଏହୀ ଓ ରୋଶ ଓ ମୁପ୍‍ପୀମ ଓ ହୁପ୍‍ପୀମ ଓ ଅର୍ଦ । .::. 22 ଏହି ଚୌଦ ପ୍ରାଣୀ ଯାକୁବଙ୍କଠାରୁ ଜାତ ରାହେଲର ସନ୍ତାନ । .::. 23 ଆଉ ଦାନର ପୁତ୍ର ହୁଶୀମ । .::. 24 ନପ୍ତାଲିର ପୁତ୍ର ଯହସିୟେଲ ଓ ଗୁନି ଓ ୟେତ୍ସର ଓ ଶିଲେମ । .::. 25 ଲାବନ ଆପଣା କନ୍ୟା ରାହେଲକୁ ବିଲ୍ହା ନାମ୍ନୀ ଯେଉଁ (ଦାସୀ) ଦେଇଥିଲା, ସେ ଯାକୁବଙ୍କର ଏହି ସନ୍ତାନମାନଙ୍କୁ ପ୍ରସବ କରିଥିଲା; ଏମାନେ ସର୍ବସୁଦ୍ଧା ସାତ ପ୍ରାଣୀ । .::. 26 ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ । .::. 27 ମିସରରେ ଯୋଷେଫଙ୍କର ଯେଉଁ ପୁତ୍ର ଜାତ ହୋଇ ଥିଲେ, ସେମାନେ ଦୁଇ ପ୍ରାଣୀ । ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ । .::. 28 ଅନନ୍ତର ଯୋଷେଫ ଗୋଶନ ପ୍ରଦେଶକୁ ଯିବାର ପଥ ଯେପରି ଦେଖାଇବେ, ଏଥିପାଇଁ ଯାକୁବ ଆପଣା ଆଗେ ଯିହୁଦାକୁ ତାଙ୍କ ନିକଟକୁ ପଠାଇଲେ; ଏଉତ୍ତାରେ ସେମାନେ ଗୋଶନ ପ୍ରଦେଶରେ ଉତ୍ତରିଲେ । .::. 29 ତହୁଁ ଯୋଷେଫ ଆପଣା ପିତା ଇସ୍ରାଏଲଙ୍କ ସଙ୍ଗେ ସାକ୍ଷାତ୍ କରିବା ପାଇଁ ରଥ ସଜାଇ ଗୋଶନ ପ୍ରଦେଶକୁ ଗମନ କଲେ; ପୁଣି ତାଙ୍କୁ ଦେଖା ଦେଇ ତାଙ୍କ ଗଳା ଧରି ବହୁତ ବେଳ ଯାଏ ରୋଦନ କଲେ । .::. 30 ସେତେବେଳେ ଇସ୍ରାଏଲ ଯୋଷେଫଙ୍କୁ କହିଲେ, ଏବେ ମୋହର ମରଣ ହେଉ, ମୁଁ ତୁମ୍ଭ ମୁଖ ଦେଖିଲି, ତୁମ୍ଭେ ତ ଆଜିଯାଏ ବଞ୍ଚିଅଛ । .::. 31 ଅନନ୍ତର ଯୋଷେଫ ଆପଣା ଭାଇମାନଙ୍କୁ ଓ ପିତୃପରିବାରକୁ କହିଲେ, ମୁଁ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିବି, କିଣାନ ଦେଶରୁ ମୋହର ଭ୍ରାତୃଗଣ ଓ ପିତୃପରିବାର ମୋʼ ନିକଟକୁ ଆସିଅଛନ୍ତି । .::. 32 ସେମାନେ ପଶୁପାଳକ ଓ ପଶୁ ବ୍ୟବସାୟୀ, ଏଣୁ ସେମାନେ ଆପଣାମାନଙ୍କ ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ଆଣିଅଛନ୍ତି । .::. 33 ତହିଁରେ ଫାରୋ ତୁମ୍ଭମାନଙ୍କୁ ଡକାଇ ତୁମ୍ଭମାନଙ୍କର କେଉଁ ବ୍ୟବସାୟ? ଏ କଥା ଯେତେବେଳେ ପଚାରିବେ, .::. 34 ସେତେବେଳେ ତୁମ୍ଭେମାନେ କହିବ, ଆପଣଙ୍କର ଏହି ଦାସମାନେ ବାଲ୍ୟାବଧି ଏପର୍ଯ୍ୟନ୍ତ ପୂର୍ବପୁରୁଷାନୁକ୍ରମେ ପଶୁବ୍ୟବସାୟୀ; ତହିଁରେ ତୁମ୍ଭେମାନେ ଗୋଶନ ପ୍ରଦେଶରେ ବାସ କରି ପାରିବ; କାରଣ ପଶୁପାଳକମାନେ ମିସ୍ରୀୟମାନଙ୍କ ନିକଟରେ ଘୃଣାସ୍ପଦ ଅଟନ୍ତି । .::.
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
×

Alert

×

Oriya Letters Keypad References