ଓଡିଆ ବାଇବଲ |
MOV
ORV
IRVOR
ଯାତ୍ରା ପୁସ୍ତକ
ଓଲ୍ଡ ଷ୍ଟେଟାମେଣ୍ଟ
ଆଦି ପୁସ୍ତକ
ଯାତ୍ରା ପୁସ୍ତକ
ଲେବୀୟ ପୁସ୍ତକ
ଗଣନା ପୁସ୍ତକ
ଦିତୀୟ ବିବରଣ
ଯିହୋଶୂୟ
ବିଚାରକର୍ତାମାନଙ୍କ ବିବରଣ
ରୂତର ବିବରଣ
ପ୍ରଥମ ଶାମୁୟେଲ
ଦିତୀୟ ଶାମୁୟେଲ
ପ୍ରଥମ ରାଜାବଳୀ
ଦିତୀୟ ରାଜାବଳୀ
ପ୍ରଥମ ବଂଶାବଳୀ
ଦିତୀୟ ବଂଶାବଳୀ
ଏଜ୍ରା
ନିହିମିୟା
ଏଷ୍ଟର ବିବରଣ
ଆୟୁବ ପୁସ୍ତକ
ଗୀତସଂହିତା
ହିତୋପଦେଶ
ଉପଦେଶକ
ପରମଗୀତ
ଯିଶାଇୟ
ଯିରିମିୟ
ଯିରିମିୟଙ୍କ ବିଳାପ
ଯିହିଜିକଲ
ଦାନିଏଲ
ହୋଶେୟ
ଯୋୟେଲ
ଆମୋଷ
ଓବଦିୟ
ଯୂନସ
ମୀଖା
ନାହୂମ
ହବକକୂକ
ସିଫନିୟ
ହଗୟ
ଯିଖରିୟ
ମଲାଖୀ
ନ୍ୟୁ ଷ୍ଟେଟାମେଣ୍ଟ
ମାଥିଉଲିଖିତ ସୁସମାଚାର
ମାର୍କଲିଖିତ ସୁସମାଚାର
ଲୂକଲିଖିତ ସୁସମାଚାର
ଯୋହନଲିଖିତ ସୁସମାଚାର
ରେରିତମାନଙ୍କ କାର୍ଯ୍ୟର ବିବରଣ
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍
ଫିଲୀମୋନଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ର
ଏବ୍ରୀମାନଙ୍କ ନିକଟକୁ ପତ୍ର
ଯାକୁବଙ୍କ ପତ୍
ପିତରଙ୍କ ପ୍ରଥମ ପତ୍
ପିତରଙ୍କ ଦିତୀୟ ପତ୍ର
ଯୋହନଙ୍କ ପ୍ରଥମ ପତ୍ର
ଯୋହନଙ୍କ ଦିତୀୟ ପତ୍
ଯୋହନଙ୍କ ତୃତୀୟ ପତ୍ର
ଯିହୂଦାଙ୍କ ପତ୍ର
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ
21
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
:
ରେକର୍ଡଗୁଡିକ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:18 (05 40 pm)
ଯାତ୍ରା ପୁସ୍ତକ 21:0 (05 40 pm)
Whatsapp
Instagram
Facebook
Linkedin
Pinterest
Tumblr
Reddit
ଯାତ୍ରା ପୁସ୍ତକ ଅଧ୍ୟାୟ 21
1
ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ । ଯଥା-
2
ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।
3
ଯେବେ ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ ।
4
ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ର-କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ ।
5
ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ
6
ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ଵରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ ।
7
ଆଉ କେହି ଯେବେ ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇ ଯିବ ନାହିଁ ।
8
ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯେବେ ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ-ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ ।
9
କିଅବା ଯେବେ ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟାବିଷୟକ ରୀତି ଅନୁସାରେ ବ୍ୟବହାର କରିବ ।
10
ଯେବେ ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟର ତ୍ରୁଟି କରିବ ନାହିଁ ।
11
ଯେବେ ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ । ହିଂସାତ୍ମକ କାର୍ଯ୍ୟ ସଂକ୍ରା; ବ୍ୟବସ୍ଥା
12
କେହି ଯେବେ କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ତ ହେବ।
13
ଯେବେ କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ଵରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ଵାରା ତାହାର ମୃତ୍ୟୁ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା ।
14
ମାତ୍ର ଯେବେ କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକି ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ତ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ ।
15
ପୁଣି ଯେ କେହି ଆପଣା ପିତା କି ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ ।
16
ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ,, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ ।
17
ଯେ କେହି ଆପଣା ପିତା କି ମାତାକୁ ଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ।
18
ଆଉ ଲୋକମାନେ ଏକ ଆରେକ ସହିତ ବିବାଦ କରୁ କରୁ ଏକଜଣ ଅନ୍ୟଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯେବେ ନ ମରି ଶଯ୍ୟାଗତ ହୁଏ
19
ଓ ପଶ୍ଚାତ୍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ ।
20
ଆଉ କେହି ଆପଣା ଦାସ ବା ଦାସୀକି ଯଷ୍ଟି ଦ୍ଵାରା ପ୍ରହାର କଲେ, ସେ ଯେବେ ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ତନୀୟ ହେବ ।
21
ମାତ୍ର ସେ ଯେବେ ଦୁଇ ଏକ ଦିନ ବଞ୍ଚେ, ତେବେ ସେ ଦଣ୍ତନୀୟ ହେବ ନାହିଁ; କାରଣ ସେ ତାହାର ରୂପା ସ୍ଵରୂପ।
22
ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକି ପ୍ରହାର କଲେ ଯେବେ ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ଵାମୀ ଯେରୂପ ଦାବୀ କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ତ ହେବ, ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ ।
23
ମାତ୍ର ଯେବେ କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ,
24
ଚକ୍ଷୁ ପରିଶୋଧରେ ଚକ୍ଷୁ, ଦ; ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ,
25
ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ତ ହେବ ।
26
ଆଉ କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯେବେ ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରି ଦେବ ।
27
ପୁଣି ଆଘାତ ଦ୍ଵାରା ଆପଣା ଦାସ କି ଦାସୀର ଦ; ଭଗ୍ନ କଲେ, ସେ ସେହି ଦ; ସକାଶେ ତାହାକୁ ମୁକ୍ତ କରି ଦେବ ।
28
ଆଉ, ଗୋରୁ କୌଣସି ପୁରୁଷ କି ସ୍ତ୍ରୀକି ବିନ୍ଧିଲେ ଯେବେ ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ, ପୁଣି ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ଵାମୀ ଦଣ୍ତଯୋଗ୍ୟ ହେବ ନାହିଁ ।
29
ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ଵାମୀକି ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ସେ ଯେବେ କୌଣସି ପୁରୁଷ କି ସ୍ତ୍ରୀକି ମାରି ପକାଏ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ; ପୁଣି ତାହାର ସ୍ଵାମୀର ମଧ୍ୟ ପ୍ରାଣଦଣ୍ତ ହେବ ।
30
ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ ।
31
ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ତିତ ହେବ ।
32
କାହାର ଗୋରୁ ଯେବେ କାହାର ଦାସ କି ଦାସୀକି ବିନ୍ଧେ, ତେବେ ସେ ତାହାର ପ୍ରଭୁକୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ ।
33
ଆଉ କେହି ଯେବେ କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ,
34
ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ଵାମୀକି ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ ।
35
ଆଉ ଏକଜଣର ଗୋରୁ ଅନ୍ୟଜଣର ଗୋରୁକୁ ବିନ୍ଧିଲେ ସେ ଯେବେ ମରେ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇଭାଗ କରିବେ; ପୁଣି ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ ।
36
ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯେବେ ତାʼର ସ୍ଵାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ ।
ଯାତ୍ରା ପୁସ୍ତକ 21
1. ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ । ଯଥା- 2. ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ। 3. ଯେବେ ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ । 4. ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ର-କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ । 5. ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ 6. ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ଵରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ । 7. ଆଉ କେହି ଯେବେ ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇ ଯିବ ନାହିଁ । 8. ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯେବେ ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ-ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ । 9. କିଅବା ଯେବେ ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟାବିଷୟକ ରୀତି ଅନୁସାରେ ବ୍ୟବହାର କରିବ । 10. ଯେବେ ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟର ତ୍ରୁଟି କରିବ ନାହିଁ । 11. ଯେବେ ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ । ହିଂସାତ୍ମକ କାର୍ଯ୍ୟ ସଂକ୍ରା; ବ୍ୟବସ୍ଥା 12. କେହି ଯେବେ କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ତ ହେବ। 13. ଯେବେ କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ଵରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ଵାରା ତାହାର ମୃତ୍ୟୁ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା । 14. ମାତ୍ର ଯେବେ କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକି ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ତ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ । 15. ପୁଣି ଯେ କେହି ଆପଣା ପିତା କି ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ । 16. ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ,, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ । 17. ଯେ କେହି ଆପଣା ପିତା କି ମାତାକୁ ଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ତ ହେବ। 18. ଆଉ ଲୋକମାନେ ଏକ ଆରେକ ସହିତ ବିବାଦ କରୁ କରୁ ଏକଜଣ ଅନ୍ୟଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯେବେ ନ ମରି ଶଯ୍ୟାଗତ ହୁଏ 19. ଓ ପଶ୍ଚାତ୍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ । 20. ଆଉ କେହି ଆପଣା ଦାସ ବା ଦାସୀକି ଯଷ୍ଟି ଦ୍ଵାରା ପ୍ରହାର କଲେ, ସେ ଯେବେ ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ତନୀୟ ହେବ । 21. ମାତ୍ର ସେ ଯେବେ ଦୁଇ ଏକ ଦିନ ବଞ୍ଚେ, ତେବେ ସେ ଦଣ୍ତନୀୟ ହେବ ନାହିଁ; କାରଣ ସେ ତାହାର ରୂପା ସ୍ଵରୂପ। 22. ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକି ପ୍ରହାର କଲେ ଯେବେ ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ଵାମୀ ଯେରୂପ ଦାବୀ କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ତ ହେବ, ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ । 23. ମାତ୍ର ଯେବେ କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ, 24. ଚକ୍ଷୁ ପରିଶୋଧରେ ଚକ୍ଷୁ, ଦ; ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ, 25. ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ତ ହେବ । 26. ଆଉ କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯେବେ ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରି ଦେବ । 27. ପୁଣି ଆଘାତ ଦ୍ଵାରା ଆପଣା ଦାସ କି ଦାସୀର ଦ; ଭଗ୍ନ କଲେ, ସେ ସେହି ଦ; ସକାଶେ ତାହାକୁ ମୁକ୍ତ କରି ଦେବ । 28. ଆଉ, ଗୋରୁ କୌଣସି ପୁରୁଷ କି ସ୍ତ୍ରୀକି ବିନ୍ଧିଲେ ଯେବେ ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ, ପୁଣି ତାହାର ମାଂସ ଅଖାଦ୍ୟ ହେବ; ମାତ୍ର ଗୋରୁର ସ୍ଵାମୀ ଦଣ୍ତଯୋଗ୍ୟ ହେବ ନାହିଁ । 29. ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ଵାମୀକି ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ସେ ଯେବେ କୌଣସି ପୁରୁଷ କି ସ୍ତ୍ରୀକି ମାରି ପକାଏ, ତେବେ ସେହି ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ; ପୁଣି ତାହାର ସ୍ଵାମୀର ମଧ୍ୟ ପ୍ରାଣଦଣ୍ତ ହେବ । 30. ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ । 31. ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ତିତ ହେବ । 32. କାହାର ଗୋରୁ ଯେବେ କାହାର ଦାସ କି ଦାସୀକି ବିନ୍ଧେ, ତେବେ ସେ ତାହାର ପ୍ରଭୁକୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ଵାରା ହତ ହେବ । 33. ଆଉ କେହି ଯେବେ କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ, 34. ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ଵାମୀକି ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ । 35. ଆଉ ଏକଜଣର ଗୋରୁ ଅନ୍ୟଜଣର ଗୋରୁକୁ ବିନ୍ଧିଲେ ସେ ଯେବେ ମରେ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇଭାଗ କରିବେ; ପୁଣି ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ । 36. ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯେବେ ତାʼର ସ୍ଵାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ ।
ଯାତ୍ରା ପୁସ୍ତକ ଅଧ୍ୟାୟ 1
ଯାତ୍ରା ପୁସ୍ତକ ଅଧ୍ୟାୟ 2
ଯାତ୍ରା ପୁସ୍ତକ ଅଧ୍ୟାୟ 3
ଯାତ୍ରା ପୁସ୍ତକ ଅଧ୍ୟାୟ 4
ଯାତ୍ରା ପୁସ୍ତକ ଅଧ୍ୟାୟ 5
ଯାତ୍ରା ପୁସ୍ତକ ଅଧ୍ୟାୟ 6
ଯାତ୍ରା ପୁସ୍ତକ ଅଧ୍ୟାୟ 7
ଯାତ୍ରା ପୁସ୍ତକ ଅଧ୍ୟାୟ 8
ଯାତ୍ରା ପୁସ୍ତକ ଅଧ୍ୟାୟ 9
ଯାତ୍ରା ପୁସ୍ତକ ଅଧ୍ୟାୟ 10
ଯାତ୍ରା ପୁସ୍ତକ ଅଧ୍ୟାୟ 11
ଯାତ୍ରା ପୁସ୍ତକ ଅଧ୍ୟାୟ 12
ଯାତ୍ରା ପୁସ୍ତକ ଅଧ୍ୟାୟ 13
ଯାତ୍ରା ପୁସ୍ତକ ଅଧ୍ୟାୟ 14
ଯାତ୍ରା ପୁସ୍ତକ ଅଧ୍ୟାୟ 15
ଯାତ୍ରା ପୁସ୍ତକ ଅଧ୍ୟାୟ 16
ଯାତ୍ରା ପୁସ୍ତକ ଅଧ୍ୟାୟ 17
ଯାତ୍ରା ପୁସ୍ତକ ଅଧ୍ୟାୟ 18
ଯାତ୍ରା ପୁସ୍ତକ ଅଧ୍ୟାୟ 19
ଯାତ୍ରା ପୁସ୍ତକ ଅଧ୍ୟାୟ 20
ଯାତ୍ରା ପୁସ୍ତକ ଅଧ୍ୟାୟ 21
ଯାତ୍ରା ପୁସ୍ତକ ଅଧ୍ୟାୟ 22
ଯାତ୍ରା ପୁସ୍ତକ ଅଧ୍ୟାୟ 23
ଯାତ୍ରା ପୁସ୍ତକ ଅଧ୍ୟାୟ 24
ଯାତ୍ରା ପୁସ୍ତକ ଅଧ୍ୟାୟ 25
ଯାତ୍ରା ପୁସ୍ତକ ଅଧ୍ୟାୟ 26
ଯାତ୍ରା ପୁସ୍ତକ ଅଧ୍ୟାୟ 27
ଯାତ୍ରା ପୁସ୍ତକ ଅଧ୍ୟାୟ 28
ଯାତ୍ରା ପୁସ୍ତକ ଅଧ୍ୟାୟ 29
ଯାତ୍ରା ପୁସ୍ତକ ଅଧ୍ୟାୟ 30
ଯାତ୍ରା ପୁସ୍ତକ ଅଧ୍ୟାୟ 31
ଯାତ୍ରା ପୁସ୍ତକ ଅଧ୍ୟାୟ 32
ଯାତ୍ରା ପୁସ୍ତକ ଅଧ୍ୟାୟ 33
ଯାତ୍ରା ପୁସ୍ତକ ଅଧ୍ୟାୟ 34
ଯାତ୍ରା ପୁସ୍ତକ ଅଧ୍ୟାୟ 35
ଯାତ୍ରା ପୁସ୍ତକ ଅଧ୍ୟାୟ 36
ଯାତ୍ରା ପୁସ୍ତକ ଅଧ୍ୟାୟ 37
ଯାତ୍ରା ପୁସ୍ତକ ଅଧ୍ୟାୟ 38
ଯାତ୍ରା ପୁସ୍ତକ ଅଧ୍ୟାୟ 39
ଯାତ୍ରା ପୁସ୍ତକ ଅଧ୍ୟାୟ 40
Common Bible Languages
English Bible
Hebrew Bible
Greek Bible
South Indian Languages
Tamil Bible
Malayalam Bible
Telugu Bible
Kannada Bible
West Indian Languages
Hindi Bible
Gujarati Bible
Punjabi Bible
Other Indian Languages
Urdu Bible
Bengali Bible
Oriya Bible
Marathi Bible
×
Alert
×
Oriya Letters Keypad References