ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିହୋଶୂୟ

Notes

No Verse Added

ଯିହୋଶୂୟ ଅଧ୍ୟାୟ 16

1. ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋ- ଠାରୁ ପର୍ବତମୟ ଦେଶ ଦେଇ ବୈଥେଲକୁ ଊର୍ଦ୍ଧ୍ଵଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା । 2. ତହୁଁ ସେ ସୀମା ବୈଥେଲଠାରୁ ଲୁସକୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା; 3. ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା । 4. ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ । 5. ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବଦିଗରେ ଉଚ୍ଚତର ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍ ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା । 6. ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍-ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବଦିଗରେ ଯାନୋହକୁ ଗଲା । 7. ପୁଣି ଯାନୋହଠାରୁ ଅଟାରୋତ୍ ଓ ନାରତ୍ ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା । 8. ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା । ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନମାନଙ୍କ ବଂଶର ଏହି ଅଧିକାର । 9. ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା । 10. ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି ।
1. ପୂର୍ବଦିଗସ୍ଥିତ ଯିରୀହୋର ଜଳ ନିକଟବର୍ତ୍ତୀ ଯିରୀହୋ ସନ୍ନିକଟ ଯର୍ଦ୍ଦନ ଅବଧି ଯିରୀହୋ- ଠାରୁ ପର୍ବତମୟ ଦେଶ ଦେଇ ବୈଥେଲକୁ ଊର୍ଦ୍ଧ୍ଵଗାମୀ ପ୍ରାନ୍ତର ଯୋଷେଫ-ସନ୍ତାନମାନଙ୍କ ବାଣ୍ଟ ହେଲା । .::. 2. ତହୁଁ ସେ ସୀମା ବୈଥେଲଠାରୁ ଲୁସକୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରୋତକୁ ଗଲା; .::. 3. ପୁଣି ପଶ୍ଚିମ ଦିଗରେ ଯଫ୍ଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗେଷର ପର୍ଯ୍ୟନ୍ତ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା । .::. 4. ଏହିରୂପେ ଯୋଷେଫର ସନ୍ତାନ ମନଃଶି ଓ ଇଫ୍ରୟିମ ଆପଣା ଆପଣା ଅଧିକାର ଗ୍ରହଣ କଲେ । .::. 5. ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନଗଣର ସୀମା ଏରୂପ ଥିଲା; ପୂର୍ବଦିଗରେ ଉଚ୍ଚତର ବୈଥୋରୋଣ ପର୍ଯ୍ୟନ୍ତ ଅଟାରୋତ୍ ଅଦ୍ଦର ସେମାନଙ୍କ ଅଧିକାରର ସୀମା ହେଲା । .::. 6. ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ମଥତ୍ ଉତ୍ତରରେ ବାହାରିଗଲା; ସେଠାରୁ ସେ ସୀମା ପୂର୍ବଦିଗ ବୁଲି ତାନତ୍-ଶୀଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବଦିଗରେ ଯାନୋହକୁ ଗଲା । .::. 7. ପୁଣି ଯାନୋହଠାରୁ ଅଟାରୋତ୍ ଓ ନାରତ୍ ହୋଇ ଯିରୀହୋ ପର୍ଯ୍ୟନ୍ତ ଯାଇ ଯର୍ଦ୍ଦନରେ ବାହାରିଲା । .::. 8. ତହୁଁ ସେ ସୀମା ତପୂହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତଭାଗ ସମୁଦ୍ରରେ ଥିଲା । ଆପଣା ଆପଣା ବଂଶାନୁସାରେ ଇଫ୍ରୟିମ-ସନ୍ତାନମାନଙ୍କ ବଂଶର ଏହି ଅଧିକାର । .::. 9. ଏହାଛଡ଼ା ମନଃଶି-ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରୟିମ-ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା । .::. 10. ମାତ୍ର ସେମାନେ ଗେଷରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ; ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରୟିମ ମଧ୍ୟରେ ବାସ କରି ସେମାନଙ୍କର ବେଠିକର୍ମ କରି ଦାସ ହୋଇ ରହିଅଛନ୍ତି । .::.
  • ଯିହୋଶୂୟ ଅଧ୍ୟାୟ 1  
  • ଯିହୋଶୂୟ ଅଧ୍ୟାୟ 2  
  • ଯିହୋଶୂୟ ଅଧ୍ୟାୟ 3  
  • ଯିହୋଶୂୟ ଅଧ୍ୟାୟ 4  
  • ଯିହୋଶୂୟ ଅଧ୍ୟାୟ 5  
  • ଯିହୋଶୂୟ ଅଧ୍ୟାୟ 6  
  • ଯିହୋଶୂୟ ଅଧ୍ୟାୟ 7  
  • ଯିହୋଶୂୟ ଅଧ୍ୟାୟ 8  
  • ଯିହୋଶୂୟ ଅଧ୍ୟାୟ 9  
  • ଯିହୋଶୂୟ ଅଧ୍ୟାୟ 10  
  • ଯିହୋଶୂୟ ଅଧ୍ୟାୟ 11  
  • ଯିହୋଶୂୟ ଅଧ୍ୟାୟ 12  
  • ଯିହୋଶୂୟ ଅଧ୍ୟାୟ 13  
  • ଯିହୋଶୂୟ ଅଧ୍ୟାୟ 14  
  • ଯିହୋଶୂୟ ଅଧ୍ୟାୟ 15  
  • ଯିହୋଶୂୟ ଅଧ୍ୟାୟ 16  
  • ଯିହୋଶୂୟ ଅଧ୍ୟାୟ 17  
  • ଯିହୋଶୂୟ ଅଧ୍ୟାୟ 18  
  • ଯିହୋଶୂୟ ଅଧ୍ୟାୟ 19  
  • ଯିହୋଶୂୟ ଅଧ୍ୟାୟ 20  
  • ଯିହୋଶୂୟ ଅଧ୍ୟାୟ 21  
  • ଯିହୋଶୂୟ ଅଧ୍ୟାୟ 22  
  • ଯିହୋଶୂୟ ଅଧ୍ୟାୟ 23  
  • ଯିହୋଶୂୟ ଅଧ୍ୟାୟ 24  
Common Bible Languages
West Indian Languages
×

Alert

×

oriya Letters Keypad References