ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ଅଧ୍ୟାୟ 1

1 ପାଉଲ, ସିଲ୍ଵାନ୍ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ତଳୀ ନିକଟକୁ ପତ୍ର ଲେଖୁଅଛନ୍ତି; 2 ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ । 3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ଵାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କ୍ଲେଶ ଭୋଗ କରୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ଵାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ଵରଙ୍କ ମଣ୍ତଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଦର୍ପ କରିଥାଉ । 5 ଈଶ୍ଵରଙ୍କ ଯେଉଁ ରାଜ୍ୟନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗ କରୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ଵରଙ୍କ ଯଥାର୍ଥ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, 6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ପ୍ରଜ୍ଜ୍ଵଳିତ ଅଗ୍ନି ସହ ସ୍ଵର୍ଗରୁ ପ୍ରକାଶିତ ହେବେ, 7 ସେତେବେଳେ ତୁମ୍ଭମାନଙ୍କୁ କ୍ଳେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ସ୍ଵରୂପେ କ୍ଳେଶ ଦେବା ଓ କ୍ଳେଶ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ଵରଙ୍କ ପକ୍ଷରେ ନ୍ୟାୟର ବିଷୟ; 8 ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ତ ଦେବେ, 9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ଵାରା ଗୌରବାନ୍ଵିତ ହେବାକୁ ଓ ବିଶ୍ଵାସ କରିଥିବା ଲୋକ ସମସ୍ତଙ୍କ ଦ୍ଵାରା ଚମତ୍କାରର ଦୃଶ୍ୟ ସ୍ଵରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ଵାସ କରିଅଛ), 10 ସେହିଦିନ ସେମାନେ ଦଣ୍ତ ପାଇବେ, ଅର୍ଥାତ୍, ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରୀକୃତ ହୋଇ ଅନ; ବିନାଶ ଭୋଗ କରିବେ । 11 ଏଣୁ ଆମ୍ଭମାନଙ୍କ ଈଶ୍ଵର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ଵାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ସତ୍କାମନା ଓ ବିଶ୍ଵାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; 12 ତାହାହେଲେ ଆମ୍ଭମାନଙ୍କ ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ଵିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ଵିତ ହେବ ।
1 ପାଉଲ, ସିଲ୍ଵାନ୍ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ତଳୀ ନିକଟକୁ ପତ୍ର ଲେଖୁଅଛନ୍ତି; .::. 2 ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ । .::. 3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ଵରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ଵାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, .::. 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କ୍ଲେଶ ଭୋଗ କରୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ଵାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ଵରଙ୍କ ମଣ୍ତଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଦର୍ପ କରିଥାଉ । .::. 5 ଈଶ୍ଵରଙ୍କ ଯେଉଁ ରାଜ୍ୟନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗ କରୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ଵରଙ୍କ ଯଥାର୍ଥ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, .::. 6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ପ୍ରଜ୍ଜ୍ଵଳିତ ଅଗ୍ନି ସହ ସ୍ଵର୍ଗରୁ ପ୍ରକାଶିତ ହେବେ, .::. 7 ସେତେବେଳେ ତୁମ୍ଭମାନଙ୍କୁ କ୍ଳେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ସ୍ଵରୂପେ କ୍ଳେଶ ଦେବା ଓ କ୍ଳେଶ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ଵରଙ୍କ ପକ୍ଷରେ ନ୍ୟାୟର ବିଷୟ; .::. 8 ଯେଉଁମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ତ ଦେବେ, .::. 9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ଵାରା ଗୌରବାନ୍ଵିତ ହେବାକୁ ଓ ବିଶ୍ଵାସ କରିଥିବା ଲୋକ ସମସ୍ତଙ୍କ ଦ୍ଵାରା ଚମତ୍କାରର ଦୃଶ୍ୟ ସ୍ଵରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ଵାସ କରିଅଛ), .::. 10 ସେହିଦିନ ସେମାନେ ଦଣ୍ତ ପାଇବେ, ଅର୍ଥାତ୍, ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରୀକୃତ ହୋଇ ଅନ; ବିନାଶ ଭୋଗ କରିବେ । .::. 11 ଏଣୁ ଆମ୍ଭମାନଙ୍କ ଈଶ୍ଵର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ଵାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ସତ୍କାମନା ଓ ବିଶ୍ଵାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; .::. 12 ତାହାହେଲେ ଆମ୍ଭମାନଙ୍କ ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ଵିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ଵିତ ହେବ । .::.
  • ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ଅଧ୍ୟାୟ 1  
  • ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ଅଧ୍ୟାୟ 2  
  • ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ ଅଧ୍ୟାୟ 3  
×

Alert

×

Oriya Letters Keypad References