ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆମୋଷ

ଆମୋଷ ଅଧ୍ୟାୟ 7

1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପଶ୍ଚାତ୍ ଉତ୍ପନ୍ନ ତୃଣ ଅଙ୍କୁରିବାର ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ପଶ୍ଚାତର ତୃଣ ବଢ଼ୁଥିଲା । 2 ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର! ଯାକୁବ କିରୂପେ ଠିଆ ହେବ? କାରଣ ସେ ସାନ । 3 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; ଏହା ହେବ ନାହିଁ, ଏହା ସଦାପ୍ରଭୁ କହନ୍ତି । 4 ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ଵାରା ବିବାଦ କରିବା ପାଇଁ ଆହ୍ଵାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥାʼନ୍ତା । 5 ଏପରି ସମୟରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷା; ହୁଅ; ଯାକୁବ କିରୂପେ ଠିଆ ହେବ? କାରଣ ସେ ସାନ । 6 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; ତାହା ମଧ୍ୟ ହେବ ନାହିଁ, ପ୍ରଭୁ ସଦାପ୍ରଭୁ ଏହା କହନ୍ତି । 7 ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ଵାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ । 8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ଗୋଟିଏ ଓଳମ । ତେବେ ପ୍ରଭୁ କହିଲେ, ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲର ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ; 9 ପୁଣି, ଇସ୍‍ହାକର ଉଚ୍ଚସ୍ଥଳୀସକଳ ଧ୍ଵଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ଉତ୍ସନ୍ନ ହେବ; ଆଉ ଆମ୍ଭେ ଖଡ଼୍‍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା । 10 ଯେତେବେଳେ ବୈଥେଲ୍ର ଯାଜକ ଅମତ୍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, ଇସ୍ରାଏଲ-ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରା; କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ । 11 କାରଣ ଆମୋଷ ଏରୂପ କହୁଅଛନ୍ତି, ଯାରବୀୟାମ ଖଡ଼୍‍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ । 12 ଆହୁରି, ଅମତ୍ସୀୟ ଆମୋଷଙ୍କୁ କହିଲା, ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର; 13 ମାତ୍ର ବୈଥେଲ୍ରେ ପୁନର୍ବାର ଆଉ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ କାରଣ ତାହା ରାଜାଙ୍କର ଧର୍ମଧାମ ଓ ତାହା ରାଜକୀୟ ଗୃହ ଅଟେ । 14 ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟକୁ କହିଲେ, ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାର ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲିନ୍ତ 15 ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର । 16 ଏହେତୁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ତୁମ୍ଭେ କହୁଅଛ, ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍‍ହାକ-ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ: ଣ ଯିହି. ୨୧:୨ 17 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ଼୍‍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ରଜ୍ଜୁ ଦ୍ଵାରା ବିଭାଗ କରାଯିବ; ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ ।
1 ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପଶ୍ଚାତ୍ ଉତ୍ପନ୍ନ ତୃଣ ଅଙ୍କୁରିବାର ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ପଶ୍ଚାତର ତୃଣ ବଢ଼ୁଥିଲା । .::. 2 ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର! ଯାକୁବ କିରୂପେ ଠିଆ ହେବ? କାରଣ ସେ ସାନ । .::. 3 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; ଏହା ହେବ ନାହିଁ, ଏହା ସଦାପ୍ରଭୁ କହନ୍ତି । .::. 4 ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ଵାରା ବିବାଦ କରିବା ପାଇଁ ଆହ୍ଵାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥାʼନ୍ତା । .::. 5 ଏପରି ସମୟରେ ମୁଁ କହିଲି, ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷା; ହୁଅ; ଯାକୁବ କିରୂପେ ଠିଆ ହେବ? କାରଣ ସେ ସାନ । .::. 6 ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; ତାହା ମଧ୍ୟ ହେବ ନାହିଁ, ପ୍ରଭୁ ସଦାପ୍ରଭୁ ଏହା କହନ୍ତି । .::. 7 ସେ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ପ୍ରଭୁ ଆପଣା ହସ୍ତରେ ଓଳମ ଘେନି ଓଳମ ଦ୍ଵାରା ନିର୍ମିତ ଏକ କାନ୍ଥ ନିକଟରେ ଠିଆ ହେଲେ । .::. 8 ପୁଣି, ସଦାପ୍ରଭୁ ମୋତେ ପଚାରିଲେ, ହେ ଆମୋଷ, ତୁମ୍ଭେ କଅଣ ଦେଖୁଅଛ? ତହିଁରେ ମୁଁ କହିଲି, ଗୋଟିଏ ଓଳମ । ତେବେ ପ୍ରଭୁ କହିଲେ, ଦେଖ, ଆମ୍ଭେ ଆପଣା ଲୋକ ଇସ୍ରାଏଲର ମଧ୍ୟରେ ଓଳମ ପକାଇବା; ଆମ୍ଭେ ପୁନର୍ବାର ଆଉ ସେମାନଙ୍କୁ ଛାଡ଼ି ଯିବା ନାହିଁ; .::. 9 ପୁଣି, ଇସ୍‍ହାକର ଉଚ୍ଚସ୍ଥଳୀସକଳ ଧ୍ଵଂସିତ ହେବ ଓ ଇସ୍ରାଏଲର ଧର୍ମଧାମସକଳ ଉତ୍ସନ୍ନ ହେବ; ଆଉ ଆମ୍ଭେ ଖଡ଼୍‍ଗ ଘେନି ଯାରବୀୟାମର ବଂଶ ବିରୁଦ୍ଧରେ ଉଠିବା । .::. 10 ଯେତେବେଳେ ବୈଥେଲ୍ର ଯାଜକ ଅମତ୍ସୀୟ ଇସ୍ରାଏଲର ରାଜା ଯାରବୀୟାମଙ୍କ ନିକଟକୁ ଏହି କଥା କହି ପଠାଇଲା, ଇସ୍ରାଏଲ-ବଂଶ ମଧ୍ୟରେ ଆମୋଷ ଆପଣଙ୍କ ବିରୁଦ୍ଧରେ ଚକ୍ରା; କରିଅଛନ୍ତି; ଦେଶ ତାଙ୍କର ବାକ୍ୟସବୁ ସହି ପାରୁ ନାହିଁ । .::. 11 କାରଣ ଆମୋଷ ଏରୂପ କହୁଅଛନ୍ତି, ଯାରବୀୟାମ ଖଡ଼୍‍ଗରେ ହତ ହେବ ଓ ଇସ୍ରାଏଲ ନିଶ୍ଚୟ ଆପଣା ନିଜ ଦେଶରୁ ନିର୍ବାସିତ ହେବ । .::. 12 ଆହୁରି, ଅମତ୍ସୀୟ ଆମୋଷଙ୍କୁ କହିଲା, ହେ ଦର୍ଶକ, ତୁମ୍ଭେ ଯାଅ, ଯିହୁଦା ଦେଶକୁ ପଳାଅ, ସେଠାରେ ଭୋଜନ କର ଓ ସେଠାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର; .::. 13 ମାତ୍ର ବୈଥେଲ୍ରେ ପୁନର୍ବାର ଆଉ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ କାରଣ ତାହା ରାଜାଙ୍କର ଧର୍ମଧାମ ଓ ତାହା ରାଜକୀୟ ଗୃହ ଅଟେ । .::. 14 ତହିଁରେ ଆମୋଷ ଉତ୍ତର କରି ଅମତ୍ସୀୟକୁ କହିଲେ, ମୁଁ ଭବିଷ୍ୟଦ୍ବକ୍ତା ନ ଥିଲି, କିଅବା କୌଣସି ଭବିଷ୍ୟଦ୍ବକ୍ତାର ପୁତ୍ର ନ ଥିଲି; ମାତ୍ର ମୁଁ ଗୋପାଳକ ଓ ଡିମିରି ବୃକ୍ଷର କୃଷକ ଥିଲିନ୍ତ .::. 15 ପୁଣି, ସଦାପ୍ରଭୁ ପଲର ପଶ୍ଚାଦ୍ଗମନରୁ ମୋତେ ନେଲେ ଓ ସଦାପ୍ରଭୁ ମୋତେ କହିଲେ, ଯାଅ, ଆମ୍ଭର ଇସ୍ରାଏଲ ଲୋକ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର । .::. 16 ଏହେତୁ ଏବେ ତୁମ୍ଭେ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ତୁମ୍ଭେ କହୁଅଛ, ଇସ୍ରାଏଲ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କର ନାହିଁ ଓ ଇସ୍‍ହାକ-ବଂଶ ବିରୁଦ୍ଧରେ ତୁମ୍ଭର ବାକ୍ୟ ବର୍ଷାଅ ନାହିଁ: ଣ ଯିହି. ୨୧:୨ .::. 17 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭର ଭାର୍ଯ୍ୟା ନଗର ମଧ୍ୟରେ ବେଶ୍ୟା ହେବ ଓ ତୁମ୍ଭର ପୁତ୍ର କନ୍ୟାଗଣ ଖଡ଼୍‍ଗରେ ପତିତ ହେବେ, ଆଉ ତୁମ୍ଭର ଭୂମି ପରିମାପକ ରଜ୍ଜୁ ଦ୍ଵାରା ବିଭାଗ କରାଯିବ; ପୁଣି, ତୁମ୍ଭେ ନିଜେ ଅଶୁଚି ଦେଶରେ ମରିବ, ଆଉ ଇସ୍ରାଏଲ ନିଶ୍ଚୟ ଆପଣା ଦେଶରୁ ନିର୍ବାସିତ ହେବ । .::.
  • ଆମୋଷ ଅଧ୍ୟାୟ 1  
  • ଆମୋଷ ଅଧ୍ୟାୟ 2  
  • ଆମୋଷ ଅଧ୍ୟାୟ 3  
  • ଆମୋଷ ଅଧ୍ୟାୟ 4  
  • ଆମୋଷ ଅଧ୍ୟାୟ 5  
  • ଆମୋଷ ଅଧ୍ୟାୟ 6  
  • ଆମୋଷ ଅଧ୍ୟାୟ 7  
  • ଆମୋଷ ଅଧ୍ୟାୟ 8  
  • ଆମୋଷ ଅଧ୍ୟାୟ 9  
×

Alert

×

Oriya Letters Keypad References