ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ପ୍ରଥମ ଶାମୁୟେଲ

ପ୍ରଥମ ଶାମୁୟେଲ ଅଧ୍ୟାୟ 16

1 ଅନନ୍ତର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇ ଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା; କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ । 2 ତହିଁରେ ଶାମୁୟେଲ କହିଲେ, ମୁଁ କିରୂପେ ଯାଇ ପାରିବି? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ । ଆଉ ସଦାପ୍ରଭୁ କହିଲେ, ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ । 3 ପୁଣି ଯିଶୀକି ସେ ବଳିଦାନ ପାଇଁ ନିମନ୍ତ୍ରଣ କର, ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; ପୁଣି ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ । 4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥ୍ଲିହିମ୍ରେ ଉପସ୍ଥିତ ହେଲେ । ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, ଆପଣଙ୍କ ଆଗମନ କୁଶଳ? 5 ସେ କହିଲେ, କୁଶଳ; ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି; ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର, ପୁଣି ମୋʼ ସଙ୍ଗେ ବଳିଦାନ କରିବାକୁ ଆସ । ଏଉତ୍ତାରେ ସେ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ । 6 ପୁଣି ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ ପ୍ରତି ଦୃଷ୍ଟି କରି କହିଲେ, ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ । 7 ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି । 8 ଏଉତ୍ତାରେ ଯିଶୀ ଅବିନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା । ତହିଁରେ ଶାମୁୟେଲ କହିଲେ, ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି । 9 ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି । 10 ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକି କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି । 11 ଏଉତ୍ତାରେ ଶାମୁୟେଲ ଯିଶୀକି କହିଲେ, ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି? ସେ କହିଲା, କେବଳ କନିଷ୍ଠଟି ବାକୀ ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି । ତହିଁରେ ଶାମୁୟେଲ ଯିଶୀକି କହିଲେ, ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ । 12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା । ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର । ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ । 13 ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରା; କଲେ । ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ । 14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ-ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା । 15 ଏଉତ୍ତାରେ ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ପରମେଶ୍ଵରଙ୍କଠାରୁ ଏକ ମନ୍ଦ-ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି । 16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ଵେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ଵରଙ୍କଠାରୁ ସେହି ମନ୍ଦ-ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ । 17 ତହୁଁ ଶାଉଲ ଆପଣା ଦାସମାନଙ୍କୁ କହିଲେ, ଆଚ୍ଛା, ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼ ନିକଟକୁ ଆଣ । 18 ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲାନ୍ତଣଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। 19 ଏହେତୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, ତୁମ୍ଭର ପୁତ୍ର ଦାଉଦ, ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋʼ ନିକଟକୁ ପଠାଇଦିଅ । 20 ତହିଁରେ ଯିଶୀ ରୋଟୀରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା । 21 ତହୁଁ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ; ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ । 22 ଏଉତ୍ତାରେ ଶାଉଲ ଯିଶୀକି କହି ପଠାଇଲେ, ବିନୟ କରୁଅଛି, ଦାଉଦକୁ ମୋʼ ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛି । 23 ଏଣୁ ପରମେଶ୍ଵରଙ୍କଠାରୁ ସେହି ମନ୍ଦ-ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି; ତହିଁରେ ଶାଉଲ ଆଶ୍ଵାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି ମନ୍ଦ-ଆତ୍ମା ତାଙ୍କୁ ଛାଡ଼ିଯାଏ ।
1 ଅନନ୍ତର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇ ଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା; କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ । .::. 2 ତହିଁରେ ଶାମୁୟେଲ କହିଲେ, ମୁଁ କିରୂପେ ଯାଇ ପାରିବି? ଶାଉଲ ଏହା ଶୁଣିଲେ ମୋତେ ବଧ କରିବେ । ଆଉ ସଦାପ୍ରଭୁ କହିଲେ, ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ । .::. 3 ପୁଣି ଯିଶୀକି ସେ ବଳିଦାନ ପାଇଁ ନିମନ୍ତ୍ରଣ କର, ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ, ତାହା ଆମ୍ଭେ ତୁମ୍ଭକୁ ଜଣାଇବା; ପୁଣି ଆମ୍ଭେ ଯାହାକୁ କହିବା, ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ । .::. 4 ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବେଥ୍ଲିହିମ୍ରେ ଉପସ୍ଥିତ ହେଲେ । ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, ଆପଣଙ୍କ ଆଗମନ କୁଶଳ? .::. 5 ସେ କହିଲେ, କୁଶଳ; ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି; ତୁମ୍ଭେମାନେ ଆପଣାମାନଙ୍କୁ ପବିତ୍ର କର, ପୁଣି ମୋʼ ସଙ୍ଗେ ବଳିଦାନ କରିବାକୁ ଆସ । ଏଉତ୍ତାରେ ସେ ଯିଶୀକି ଓ ତାହାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ । .::. 6 ପୁଣି ସେମାନେ ଆସିଲା ଉତ୍ତାରେ ସେ ଇଲୀୟାବ ପ୍ରତି ଦୃଷ୍ଟି କରି କହିଲେ, ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ । .::. 7 ମାତ୍ର ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର; ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ; ପୁଣି ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ; କାରଣ ମନୁଷ୍ୟ ବାହ୍ୟରୂପ ଦେଖେ ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି । .::. 8 ଏଉତ୍ତାରେ ଯିଶୀ ଅବିନାଦବକୁ ଡାକି ଶାମୁୟେଲଙ୍କର ସମ୍ମୁଖ ଦେଇ ଗମନ କରାଇଲା । ତହିଁରେ ଶାମୁୟେଲ କହିଲେ, ସଦାପ୍ରଭୁ ଏହାକୁ ହିଁ ମନୋନୀତ କରି ନାହାନ୍ତି । .::. 9 ତେବେ ଯିଶୀ ଶମ୍ମକୁ ଗମନ କରାଇଲା; ତହିଁରେ ସେ କହିଲେ, ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରି ନାହାନ୍ତି । .::. 10 ଏହିରୂପେ ଯିଶୀ ଆପଣାର ସାତ ପୁତ୍ରଙ୍କୁ ଶାମୁୟେଲଙ୍କ ସମ୍ମୁଖରେ ଗମନ କରାଇଲା; ମାତ୍ର ଶାମୁୟେଲ ଯିଶୀକି କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାନ୍ତି । .::. 11 ଏଉତ୍ତାରେ ଶାମୁୟେଲ ଯିଶୀକି କହିଲେ, ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି? ସେ କହିଲା, କେବଳ କନିଷ୍ଠଟି ବାକୀ ଅଛି, ଆଉ ଦେଖ, ସେ ମେଷପଲ ଚରାଉଛି । ତହିଁରେ ଶାମୁୟେଲ ଯିଶୀକି କହିଲେ, ଲୋକ ପଠାଇ ତାକୁ ଅଣାଅ; ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ (ଭୋଜନରେ) ବସିବୁ ନାହିଁ । .::. 12 ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା । ସେ ଈଷତ୍ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର । ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର; ଏ ସେହି ଲୋକ । .::. 13 ତହୁଁ ଶାମୁୟେଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ; ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରା; କଲେ । ଏଉତ୍ତାରେ ଶାମୁୟେଲ ଉଠି ରାମାକୁ ଚାଲିଗଲେ । .::. 14 ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରୁ ପ୍ରସ୍ଥାନ କଲେ; ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ-ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା । .::. 15 ଏଉତ୍ତାରେ ଶାଉଲଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ପରମେଶ୍ଵରଙ୍କଠାରୁ ଏକ ମନ୍ଦ-ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି । .::. 16 ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ଵେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣା ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ; ତହିଁରେ ପରମେଶ୍ଵରଙ୍କଠାରୁ ସେହି ମନ୍ଦ-ଆତ୍ମା ଆପଣଙ୍କ ଉପରେ ଥିବା ବେଳେ, ସେ ଲୋକ ଆପଣା ହାତରେ ବଜାଇଲେ ଆପଣ ଭଲ ହୋଇଯିବେ । .::. 17 ତହୁଁ ଶାଉଲ ଆପଣା ଦାସମାନଙ୍କୁ କହିଲେ, ଆଚ୍ଛା, ଯେ ଭଲ ବଜାଇ ପାରେ, ଏପରି ଏକ ଜଣ ମୋʼ ପାଇଁ ଦେଖି ତାହାକୁ ମୋʼ ନିକଟକୁ ଆଣ । .::. 18 ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲାନ୍ତଣଦେଖନ୍ତୁ, ମୁଁ ବେଥଲିହିମୀୟ ଯିଶୀର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ, ଆଉ ରୂପବାନ, ପୁଣି ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। .::. 19 ଏହେତୁ ଶାଉଲ ଯିଶୀ ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, ତୁମ୍ଭର ପୁତ୍ର ଦାଉଦ, ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋʼ ନିକଟକୁ ପଠାଇଦିଅ । .::. 20 ତହିଁରେ ଯିଶୀ ରୋଟୀରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳିଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ଶାଉଲଙ୍କ ନିକଟକୁ ପଠାଇଲା । .::. 21 ତହୁଁ ଦାଉଦ ଶାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ଶାଉଲ ତାଙ୍କୁ ଅତିଶୟ ସ୍ନେହ କଲେ; ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ । .::. 22 ଏଉତ୍ତାରେ ଶାଉଲ ଯିଶୀକି କହି ପଠାଇଲେ, ବିନୟ କରୁଅଛି, ଦାଉଦକୁ ମୋʼ ସମ୍ମୁଖରେ ଛିଡ଼ା ହେବାକୁ ଦିଅ; କାରଣ ସେ ମୋʼ ଦୃଷ୍ଟିରେ ଅନୁଗ୍ରହ ପାଇଅଛି । .::. 23 ଏଣୁ ପରମେଶ୍ଵରଙ୍କଠାରୁ ସେହି ମନ୍ଦ-ଆତ୍ମା ଯେତେବେଳେ ଶାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି; ତହିଁରେ ଶାଉଲ ଆଶ୍ଵାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି ମନ୍ଦ-ଆତ୍ମା ତାଙ୍କୁ ଛାଡ଼ିଯାଏ । .::.
  • ପ୍ରଥମ ଶାମୁୟେଲ ଅଧ୍ୟାୟ 1  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 2  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 3  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 4  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 5  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 6  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 7  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 8  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 9  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 10  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 11  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 12  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 13  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 14  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 15  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 16  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 17  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 18  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 19  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 20  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 21  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 22  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 23  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 24  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 25  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 26  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 27  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 28  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 29  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 30  
  • ପ୍ରଥମ ଶାମୁୟେଲ ଅଧ୍ୟାୟ 31  
×

Alert

×

Oriya Letters Keypad References