ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ

ଯାତ୍ରା ପୁସ୍ତକ ଅଧ୍ୟାୟ 29

1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁ; ଏକ ଗୋବତ୍ସ ଓ ଦୁଇ ମେଷ ନେବ । 2 ପୁଣି ତାଡ଼ିଶୂନ୍ୟ ରୋଟୀ ଓ ତୈଳମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ, 3 ପୁଣି ଗୋଟିଏ ଡାଲାରେ ତାହା ରଖିବ ଓ ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ । 4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ଵୁ-ଦ୍ଵାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ । 5 ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା ଓ ଏଫୋଦର ଚୋଗା ଓ ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ । 6 ତାହାର ମସ୍ତକରେ ପାଗ ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ । 7 ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ । 8 ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ । 9 ପୁଣି ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ଵାରା ଯାଜକତ୍ଵ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ । 10 ଅନନ୍ତର ତୁମ୍ଭେ ସମାଗମ-ତମ୍ଵୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। 11 ତହୁଁ ତୁମ୍ଭେ ସମାଗମ-ତମ୍ଵୁ ଦ୍ଵାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ । 12 ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ । 13 ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ । 14 ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି । 15 ଅନନ୍ତର ତୁମ୍ଭେ ପ୍ରଥମ ମେଷ ନେବ; ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ । 16 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ । 17 ତହିଁ ଉତ୍ତାରେ ମେଷକୁ ଖଣ୍ତ ଖଣ୍ତ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ତସକଳ ଓ ମସ୍ତକ ଉପରେ ରଖିବ । 18 ପୁଣି ତୁମ୍ଭେ ମେଷକୁ ଗୋଟାଯାକ ବେଦି ଉପରେ ଦଗ୍ଧ କରିବନ୍ତତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । 19 ଅନନ୍ତର ତୁମ୍ଭେ ଦ୍ଵିତୀୟ ମେଷକୁ ନେବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ହସ୍ତ ନିର୍ଭର ଦେବେ। 20 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଦେବ, ପୁଣି ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ । 21 ଅନନ୍ତର ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ । 22 ଆହୁରି, ତୁମ୍ଭେ ସେହି ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ୍ର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ସେ ପଦ- ନିଯୋଗାର୍ଥକ ମେଷ । 23 ପୁଣି ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୋଟୀର ଡାଲାରୁ ଏକ ରୋଟୀ ଓ ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ 24 ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ । 25 ଅନନ୍ତର ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ । ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । 26 ଅନନ୍ତର ତୁମ୍ଭେ ହାରୋଣର ପଦ-ନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ତ ତୁମ୍ଭର ଅଂଶ ହେବ । 27 ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦ-ନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ । 28 ତହିଁରେ ଅନନ୍ତକାଳୀନ ବିଧି ଦ୍ଵାରା ଇସ୍ରାଏଲ-ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର; ଇସ୍ରାଏଲ-ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର । 29 ପୁଣି ହାରୋଣର (ମୁତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ-ନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ। 30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ଵୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନପରିଧାନ କରିବ । 31 ଅନନ୍ତର ତୁମ୍ଭେ ସେହି ପଦ-ନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ, 32 ପୁଣି ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ଵୁ ଦ୍ଵାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟୀ ଭୋଜନ କରିବେ । 33 ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ଵାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ । 34 ଆଉ ସେହି ପଦ-ନିଯୋଗାର୍ଥକ ମାଂସ ଓ ରୋଟୀରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ । 35 ଆମ୍ଭେ ତୁମ୍ଭକୁ ଏହି ଯେସବୁ ଆଜ୍ଞା ଦେଲୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ପଦନିଯୋଗରେ ସାତଦିନ ଲାଗିବ । 36 ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତି ଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ମୁକ୍ତପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ । 37 ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ। 38 ସେହି ବେଦି ଉପରେ ତୁମ୍ଭେ ଏହି ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିତ୍ୟ ନିତ୍ୟ ପ୍ରତିଦିନ ଏକବର୍ଷୀୟ ଦୁଇ ମେଷଶାବକ, 39 ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ଵିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ । 40 ପୁଣି ପ୍ରଥମ ମେଷଶାବକ ସହିତ ହିନ୍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ । 41 ଆଉ ସନ୍ଧ୍ୟା ବେଳେ ଦ୍ଵିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ଵରୂପେ ତାହା ଉତ୍ସର୍ଗ କରିବ । 42 ଏହା ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା । 43 ଆଉ ସେସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି ଆମ୍ଭ ପ୍ରତାପରେ (ତମ୍ଵୁ) ପବିତ୍ରୀକୃତ ହେବ। 44 ଆଉ, ଆମ୍ଭେ ସମାଗମ-ତମ୍ଵୁ ଓ ବେଦି ପବିତ୍ର କରିବା, ପୁଣି ଆମ୍ଭର ଯାଜକକର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା । 45 ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ଵର ହେବା। 46 ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ଵର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର ।
1 ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକକର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମ୍ଭେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ; ନିଖୁ; ଏକ ଗୋବତ୍ସ ଓ ଦୁଇ ମେଷ ନେବ । .::. 2 ପୁଣି ତାଡ଼ିଶୂନ୍ୟ ରୋଟୀ ଓ ତୈଳମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ, .::. 3 ପୁଣି ଗୋଟିଏ ଡାଲାରେ ତାହା ରଖିବ ଓ ସେହି ଗୋବତ୍ସ ଓ ଦୁଇ ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ । .::. 4 ଆଉ ହାରୋଣକୁ ଓ ତାହାର ପୁତ୍ରଗଣକୁ ସମାଗମ-ତମ୍ଵୁ-ଦ୍ଵାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ । .::. 5 ସେହି ସମସ୍ତ ବସ୍ତ୍ର ନେଇ ହାରୋଣକୁ ଜାମା ଓ ଏଫୋଦର ଚୋଗା ଓ ଏଫୋଦ ଓ ବୁକୁପଟା ପରିଧାନ କରାଇବ, ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ । .::. 6 ତାହାର ମସ୍ତକରେ ପାଗ ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ । .::. 7 ଏଉତ୍ତାରେ ଅଭିଷେକାର୍ଥକ ତୈଳ ଘେନି ତାହାର ମସ୍ତକ ଉପରେ ଢ଼ାଳି ତାହାକୁ ଅଭିଷେକ କରିବ । .::. 8 ତହୁଁ ତୁମ୍ଭେ ହାରୋଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ । .::. 9 ପୁଣି ହାରୋଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରୋଭୂଷଣ ବାନ୍ଧିବ; ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ଵାରା ଯାଜକତ୍ଵ ପଦ ପ୍ରାପ୍ତ ହେବେ। ଏହିରୂପେ ତୁମ୍ଭେ ହାରୋଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ । .::. 10 ଅନନ୍ତର ତୁମ୍ଭେ ସମାଗମ-ତମ୍ଵୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। .::. 11 ତହୁଁ ତୁମ୍ଭେ ସମାଗମ-ତମ୍ଵୁ ଦ୍ଵାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ । .::. 12 ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ଵାରା ବେଦିର ଶୃଙ୍ଗ ଉପରେ ଦେବ, ପୁଣି ବେଦି ମୂଳରେ ଆଉ ସବୁ ରକ୍ତ ଢାଳି ଦେବ । .::. 13 ଆଉ ତାହାର ଅନ୍ତ୍ରୋପରିସ୍ଥିତ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଘେନି ବେଦିରେ ଦଗ୍ଧ କରିବ । .::. 14 ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ; ଏହା ପାପାର୍ଥକ ବଳି । .::. 15 ଅନନ୍ତର ତୁମ୍ଭେ ପ୍ରଥମ ମେଷ ନେବ; ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ । .::. 16 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର ରକ୍ତ ନେଇ ବେଦି ଉପରେ ଚାରିଆଡ଼େ ଛିଞ୍ଚିବ । .::. 17 ତହିଁ ଉତ୍ତାରେ ମେଷକୁ ଖଣ୍ତ ଖଣ୍ତ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହାସବୁ ସେହି ଖଣ୍ତସକଳ ଓ ମସ୍ତକ ଉପରେ ରଖିବ । .::. 18 ପୁଣି ତୁମ୍ଭେ ମେଷକୁ ଗୋଟାଯାକ ବେଦି ଉପରେ ଦଗ୍ଧ କରିବନ୍ତତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । .::. 19 ଅନନ୍ତର ତୁମ୍ଭେ ଦ୍ଵିତୀୟ ମେଷକୁ ନେବ, ପୁଣି ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ହସ୍ତ ନିର୍ଭର ଦେବେ। .::. 20 ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ-ପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଦେବ, ପୁଣି ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ । .::. 21 ଅନନ୍ତର ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ । .::. 22 ଆହୁରି, ତୁମ୍ଭେ ସେହି ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ୍ର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ସେ ପଦ- ନିଯୋଗାର୍ଥକ ମେଷ । .::. 23 ପୁଣି ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ିଶୂନ୍ୟ ରୋଟୀର ଡାଲାରୁ ଏକ ରୋଟୀ ଓ ତୈଳମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ .::. 24 ତାହାସବୁ ହାରୋଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ । .::. 25 ଅନନ୍ତର ତୁମ୍ଭେ ସେମାନଙ୍କ ହସ୍ତରୁ ତାହାସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦିରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ । ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର । .::. 26 ଅନନ୍ତର ତୁମ୍ଭେ ହାରୋଣର ପଦ-ନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ; ସେହି ଖଣ୍ତ ତୁମ୍ଭର ଅଂଶ ହେବ । .::. 27 ଆଉ ହାରୋଣର ଓ ତାହାର ପୁତ୍ରଗଣର ପଦ-ନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ । .::. 28 ତହିଁରେ ଅନନ୍ତକାଳୀନ ବିଧି ଦ୍ଵାରା ଇସ୍ରାଏଲ-ସନ୍ତାନଗଣଠାରୁ ତାହା ହାରୋଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର; ଇସ୍ରାଏଲ-ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର । .::. 29 ପୁଣି ହାରୋଣର (ମୁତ୍ୟୁ) ଉତ୍ତାରେ ତାହାର ପବିତ୍ର ବସ୍ତ୍ରସକଳ ତାହାର ପୁତ୍ରଗଣର ହେବ; ଅଭିଷେକ ଓ ପଦ-ନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ। .::. 30 ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ-ତମ୍ଵୁକୁ ଆସିବ, ସେ ସେହି ବସ୍ତ୍ର ସାତ ଦିନପରିଧାନ କରିବ । .::. 31 ଅନନ୍ତର ତୁମ୍ଭେ ସେହି ପଦ-ନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ, .::. 32 ପୁଣି ହାରୋଣ ଓ ତାହାର ପୁତ୍ରଗଣ ସମାଗମ-ତମ୍ଵୁ ଦ୍ଵାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟୀ ଭୋଜନ କରିବେ । .::. 33 ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହା ଦ୍ଵାରା ପ୍ରାୟଶ୍ଚିତ୍ତ ହେଲା, ତାହା ସେମାନେ ଭୋଜନ କରିବେ; ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ । .::. 34 ଆଉ ସେହି ପଦ-ନିଯୋଗାର୍ଥକ ମାଂସ ଓ ରୋଟୀରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ୍ କରିବ, କେହି ତାହା ଖାଇବ ନାହିଁ; କାରଣ ତାହା ପବିତ୍ର ବସ୍ତୁ । .::. 35 ଆମ୍ଭେ ତୁମ୍ଭକୁ ଏହି ଯେସବୁ ଆଜ୍ଞା ଦେଲୁ, ତଦନୁସାରେ ତୁମ୍ଭେ ହାରୋଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ; ସେମାନଙ୍କ ପଦନିଯୋଗରେ ସାତଦିନ ଲାଗିବ । .::. 36 ଆଉ ତୁମ୍ଭେ ପ୍ରାୟଶ୍ଚିତ୍ତ ନିମନ୍ତେ ପ୍ରତି ଦିନ ପାପାର୍ଥକ ବଳି ରୂପେ ଏକ ପୁଂଗୋବତ୍ସ ଉତ୍ସର୍ଗ କରିବ, ପୁଣି ବେଦି ନିମନ୍ତେ ପ୍ରାୟଶ୍ଚିତ୍ତ କରି ତାହା ମୁକ୍ତପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ । .::. 37 ତୁମ୍ଭେ ବେଦି ନିମନ୍ତେ ସାତ ଦିନ ପ୍ରାୟଶ୍ଚିତ୍ତ କରି ତାହା ପବିତ୍ର କରିବ; ତହିଁରେ ବେଦି ମହାପବିତ୍ର ହେବ, ପୁଣି ଯାହା କିଛି ବେଦି ସ୍ପର୍ଶ କରେ, ସେସବୁ ପବିତ୍ର ହେବ। .::. 38 ସେହି ବେଦି ଉପରେ ତୁମ୍ଭେ ଏହି ଏହି ବଳି ଉତ୍ସର୍ଗ କରିବ; ତୁମ୍ଭେ ନିତ୍ୟ ନିତ୍ୟ ପ୍ରତିଦିନ ଏକବର୍ଷୀୟ ଦୁଇ ମେଷଶାବକ, .::. 39 ଅର୍ଥାତ୍, ତାହାର ପ୍ରଥମ ମେଷଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ଵିତୀୟ ମେଷଶାବକକୁ ସନ୍ଧ୍ୟା ବେଳେ ଉତ୍ସର୍ଗ କରିବ । .::. 40 ପୁଣି ପ୍ରଥମ ମେଷଶାବକ ସହିତ ହିନ୍ପାତ୍ରର ଚତୁର୍ଥାଂଶ ନିର୍ମଳ ପେଷା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷାରସ ଦେବ । .::. 41 ଆଉ ସନ୍ଧ୍ୟା ବେଳେ ଦ୍ଵିତୀୟ ମେଷଶାବକ ଉତ୍ସର୍ଗ କରିବ, ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ଵରୂପେ ତାହା ଉତ୍ସର୍ଗ କରିବ । .::. 42 ଏହା ସମାଗମ-ତମ୍ଵୁଦ୍ଵାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ (କର୍ତ୍ତବ୍ୟ) ହୋମ ହେବ; ସେସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବା । .::. 43 ଆଉ ସେସ୍ଥାନରେ ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ସହିତ ସାକ୍ଷାତ କରିବା; ପୁଣି ଆମ୍ଭ ପ୍ରତାପରେ (ତମ୍ଵୁ) ପବିତ୍ରୀକୃତ ହେବ। .::. 44 ଆଉ, ଆମ୍ଭେ ସମାଗମ-ତମ୍ଵୁ ଓ ବେଦି ପବିତ୍ର କରିବା, ପୁଣି ଆମ୍ଭର ଯାଜକକର୍ମ କରଣାର୍ଥେ ହାରୋଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା । .::. 45 ଆମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ଵର ହେବା। .::. 46 ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ଵର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିସର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ; ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ଵର । .::.
  • ଯାତ୍ରା ପୁସ୍ତକ ଅଧ୍ୟାୟ 1  
  • ଯାତ୍ରା ପୁସ୍ତକ ଅଧ୍ୟାୟ 2  
  • ଯାତ୍ରା ପୁସ୍ତକ ଅଧ୍ୟାୟ 3  
  • ଯାତ୍ରା ପୁସ୍ତକ ଅଧ୍ୟାୟ 4  
  • ଯାତ୍ରା ପୁସ୍ତକ ଅଧ୍ୟାୟ 5  
  • ଯାତ୍ରା ପୁସ୍ତକ ଅଧ୍ୟାୟ 6  
  • ଯାତ୍ରା ପୁସ୍ତକ ଅଧ୍ୟାୟ 7  
  • ଯାତ୍ରା ପୁସ୍ତକ ଅଧ୍ୟାୟ 8  
  • ଯାତ୍ରା ପୁସ୍ତକ ଅଧ୍ୟାୟ 9  
  • ଯାତ୍ରା ପୁସ୍ତକ ଅଧ୍ୟାୟ 10  
  • ଯାତ୍ରା ପୁସ୍ତକ ଅଧ୍ୟାୟ 11  
  • ଯାତ୍ରା ପୁସ୍ତକ ଅଧ୍ୟାୟ 12  
  • ଯାତ୍ରା ପୁସ୍ତକ ଅଧ୍ୟାୟ 13  
  • ଯାତ୍ରା ପୁସ୍ତକ ଅଧ୍ୟାୟ 14  
  • ଯାତ୍ରା ପୁସ୍ତକ ଅଧ୍ୟାୟ 15  
  • ଯାତ୍ରା ପୁସ୍ତକ ଅଧ୍ୟାୟ 16  
  • ଯାତ୍ରା ପୁସ୍ତକ ଅଧ୍ୟାୟ 17  
  • ଯାତ୍ରା ପୁସ୍ତକ ଅଧ୍ୟାୟ 18  
  • ଯାତ୍ରା ପୁସ୍ତକ ଅଧ୍ୟାୟ 19  
  • ଯାତ୍ରା ପୁସ୍ତକ ଅଧ୍ୟାୟ 20  
  • ଯାତ୍ରା ପୁସ୍ତକ ଅଧ୍ୟାୟ 21  
  • ଯାତ୍ରା ପୁସ୍ତକ ଅଧ୍ୟାୟ 22  
  • ଯାତ୍ରା ପୁସ୍ତକ ଅଧ୍ୟାୟ 23  
  • ଯାତ୍ରା ପୁସ୍ତକ ଅଧ୍ୟାୟ 24  
  • ଯାତ୍ରା ପୁସ୍ତକ ଅଧ୍ୟାୟ 25  
  • ଯାତ୍ରା ପୁସ୍ତକ ଅଧ୍ୟାୟ 26  
  • ଯାତ୍ରା ପୁସ୍ତକ ଅଧ୍ୟାୟ 27  
  • ଯାତ୍ରା ପୁସ୍ତକ ଅଧ୍ୟାୟ 28  
  • ଯାତ୍ରା ପୁସ୍ତକ ଅଧ୍ୟାୟ 29  
  • ଯାତ୍ରା ପୁସ୍ତକ ଅଧ୍ୟାୟ 30  
  • ଯାତ୍ରା ପୁସ୍ତକ ଅଧ୍ୟାୟ 31  
  • ଯାତ୍ରା ପୁସ୍ତକ ଅଧ୍ୟାୟ 32  
  • ଯାତ୍ରା ପୁସ୍ତକ ଅଧ୍ୟାୟ 33  
  • ଯାତ୍ରା ପୁସ୍ତକ ଅଧ୍ୟାୟ 34  
  • ଯାତ୍ରା ପୁସ୍ତକ ଅଧ୍ୟାୟ 35  
  • ଯାତ୍ରା ପୁସ୍ତକ ଅଧ୍ୟାୟ 36  
  • ଯାତ୍ରା ପୁସ୍ତକ ଅଧ୍ୟାୟ 37  
  • ଯାତ୍ରା ପୁସ୍ତକ ଅଧ୍ୟାୟ 38  
  • ଯାତ୍ରା ପୁସ୍ତକ ଅଧ୍ୟାୟ 39  
  • ଯାତ୍ରା ପୁସ୍ତକ ଅଧ୍ୟାୟ 40  
×

Alert

×

Oriya Letters Keypad References