ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ

Notes

No Verse Added

ଯାତ୍ରା ପୁସ୍ତକ ଅଧ୍ୟାୟ 19

1. ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ, ସେମାନେ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେଲେ। 2. ସେମାନେ ରଫୀଦୀମଠାରୁଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ । 3. ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ । 4. ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିରୂପେ ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ । 5. ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର । 6. ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶଓ ଏକ ପବିତ୍ର ଗୋଷ୍ଠୀ ହେବନ୍ତଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ । 7. ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ଵାରା ଆଦିଷ୍ଟ ଏହି ସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ । 8. ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ । 9. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ । ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ । 10. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର, ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ 11. ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ । 12. ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ । 13. କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ଵା ବାଣ ଦ୍ଵାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ଵନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ । 14. ଅନନ୍ତର ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ । 15. ତହୁଁ ସେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ । 16. ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳିଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚସ୍ଵରରେ ତୂରୀଧ୍ଵନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ଵିତ ହେଲେ । 17. ତହୁଁ ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ । 18. ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟୀର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା । 19. ପୁଣି ତୂରୀଶଦ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ଵର ଏକ ରବ ଦ୍ଵାରା ତାଙ୍କୁ ଉତ୍ତର ଦେଲେ । 20. ଅନନ୍ତର ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ । 21. ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ । 22. ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାʼନ୍ତି, ସେମାନେ ହିଁ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନୋହିଲେ ସେ ସେମାନଙ୍କୁ ଆକ୍ରମଣ କରିବେ । 23. ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନୟ ପର୍ବତରେ ଆରୋହଣ କରି ପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର। 24. ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ, ଓହ୍ଲାଅ; ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ । 25. ତହୁଁ ମୋଶା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ ।
1. ମିସର ଦେଶରୁ ଇସ୍ରାଏଲ-ସନ୍ତାନଗଣ ବାହାର ହେବାର ତୃତୀୟ ମାସର ପ୍ରଥମ ଦିନରେ, ସେମାନେ ସୀନୟ ପ୍ରାନ୍ତରରେ ଉପସ୍ଥିତ ହେଲେ। .::. 2. ସେମାନେ ରଫୀଦୀମଠାରୁଯାତ୍ରା କରି ସୀନୟ ପ୍ରାନ୍ତରରେ ଉପସ୍ଥିତ ହୁଅନ୍ତେ, ସେହି ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; ଇସ୍ରାଏଲ ସେହି ସ୍ଥାନରେ ପର୍ବତ ସମ୍ମୁଖରେ ଛାଉଣି ସ୍ଥାପନ କଲେ । .::. 3. ଅନନ୍ତର ମୋଶା ପରମେଶ୍ଵରଙ୍କ ନିକଟକୁ ଆରୋହଣ କରନ୍ତେ, ସଦାପ୍ରଭୁ ପର୍ବତରୁ ତାଙ୍କୁ ଡାକି କହିଲେ, ତୁମ୍ଭେ ଯାକୁବ ବଂଶକୁ ଏହି କଥା କୁହ ଓ ଇସ୍ରାଏଲ-ସନ୍ତାନଗଣକୁ ଏହା ଜଣାଅ । .::. 4. ଆମ୍ଭେ ମିସ୍ରୀୟମାନଙ୍କ ପ୍ରତି ଯାହା କଲୁ ଓ ତୁମ୍ଭମାନଙ୍କୁ କିରୂପେ ଉତ୍କୋଶ ପକ୍ଷୀର ପକ୍ଷରେ ବହି ଆପଣା ନିକଟକୁ ଆଣିଲୁ, ତାହା ତୁମ୍ଭେମାନେ ଦେଖିଅଛ । .::. 5. ଏବେ ତୁମ୍ଭେମାନେ ଯେବେ ଆମ୍ଭ ରବରେ ମନୋଯୋଗ କରିବ ଓ ଆମ୍ଭ ନିୟମ ପାଳନ କରିବ, ତେବେ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଆମ୍ଭ ନିଜର ସଞ୍ଚିତ ଧନ ହେବ; କାରଣ ସମସ୍ତ ପୃଥିବୀ ଆମ୍ଭର । .::. 6. ପୁଣି ତୁମ୍ଭେମାନେ ଆମ୍ଭ ନିମନ୍ତେ ଯାଜକମାନଙ୍କର ଏକ ରାଜବଂଶଓ ଏକ ପବିତ୍ର ଗୋଷ୍ଠୀ ହେବନ୍ତଏହିସବୁ କଥା ତୁମ୍ଭେ ଇସ୍ରାଏଲ-ସନ୍ତାନମାନଙ୍କୁ କୁହ । .::. 7. ତହୁଁ ମୋଶା ଆସି ଲୋକମାନଙ୍କର ପ୍ରାଚୀନବର୍ଗଙ୍କୁ ଡକାଇ ସଦାପ୍ରଭୁଙ୍କ ଦ୍ଵାରା ଆଦିଷ୍ଟ ଏହି ସବୁ କଥା ସେମାନଙ୍କ ଅଗ୍ରତେ ପ୍ରସ୍ତାବ କଲେ । .::. 8. ତହିଁରେ ସମସ୍ତ ଲୋକ ଏକ ସଙ୍ଗରେ ଅଙ୍ଗୀକାର କରି କହିଲେ, ସଦାପ୍ରଭୁ ଯେଉଁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ କରିବା। ସେତେବେଳେ ମୋଶା ସଦାପ୍ରଭୁଙ୍କ ନିକଟରେ ଲୋକମାନଙ୍କ କଥା ଜଣାଇଲେ । .::. 9. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ସହିତ କଥା କହିଲା ବେଳେ ଲୋକମାନେ ଯେପରି ତାହା ଶୁଣି ପାରିବେ, ମଧ୍ୟ ତୁମ୍ଭଠାରେ ସର୍ବଦା ପ୍ରତ୍ୟୟ କରିବେ, ଏଥିପାଇଁ ଆମ୍ଭେ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସୁଅଛୁ । ଏଥିଉତ୍ତାରେ ମୋଶା ଲୋକମାନଙ୍କ କଥା ସଦାପ୍ରଭୁଙ୍କୁ ଜଣାଇଲେ । .::. 10. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କ ନିକଟକୁ ଯାଇ ଆଜି ଓ କାଲି ସେମାନଙ୍କୁ ପବିତ୍ର କର, ପୁଣି ସେମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତୁ .::. 11. ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ । .::. 12. ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ । .::. 13. କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ଵା ବାଣ ଦ୍ଵାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ଵନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ । .::. 14. ଅନନ୍ତର ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ । .::. 15. ତହୁଁ ସେ ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ଆପଣା ଆପଣା ଭାର୍ଯ୍ୟା ନିକଟକୁ ଯାଅ ନାହିଁ । .::. 16. ଅନନ୍ତର ତୃତୀୟ ଦିନର ପ୍ରଭାତ ହୁଅନ୍ତେ, ମେଘ ଗର୍ଜ୍ଜନ ଓ ବିଜୁଳିଓ ପର୍ବତ ଉପରେ ନିବିଡ଼ ମେଘ ଓ ଅତିଶୟ ଉଚ୍ଚସ୍ଵରରେ ତୂରୀଧ୍ଵନି ହେବାକୁ ଲାଗିଲା; ତହିଁରେ ଛାଉଣିସ୍ଥିତ ସମସ୍ତ ଲୋକ କମ୍ପାନ୍ଵିତ ହେଲେ । .::. 17. ତହୁଁ ପରମେଶ୍ଵରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମୋଶା ଲୋକମାନଙ୍କୁ ଛାଉଣିରୁ ବାହାର କରି ଆଣିଲେ, ତହିଁରେ ସେମାନେ ପର୍ବତର ତଳେ ଛିଡ଼ା ହେଲେ । .::. 18. ସେତେବେଳେ ସୀନୟ ପର୍ବତ ଧୂମମୟ ଥିଲା, କାରଣ ସଦାପ୍ରଭୁ ଅଗ୍ନି ବାହନରେ ତହିଁ ଉପରେ ଅବରୋହଣ କଲେ; ତହିଁରେ ଭାଟୀର ଧୂମ ପରି ତହିଁରୁ ଧୂମ ଉଠିଲା, ପୁଣି ସମୁଦାୟ ପର୍ବତ ଅତିଶୟ କମ୍ପିଲା । .::. 19. ପୁଣି ତୂରୀଶଦ୍ଦ କ୍ରମଶଃ ଅତିଶୟ ଉଚ୍ଚ ହୁଅନ୍ତେ, ମୋଶା କଥା କହିଲେ, ତହିଁରେ ପରମେଶ୍ଵର ଏକ ରବ ଦ୍ଵାରା ତାଙ୍କୁ ଉତ୍ତର ଦେଲେ । .::. 20. ଅନନ୍ତର ସଦାପ୍ରଭୁ ସୀନୟ ପର୍ବତ ଉପରେ, ଅର୍ଥାତ୍, ପର୍ବତ ଶୃଙ୍ଗରେ ଅବରୋହଣ କଲା ଉତ୍ତାରେ ମୋଶାଙ୍କୁ ସେହି ପର୍ବତ ଶୃଙ୍ଗକୁ ଡ଼ାକିଲେ; ତହିଁରେ ମୋଶା ଆରୋହଣ କଲେ । .::. 21. ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଓହ୍ଲାଇ ଯାଇ ଲୋକମାନଙ୍କୁ ଦୃଢ଼ ଆଦେଶ କର, ନୋହିଲେ ସଦାପ୍ରଭୁଙ୍କୁ ଦେଖିବା ପାଇଁସୀମା ଲଙ୍ଘନ କଲେ, ସେମାନଙ୍କ ମଧ୍ୟରୁ ଅନେକେ ବିନଷ୍ଟ ହେବେ । .::. 22. ଆଉ ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥାʼନ୍ତି, ସେମାନେ ହିଁ ଆପଣାମାନଙ୍କୁ ପବିତ୍ର କରନ୍ତୁ, ନୋହିଲେ ସେ ସେମାନଙ୍କୁ ଆକ୍ରମଣ କରିବେ । .::. 23. ତହିଁରେ ମୋଶା ସଦାପ୍ରଭୁଙ୍କୁ କହିଲେ, ଲୋକମାନେ ସୀନୟ ପର୍ବତରେ ଆରୋହଣ କରି ପାରନ୍ତି ନାହିଁ; କାରଣ ତୁମ୍ଭେ ଦୃଢ଼ ଆଜ୍ଞା ଦେଇ ଆମ୍ଭମାନଙ୍କୁ କହିଅଛ, ପର୍ବତର ସୀମା ନିରୂପଣ କର ଓ ତାହା ପବିତ୍ର କର। .::. 24. ତେବେ ସଦାପ୍ରଭୁ ତାଙ୍କୁ କହିଲେ, ଯାଅ, ଓହ୍ଲାଅ; ପୁଣି ତୁମ୍ଭେ ହାରୋଣଙ୍କୁ ସଙ୍ଗରେ ନେଇ ଆରୋହଣ କରିବ; ମାତ୍ର ଯାଜକଗଣ ଓ ଲୋକମାନଙ୍କ ଉପରେ ସଦାପ୍ରଭୁ ଯେପରି ଆକ୍ରମଣ ନ କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ଛାମୁକୁ ଆସିବା ପାଇଁ ସୀମା ଅତିକ୍ରମ ନ କରନ୍ତୁ । .::. 25. ତହୁଁ ମୋଶା ଲୋକମାନଙ୍କ ନିକଟକୁ ଓହ୍ଲାଇ ଯାଇ ସେମାନଙ୍କୁ ସେହି ପ୍ରକାର ଆଜ୍ଞା ଦେଲେ । .::.
  • ଯାତ୍ରା ପୁସ୍ତକ ଅଧ୍ୟାୟ 1  
  • ଯାତ୍ରା ପୁସ୍ତକ ଅଧ୍ୟାୟ 2  
  • ଯାତ୍ରା ପୁସ୍ତକ ଅଧ୍ୟାୟ 3  
  • ଯାତ୍ରା ପୁସ୍ତକ ଅଧ୍ୟାୟ 4  
  • ଯାତ୍ରା ପୁସ୍ତକ ଅଧ୍ୟାୟ 5  
  • ଯାତ୍ରା ପୁସ୍ତକ ଅଧ୍ୟାୟ 6  
  • ଯାତ୍ରା ପୁସ୍ତକ ଅଧ୍ୟାୟ 7  
  • ଯାତ୍ରା ପୁସ୍ତକ ଅଧ୍ୟାୟ 8  
  • ଯାତ୍ରା ପୁସ୍ତକ ଅଧ୍ୟାୟ 9  
  • ଯାତ୍ରା ପୁସ୍ତକ ଅଧ୍ୟାୟ 10  
  • ଯାତ୍ରା ପୁସ୍ତକ ଅଧ୍ୟାୟ 11  
  • ଯାତ୍ରା ପୁସ୍ତକ ଅଧ୍ୟାୟ 12  
  • ଯାତ୍ରା ପୁସ୍ତକ ଅଧ୍ୟାୟ 13  
  • ଯାତ୍ରା ପୁସ୍ତକ ଅଧ୍ୟାୟ 14  
  • ଯାତ୍ରା ପୁସ୍ତକ ଅଧ୍ୟାୟ 15  
  • ଯାତ୍ରା ପୁସ୍ତକ ଅଧ୍ୟାୟ 16  
  • ଯାତ୍ରା ପୁସ୍ତକ ଅଧ୍ୟାୟ 17  
  • ଯାତ୍ରା ପୁସ୍ତକ ଅଧ୍ୟାୟ 18  
  • ଯାତ୍ରା ପୁସ୍ତକ ଅଧ୍ୟାୟ 19  
  • ଯାତ୍ରା ପୁସ୍ତକ ଅଧ୍ୟାୟ 20  
  • ଯାତ୍ରା ପୁସ୍ତକ ଅଧ୍ୟାୟ 21  
  • ଯାତ୍ରା ପୁସ୍ତକ ଅଧ୍ୟାୟ 22  
  • ଯାତ୍ରା ପୁସ୍ତକ ଅଧ୍ୟାୟ 23  
  • ଯାତ୍ରା ପୁସ୍ତକ ଅଧ୍ୟାୟ 24  
  • ଯାତ୍ରା ପୁସ୍ତକ ଅଧ୍ୟାୟ 25  
  • ଯାତ୍ରା ପୁସ୍ତକ ଅଧ୍ୟାୟ 26  
  • ଯାତ୍ରା ପୁସ୍ତକ ଅଧ୍ୟାୟ 27  
  • ଯାତ୍ରା ପୁସ୍ତକ ଅଧ୍ୟାୟ 28  
  • ଯାତ୍ରା ପୁସ୍ତକ ଅଧ୍ୟାୟ 29  
  • ଯାତ୍ରା ପୁସ୍ତକ ଅଧ୍ୟାୟ 30  
  • ଯାତ୍ରା ପୁସ୍ତକ ଅଧ୍ୟାୟ 31  
  • ଯାତ୍ରା ପୁସ୍ତକ ଅଧ୍ୟାୟ 32  
  • ଯାତ୍ରା ପୁସ୍ତକ ଅଧ୍ୟାୟ 33  
  • ଯାତ୍ରା ପୁସ୍ତକ ଅଧ୍ୟାୟ 34  
  • ଯାତ୍ରା ପୁସ୍ତକ ଅଧ୍ୟାୟ 35  
  • ଯାତ୍ରା ପୁସ୍ତକ ଅଧ୍ୟାୟ 36  
  • ଯାତ୍ରା ପୁସ୍ତକ ଅଧ୍ୟାୟ 37  
  • ଯାତ୍ରା ପୁସ୍ତକ ଅଧ୍ୟାୟ 38  
  • ଯାତ୍ରା ପୁସ୍ତକ ଅଧ୍ୟାୟ 39  
  • ଯାତ୍ରା ପୁସ୍ତକ ଅଧ୍ୟାୟ 40  
Common Bible Languages
West Indian Languages
×

Alert

×

oriya Letters Keypad References