ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ନାହୂମ

Notes

No Verse Added

ନାହୂମ ଅଧ୍ୟାୟ 3

1. ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଟ୍ ଛାଡ଼େ ନାହିଁ । 2. କୋରଡ଼ାର ଶଦ୍ଦ, ଚକ୍ରସମୂହର ଘର ଘର ଶଦ୍ଦ; ନାଚିବା ଅଶ୍ଵଗଣ ଓ କୁଦିବା ରଥ; 3. ଅଶ୍ଵାରୋହୀ ଆରୋହଣ କରିବାର, ଆଉ ଜକ୍ଜକ୍ ଖଡ଼୍‍ଗ ଓ ଝଲମଲ ବର୍ଚ୍ଛା; ପୁଣି, ଅପାର ହତ ଲୋକ ଓ ଶବର ଏକ ମହାଢିପି; ଆଉ, ଶବ ସଂଖ୍ୟାର ସୀମା ନାହିଁ; ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି; 4. ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ଵାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ଵାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ । 5. ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା । 6. ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ କୌତୁକର ବିଷୟ କରିବା । 7. ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଉତ୍ସନ୍ନ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ଵନାକାରୀଗଣ କେଉଁଠାରେ ଖୋଜିବା? 8. ଯେ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ ତୁମ୍ଭେ କି ଶ୍ରେଷ୍ଠ? 9. କୂଶ ଓ ମିସର ତାହାର ବଳ ସ୍ଵରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟୀୟ ଓ ଲୂବୀୟମାନେ ତାହାର ସହକାରୀ ଥିଲେ । 10. ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ଵ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ତରେ କଚଡ଼ା ଯାଇ ଖଣ୍ତ ଖଣ୍ତ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ⇧, ଆଉ ତାହାର ବଡ଼ ଲୋକ ସମସ୍ତେ ଶୃଙ୍ଖଲରେ ବନ୍ଧା ହେଲେ । 11. ତୁମ୍ଭେ ମଧ୍ୟ ମତ୍ତ ହେବ, ତୁମ୍ଭେ ଲୁଚା ଯିବ; ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ଵେଷଣ କରିବ । 12. ତୁମ୍ଭର ଦୁର୍ଗସବୁ ଆଦ୍ୟ ପକ୍ଵ ଫଳବିଶିଷ୍ଟ ଡିମିରି ବୃକ୍ଷମାନର ତୁଲ୍ୟ ହେବେ; ସେସବୁ ହଲାଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ । 13. ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ଅଟନ୍ତି; ତୁମ୍ଭ ଦେଶର ନଗର-ଦ୍ଵାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖା ଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି । 14. ଅବରୋଧର ସମୟ ନିମନ୍ତେ ଜଳ କାଢ଼ି ଆଣ, ତୁମ୍ଭର ଦୁର୍ଗସବୁ ଦୃଢ଼ କର; କାଦୁଅକୁ ଯାଇ ମାଟି ଚକଟ, ଇଟାଭାଟି ଦୃଢ଼ କର । 15. ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ଼୍‍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର । 16. ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ; ପତଙ୍ଗ ନଷ୍ଟ କରି ଉଡ଼ିଯାଏ । 17. ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଝାଙ୍କ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାʼନ୍ତି, ତାହା ଜଣାଯାଏ ନାହିଁ । 18. ହେ ଅଶୂରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି; ତୁମ୍ଭର ପ୍ରତାପାନ୍ଵିତ ଲୋକମାନେ ବିଶ୍ରାମ କରୁଅଛନ୍ତି; ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନଭିନ୍ନ ହୋଇଅଛନ୍ତି । ଆଉ, ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ । 19. ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ଵାଦ ଶୁଣନ୍ତି, ସେସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ?
1. ସେହି ରକ୍ତପାତୀ ନଗର ସନ୍ତାପର ପାତ୍ର! ତାହା ମିଥ୍ୟା ଓ ଦୌରାତ୍ମ୍ୟରେ ପରିପୂର୍ଣ୍ଣ, ସେ ଲୁଟ୍ ଛାଡ଼େ ନାହିଁ । .::. 2. କୋରଡ଼ାର ଶଦ୍ଦ, ଚକ୍ରସମୂହର ଘର ଘର ଶଦ୍ଦ; ନାଚିବା ଅଶ୍ଵଗଣ ଓ କୁଦିବା ରଥ; .::. 3. ଅଶ୍ଵାରୋହୀ ଆରୋହଣ କରିବାର, ଆଉ ଜକ୍ଜକ୍ ଖଡ଼୍‍ଗ ଓ ଝଲମଲ ବର୍ଚ୍ଛା; ପୁଣି, ଅପାର ହତ ଲୋକ ଓ ଶବର ଏକ ମହାଢିପି; ଆଉ, ଶବ ସଂଖ୍ୟାର ସୀମା ନାହିଁ; ସେମାନଙ୍କ ଶବ ଉପରେ ଲୋକେ ଝୁଣ୍ଟି ପଡ଼ନ୍ତି; .::. 4. ପରମସୁନ୍ଦରୀ ମାୟାବିନୀ ଯେଉଁ ବେଶ୍ୟା, ସେ ନାନା ଦେଶୀୟମାନଙ୍କୁ ଆପଣା ବେଶ୍ୟାବୃତ୍ତି ଦ୍ଵାରା ଓ ଗୋଷ୍ଠୀଗଣକୁ ଆପଣା ଗୁଣି ବିଦ୍ୟା ଦ୍ଵାରା ବିକ୍ରୟ କରେ, କାରଣ ତାହାର ବେଶ୍ୟା ଆଚରଣ ଅବର୍ଣ୍ଣନୀୟ । .::. 5. ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବସ୍ତ୍ରର ଅଞ୍ଚଳ ଟେକି ତୁମ୍ଭ ମୁଖ ଉପରେ ଥୋଇବା, ଆଉ ଆମ୍ଭେ ଗୋଷ୍ଠୀବର୍ଗକୁ ତୁମ୍ଭର ଉଲଙ୍ଗତା ଓ ରାଜ୍ୟସମୂହକୁ ତୁମ୍ଭର ଲଜ୍ଜା ଦେଖାଇବା । .::. 6. ପୁଣି, ଆମ୍ଭେ ତୁମ୍ଭ ଉପରେ ଘୃଣାଜନକ ମଳ ନିକ୍ଷେପ କରିବା ଓ ତୁମ୍ଭକୁ ମର୍ଯ୍ୟାଦାରହିତ କରିବା ଓ ଦୃଶ୍ୟରେ କୌତୁକର ବିଷୟ କରିବା । .::. 7. ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଉତ୍ସନ୍ନ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ଵନାକାରୀଗଣ କେଉଁଠାରେ ଖୋଜିବା? .::. 8. ଯେ ନଦୀଗଣ ମଧ୍ୟରେ ଅବସ୍ଥିତା ଓ ଚତୁର୍ଦ୍ଦିଗରେ ଜଳବେଷ୍ଟିତା ଥିଲା; ସମୁଦ୍ର ଯାହାର ଗଡ଼ର ଖାଇ ଓ ପ୍ରାଚୀର ଥିଲା, ଏପରି ନୋ-ଆମୋନଠାରୁ ତୁମ୍ଭେ କି ଶ୍ରେଷ୍ଠ? .::. 9. କୂଶ ଓ ମିସର ତାହାର ବଳ ସ୍ଵରୂପ ଥିଲେ ଓ ତାହା ଅସୀମ ଥିଲା; ପୂଟୀୟ ଓ ଲୂବୀୟମାନେ ତାହାର ସହକାରୀ ଥିଲେ । .::. 10. ତଥାପି ସେ ନିର୍ବାସିତା ହେଲା, ସେ ବନ୍ଦୀତ୍ଵ ସ୍ଥାନକୁ ଗଲା; ତାହାର ଶିଶୁଗଣ ମଧ୍ୟ ସମସ୍ତ ପଥ ମୁଣ୍ତରେ କଚଡ଼ା ଯାଇ ଖଣ୍ତ ଖଣ୍ତ ହେଲେ; ଲୋକମାନେ ତାହାର ମାନ୍ୟ ପୁରୁଷମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ⇧, ଆଉ ତାହାର ବଡ଼ ଲୋକ ସମସ୍ତେ ଶୃଙ୍ଖଲରେ ବନ୍ଧା ହେଲେ । .::. 11. ତୁମ୍ଭେ ମଧ୍ୟ ମତ୍ତ ହେବ, ତୁମ୍ଭେ ଲୁଚା ଯିବ; ଆହୁରି ତୁମ୍ଭେ ଶତ୍ରୁ ସକାଶୁ ଦୃଢ଼ ଗଡ଼ ଅନ୍ଵେଷଣ କରିବ । .::. 12. ତୁମ୍ଭର ଦୁର୍ଗସବୁ ଆଦ୍ୟ ପକ୍ଵ ଫଳବିଶିଷ୍ଟ ଡିମିରି ବୃକ୍ଷମାନର ତୁଲ୍ୟ ହେବେ; ସେସବୁ ହଲାଗଲେ ଫଳ ଭକ୍ଷକର ମୁଖରେ ପଡ଼ିବ । .::. 13. ଦେଖ, ତୁମ୍ଭର ମଧ୍ୟସ୍ଥିତ ଲୋକମାନେ ସ୍ତ୍ରୀଲୋକ ଅଟନ୍ତି; ତୁମ୍ଭ ଦେଶର ନଗର-ଦ୍ଵାରସକଳ ତୁମ୍ଭ ଶତ୍ରୁଗଣ ପାଇଁ ମେଲା ହୋଇ ରଖା ଯାଇଅଛି; ଅଗ୍ନି ତୁମ୍ଭର ଅର୍ଗଳସବୁ ଗ୍ରାସ କରିଅଛି । .::. 14. ଅବରୋଧର ସମୟ ନିମନ୍ତେ ଜଳ କାଢ଼ି ଆଣ, ତୁମ୍ଭର ଦୁର୍ଗସବୁ ଦୃଢ଼ କର; କାଦୁଅକୁ ଯାଇ ମାଟି ଚକଟ, ଇଟାଭାଟି ଦୃଢ଼ କର । .::. 15. ସେଠାରେ ଅଗ୍ନି ତୁମ୍ଭକୁ ଗ୍ରାସ କରିବ; ଖଡ଼୍‍ଗ ତୁମ୍ଭକୁ ଛେଦନ କରିବ, ତାହା ପତଙ୍ଗର ନ୍ୟାୟ ତୁମ୍ଭକୁ ଗ୍ରାସ କରିବ; ତୁମ୍ଭେ ପତଙ୍ଗର ନ୍ୟାୟ ଆପଣାକୁ ବହୁସଂଖ୍ୟକ କର, ପଙ୍ଗପାଳ ପରି ଆପଣାକୁ ବହୁସଂଖ୍ୟକ କର । .::. 16. ତୁମ୍ଭେ ଆକାଶର ତାରାଗଣ ଅପେକ୍ଷା ଆପଣା ବଣିକଗଣର ସଂଖ୍ୟା ବୃଦ୍ଧି କରିଅଛ; ପତଙ୍ଗ ନଷ୍ଟ କରି ଉଡ଼ିଯାଏ । .::. 17. ତୁମ୍ଭର ମୁକୁଟଧାରୀମାନେ ପଙ୍ଗପାଳ ପରି ଓ ତୁମ୍ଭର ପ୍ରଧାନ ସେନାପତିମାନେ ଫଡ଼ିଙ୍ଗର ଝାଙ୍କ ପରି, ସେ ଫଡ଼ିଙ୍ଗମାନେ ଶୀତ ଦିନରେ ବାଡ଼ରେ ରହନ୍ତି, ମାତ୍ର ସୂର୍ଯ୍ୟ ଉଦୟ ହେଲେ ଉଡ଼ି ପଳାନ୍ତି, ଆଉ ସେମାନେ କେଉଁଠାରେ ଥାʼନ୍ତି, ତାହା ଜଣାଯାଏ ନାହିଁ । .::. 18. ହେ ଅଶୂରର ରାଜା, ତୁମ୍ଭର ପଲରକ୍ଷକମାନେ ଘୁମାଉଅଛନ୍ତି; ତୁମ୍ଭର ପ୍ରତାପାନ୍ଵିତ ଲୋକମାନେ ବିଶ୍ରାମ କରୁଅଛନ୍ତି; ତୁମ୍ଭର ଲୋକମାନେ ପର୍ବତଗଣ ଉପରେ ଛିନ୍ନଭିନ୍ନ ହୋଇଅଛନ୍ତି । ଆଉ, ସେମାନଙ୍କୁ ସଂଗ୍ରହ କରିବାକୁ କେହି ନାହିଁ । .::. 19. ତୁମ୍ଭ ଆଘାତର ଉପଶମ ନାହିଁ; ତୁମ୍ଭର କ୍ଷତ ବ୍ୟଥାଜନକ; ଯେଉଁମାନେ ତୁମ୍ଭ ବିଷୟକ ସମ୍ଵାଦ ଶୁଣନ୍ତି, ସେସମସ୍ତେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; କାରଣ ତୁମ୍ଭର ଦୁଷ୍ଟତା କାହା ଉପରେ ଅବିରତ ବର୍ତ୍ତି ନାହିଁ? .::.
  • ନାହୂମ ଅଧ୍ୟାୟ 1  
  • ନାହୂମ ଅଧ୍ୟାୟ 2  
  • ନାହୂମ ଅଧ୍ୟାୟ 3  
Common Bible Languages
West Indian Languages
×

Alert

×

oriya Letters Keypad References