ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଖରିୟ

ଯିଖରିୟ ଅଧ୍ୟାୟ 3

1 ଅନନ୍ତର ସଦାପ୍ରଭୁଙ୍କ ଦୂତ ସମ୍ମୁଖରେ ଠିଆ ହୋଇଥିବା ଯିହୋଶୂୟ ମହାଯାଜକଙ୍କୁ, ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ । 2 ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ଏ କି ଅଗ୍ନିରୁ କଢ଼ା ଖଣ୍ତେ ପୋଡ଼ଖୁଣ୍ଟା ନୁହେଁ? 3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ । 4 ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ । ପୁଣି, ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। 5 ସେତେବେଳେ ମୁଁ କହିଲି, ଲୋକମାନେ ଏହାର ମସ୍ତକରେ ସୁନ୍ଦର ପାଗ ଦିଅନ୍ତୁ । ତହିଁରେ ସେମାନେ ତାଙ୍କ ମସ୍ତକରେ ସୁନ୍ଦର ପାଗ ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ । 6 ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ, 7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯେବେ ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ଯେବେ ତୁମ୍ଭେ ଆମ୍ଭର ରକ୍ଷଣୀୟ ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଅଧିକାର ଦେବା । 8 ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ; କାରଣ ସେମାନେ ଚିହ୍ନ ସ୍ଵରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା । 9 କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ; ଏକ ପ୍ରସ୍ତରର ଉପରେ ସାତ ଚକ୍ଷୁ ଅଛି; ଦେଖ, ତହିଁର ମୁଦ୍ରା ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା। 10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ନିମନ୍ତ୍ରଣ କରିବ ।
1 ଅନନ୍ତର ସଦାପ୍ରଭୁଙ୍କ ଦୂତ ସମ୍ମୁଖରେ ଠିଆ ହୋଇଥିବା ଯିହୋଶୂୟ ମହାଯାଜକଙ୍କୁ, ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ଵରେ ଠିଆ ହୋଇଥିବାର ଶୟତାନକୁ ସେ ମୋତେ ଦେଖାଇଲେ । .::. 2 ପୁଣି, ସଦାପ୍ରଭୁ ଶୟତାନକୁ କହିଲେ, ହେ ଶୟତାନ, ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ହଁ, ଯେ ଯିରୂଶାଲମକୁ ମନୋନୀତ କରିଅଛନ୍ତି, ସେ ସଦାପ୍ରଭୁ ତୁମ୍ଭକୁ ଧମକାଉନ୍ତୁ; ଏ କି ଅଗ୍ନିରୁ କଢ଼ା ଖଣ୍ତେ ପୋଡ଼ଖୁଣ୍ଟା ନୁହେଁ? .::. 3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ । .::. 4 ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ । ପୁଣି, ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। .::. 5 ସେତେବେଳେ ମୁଁ କହିଲି, ଲୋକମାନେ ଏହାର ମସ୍ତକରେ ସୁନ୍ଦର ପାଗ ଦିଅନ୍ତୁ । ତହିଁରେ ସେମାନେ ତାଙ୍କ ମସ୍ତକରେ ସୁନ୍ଦର ପାଗ ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ; ପୁଣି, ନିକଟରେ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ । .::. 6 ପୁଣି, ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଦୃଢ଼ ରୂପେ କହିଲେ, .::. 7 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି: ଯେବେ ତୁମ୍ଭେ ଆମ୍ଭ ପଥରେ ଚାଲିବ ଓ ଯେବେ ତୁମ୍ଭେ ଆମ୍ଭର ରକ୍ଷଣୀୟ ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ଭ ଗୃହର ବିଚାର କରିବ ଓ ଆମ୍ଭ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭକୁ ପ୍ରବେଶର ଅଧିକାର ଦେବା । .::. 8 ହେ ଯିହୋଶୂୟ ମହାଯାଜକ, ତୁମ୍ଭେ ଏବେ ଶୁଣ ଓ ତୁମ୍ଭ ସମ୍ମୁଖରେ ଉପବିଷ୍ଟ ତୁମ୍ଭର ସଙ୍ଗୀଗଣ ଶୁଣନ୍ତୁ; କାରଣ ସେମାନେ ଚିହ୍ନ ସ୍ଵରୂପ ଲୋକ ଅଟନ୍ତି; ଯେହେତୁ ଦେଖ, ଆମ୍ଭେ ଆପଣାର ଶାଖା ନାମକ ଦାସକୁ ଆଣିବା । .::. 9 କାରଣ, ଆମ୍ଭେ ଯିହୋଶୂୟ ସମ୍ମୁଖରେ ଯେଉଁ ପ୍ରସ୍ତର ସ୍ଥାପନ କରିଅଛୁ, ତାହା ଦେଖ; ଏକ ପ୍ରସ୍ତରର ଉପରେ ସାତ ଚକ୍ଷୁ ଅଛି; ଦେଖ, ତହିଁର ମୁଦ୍ରା ଆମ୍ଭେ ଖୋଦିବା, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି ଓ ଆମ୍ଭେ ଏକ ଦିନରେ ସେହି ଦେଶର ଅଧର୍ମ ଦୂର କରିବା। .::. 10 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଲୋକ ଆପଣା ଆପଣା ପ୍ରତିବାସୀକି ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ନିମନ୍ତ୍ରଣ କରିବ । .::.
  • ଯିଖରିୟ ଅଧ୍ୟାୟ 1  
  • ଯିଖରିୟ ଅଧ୍ୟାୟ 2  
  • ଯିଖରିୟ ଅଧ୍ୟାୟ 3  
  • ଯିଖରିୟ ଅଧ୍ୟାୟ 4  
  • ଯିଖରିୟ ଅଧ୍ୟାୟ 5  
  • ଯିଖରିୟ ଅଧ୍ୟାୟ 6  
  • ଯିଖରିୟ ଅଧ୍ୟାୟ 7  
  • ଯିଖରିୟ ଅଧ୍ୟାୟ 8  
  • ଯିଖରିୟ ଅଧ୍ୟାୟ 9  
  • ଯିଖରିୟ ଅଧ୍ୟାୟ 10  
  • ଯିଖରିୟ ଅଧ୍ୟାୟ 11  
  • ଯିଖରିୟ ଅଧ୍ୟାୟ 12  
  • ଯିଖରିୟ ଅଧ୍ୟାୟ 13  
  • ଯିଖରିୟ ଅଧ୍ୟାୟ 14  
×

Alert

×

Oriya Letters Keypad References