ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିରିମିୟ

ଯିରିମିୟ ଅଧ୍ୟାୟ 22

1 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା ଣକୁହ । 2 ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ଵାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ । 3 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ । 4 କାରଣ ଯେବେ ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜଗଣ ରଥରେ ଓ ଅଶ୍ଵରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ଵାର ଦେଇ ପ୍ରବେଶ କରିବେ । 5 ମାତ୍ର ଯେବେ ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ । 6 କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ୍ ଓ ଲିବାନୋନର ଶୃଙ୍ଗ ସ୍ଵରୂପ ଅଟ; ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ଵରୂପ କରିବା । 7 ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇ ଦେବେ । 8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକି କହିବେ, ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ? 9 ତହିଁରେ ସେମାନେ ଉତ୍ତର କରିବେ, କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣର ପ୍ରଣାମ ଓ ସେବା କଲେ । 10 ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମଦେଶ ଆଉ ଦେଖିବ ନାହିଁ । 11 ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ଵ କଲା ଓ ଏହି ସ୍ଥାନରୁ ବାହାରି ଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; 12 ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ଵ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ । 13 ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ; ଯେ ବିନା ବେତନରେ ଆପଣା ପ୍ରତିବାସୀକି ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ; 14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ସିନ୍ଦୂର ବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର! 15 ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ ଯନି କରିବା ହେତୁରୁ କି ରାଜତ୍ଵ କରିବ? ତୁମ୍ଭର ପିତା କି ଭୋଜନ ପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ? ତହିଁରେ ତାହାର ମଙ୍ଗଳ ହେଲା । 16 ସେ ଦରିଦ୍ର ଓ ଦୀନହୀନମାନଙ୍କର ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା । ସଦାପ୍ରଭୁ କହନ୍ତି, ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ? 17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ । 18 ଏହେତୁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଲୋକମାନେ, ହାୟ, ଆମ୍ଭର ଭାଇଣ! ଅବା ହାୟ, ଭଉଣୀଣ! କହି ତାହା ପାଇଁ ବିଳାପ କରିବେ ନାହିଁ; ହାୟ, ପ୍ରଭୁଣ! ଅବା ହାୟ, ତାଙ୍କର ମହିମା! ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ । 19 ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ଵାର ବାହାରେ ପକାଯିବ । 20 ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ଵର କର ଓ ଅବାରୀମରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି । 21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି । 22 ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବ ଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ଵ ସ୍ଥାନକୁ ଯିବେ; ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ହେତୁ ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ । 23 ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ । 24 ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା; 25 ପୁଣି, ଯେଉଁମାନେ ତୁମ୍ଭର ପ୍ରାଣ ନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍, ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା । 26 ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା । ଆଉ, ସେଠାରେ ତୁମ୍ଭେମାନେ ମରିବ । 27 ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ, ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ । 28 ଏହି କନୀୟ କି ତୁଚ୍ଛୀକୃତ ଭଗ୍ନପାତ୍ର? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ । 29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ । 30 ସଦାପ୍ରଭୁ ଏହି କଥା କହନ୍ତି, ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ନୋହିବ ବୋଲି ତୁମ୍ଭେମାନେ ଲେଖ; କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ଵ କରି ସମୃଦ୍ଧ ନୋହିବ ।
1 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯିହୁଦାର ରାଜଗୃହକୁ ଯାଇ ସେଠାରେ ଏହି କଥା ଣକୁହ । .::. 2 ଯଥା, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜନ୍, ତୁମ୍ଭେ ତୁମ୍ଭର ଦାସଗଣ ଓ ଏହିସବୁ ଦ୍ଵାର ଦେଇ ପ୍ରବେଶକାରୀ ତୁମ୍ଭର ଲୋକମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ । .::. 3 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ଓ ଧାର୍ମିକତା ବ୍ୟବହାର କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର; ପୁଣି, ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ଓ ଉପଦ୍ରବ କର ନାହିଁ, କିଅବା ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ । .::. 4 କାରଣ ଯେବେ ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କରିବ, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜଗଣ ରଥରେ ଓ ଅଶ୍ଵରେ ଚଢ଼ି, ସେ, ତାହାର ଦାସଗଣ ଓ ଲୋକମାନେ ଏହି ଗୃହର ଦ୍ଵାର ଦେଇ ପ୍ରବେଶ କରିବେ । .::. 5 ମାତ୍ର ଯେବେ ତୁମ୍ଭେମାନେ ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ ଯେ, ଏହି ଗୃହ ଉଚ୍ଛିନ୍ନ ହେବ । .::. 6 କାରଣ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ୍ ଓ ଲିବାନୋନର ଶୃଙ୍ଗ ସ୍ଵରୂପ ଅଟ; ତଥାପି ଆମ୍ଭେ ନିଶ୍ଚୟ ତୁମ୍ଭକୁ ପ୍ରାନ୍ତର ଓ ନିବାସୀବିହୀନ ନଗରସମୂହର ସ୍ଵରୂପ କରିବା । .::. 7 ପୁଣି, ତୁମ୍ଭ ବିରୁଦ୍ଧରେ ବିନାଶକଗଣକୁ ପ୍ରତ୍ୟେକର ଅସ୍ତ୍ର ସହିତ ପ୍ରସ୍ତୁତ କରିବା; ତହିଁରେ ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇ ଦେବେ । .::. 8 ଆଉ, ଅନେକ ଦେଶୀୟ ଲୋକ ଏହି ନଗର ନିକଟ ଦେଇ ଗତାୟାତ କରୁ କରୁ ପ୍ରତ୍ୟେକେ, ଆପଣା ଆପଣା ସଙ୍ଗୀକି କହିବେ, ସଦାପ୍ରଭୁ କି ନିମନ୍ତେ ଏହି ବୃହତ ନଗରକୁ ଏପରି କଲେ? .::. 9 ତହିଁରେ ସେମାନେ ଉତ୍ତର କରିବେ, କାରଣ ଏହି, ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବଗଣର ପ୍ରଣାମ ଓ ସେବା କଲେ । .::. 10 ତୁମ୍ଭେମାନେ ମୃତ ଲୋକ ସକାଶେ ରୋଦନ କର ନାହିଁ, କିଅବା ତାହା ସକାଶେ ବିଳାପ କର ନାହିଁ; ମାତ୍ର ପ୍ରସ୍ଥାନ କରିବା ଲୋକ ନିମନ୍ତେ ଅତିଶୟ କ୍ରନ୍ଦନ କର; କାରଣ ସେ ଆଉ ଫେରି ଆସିବ ନାହିଁ, କିଅବା ଆପଣା ଜନ୍ମଦେଶ ଆଉ ଦେଖିବ ନାହିଁ । .::. 11 ଯେହେତୁ ଯିହୁଦାର ରାଜା ଯୋଶୀୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶୀୟର ପଦରେ ରାଜତ୍ଵ କଲା ଓ ଏହି ସ୍ଥାନରୁ ବାହାରି ଗଲା, ତାହାର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; .::. 12 ସେ ଏହି ସ୍ଥାନକୁ ଆଉ ଫେରି ଆସିବ ନାହିଁ; ମାତ୍ର ସେ ଯେଉଁ ସ୍ଥାନକୁ ବନ୍ଦୀତ୍ଵ ଅବସ୍ଥାରେ ନୀତ ହୋଇଅଛି, ସେହି ସ୍ଥାନରେ ମରିବ ଓ ସେ ଏହି ଦେଶ ଆଉ ଦେଖିବ ନାହିଁ । .::. 13 ଯେଉଁ ଲୋକ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ; ଯେ ବିନା ବେତନରେ ଆପଣା ପ୍ରତିବାସୀକି ସେବା କରାଏ ଓ ତାହାର ବେତନ ତାହାକୁ ନ ଦିଏ; .::. 14 ଯେ କହେ, ଆମ୍ଭେ ଆପଣା ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ କୋଠରୀମାନ ନିର୍ମାଣ କରିବା ଓ ଯେ ଆପଣା ପାଇଁ ଝରକା କାଟେ, ଆଉ ଏରସ କାଷ୍ଠରେ ଗୃହର ଭିତର ଛାତ କରେ ଓ ସିନ୍ଦୂର ବର୍ଣ୍ଣର ରଙ୍ଗ ଲେପନ କରେ, ସେ ସନ୍ତାପର ପାତ୍ର! .::. 15 ତୁମ୍ଭେ ଏରସ କାଷ୍ଠ ବିଷୟରେ ବଡ଼ ହେବା ପାଇଁ ଯନି କରିବା ହେତୁରୁ କି ରାଜତ୍ଵ କରିବ? ତୁମ୍ଭର ପିତା କି ଭୋଜନ ପାନ କରି ବିଚାର ଓ ଧର୍ମାଚରଣ କଲା ନାହିଁ? ତହିଁରେ ତାହାର ମଙ୍ଗଳ ହେଲା । .::. 16 ସେ ଦରିଦ୍ର ଓ ଦୀନହୀନମାନଙ୍କର ଗୁହାରି ବିଚାର କଲା, ତହିଁରେ ମଙ୍ଗଳ ହେଲା । ସଦାପ୍ରଭୁ କହନ୍ତି, ଏହା କି ଆମ୍ଭଙ୍କୁ ଜ୍ଞାତ ହେବାର ନୁହେଁ? .::. 17 ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ଅନ୍ତଃକରଣ, ଆପଣାର ଲୋଭ, ନିର୍ଦ୍ଦୋଷର ରକ୍ତପାତ, ଉପଦ୍ରବ ଓ ଦୌରାତ୍ମ୍ୟ କରିବା ଛଡ଼ା ଆଉ କାହିଁରେ ନାହିଁ । .::. 18 ଏହେତୁ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍ର ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି; ଲୋକମାନେ, ହାୟ, ଆମ୍ଭର ଭାଇଣ! ଅବା ହାୟ, ଭଉଣୀଣ! କହି ତାହା ପାଇଁ ବିଳାପ କରିବେ ନାହିଁ; ହାୟ, ପ୍ରଭୁଣ! ଅବା ହାୟ, ତାଙ୍କର ମହିମା! ଏହା କହି ଲୋକେ ତାହା ପାଇଁ ବିଳାପ କରିବେ ନାହିଁ । .::. 19 ତାହାର କବର ଗଧର କବର ତୁଲ୍ୟ ହେବ, ସେ ଘୋଷଡ଼ା ଯାଇ ଯିରୂଶାଲମର ଦ୍ଵାର ବାହାରେ ପକାଯିବ । .::. 20 ତୁମ୍ଭେ ଲିବାନୋନକୁ ଯାଇ କ୍ରନ୍ଦନ କର; ତୁମ୍ଭେ ବାଶନରେ ଉଚ୍ଚସ୍ଵର କର ଓ ଅବାରୀମରୁ କ୍ରନ୍ଦନ କର; କାରଣ ତୁମ୍ଭର ପ୍ରେମକାରୀ ସମସ୍ତେ ବିନଷ୍ଟ ହୋଇଅଛନ୍ତି । .::. 21 ଆମ୍ଭେ ତୁମ୍ଭର ସମୃଦ୍ଧି ସମୟରେ ତୁମ୍ଭକୁ କଥା କହିଲୁ; ମାତ୍ର ତୁମ୍ଭେ କହିଲ, ମୁଁ ଶୁଣିବି ନାହିଁ; ଆମ୍ଭ ବାକ୍ୟରେ ଅବଧାନ ନ କରିବାର ବାଲ୍ୟକାଳରୁ ତୁମ୍ଭର ଏପରି ବ୍ୟବହାର ହୋଇଅଛି । .::. 22 ବାୟୁ ତୁମ୍ଭର ସମସ୍ତ ମେଷପାଳକଙ୍କୁ ଚରାଇବ ଓ ତୁମ୍ଭର ପ୍ରେମକାରୀମାନେ ବନ୍ଦୀତ୍ଵ ସ୍ଥାନକୁ ଯିବେ; ସେହି ସମୟରେ ତୁମ୍ଭେ ଆପଣାର ସକଳ ଦୁଷ୍ଟତା ହେତୁ ନିଶ୍ଚୟ ଲଜ୍ଜିତା ଓ ବ୍ୟାକୁଳିତା ହେବ । .::. 23 ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷ ବନରେ ବସା କରିଅଛ ଯେ ତୁମ୍ଭେ, ଯେତେବେଳେ ପ୍ରସବବେଦନା ତୁଲ୍ୟ ତୁମ୍ଭର ବେଦନା ଉପସ୍ଥିତ ହେବ, ସେତେବେଳେ ତୁମ୍ଭର ଅବସ୍ଥା ବଡ଼ ଶୋଚନୀୟ ହେବ । .::. 24 ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଯିହୁଦାର ରାଜା ଯିହୋୟାକୀମ୍ର ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତରେ ମୋହର ତୁଲ୍ୟ ହେଲେ ହେଁ ଆମ୍ଭେ ତୁମ୍ଭକୁ ସେଠାରୁ କାଢ଼ି ପକାଇବା; .::. 25 ପୁଣି, ଯେଉଁମାନେ ତୁମ୍ଭର ପ୍ରାଣ ନାଶ କରିବାକୁ ଚେଷ୍ଟା କରନ୍ତି ଓ ଯେଉଁମାନଙ୍କ ବିଷୟରେ ତୁମ୍ଭେ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍, ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ କଲ୍ଦୀୟମାନଙ୍କ ହସ୍ତରେ ଆମ୍ଭେ ତୁମ୍ଭକୁ ସମର୍ପି ଦେବା । .::. 26 ଆଉ, ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ପ୍ରସବକାରିଣୀ ମାତାକୁ, ଯେଉଁ ଦେଶରେ ତୁମ୍ଭମାନଙ୍କର ଜନ୍ମ ହୋଇ ନ ଥିଲା, ଏପରି ଏକ ଦେଶରେ ତୁମ୍ଭମାନଙ୍କୁ ନିକ୍ଷେପ କରିବା । ଆଉ, ସେଠାରେ ତୁମ୍ଭେମାନେ ମରିବ । .::. 27 ମାତ୍ର ଯେଉଁ ଦେଶକୁ ଫେରି ଆସିବା ପାଇଁ ସେମାନଙ୍କର ପ୍ରାଣ ଅତିଶୟ ଲାଳସା କରେ, ସେ ଦେଶକୁ ସେମାନେ ଫେରି ଆସିବେ ନାହିଁ । .::. 28 ଏହି କନୀୟ କି ତୁଚ୍ଛୀକୃତ ଭଗ୍ନପାତ୍ର? ସେ କି ଅପ୍ରୀତିକର ପାତ୍ର? ସେ ଓ ତାହାର ବଂଶ କାହିଁକି ଦୂରୀକୃତ ହୋଇ ସେମାନଙ୍କ ଅଜ୍ଞାତ ଦେଶରେ ନିକ୍ଷିପ୍ତ ହେଲେ । .::. 29 ହେ ପୃଥିବୀ, ପୃଥିବୀ, ପୃଥିବୀ, ସଦାପ୍ରଭୁଙ୍କର ବାକ୍ୟ ଶୁଣ । .::. 30 ସଦାପ୍ରଭୁ ଏହି କଥା କହନ୍ତି, ଏହି ମନୁଷ୍ୟ ନିଃସନ୍ତାନ, ଏହି ପୁରୁଷର ଆପଣା ଜୀବନ ମଧ୍ୟରେ ଉନ୍ନତି ନୋହିବ ବୋଲି ତୁମ୍ଭେମାନେ ଲେଖ; କାରଣ ତାହାର ବଂଶୀୟ କୌଣସି ଲୋକ ଦାଉଦଙ୍କ ସିଂହାସନୋପବିଷ୍ଟ ହୋଇ ଓ ଯିହୁଦାର ଉପରେ ଆଉ କର୍ତ୍ତୃତ୍ଵ କରି ସମୃଦ୍ଧ ନୋହିବ । .::.
  • ଯିରିମିୟ ଅଧ୍ୟାୟ 1  
  • ଯିରିମିୟ ଅଧ୍ୟାୟ 2  
  • ଯିରିମିୟ ଅଧ୍ୟାୟ 3  
  • ଯିରିମିୟ ଅଧ୍ୟାୟ 4  
  • ଯିରିମିୟ ଅଧ୍ୟାୟ 5  
  • ଯିରିମିୟ ଅଧ୍ୟାୟ 6  
  • ଯିରିମିୟ ଅଧ୍ୟାୟ 7  
  • ଯିରିମିୟ ଅଧ୍ୟାୟ 8  
  • ଯିରିମିୟ ଅଧ୍ୟାୟ 9  
  • ଯିରିମିୟ ଅଧ୍ୟାୟ 10  
  • ଯିରିମିୟ ଅଧ୍ୟାୟ 11  
  • ଯିରିମିୟ ଅଧ୍ୟାୟ 12  
  • ଯିରିମିୟ ଅଧ୍ୟାୟ 13  
  • ଯିରିମିୟ ଅଧ୍ୟାୟ 14  
  • ଯିରିମିୟ ଅଧ୍ୟାୟ 15  
  • ଯିରିମିୟ ଅଧ୍ୟାୟ 16  
  • ଯିରିମିୟ ଅଧ୍ୟାୟ 17  
  • ଯିରିମିୟ ଅଧ୍ୟାୟ 18  
  • ଯିରିମିୟ ଅଧ୍ୟାୟ 19  
  • ଯିରିମିୟ ଅଧ୍ୟାୟ 20  
  • ଯିରିମିୟ ଅଧ୍ୟାୟ 21  
  • ଯିରିମିୟ ଅଧ୍ୟାୟ 22  
  • ଯିରିମିୟ ଅଧ୍ୟାୟ 23  
  • ଯିରିମିୟ ଅଧ୍ୟାୟ 24  
  • ଯିରିମିୟ ଅଧ୍ୟାୟ 25  
  • ଯିରିମିୟ ଅଧ୍ୟାୟ 26  
  • ଯିରିମିୟ ଅଧ୍ୟାୟ 27  
  • ଯିରିମିୟ ଅଧ୍ୟାୟ 28  
  • ଯିରିମିୟ ଅଧ୍ୟାୟ 29  
  • ଯିରିମିୟ ଅଧ୍ୟାୟ 30  
  • ଯିରିମିୟ ଅଧ୍ୟାୟ 31  
  • ଯିରିମିୟ ଅଧ୍ୟାୟ 32  
  • ଯିରିମିୟ ଅଧ୍ୟାୟ 33  
  • ଯିରିମିୟ ଅଧ୍ୟାୟ 34  
  • ଯିରିମିୟ ଅଧ୍ୟାୟ 35  
  • ଯିରିମିୟ ଅଧ୍ୟାୟ 36  
  • ଯିରିମିୟ ଅଧ୍ୟାୟ 37  
  • ଯିରିମିୟ ଅଧ୍ୟାୟ 38  
  • ଯିରିମିୟ ଅଧ୍ୟାୟ 39  
  • ଯିରିମିୟ ଅଧ୍ୟାୟ 40  
  • ଯିରିମିୟ ଅଧ୍ୟାୟ 41  
  • ଯିରିମିୟ ଅଧ୍ୟାୟ 42  
  • ଯିରିମିୟ ଅଧ୍ୟାୟ 43  
  • ଯିରିମିୟ ଅଧ୍ୟାୟ 44  
  • ଯିରିମିୟ ଅଧ୍ୟାୟ 45  
  • ଯିରିମିୟ ଅଧ୍ୟାୟ 46  
  • ଯିରିମିୟ ଅଧ୍ୟାୟ 47  
  • ଯିରିମିୟ ଅଧ୍ୟାୟ 48  
  • ଯିରିମିୟ ଅଧ୍ୟାୟ 49  
  • ଯିରିମିୟ ଅଧ୍ୟାୟ 50  
  • ଯିରିମିୟ ଅଧ୍ୟାୟ 51  
  • ଯିରିମିୟ ଅଧ୍ୟାୟ 52  
×

Alert

×

Oriya Letters Keypad References