ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଲୂକଲିଖିତ ସୁସମାଚାର

ଲୂକଲିଖିତ ସୁସମାଚାର ଅଧ୍ୟାୟ 21

1 ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ । 2 ଆଉ, ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇ କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ, 3 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, 4 କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା । 5 ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ, 6 ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ । 7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ? 8 ସେଥିରେ ସେ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକେ ମୋʼ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ । 9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ଏହିସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ତତ୍କ୍ଷଣାତ୍ ଯୁଗା; ହେବ ନାହିଁ । 10 ତତ୍ପରେ ସେ ସେମାନଙ୍କୁ କହିଲେ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, 11 ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି ଆକାଶମଣ୍ତଳରେ ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ଦେଖାଯିବ । 12 କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ; 13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । 14 ଅତଏବ, କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; 15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ମୁଖ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । 16 କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ଵାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକାହାରିକି ବଧ କରିବେ, 17 ପୁଣି ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ । 18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; 19 ଧୈର୍ଯ୍ୟ ଦ୍ଵାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ । 20 କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତଙ୍କ ଦ୍ଵାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହା ଉତ୍ସନ୍ନ ହେବା ଯେ ସନ୍ନିକଟ, ଏହା ଜାଣ । 21 ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ପଲ୍ଲୀଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ; 22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ତର ସମୟ ଅଟେ । 23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ, 24 ଆଉ ସେମାନେ ଖଡ଼୍‍ଗଧାରରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ, ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦ ଦଳିତ ହୋଇ ରହିବ । 25 ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ, ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ, 26 ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ । 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହା ପରାକ୍ରମ ଓ ମହା ମହିମା ସହ ମେଘରେ ଆଗମନ କରିବା ଦେଖିବେ । 28 କିନ୍ତୁ ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ । 29 ଆଉ, ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡ଼ିମିରି, ପୁଣି ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର; 30 ଯେତେବେଳେ ସେଗୁଡ଼ିକ ପଲ୍ଳବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ; 31 ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ । 32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । 33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । 34 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ଵନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହିଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ; 35 କାରଣ ତାହା ଫାନ୍ଦ ସ୍ଵରୂପେ ସମଗ୍ର ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଆସିବ । 36 କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ । 37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି ପ୍ରତି ରାତ୍ର ବାହାରିଯାଇ ଜୀତ ପର୍ବତରେ ରହୁଥିଲେ । 38 ଆଉ, ସମସ୍ତ ଲୋକ ମନ୍ଦିରରେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ପ୍ରଭାତରେ ତାହାଙ୍କ ନିକଟକୁ ଆସୁଥିଲେ ।
1 ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ । .::. 2 ଆଉ, ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇ କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ, .::. 3 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି, .::. 4 କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା । .::. 5 ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ, .::. 6 ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ । .::. 7 ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ? .::. 8 ସେଥିରେ ସେ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକେ ମୋʼ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ । .::. 9 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ଏହିସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ତତ୍କ୍ଷଣାତ୍ ଯୁଗା; ହେବ ନାହିଁ । .::. 10 ତତ୍ପରେ ସେ ସେମାନଙ୍କୁ କହିଲେ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, .::. 11 ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି ଆକାଶମଣ୍ତଳରେ ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ଦେଖାଯିବ । .::. 12 କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ; .::. 13 ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ । .::. 14 ଅତଏବ, କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର; .::. 15 କାରଣ ମୁଁ ତୁମ୍ଭମାନଙ୍କୁ ଏପରି ମୁଖ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ । .::. 16 କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ଵାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକାହାରିକି ବଧ କରିବେ, .::. 17 ପୁଣି ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ । .::. 18 କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ; .::. 19 ଧୈର୍ଯ୍ୟ ଦ୍ଵାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ । .::. 20 କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତଙ୍କ ଦ୍ଵାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହା ଉତ୍ସନ୍ନ ହେବା ଯେ ସନ୍ନିକଟ, ଏହା ଜାଣ । .::. 21 ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ପଲ୍ଲୀଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ; .::. 22 କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ତର ସମୟ ଅଟେ । .::. 23 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ, .::. 24 ଆଉ ସେମାନେ ଖଡ଼୍‍ଗଧାରରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ, ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦ ଦଳିତ ହୋଇ ରହିବ । .::. 25 ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ, ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ, .::. 26 ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ । .::. 27 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହା ପରାକ୍ରମ ଓ ମହା ମହିମା ସହ ମେଘରେ ଆଗମନ କରିବା ଦେଖିବେ । .::. 28 କିନ୍ତୁ ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ । .::. 29 ଆଉ, ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡ଼ିମିରି, ପୁଣି ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର; .::. 30 ଯେତେବେଳେ ସେଗୁଡ଼ିକ ପଲ୍ଳବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ; .::. 31 ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ । .::. 32 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ । .::. 33 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ । .::. 34 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ଵନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହିଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ; .::. 35 କାରଣ ତାହା ଫାନ୍ଦ ସ୍ଵରୂପେ ସମଗ୍ର ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଆସିବ । .::. 36 କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ । .::. 37 ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି ପ୍ରତି ରାତ୍ର ବାହାରିଯାଇ ଜୀତ ପର୍ବତରେ ରହୁଥିଲେ । .::. 38 ଆଉ, ସମସ୍ତ ଲୋକ ମନ୍ଦିରରେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ପ୍ରଭାତରେ ତାହାଙ୍କ ନିକଟକୁ ଆସୁଥିଲେ । .::.
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 1  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 2  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 3  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 4  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 5  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 6  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 7  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 8  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 9  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 10  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 11  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 12  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 13  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 14  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 15  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 16  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 17  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 18  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 19  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 20  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 21  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 22  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 23  
  • ଲୂକଲିଖିତ ସୁସମାଚାର ଅଧ୍ୟାୟ 24  
×

Alert

×

Oriya Letters Keypad References