ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ହିତୋପଦେଶ

Notes

No Verse Added

ହିତୋପଦେଶ ଅଧ୍ୟାୟ 8

1. ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ଵର କରେ ନାହିଁ? 2. ସେ ପଥପାର୍ଶ୍ଵସ୍ଥ ଉଚ୍ଚସ୍ଥାନ ମୁଣ୍ତରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ । 3. ସେ ନଗର-ଦ୍ଵାର ନିକଟରେ, ନଗରର ପ୍ରବେଶ-ଦ୍ଵାରରେ, ଦ୍ଵାରର ପ୍ରବେଶ-ସ୍ଥାନରେ ଥାଇ ଉଚ୍ଚସ୍ଵରେ ଡାକି କହେ, 4. ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି । 5. ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ । 6. ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି । 7. ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ । 8. ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ । 9. ଯେ ତାହା ବୁଝେ, ତାହା ପ୍ରତି ସେସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ । 10. ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର । 11. ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ । 12. ମୁଁ ପ୍ରଜ୍ଞା, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ । 13. ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ । 14. ମନ୍ତ୍ରଣା ଓ ତତ୍ତ୍ଵଜ୍ଞାନ ମୋʼଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼଠାରେ ବଳ ଅଛି । 15. ମୋʼ ଦ୍ଵାରା ରାଜାମାନେ ରାଜତ୍ଵ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି । 16. ମୋʼ ଦ୍ଵାରା ଅଧିପତିମାନେ ଓ କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି । 17. ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯନିରେ ମୋହର ଅନ୍ଵେଷଣ କରନ୍ତି, ସେମାନେ ମୋତେ ପାଇବେ । 18. ମୋʼଠାରେ ଧନ ଓ ସମ୍ଭ୍ରମ, ପୁଣି ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି । 19. ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ । 20. ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, 21. ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ତାର ପରିପୂର୍ଣ୍ଣ କରେ; 22. ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ । 23. ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି । 24. ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; 25. ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; 26. ସେସମୟରେ ଭୂମି, କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ । 27. ଯେଉଁ ସମୟରେ ସେ ଆକାଶମଣ୍ତଳ ସ୍ଥାପନ କଲେ, ସେସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, 28. ପୁଣି ଉପରିସ୍ଥ ଆକାଶମଣ୍ତଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; 29. ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; 30. ସେହି ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି । 31. ପୁଣି, ତାହାଙ୍କ ଭୂମଣ୍ତଳରେ ଆନନ୍ଦ କଲି ଓ ମନୁଷ୍ୟ ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା । 32. ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ । 33. ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ । 34. ଯେ ମୋʼ କଥା ଶୁଣେ ଓ ମୋʼ ଦ୍ଵାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ଵାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ । 35. ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ । 36. ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି ।
1. ଜ୍ଞାନ କʼଣ ଡାକେ ନାହିଁ? ବୁଦ୍ଧି କʼଣ ଉଚ୍ଚସ୍ଵର କରେ ନାହିଁ? .::. 2. ସେ ପଥପାର୍ଶ୍ଵସ୍ଥ ଉଚ୍ଚସ୍ଥାନ ମୁଣ୍ତରେ, ବାଟସବୁର ସଂଯୋଗ ସ୍ଥାନରେ ଠିଆ ହୁଏ । .::. 3. ସେ ନଗର-ଦ୍ଵାର ନିକଟରେ, ନଗରର ପ୍ରବେଶ-ଦ୍ଵାରରେ, ଦ୍ଵାରର ପ୍ରବେଶ-ସ୍ଥାନରେ ଥାଇ ଉଚ୍ଚସ୍ଵରେ ଡାକି କହେ, .::. 4. ହେ ମନୁଷ୍ୟଗଣ, ମୁଁ ତୁମ୍ଭମାନଙ୍କୁ ଡାକୁଅଛି; ପୁଣି, ମନୁଷ୍ୟ-ସନ୍ତାନଗଣ ପ୍ରତି ମୋହର ରବ ଅଛି । .::. 5. ହେ ନିର୍ବୋଧ ଲୋକେ, ସତର୍କତାର କଥା ବୁଝ; ହେ ମୂର୍ଖ ଲୋକେ, ତୁମ୍ଭେମାନେ ସୁବିବେକୀମନା ହୁଅ । .::. 6. ଶୁଣ, ଯେହେତୁ ମୁଁ ଉତ୍କୃଷ୍ଟ ବିଷୟ କହିବି; ମୁଁ ଓଷ୍ଠାଧର ଫିଟାଇ ଯଥାର୍ଥ କଥା କହିବି । .::. 7. ଯେହେତୁ ମୋହର ମୁଖ ସତ୍ୟ କହିବ, ଦୁଷ୍ଟତା ମୋʼ ଓଷ୍ଠାଧରର ଘୃଣାର ବିଷୟ । .::. 8. ମୋʼ ମୁଖର ସମସ୍ତ କଥା ଧର୍ମମୟ; ତହିଁ ମଧ୍ୟରେ ବକ୍ର କି କୁଟିଳ କିଛି ନାହିଁ । .::. 9. ଯେ ତାହା ବୁଝେ, ତାହା ପ୍ରତି ସେସବୁ ସ୍ପଷ୍ଟ; ପୁଣି, ବିଦ୍ୟାପ୍ରାପ୍ତ ଲୋକଙ୍କ ପ୍ରତି ତାହା ଯଥାର୍ଥ ଅଟେ । .::. 10. ରୂପା ଅପେକ୍ଷା ମୋହର ଉପଦେଶ ଏବଂ ମନୋନୀତ ସୁବର୍ଣ୍ଣ ଅପେକ୍ଷା ଜ୍ଞାନ ଗ୍ରହଣ କର । .::. 11. ଯେହେତୁ ଜ୍ଞାନ ମୁକ୍ତାଠାରୁ ଉତ୍ତମ ଓ ସମସ୍ତ ଇଷ୍ଟବସ୍ତୁ ତାହା ସଙ୍ଗେ ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ । .::. 12. ମୁଁ ପ୍ରଜ୍ଞା, ସତର୍କତାକୁ ଆପଣା ବାସସ୍ଥାନ କରିଅଛି, ପୁଣି ଜ୍ଞାନ ଓ ପରିଣାମଦର୍ଶିତା ପାଇଥାଏ । .::. 13. ସଦାପ୍ରଭୁଙ୍କ ବିଷୟକ ଭୟ, ମନ୍ଦତା ପ୍ରତି ଘୃଣା; ଅହଙ୍କାର ଓ ଦାମ୍ଭିକତା ଓ କୁପଥ ଏବଂ କୁଟିଳମୁଖ ମୁଁ ଘୃଣା କରେ । .::. 14. ମନ୍ତ୍ରଣା ଓ ତତ୍ତ୍ଵଜ୍ଞାନ ମୋʼଠାରେ ଥାଏ; ମୁଁ ହିଁ ସୁବିବେଚନା; ମୋʼଠାରେ ବଳ ଅଛି । .::. 15. ମୋʼ ଦ୍ଵାରା ରାଜାମାନେ ରାଜତ୍ଵ କରନ୍ତି ଓ ଭୂପତିମାନେ ଯଥାର୍ଥ ବିଚାର କରନ୍ତି । .::. 16. ମୋʼ ଦ୍ଵାରା ଅଧିପତିମାନେ ଓ କୁଳୀନମାନେ ଓ ପୃଥିବୀର ସମସ୍ତ ବିଚାରକର୍ତ୍ତୃଗଣ ଶାସନ କରନ୍ତି । .::. 17. ଯେଉଁମାନେ ମୋତେ ପ୍ରେମ କରନ୍ତି, ମୁଁ ସେମାନଙ୍କୁ ପ୍ରେମ କରେ, ପୁଣି ଯେଉଁମାନେ ଯନିରେ ମୋହର ଅନ୍ଵେଷଣ କରନ୍ତି, ସେମାନେ ମୋତେ ପାଇବେ । .::. 18. ମୋʼଠାରେ ଧନ ଓ ସମ୍ଭ୍ରମ, ପୁଣି ଅକ୍ଷୟ ସମ୍ପତ୍ତି ଓ ଧାର୍ମିକତା ଅଛି । .::. 19. ମୋହର ଫଳ ସୁବର୍ଣ୍ଣ, ହଁ, ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉତ୍ତମ; ପୁଣି, ମୋହର ଆୟ ଉତ୍କୃଷ୍ଟ ରୂପା ଅପେକ୍ଷା ଭଲ । .::. 20. ମୁଁ ଧାର୍ମିକତାର ମାର୍ଗରେ, ବିଚାରର ପଥ ମଧ୍ୟରେ ଗମନ କରେ, .::. 21. ଆଉ ଯେଉଁମାନେ ମୋତେ ପ୍ରେମ କରନ୍ତି, ସେମାନଙ୍କୁ ସାରା ସମ୍ପତ୍ତିର ଅଧିକାରୀ କରେ ଓ ସେମାନଙ୍କ ଭଣ୍ତାର ପରିପୂର୍ଣ୍ଣ କରେ; .::. 22. ସଦାପ୍ରଭୁ ନିଜ ଗତିର ଆରମ୍ଭରେ, ତାହାଙ୍କ କର୍ମସକଳର ପୂର୍ବରେ ମୋତେ ଅଧିକାର କରିଥିଲେ । .::. 23. ଅନାଦିକାଳରୁ ଅବା ଆଦ୍ୟକାଳଠାରୁ ଅବା ପୃଥିବୀର ମୂଳସ୍ଥାପନର ପୂର୍ବରୁ ମୁଁ ସ୍ଥାପିତ ଅଛି । .::. 24. ବାରିଧିସକଳ ନ ଥିବା ସମୟରେ, ନିର୍ଝରସକଳ ଜଳପୂର୍ଣ୍ଣ ନ ଥିବା ସମୟରେ ମୁଁ ଜନ୍ମିଅଛି; .::. 25. ପୁଣି, ପର୍ବତଗଣ ଓ ଉପପର୍ବତଗଣ ସ୍ଥାପିତ ହେବା ପୂର୍ବରେ ମୁଁ ଜନ୍ମ ପାଇଅଛି; .::. 26. ସେସମୟରେ ଭୂମି, କି ପ୍ରାନ୍ତର, କି ଜଗତସ୍ଥ ଧୂଳିର ଅଗ୍ରିମାଂଶ ସେ ସୃଷ୍ଟି କରି ନ ଥିଲେ । .::. 27. ଯେଉଁ ସମୟରେ ସେ ଆକାଶମଣ୍ତଳ ସ୍ଥାପନ କଲେ, ସେସମୟରେ ମୁଁ ସେଠାରେ ଥିଲି, ଯେଉଁ ସମୟରେ ସେ ବାରିଧି ଉପରେ ଚକ୍ରାକାର ସୀମା ନିରୂପଣ କଲେ, .::. 28. ପୁଣି ଉପରିସ୍ଥ ଆକାଶମଣ୍ତଳକୁ ଦୃଢ଼ କଲେ ଓ ବାରିଧିର ପ୍ରବାହସକଳ ପ୍ରବଳ ହେଲା; .::. 29. ଜଳସମୂହ ଯେପରି ତାହାଙ୍କ ଆଜ୍ଞା ଲଙ୍ଘନ କରି ନ ପାରେ, ଏଥିପାଇଁ ଯେଉଁ ସମୟରେ ସେ ସମୁଦ୍ରର ସୀମା ନିରୂପଣ କଲେ ଓ ଯେଉଁ ସମୟରେ ଜଗତର ମୂଳଦୁଆ ଚିହ୍ନିତ କଲେ; .::. 30. ସେହି ସମୟରେ ମୁଁ ତାହାଙ୍କ ନିକଟରେ କର୍ମକର୍ତ୍ତା ଥିଲି; ପୁଣି, ମୁଁ ପ୍ରତିଦିନ ଆନନ୍ଦଦାୟୀ ହୋଇ ତାହାଙ୍କ ସମ୍ମୁଖରେ ସର୍ବଦା ଆନନ୍ଦ କଲି । .::. 31. ପୁଣି, ତାହାଙ୍କ ଭୂମଣ୍ତଳରେ ଆନନ୍ଦ କଲି ଓ ମନୁଷ୍ୟ ସନ୍ତାନଗଣ ସଙ୍ଗରେ ମୋହର ଆମୋଦ ଥିଲା । .::. 32. ଏନିମନ୍ତେ ହେ ମୋହର ପୁତ୍ରମାନେ, ମୋହର ବାକ୍ୟ ଶୁଣ, ଯେହେତୁ ଯେଉଁମାନେ ମୋହର ପଥ ଧରନ୍ତି, ସେମାନେ ଧନ୍ୟ । .::. 33. ଉପଦେଶ ଶୁଣି ଜ୍ଞାନବାନ ହୁଅ; ପୁଣି, ତାହା ଅଗ୍ରାହ୍ୟ କର ନାହିଁ । .::. 34. ଯେ ମୋʼ କଥା ଶୁଣେ ଓ ମୋʼ ଦ୍ଵାର ନିକଟରେ ନିତ୍ୟ ଜଗି ରହେ, ମୋʼ ଦ୍ଵାରର ଚୌକାଠ ନିକଟରେ ଅନୁସରଣ କରେ, ସେହି ଲୋକ ଧନ୍ୟ । .::. 35. ଯେହେତୁ ଯେ ମୋତେ ପାଏ, ସେ ଜୀବନ ପାଏ ଏବଂ ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ ହେବ । .::. 36. ମାତ୍ର ଯେ ମୋʼ ବିରୁଦ୍ଧରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ; ଯେସମସ୍ତ ଲୋକ ମୋତେ ଘୃଣା କରନ୍ତି, ସେମାନେ ମୃତ୍ୟୁକୁ ଭଲ ପାଆନ୍ତି । .::.
  • ହିତୋପଦେଶ ଅଧ୍ୟାୟ 1  
  • ହିତୋପଦେଶ ଅଧ୍ୟାୟ 2  
  • ହିତୋପଦେଶ ଅଧ୍ୟାୟ 3  
  • ହିତୋପଦେଶ ଅଧ୍ୟାୟ 4  
  • ହିତୋପଦେଶ ଅଧ୍ୟାୟ 5  
  • ହିତୋପଦେଶ ଅଧ୍ୟାୟ 6  
  • ହିତୋପଦେଶ ଅଧ୍ୟାୟ 7  
  • ହିତୋପଦେଶ ଅଧ୍ୟାୟ 8  
  • ହିତୋପଦେଶ ଅଧ୍ୟାୟ 9  
  • ହିତୋପଦେଶ ଅଧ୍ୟାୟ 10  
  • ହିତୋପଦେଶ ଅଧ୍ୟାୟ 11  
  • ହିତୋପଦେଶ ଅଧ୍ୟାୟ 12  
  • ହିତୋପଦେଶ ଅଧ୍ୟାୟ 13  
  • ହିତୋପଦେଶ ଅଧ୍ୟାୟ 14  
  • ହିତୋପଦେଶ ଅଧ୍ୟାୟ 15  
  • ହିତୋପଦେଶ ଅଧ୍ୟାୟ 16  
  • ହିତୋପଦେଶ ଅଧ୍ୟାୟ 17  
  • ହିତୋପଦେଶ ଅଧ୍ୟାୟ 18  
  • ହିତୋପଦେଶ ଅଧ୍ୟାୟ 19  
  • ହିତୋପଦେଶ ଅଧ୍ୟାୟ 20  
  • ହିତୋପଦେଶ ଅଧ୍ୟାୟ 21  
  • ହିତୋପଦେଶ ଅଧ୍ୟାୟ 22  
  • ହିତୋପଦେଶ ଅଧ୍ୟାୟ 23  
  • ହିତୋପଦେଶ ଅଧ୍ୟାୟ 24  
  • ହିତୋପଦେଶ ଅଧ୍ୟାୟ 25  
  • ହିତୋପଦେଶ ଅଧ୍ୟାୟ 26  
  • ହିତୋପଦେଶ ଅଧ୍ୟାୟ 27  
  • ହିତୋପଦେଶ ଅଧ୍ୟାୟ 28  
  • ହିତୋପଦେଶ ଅଧ୍ୟାୟ 29  
  • ହିତୋପଦେଶ ଅଧ୍ୟାୟ 30  
  • ହିତୋପଦେଶ ଅଧ୍ୟାୟ 31  
Common Bible Languages
West Indian Languages
×

Alert

×

oriya Letters Keypad References