ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଆଦି ପୁସ୍ତକ

ଆଦି ପୁସ୍ତକ ଅଧ୍ୟାୟ 37

1 ସେହି ସମୟରେ ଯାକୁବ ଆପଣା ପିତାର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ । 2 ଯାକୁବଙ୍କର ବୃତ୍ତା; ଏହି । ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭ୍ରାତୃଗଣ ସହିତ ପଶୁପଲ ଚରାଉଥିଲା; ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ । 3 ସେହି ଯୋଷେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ, ଆଉ ତାକୁ ନାନାବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ । 4 ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ । 5 ଅନନ୍ତର ଯୋଷେଫ ଗୋଟିଏ ସ୍ଵପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ । 6 କାରଣ ସେ ସେମାନଙ୍କୁ କହିଲା, ମୁଁ ଯେଉଁ ସ୍ଵପ୍ନ ଦେଖିଅଛି, ନିବେଦନ କରୁଅଛ, ତାହା ଶୁଣ । 7 ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋʼ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ । 8 ଏଥିରେ ତାହାର ଭାଇମାନେ ତାକୁ କହିଲେ, ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ଵ କରିବୁ? ତହୁଁ ସେମାନେ ତାହାର ସବୁ ସ୍ଵପ୍ନ ଓ କଥା ହେତୁରୁ ତାକୁ ଆହୁରି ଅଧିକ ଘୃଣା କଲେ । 9 ଅନନ୍ତର ଯୋଷେଫ ଆଉ ଗୋଟିଏ ସ୍ଵପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, ଦେଖ, ମୁଁ ଆଉ ଏକ ସ୍ଵପ୍ନ ଦେଖିଅଛି, ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ । 10 ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ଵପ୍ଵ ଦେଖିଲୁ? ମୁଁ ଓ ତୋʼ ମାତା ଓ ତୋʼ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ? 11 ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ । 12 ତଦନନ୍ତର ତାହାର ଭ୍ରାତୃଗଣ ପିତାର ପଶୁପଲ ଚରାଇବା ପାଇଁ ଶିଖିମକୁ ଗଲା ଉତ୍ତାରେ 13 ଇସ୍ରାଏଲ ଯୋଷେଫକୁ କହିଲେ, ତୁମ୍ଭର ଭ୍ରାତୃଗଣ କି ଶିଖିମରେ ପଶୁପଲ ଚରାଉ ନାହାନ୍ତି? ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି; ତହିଁରେ ସେ କହିଲା, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି । 14 ସେତେବେଳେ ଇସ୍ରାଏଲ ତାହାକୁ କହିଲେ, ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋʼ ନିକଟକୁ ସମ୍ଵାଦ ଆଣ । ଏହି ରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା । 15 ସେତେବେଳେ ଜଣେ ମନୁଷ୍ୟ ଯୋଷେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, ତୁମ୍ଭେ କଅଣ ଖୋଜୁଅଛ? 16 ସେ କହିଲା, ମୋʼ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଛନ୍ତି, ଅନୁଗ୍ରହ କରି ମୋତେ କୁହ । 17 ସେ ମନୁଷ୍ୟ କହିଲା, ସେମାନେ ଏଠାରୁ ଯାଇଛନ୍ତି; କାରଣ ମୁଁ ଶୁଣିଥିଲି, ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ । ଏଣୁ ଯୋଷେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା । 18 ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି ସେ ସେମାନଙ୍କ ନିକଟରେ ପହୁଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ । 19 ଆଉ, ସେମାନେ ଏକ ଆରେକକୁ କହିଲେ, ଏହି ଦେଖ, ସ୍ଵପ୍ନଦର୍ଶକ ମହାଶୟ ଆସୁଅଛନ୍ତି । 20 ଆସ, ଆମ୍ଭେମାନେ ତାକୁ ବଧ କରି କୌଣସି ଏକ ଗାତରେ ପକାଇ ଦେଉ; ପୁଣି କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇପକାଇଲା ବୋଲି କହିବା; ଆଚ୍ଛା ଦେଖିବା, ତାହାର ସ୍ଵପ୍ନ ସବୁର କଅଣ ହେବ । 21 ଏ କଥା ଶୁଣି ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ । 22 ଆଉ ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, ତୁମ୍ଭେମାନେ ରକ୍ତପାତ କର ନାହିଁ; ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ । 23 ଅନନ୍ତର ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ; 24 ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦେଲେ, ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନ ଥିଲା । 25 ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି । 26 ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବଧ କରି ତାହାର ରକ୍ତ ଗୋପନ କଲେ, ଆମ୍ଭମାନଙ୍କର ଲାଭ କଅଣ? 27 ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାଏଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ଵରୂପ । ତହିଁରେ ତାହାର ଭାଇମାନେ ସମ୍ମତ ହେଲେ । 28 ସେତେବେଳେ ସେହି ମିଦୀୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋଷେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ; ପୁଣି ଇଶ୍ମାଏଲୀୟମାନଙ୍କଠାରୁ କୋଡ଼ିଏ ରୌପ୍ୟ ମୁଦ୍ରା ନେଇ ଯୋଷେଫକୁ ବିକ୍ରୟ କରିଦେଲେ; ତହିଁରେ ସେମାନେ ଯୋଷେଫକୁ ମିସର ଦେଶକୁ ନେଇଗଲେ । 29 ଅନନ୍ତର ରୁବେନ୍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା । 30 ପୁଣି ଭାଇମାନଙ୍କ ନିକଟକୁ ଫେରିଆସି କହିଲା, ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି? 31 ଅନନ୍ତର ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ । 32 ଆଉ, ସେମାନେ ଆପଣା ପିତା ନିକଟକୁ ସେହି ନାନାବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ, ଚିହ୍ନ । 33 ତହିଁରେ ସେ ତାହା ଚିହ୍ନି କହିଲେ, ଏହି ଅଙ୍ଗରଖା ତ ମୋʼ ପୁତ୍ରର; କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି, ଯୋଷେଫ ନିଶ୍ଚୟ ଖଣ୍ତ ଖଣ୍ତ ହୋଇ ବିଦୀର୍ଣ୍ଣ ହୋଇଅଛି । 34 ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ । 35 ଅନନ୍ତର ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ଵନା କରିବାକୁ ଯନି କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି । ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ । 36 ଏଥିମଧ୍ୟରେ ସେହି ମିଦିୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍, ରକ୍ଷକ ସେନାପତିକି ଯୋଷେଫକୁ ବିକ୍ରୟ କଲେ ।
1. ସେହି ସମୟରେ ଯାକୁବ ଆପଣା ପିତାର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ । 2. ଯାକୁବଙ୍କର ବୃତ୍ତା; ଏହି । ଯୋଷେଫ, ସତର ବର୍ଷ ବୟସ ସମୟରେ, ଆପଣା ଭ୍ରାତୃଗଣ ସହିତ ପଶୁପଲ ଚରାଉଥିଲା; ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ସିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା; ପୁଣି ଯୋଷେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ । 3. ସେହି ଯୋଷେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ, ଆଉ ତାକୁ ନାନାବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ । 4. ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋଷେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ । 5. ଅନନ୍ତର ଯୋଷେଫ ଗୋଟିଏ ସ୍ଵପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା; ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ । 6. କାରଣ ସେ ସେମାନଙ୍କୁ କହିଲା, ମୁଁ ଯେଉଁ ସ୍ଵପ୍ନ ଦେଖିଅଛି, ନିବେଦନ କରୁଅଛ, ତାହା ଶୁଣ । 7. ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ, ମୋହର ବିଡ଼ା ଉଠି ଛିଡ଼ା ହେଲା; ପୁଣି ଦେଖ, ତୁମ୍ଭମାନଙ୍କ ବିଡ଼ାସବୁ ମୋʼ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ । 8. ଏଥିରେ ତାହାର ଭାଇମାନେ ତାକୁ କହିଲେ, ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ଵ କରିବୁ? ତହୁଁ ସେମାନେ ତାହାର ସବୁ ସ୍ଵପ୍ନ ଓ କଥା ହେତୁରୁ ତାକୁ ଆହୁରି ଅଧିକ ଘୃଣା କଲେ । 9. ଅନନ୍ତର ଯୋଷେଫ ଆଉ ଗୋଟିଏ ସ୍ଵପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, ଦେଖ, ମୁଁ ଆଉ ଏକ ସ୍ଵପ୍ନ ଦେଖିଅଛି, ଦେଖ, ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ । 10. ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ, ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ଵପ୍ଵ ଦେଖିଲୁ? ମୁଁ ଓ ତୋʼ ମାତା ଓ ତୋʼ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ? 11. ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ । 12. ତଦନନ୍ତର ତାହାର ଭ୍ରାତୃଗଣ ପିତାର ପଶୁପଲ ଚରାଇବା ପାଇଁ ଶିଖିମକୁ ଗଲା ଉତ୍ତାରେ 13. ଇସ୍ରାଏଲ ଯୋଷେଫକୁ କହିଲେ, ତୁମ୍ଭର ଭ୍ରାତୃଗଣ କି ଶିଖିମରେ ପଶୁପଲ ଚରାଉ ନାହାନ୍ତି? ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି; ତହିଁରେ ସେ କହିଲା, ଦେଖନ୍ତୁ, ମୁଁ ଉପସ୍ଥିତ ଅଛି । 14. ସେତେବେଳେ ଇସ୍ରାଏଲ ତାହାକୁ କହିଲେ, ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ, ତାହା ଦେଖି ମୋʼ ନିକଟକୁ ସମ୍ଵାଦ ଆଣ । ଏହି ରୂପେ ସେ ହିବ୍ରୋଣର ତଳ ଭୂମିରୁ ଯୋଷେଫକୁ ପଠାନ୍ତେ, ସେ ଶିଖିମରେ ଉପସ୍ଥିତ ହେଲା । 15. ସେତେବେଳେ ଜଣେ ମନୁଷ୍ୟ ଯୋଷେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, ତୁମ୍ଭେ କଅଣ ଖୋଜୁଅଛ? 16. ସେ କହିଲା, ମୋʼ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଛନ୍ତି, ଅନୁଗ୍ରହ କରି ମୋତେ କୁହ । 17. ସେ ମନୁଷ୍ୟ କହିଲା, ସେମାନେ ଏଠାରୁ ଯାଇଛନ୍ତି; କାରଣ ମୁଁ ଶୁଣିଥିଲି, ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ । ଏଣୁ ଯୋଷେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା । 18. ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି ସେ ସେମାନଙ୍କ ନିକଟରେ ପହୁଞ୍ଚିବା ପୂର୍ବେ ସେମାନେ ତାକୁ ବଧ କରିବା ପାଇଁ ମନ୍ତ୍ରଣା କଲେ । 19. ଆଉ, ସେମାନେ ଏକ ଆରେକକୁ କହିଲେ, ଏହି ଦେଖ, ସ୍ଵପ୍ନଦର୍ଶକ ମହାଶୟ ଆସୁଅଛନ୍ତି । 20. ଆସ, ଆମ୍ଭେମାନେ ତାକୁ ବଧ କରି କୌଣସି ଏକ ଗାତରେ ପକାଇ ଦେଉ; ପୁଣି କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇପକାଇଲା ବୋଲି କହିବା; ଆଚ୍ଛା ଦେଖିବା, ତାହାର ସ୍ଵପ୍ନ ସବୁର କଅଣ ହେବ । 21. ଏ କଥା ଶୁଣି ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ । 22. ଆଉ ରୁବେନ୍ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, ତୁମ୍ଭେମାନେ ରକ୍ତପାତ କର ନାହିଁ; ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ । 23. ଅନନ୍ତର ଯୋଷେଫ ଭାଇମାନଙ୍କ ନିକଟକୁ ଆସନ୍ତେ, ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରଖା, ତାହା ଦେହରୁ କାଢ଼ିନେଇ; 24. ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇ ଦେଲେ, ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନ ଥିଲା । 25. ତହୁଁ ସେମାନେ ଭୋଜନ କରିବାକୁ ବସିଲେ; ସେମାନେ ଅନାଇ ଦେଖିଲେ, ଯେ ଗିଲୀୟଦରୁ ଏକ ଦଳ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁଗ୍ଗୁଳ ଓ ଗନ୍ଧରସ ଘେନି ମିସର ଦେଶକୁ ଯାଉଅଛନ୍ତି । 26. ସେତେବେଳେ ଯିହୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବଧ କରି ତାହାର ରକ୍ତ ଗୋପନ କଲେ, ଆମ୍ଭମାନଙ୍କର ଲାଭ କଅଣ? 27. ଆସ, ଆମ୍ଭେମାନେ ତାକୁ ଏହି ଇଶ୍ମାଏଲୀୟ ଲୋକମାନଙ୍କୁ ବିକ୍ରୟ କରିଦେଉ, ଆମ୍ଭମାନଙ୍କ ହସ୍ତ ତାହା ପ୍ରତିକୂଳରେ ନ ଉଠୁ; କାରଣ ସେ ଆମ୍ଭମାନଙ୍କ ଭ୍ରାତା ଓ ଆମ୍ଭମାନଙ୍କ ମାଂସ ସ୍ଵରୂପ । ତହିଁରେ ତାହାର ଭାଇମାନେ ସମ୍ମତ ହେଲେ । 28. ସେତେବେଳେ ସେହି ମିଦୀୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋଷେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ; ପୁଣି ଇଶ୍ମାଏଲୀୟମାନଙ୍କଠାରୁ କୋଡ଼ିଏ ରୌପ୍ୟ ମୁଦ୍ରା ନେଇ ଯୋଷେଫକୁ ବିକ୍ରୟ କରିଦେଲେ; ତହିଁରେ ସେମାନେ ଯୋଷେଫକୁ ମିସର ଦେଶକୁ ନେଇଗଲେ । 29. ଅନନ୍ତର ରୁବେନ୍ ଗର୍ତ୍ତ ନିକଟକୁ ଫେରିଯାଇ ଯୋଷେଫ ଗର୍ତ୍ତ ଭିତରେ ନାହିଁ, ଏହା ଦେଖି ଆପଣା ବସ୍ତ୍ର ଚିରିଲା । 30. ପୁଣି ଭାଇମାନଙ୍କ ନିକଟକୁ ଫେରିଆସି କହିଲା, ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି? 31. ଅନନ୍ତର ସେମାନେ ଯୋଷେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ । 32. ଆଉ, ସେମାନେ ଆପଣା ପିତା ନିକଟକୁ ସେହି ନାନାବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ, ଚିହ୍ନ । 33. ତହିଁରେ ସେ ତାହା ଚିହ୍ନି କହିଲେ, ଏହି ଅଙ୍ଗରଖା ତ ମୋʼ ପୁତ୍ରର; କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି, ଯୋଷେଫ ନିଶ୍ଚୟ ଖଣ୍ତ ଖଣ୍ତ ହୋଇ ବିଦୀର୍ଣ୍ଣ ହୋଇଅଛି । 34. ତହୁଁ ଯାକୁବ ଆପଣା ବସ୍ତ୍ର ଚିରି କଟିଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ । 35. ଅନନ୍ତର ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ଵନା କରିବାକୁ ଯନି କଲେ; ମାତ୍ର ସେ ମାନିଲେ ନାହିଁ; ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧୋଗମନ କରିବି । ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ । 36. ଏଥିମଧ୍ୟରେ ସେହି ମିଦିୟନୀୟମାନେ ମିସର ଦେଶରେ ପୋଟୀଫର ନାମକ ଫାରୋର ଭୃତ୍ୟ, ଅର୍ଥାତ୍, ରକ୍ଷକ ସେନାପତିକି ଯୋଷେଫକୁ ବିକ୍ରୟ କଲେ ।
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
×

Alert

×

Oriya Letters Keypad References