ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆଦି ପୁସ୍ତକ

Notes

No Verse Added

ଆଦି ପୁସ୍ତକ ଅଧ୍ୟାୟ 49

1. ଅନନ୍ତର ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି । 2. ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ । 3. ହେ ରୁବେନ୍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ । 4. ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା । 5. ଶିମୀୟୋନ୍ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ଼୍‍ଗ ଦୌରାତ୍ମ୍ୟର ଅସ୍ତ୍ର । 6. ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ଵେଚ୍ଛାଚାରିତାରେ ରାଜହତ୍ୟା କଲେ । 7. ସେମାନଙ୍କ କ୍ରୋଧ, ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ତ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି । 8. ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବୋ । 9. ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ? 10. ଶୀଲୋର (ଶାନ୍ତିକର୍ତ୍ତାଙ୍କର) ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ତ ଓ ତାହାର ଚରଣଦ୍ଵୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ଵୀକାର କରିବେ । 11. ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରକ୍ତରେ ଆପଣା ପରିଧେୟ ବସ୍ତ୍ର ଧୋଇବ । 12. ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦ; ଶ୍ଵେତବର୍ଣ୍ଣ ହେବ । 13. ସବୂଲୂନ୍ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି ସୀଦୋନ୍ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ । 14. ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେନ୍ତ 15. ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠି କର୍ମ କରିବାକୁ ଦାସ ହେଲା । 16. ଦାନ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ । 17. ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍ ପଡ଼ିଯାଏ । 18. ହେ ସଦାପ୍ରଭୋ, ମୁଁ ତୁମ୍ଭ ଦ୍ଵାରା ପରିତ୍ରାଣର ଅପେକ୍ଷାରେ ଅଛି । 19. ସୈନ୍ୟଦଳ ଗାଦ୍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍ ସେମାନଙ୍କୁ ଆକ୍ରମଣ କରିବ । 20. ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ । 21. ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ଵରୂପ, ସେ ମନୋହର ବାକ୍ୟ କହିବ । 22. ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ଵରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ । 23. ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି, 24. ମାତ୍ର ତାହାର ଧନ ଦୃଢ଼ ହୋଇ ରହିଲା, ପୁଣି ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ), 25. ଅର୍ଥାତ୍, ପୈତୃକ ପରମେଶ୍ଵର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ,, ତାହାଙ୍କ ଦ୍ଵାରା ତାହାର ହସ୍ତର ବାହୁ ବଳବାନ ହେଲା । 26. ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ । 27. ବିନ୍ୟାମିନ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ । 28. ଏମାନେ ଇସ୍ରାଏଲଙ୍କର ଦ୍ଵାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ । 29. ଅନନ୍ତର ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ । 30. ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ହେବ । 31. ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି ସେହି ସ୍ଥାନରେ ଇସ୍‍ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି; 32. ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି । 33. ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ ।
1. ଅନନ୍ତର ଯାକୁବ ଆପଣା ପୁତ୍ରମାନଙ୍କୁ ଡାକି କହିଲେ, ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି । .::. 2. ହେ ଯାକୁବର ପୁତ୍ରଗଣ, ଏକତ୍ର ହୋଇ ଶୁଣ ଓ ତୁମ୍ଭମାନଙ୍କ ପିତା ଇସ୍ରାଏଲର ବାକ୍ୟ ଶୁଣ । .::. 3. ହେ ରୁବେନ୍, ତୁମ୍ଭେ ମୋହର ପ୍ରଥମଜାତ (ପୁତ୍ର), ମୋହର ବଳ ଓ ମୋʼ ଶକ୍ତିର ପ୍ରଥମ ଫଳ; ପୁଣି ମହିମାରେ ପ୍ରଧାନ ଓ ପରାକ୍ରମରେ ପ୍ରଧାନ । .::. 4. ତୁମ୍ଭେ ଉଚ୍ଛଳିତ ଜଳ ତୁଲ୍ୟ, ତୁମ୍ଭର ପ୍ରଧାନତା ରହିବ ନାହିଁ; କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ; ତେବେ ତାହା ଅଶୁଚି କଲ; ସେ ମୋହର ଶଯ୍ୟାକୁ ଗଲା । .::. 5. ଶିମୀୟୋନ୍ ଓ ଲେବୀ ଦୁଇ ସହୋଦର; ସେମାନଙ୍କ ଖଡ଼୍‍ଗ ଦୌରାତ୍ମ୍ୟର ଅସ୍ତ୍ର । .::. 6. ହେ ମୋହର ପ୍ରାଣ, ସେମାନଙ୍କ ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ; ହେ ମୋହର ଗୌରବ, ତୁମ୍ଭେ ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ; କାରଣ ସେମାନେ କ୍ରୋଧରେ ନରହତ୍ୟା କଲେ ଓ ସ୍ଵେଚ୍ଛାଚାରିତାରେ ରାଜହତ୍ୟା କଲେ । .::. 7. ସେମାନଙ୍କ କ୍ରୋଧ, ଅଭିଶପ୍ତ ହେଉ, କାରଣ ତାହା ପ୍ରଚଣ୍ତ ଥିଲା; ସେମାନଙ୍କ କୋପ ଅଭିଶପ୍ତ ହେଉ କାରଣ ତାହା ନିଷ୍ଠୁର ଥିଲା; ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି ଓ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି । .::. 8. ହେ ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଶଂସା କରିବେ; ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ଗଳା ଉପରେ ରହିବ; ତୁମ୍ଭର ପିତୃସନ୍ତାନମାନେ ତୁମ୍ଭକୁ ପ୍ରଣାମ କରିବୋ । .::. 9. ଯିହୁଦା ସିଂହଶାବକ; ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ; ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ? .::. 10. ଶୀଲୋର (ଶାନ୍ତିକର୍ତ୍ତାଙ୍କର) ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ତ ଓ ତାହାର ଚରଣଦ୍ଵୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ; ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ଵୀକାର କରିବେ । .::. 11. ସେ ଦ୍ରାକ୍ଷାଲତା ନିକଟରେ ଆପଣା ବାଛରାକୁ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗର୍ଦ୍ଦଭ ଶାବକକୁ ବାନ୍ଧିବ; ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଦ୍ରାକ୍ଷାରକ୍ତରେ ଆପଣା ପରିଧେୟ ବସ୍ତ୍ର ଧୋଇବ । .::. 12. ତାହାର ଚକ୍ଷୁ ଦ୍ରାକ୍ଷାରସରେ ରକ୍ତବର୍ଣ୍ଣ ହେବ, ଦୁଗ୍ଧରେ ତାହାର ଦ; ଶ୍ଵେତବର୍ଣ୍ଣ ହେବ । .::. 13. ସବୂଲୂନ୍ ସମୁଦ୍ର ବନ୍ଦରରେ ବାସ କରିବ ଓ ସେ ଜାହାଜର ଆଶ୍ରିତ ବନ୍ଦର ହେବ; ପୁଣି ସୀଦୋନ୍ ପର୍ଯ୍ୟନ୍ତ ତାହାର ଅଧିକାରର ସୀମା ହେବ । .::. 14. ଇଷାଖର ବଳବାନ ଗର୍ଦ୍ଦଭ ସଦୃଶ, ସେ ମେଷ ଖୁଆଡ଼ ମଧ୍ୟରେ ଶୟନ କରେନ୍ତ .::. 15. ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିଲା; ଏଣୁ ସେ ଭାର ବହିବା ପାଇଁ ସ୍କନ୍ଧ ନତ କଲା, ବେଠି କର୍ମ କରିବାକୁ ଦାସ ହେଲା । .::. 16. ଦାନ ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଲୋକମାନଙ୍କର ବିଚାର କରିବ । .::. 17. ଦାନ୍ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ଫଣି ତୁଲ୍ୟ; ଯେ ଘୋଟକର ପାଦ ଦଂଶନ କଲେ ତଦାରୂଢ଼ ବ୍ୟକ୍ତି ପଶ୍ଚାତ୍ ପଡ଼ିଯାଏ । .::. 18. ହେ ସଦାପ୍ରଭୋ, ମୁଁ ତୁମ୍ଭ ଦ୍ଵାରା ପରିତ୍ରାଣର ଅପେକ୍ଷାରେ ଅଛି । .::. 19. ସୈନ୍ୟଦଳ ଗାଦ୍କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍ ସେମାନଙ୍କୁ ଆକ୍ରମଣ କରିବ । .::. 20. ଆଶେରଠାରୁ ଅତ୍ୟୁତ୍ତମ ଖାଦ୍ୟ ଉତ୍ପନ୍ନ ହେବ; ସେ ରାଜକୀୟ ଭକ୍ଷ୍ୟ ଯୋଗାଇବ । .::. 21. ନପ୍ତାଲି ଦୀର୍ଘାଙ୍ଗୀ ହରିଣୀ ସ୍ଵରୂପ, ସେ ମନୋହର ବାକ୍ୟ କହିବ । .::. 22. ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ଵରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ । .::. 23. ଧନୁର୍ଦ୍ଧରମାନେ ତାହାକୁ ଅତିଶୟ କ୍ଳେଶ ଦେଇଅଛନ୍ତି, ପୁଣି ତାକୁ ତୀର ବିନ୍ଧି ତାଡ଼ନା କରିଅଛନ୍ତି, .::. 24. ମାତ୍ର ତାହାର ଧନ ଦୃଢ଼ ହୋଇ ରହିଲା, ପୁଣି ଯେ ଯାକୁବର ବଳଦାତା (ତହିଁ ସକାଶୁ ଇସ୍ରାଏଲର ପାଳକ ଓ ଶୈଳ ବୋଲି ବିଖ୍ୟାତ), .::. 25. ଅର୍ଥାତ୍, ପୈତୃକ ପରମେଶ୍ଵର, ଯେ ତୁମ୍ଭର ଉପକାର କରିବେ ଓ ସର୍ବଶକ୍ତିମାନ, ଯେ ଉପରିସ୍ଥ ଆକାଶରୁ ମଙ୍ଗଳ, ଅଧଃସ୍ଥାନରେ ବିସ୍ତୀର୍ଣ୍ଣ ବାରିଧିରୁ ମଙ୍ଗଳ, ସ୍ତନ ଓ ଗର୍ଭରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ,, ତାହାଙ୍କ ଦ୍ଵାରା ତାହାର ହସ୍ତର ବାହୁ ବଳବାନ ହେଲା । .::. 26. ମୋହର ପୂର୍ବପୁରୁଷମାନଙ୍କ ଆଶୀର୍ବାଦଠାରୁ ତୁମ୍ଭ ପିତାର ଆଶୀର୍ବାଦ ଅଧିକ; ତାହା ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ହେବ; ତାହା ଯୋଷେଫର ମସ୍ତକରେ, ଅର୍ଥାତ୍, ଆପଣା ଭ୍ରାତୃଗଣଠାରୁ ପୃଥକ କୃତ ବ୍ୟକ୍ତିର ମସ୍ତକାଗ୍ରରେ ବର୍ତ୍ତିବ । .::. 27. ବିନ୍ୟାମିନ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ । .::. 28. ଏମାନେ ଇସ୍ରାଏଲଙ୍କର ଦ୍ଵାଦଶ ବଂଶ; ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ । .::. 29. ଅନନ୍ତର ଯାକୁବ ସେମାନଙ୍କୁ ଆଦେଶ ଦେଇ କହିଲେ, ମୁଁ ଆପଣା ଲୋକଙ୍କ ସଙ୍ଗେ ସଂଗୃହୀତ ହେବାକୁ ଉଦ୍ୟତ । .::. 30. ଏହେତୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ, ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋହର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ହେବ । .::. 31. ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ହୋଇଅଛି, ପୁଣି ସେହି ସ୍ଥାନରେ ଇସ୍‍ହାକଙ୍କର ଓ ତାଙ୍କର ଭାର୍ଯ୍ୟା ରିବିକାର କବର ହୋଇଅଛି, ପୁଣି ସେହି ସ୍ଥାନରେ ମୁଁ ମଧ୍ୟ ଲେୟାକୁ କବର ଦେଇଅଛି; .::. 32. ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି । .::. 33. ଏହିରୂପେ ଯାକୁବ ଆପଣା ପୁତ୍ରମାନଙ୍କୁ ଆଜ୍ଞା ଦେବାର ସମାପ୍ତ କଲା ଉତ୍ତାରେ ଶଯ୍ୟାରେ ଦୁଇ ପାଦ ଏକତ୍ର କରି ପ୍ରାଣତ୍ୟାଗ କଲେ ଓ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ । .::.
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
Common Bible Languages
West Indian Languages
×

Alert

×

oriya Letters Keypad References