ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ହିତୋପଦେଶ

ହିତୋପଦେଶ ଅଧ୍ୟାୟ 4

1 ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର । 2 ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ । 3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି । 4 ପିତା ମୋତେ ଶିକ୍ଷା ଦେଇ କହିଲେ, ତୁମ୍ଭ ମନ ମୋହର କଥା ରକ୍ଷା କରୁ, ମୋହର ଆଜ୍ଞାସବୁ ପାଳନ କରି ବଞ୍ଚ । 5 ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ । 6 ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ । 7 ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର । 8 ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ । 9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ । 10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ; ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ । 11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି । 12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ; ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ । 13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ି ଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ । 14 ପାପୀମାନଙ୍କ ପଥ ମଧ୍ୟରେ ପଶ ନାହିଁ ଏବଂ ଦୁଷ୍ଟଲୋକମାନଙ୍କ ବାଟରେ ଚାଲ ନାହିଁ । 15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; ତହିଁରୁ ବିମୁଖ ହୋଇ ଚାଲିଯାଅ । 16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ । 17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି; ପୁଣି ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି । 18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ । 19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ । 20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର; ମୋʼ ବାକ୍ୟରେ କର୍ଣ୍ଣ ଡେର । 21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯନି କରି ରଖ । 22 ଯେହେତୁ ତାହା ଯେଉଁମାନେ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ଵାସ୍ଥ୍ୟ ଅଟେ । 23 ତୁମ୍ଭ ହୃଦୟକୁ ଅତି ଯନିରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ । 24 ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ । 25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ । 26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ । 27 ଦକ୍ଷିଣ କି ବାମ ହାତରେ ଫେର ନାହିଁ, ତୁମ୍ଭ ପାଦ ମନ୍ଦଠାରୁ ଦୂର କର ।
1 ହେ ମୋହର ପୁତ୍ରଗଣ, ପିତାର ଉପଦେଶ ଶୁଣ ଓ ସୁବିବେଚନାଦାୟକ ଜ୍ଞାନରେ ମନୋଯୋଗ କର । .::. 2 ଯେହେତୁ ମୁଁ ତୁମ୍ଭମାନଙ୍କୁ ଉତ୍ତମ ଶିକ୍ଷା ଦେଉଅଛି, ମୋହର ଆଦେଶ ପରିତ୍ୟାଗ କର ନାହିଁ । .::. 3 ମୁଁ ଆପଣା ପିତାଙ୍କର ପୁଅଟିଏ ଥିଲି, ପୁଣି ମାତାଙ୍କ ଦୃଷ୍ଟିରେ କୋମଳ ଓ ଏକମାତ୍ର ପ୍ରିୟ ଥିଲି । .::. 4 ପିତା ମୋତେ ଶିକ୍ଷା ଦେଇ କହିଲେ, ତୁମ୍ଭ ମନ ମୋହର କଥା ରକ୍ଷା କରୁ, ମୋହର ଆଜ୍ଞାସବୁ ପାଳନ କରି ବଞ୍ଚ । .::. 5 ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ କର, ତାହା ଭୁଲ ନାହିଁ; ପୁଣି, ମୋʼ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ । .::. 6 ତାକୁ ପରିତ୍ୟାଗ କର ନାହିଁ; ତହିଁରେ ସେ ତୁମ୍ଭକୁ ପାଳନ କରିବ; ତାକୁ ସ୍ନେହ କର, ତହିଁରେ ସେ ତୁମ୍ଭକୁ ରକ୍ଷା କରିବ । .::. 7 ଜ୍ଞାନ ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର; ପୁଣି, ତୁମ୍ଭର ସବୁ ଲାଭ ମଧ୍ୟରେ ସୁବିବେଚନା ଲାଭ କର । .::. 8 ତାହାକୁ ଶିରୋଧାର୍ଯ୍ୟ କର, ତହିଁରେ ସେ ତୁମ୍ଭକୁ ଉନ୍ନତ କରିବ; ତାହାକୁ ଆଲିଙ୍ଗନ କଲେ, ସେ ତୁମ୍ଭକୁ ସମ୍ଭ୍ରାନ୍ତ କରିବ । .::. 9 ସେ ତୁମ୍ଭ ମସ୍ତକରେ ଅନୁଗ୍ରହରୂପ ଭୂଷଣ ଦେବ; ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ । .::. 10 ହେ ମୋହର ପୁତ୍ର, ଶୁଣ, ମୋʼ କଥା ଘେନ; ତହିଁରେ ତୁମ୍ଭ ଆୟୁର ବର୍ଷ ବହୁତ ହେବ । .::. 11 ମୁଁ ତୁମ୍ଭକୁ ଜ୍ଞାନର ମାର୍ଗରେ ଶିକ୍ଷା ଦେଇଅଛି, ମୁଁ ସାଧୁତାର ପଥରେ ତୁମ୍ଭକୁ କଢ଼ାଇଅଛି । .::. 12 ତୁମ୍ଭେ ଗମନ କରିବା ବେଳେ ତୁମ୍ଭର ପାଦ ସଙ୍କୁଚିତ ହେବ ନାହିଁ; ପୁଣି, ଦୌଡ଼ିବା ବେଳେ ତୁମ୍ଭେ ଝୁଣ୍ଟିବ ନାହିଁ । .::. 13 ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ି ଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ । .::. 14 ପାପୀମାନଙ୍କ ପଥ ମଧ୍ୟରେ ପଶ ନାହିଁ ଏବଂ ଦୁଷ୍ଟଲୋକମାନଙ୍କ ବାଟରେ ଚାଲ ନାହିଁ । .::. 15 ତାହା ପରିତ୍ୟାଗ କର, ତହିଁର ନିକଟ ଦେଇ ଯାଅ ନାହିଁ; ତହିଁରୁ ବିମୁଖ ହୋଇ ଚାଲିଯାଅ । .::. 16 ଯେହେତୁ କୁକ୍ରିୟା ନ କଲେ ସେମାନେ ଶୟନ କରନ୍ତି ନାହିଁ, ପୁଣି କାହାକୁ ପତିତ ନ କରାଇଲେ ସେମାନଙ୍କ ନିଦ୍ରା ଭାଙ୍ଗିଯାଏ । .::. 17 ଯେହେତୁ ସେମାନେ ଦୁଷ୍ଟତାରୂପ ଅନ୍ନ ଭକ୍ଷଣ କରନ୍ତି; ପୁଣି ଦୌରାତ୍ମ୍ୟରୂପ ଦ୍ରାକ୍ଷାରସ ପାନ କରନ୍ତି । .::. 18 ମାତ୍ର ଧାର୍ମିକମାନଙ୍କ ପଥ ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ । .::. 19 ପୁଣି, ଦୁଷ୍ଟମାନଙ୍କର ବାଟ ଅନ୍ଧକାର ତୁଲ୍ୟ; ସେମାନେ କାହିଁରେ ଝୁଣ୍ଟି ପଡ଼ନ୍ତି, ତାହା ଜାଣନ୍ତି ନାହିଁ । .::. 20 ହେ ମୋହର ପୁତ୍ର, ମୋʼ କଥାରେ ମନୋଯୋଗ କର; ମୋʼ ବାକ୍ୟରେ କର୍ଣ୍ଣ ଡେର । .::. 21 ତାହାସବୁ ତୁମ୍ଭ ଚକ୍ଷୁରୁ ନ ଯାଉ; ତାହାସବୁ ତୁମ୍ଭ ହୃଦୟ ମଧ୍ୟରେ ଯନି କରି ରଖ । .::. 22 ଯେହେତୁ ତାହା ଯେଉଁମାନେ ପାଆନ୍ତି, ସେମାନଙ୍କ ପ୍ରତି ତାହା ଜୀବନ ଓ ସର୍ବାଙ୍ଗର ସ୍ଵାସ୍ଥ୍ୟ ଅଟେ । .::. 23 ତୁମ୍ଭ ହୃଦୟକୁ ଅତି ଯନିରେ ରଖ; ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମେ । .::. 24 ଆପଣାଠାରୁ କୁଟିଳ ମୁଖ ଦୂର କର ଓ ବକ୍ର ଓଷ୍ଠାଧର ବହୁ ଦୂରରେ ରଖ । .::. 25 ତୁମ୍ଭ ଚକ୍ଷୁ ଆଗକୁ ଦୃଷ୍ଟି କରୁ ଓ ତୁମ୍ଭ ଚକ୍ଷୁର ପତା ତୁମ୍ଭ ସମ୍ମୁଖରେ ସଳଖ ଅନାଉ । .::. 26 ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ । .::. 27 ଦକ୍ଷିଣ କି ବାମ ହାତରେ ଫେର ନାହିଁ, ତୁମ୍ଭ ପାଦ ମନ୍ଦଠାରୁ ଦୂର କର । .::.
  • ହିତୋପଦେଶ ଅଧ୍ୟାୟ 1  
  • ହିତୋପଦେଶ ଅଧ୍ୟାୟ 2  
  • ହିତୋପଦେଶ ଅଧ୍ୟାୟ 3  
  • ହିତୋପଦେଶ ଅଧ୍ୟାୟ 4  
  • ହିତୋପଦେଶ ଅଧ୍ୟାୟ 5  
  • ହିତୋପଦେଶ ଅଧ୍ୟାୟ 6  
  • ହିତୋପଦେଶ ଅଧ୍ୟାୟ 7  
  • ହିତୋପଦେଶ ଅଧ୍ୟାୟ 8  
  • ହିତୋପଦେଶ ଅଧ୍ୟାୟ 9  
  • ହିତୋପଦେଶ ଅଧ୍ୟାୟ 10  
  • ହିତୋପଦେଶ ଅଧ୍ୟାୟ 11  
  • ହିତୋପଦେଶ ଅଧ୍ୟାୟ 12  
  • ହିତୋପଦେଶ ଅଧ୍ୟାୟ 13  
  • ହିତୋପଦେଶ ଅଧ୍ୟାୟ 14  
  • ହିତୋପଦେଶ ଅଧ୍ୟାୟ 15  
  • ହିତୋପଦେଶ ଅଧ୍ୟାୟ 16  
  • ହିତୋପଦେଶ ଅଧ୍ୟାୟ 17  
  • ହିତୋପଦେଶ ଅଧ୍ୟାୟ 18  
  • ହିତୋପଦେଶ ଅଧ୍ୟାୟ 19  
  • ହିତୋପଦେଶ ଅଧ୍ୟାୟ 20  
  • ହିତୋପଦେଶ ଅଧ୍ୟାୟ 21  
  • ହିତୋପଦେଶ ଅଧ୍ୟାୟ 22  
  • ହିତୋପଦେଶ ଅଧ୍ୟାୟ 23  
  • ହିତୋପଦେଶ ଅଧ୍ୟାୟ 24  
  • ହିତୋପଦେଶ ଅଧ୍ୟାୟ 25  
  • ହିତୋପଦେଶ ଅଧ୍ୟାୟ 26  
  • ହିତୋପଦେଶ ଅଧ୍ୟାୟ 27  
  • ହିତୋପଦେଶ ଅଧ୍ୟାୟ 28  
  • ହିତୋପଦେଶ ଅଧ୍ୟାୟ 29  
  • ହିତୋପଦେଶ ଅଧ୍ୟାୟ 30  
  • ହିତୋପଦେଶ ଅଧ୍ୟାୟ 31  
×

Alert

×

Oriya Letters Keypad References