ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିହୋଶୂୟ

ରେକର୍ଡଗୁଡିକ

ଯିହୋଶୂୟ ଅଧ୍ୟାୟ 2

1 ଅନନ୍ତର ନୂନର ପୁତ୍ର ଯିହୋଶୂୟ ଶିଟିମଠାରୁ ଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର । ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ । 2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, ଦେଖ, ଆଜ ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏସ୍ଥାନକୁ ଆସିଅଛନ୍ତି । 3 ତହିଁରେ ଯିରୀହୋ-ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି । 4 ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ । 5 ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗରଦ୍ଵାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରି ଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ବେଗେ ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ । 6 ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା । 7 ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବାକ୍ଷଣେ ଲୋକମାନେ ନଗରଦ୍ଵାର ବନ୍ଦ କଲେ । 8 ଆଉ ଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା, 9 ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ତ୍ରାସ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି । 10 କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସମୁଦ୍ରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ୍ ଓ ଓଗ୍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କିପ୍ରକାର ବ୍ୟବହାର କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ; 11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଉପରିସ୍ଥ ସ୍ଵର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ଵର ଅଟନ୍ତି । 12 ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ । 13 ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ। 14 ଏଥିରେ ସେମାନେ ତାହାକୁ କହିଲେ, ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା । 15 ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗର-ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା । 16 ପୁଣି ସେ ସେମାନଙ୍କୁ କହିଲା, କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ । 17 ତହିଁରେ ସେହି ଲୋକମାନେ ତାହାକୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା । 18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂରବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ । 19 ତହିଁରେ ଯେକେହି ତୁମ୍ଭ ଗୃହ-ଦ୍ଵାରରୁ ବାହାରି ଦାଣ୍ତକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯେବେ କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ । 20 ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ । 21 ତହିଁରେ ସେ କହିଲା, ତୁମ୍ଭେମାନେ ଯେପରି କହିଲ, ସେପରି ହେଉ । ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂରବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା । 22 ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବାଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ । 23 ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ । 24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି ।
1 ଅନନ୍ତର ନୂନର ପୁତ୍ର ଯିହୋଶୂୟ ଶିଟିମଠାରୁ ଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର । ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ବସା କଲେ । .::. 2 ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, ଦେଖ, ଆଜ ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏସ୍ଥାନକୁ ଆସିଅଛନ୍ତି । .::. 3 ତହିଁରେ ଯିରୀହୋ-ରାଜା ରାହାବ ନିକଟକୁ କହି ପଠାଇଲେ, ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି । .::. 4 ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ । .::. 5 ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗରଦ୍ଵାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରି ଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ବେଗେ ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ । .::. 6 ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା । .::. 7 ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବାକ୍ଷଣେ ଲୋକମାନେ ନଗରଦ୍ଵାର ବନ୍ଦ କଲେ । .::. 8 ଆଉ ଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା, .::. 9 ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ତ୍ରାସ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି । .::. 10 କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସମୁଦ୍ରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ୍ ଓ ଓଗ୍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କିପ୍ରକାର ବ୍ୟବହାର କରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ; .::. 11 ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଉପରିସ୍ଥ ସ୍ଵର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ଵର ଅଟନ୍ତି । .::. 12 ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ । .::. 13 ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ। .::. 14 ଏଥିରେ ସେମାନେ ତାହାକୁ କହିଲେ, ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା । .::. 15 ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗର-ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା । .::. 16 ପୁଣି ସେ ସେମାନଙ୍କୁ କହିଲା, କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ । .::. 17 ତହିଁରେ ସେହି ଲୋକମାନେ ତାହାକୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା । .::. 18 ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂରବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ । .::. 19 ତହିଁରେ ଯେକେହି ତୁମ୍ଭ ଗୃହ-ଦ୍ଵାରରୁ ବାହାରି ଦାଣ୍ତକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯେବେ କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ । .::. 20 ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ । .::. 21 ତହିଁରେ ସେ କହିଲା, ତୁମ୍ଭେମାନେ ଯେପରି କହିଲ, ସେପରି ହେଉ । ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂରବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା । .::. 22 ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବାଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ । .::. 23 ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ । .::. 24 ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି । .::.
  • ଯିହୋଶୂୟ ଅଧ୍ୟାୟ 1  
  • ଯିହୋଶୂୟ ଅଧ୍ୟାୟ 2  
  • ଯିହୋଶୂୟ ଅଧ୍ୟାୟ 3  
  • ଯିହୋଶୂୟ ଅଧ୍ୟାୟ 4  
  • ଯିହୋଶୂୟ ଅଧ୍ୟାୟ 5  
  • ଯିହୋଶୂୟ ଅଧ୍ୟାୟ 6  
  • ଯିହୋଶୂୟ ଅଧ୍ୟାୟ 7  
  • ଯିହୋଶୂୟ ଅଧ୍ୟାୟ 8  
  • ଯିହୋଶୂୟ ଅଧ୍ୟାୟ 9  
  • ଯିହୋଶୂୟ ଅଧ୍ୟାୟ 10  
  • ଯିହୋଶୂୟ ଅଧ୍ୟାୟ 11  
  • ଯିହୋଶୂୟ ଅଧ୍ୟାୟ 12  
  • ଯିହୋଶୂୟ ଅଧ୍ୟାୟ 13  
  • ଯିହୋଶୂୟ ଅଧ୍ୟାୟ 14  
  • ଯିହୋଶୂୟ ଅଧ୍ୟାୟ 15  
  • ଯିହୋଶୂୟ ଅଧ୍ୟାୟ 16  
  • ଯିହୋଶୂୟ ଅଧ୍ୟାୟ 17  
  • ଯିହୋଶୂୟ ଅଧ୍ୟାୟ 18  
  • ଯିହୋଶୂୟ ଅଧ୍ୟାୟ 19  
  • ଯିହୋଶୂୟ ଅଧ୍ୟାୟ 20  
  • ଯିହୋଶୂୟ ଅଧ୍ୟାୟ 21  
  • ଯିହୋଶୂୟ ଅଧ୍ୟାୟ 22  
  • ଯିହୋଶୂୟ ଅଧ୍ୟାୟ 23  
  • ଯିହୋଶୂୟ ଅଧ୍ୟାୟ 24  
×

Alert

×

Oriya Letters Keypad References