ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିରିମିୟ

ଯିରିମିୟ ଅଧ୍ୟାୟ 43

1 ଅନନ୍ତର ଯିରିମୀୟ ଏହିସବୁ କଥା, ଅର୍ଥାତ୍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ, 2 ହୋଶୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ତୁମ୍ଭକୁ ପଠାଇ ନାହାନ୍ତି; 3 ମାତ୍ର କଲ୍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି । 4 ଏହିରୂପେ କାରେହର ପୁତ୍ର ଯୋହାନନ୍ ଓ ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ । 5 ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ, 6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟା-ମାନଙ୍କୁ ଓ ଯେପ୍ରତ୍ୟେକ ଲୋକକୁ ପ୍ରହରୀ-ବର୍ଗର ସେନାପତି ନବୂସର୍ଦନ୍ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ, 7 ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍ହେଷର ପର୍ଯ୍ୟନ୍ତ ଗଲେ । 8 ଅନନ୍ତର ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, 9 ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ-ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ; 10 ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ । 11 ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀତ୍ଵର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ଵରେ ଓ ଖଡ଼୍‍ଗଯୋଗ୍ୟ ଲୋକଙ୍କୁ ଖଡ଼୍‍ଗରେ ସମର୍ପଣ କରିବ । 12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ପିନ୍ଧେ, ସେପରି ସେ ମିସର ଦେଶ ଦ୍ଵାରା ଆପଣାକୁ ସଜ୍ଜିତ କରିବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ । 13 ଆହୁରି, ସେ ମିସର ଦେଶସ୍ଥ ବୈତ୍ଶେମଶର ସ୍ତମ୍ଭସବୁ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ ।
1 ଅନନ୍ତର ଯିରିମୀୟ ଏହିସବୁ କଥା, ଅର୍ଥାତ୍, ଯେଉଁ ସକଳ କଥା ସମଗ୍ର ଲୋକଙ୍କୁ କହିବା ନିମନ୍ତେ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ସେମାନଙ୍କ ନିକଟକୁ ତାଙ୍କୁ ପଠାଇଥିଲେ, ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କର ସେହି ସକଳ କଥା କହିବାର ସମାପ୍ତ କରନ୍ତେ, .::. 2 ହୋଶୀୟର ପୁତ୍ର ଅସରୀୟ, କାରେହର ପୁତ୍ର ଯୋହାନନ୍ ଓ ଅହଙ୍କାରୀ ଲୋକ ସମସ୍ତେ ଯିରିମୀୟଙ୍କୁ କହିଲେ, ତୁମ୍ଭେ ମିଥ୍ୟା କଥା କହୁଅଛ; ତୁମ୍ଭେମାନେ ମିସରରେ ପ୍ରବାସ କରିବା ପାଇଁ ଯିବ ନାହିଁ, ଏକଥା କହିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ତୁମ୍ଭକୁ ପଠାଇ ନାହାନ୍ତି; .::. 3 ମାତ୍ର କଲ୍ଦୀୟମାନେ ଯେପରି ଆମ୍ଭମାନଙ୍କୁ ବଧ କରି ପାରିବେ ଓ ବନ୍ଦୀ କରି ବାବିଲକୁ ନେଇଯିବେ, ଏଥିପାଇଁ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ସମର୍ପଣ କରିବା ପାଇଁ ନେରୀୟର ପୁତ୍ର ବାରୂକ ଆମ୍ଭମାନଙ୍କ ବିରୁଦ୍ଧରେ ତୁମ୍ଭକୁ ପ୍ରବର୍ତ୍ତାଉଅଛି । .::. 4 ଏହିରୂପେ କାରେହର ପୁତ୍ର ଯୋହାନନ୍ ଓ ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ । .::. 5 ମାତ୍ର କାରେହର ପୁତ୍ର ଯୋହାନନ୍ ଓ ସେନାପତି ସମସ୍ତେ, ଯିହୁଦାର ସକଳ ଅବଶିଷ୍ଟ ଲୋକଙ୍କୁ, ଅର୍ଥାତ୍, ନାନା ଗୋଷ୍ଠୀ ମଧ୍ୟକୁ ତାଡ଼ିତ ଯେସକଳ ଲୋକ ଯିହୁଦା ଦେଶରେ ପ୍ରବାସ କରିବା ପାଇଁ ଫେରି ଆସିଥିଲେ, .::. 6 ସେହି ପୁରୁଷ, ସ୍ତ୍ରୀ, ବାଳକ, ବାଳିକା ଓ ରାଜକନ୍ୟା-ମାନଙ୍କୁ ଓ ଯେପ୍ରତ୍ୟେକ ଲୋକକୁ ପ୍ରହରୀ-ବର୍ଗର ସେନାପତି ନବୂସର୍ଦନ୍ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟ ନିକଟରେ ଛାଡ଼ି ଯାଇଥିଲା, ସେମାନଙ୍କୁ, ଆଉ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଓ ନେରୀୟର ପୁତ୍ର ବାରୂକକୁ ନେଇ, .::. 7 ମିସର ଦେଶରେ ଉପସ୍ଥିତ ହେଲେ, କାରଣ ସେମାନେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ; ଆଉ, ସେମାନେ ତଫନ୍ହେଷର ପର୍ଯ୍ୟନ୍ତ ଗଲେ । .::. 8 ଅନନ୍ତର ତଫନ୍ହେଷରରେ ସଦାପ୍ରଭୁଙ୍କର ଏହି ବାକ୍ୟ ଯିରିମୀୟଙ୍କ ନିକଟରେ ଉପସ୍ଥିତ ହେଲା, ଯଥା, .::. 9 ତୁମ୍ଭେ କେତେଗୁଡ଼ିଏ ବୃହତ ପ୍ରସ୍ତର ଆପଣା ହସ୍ତରେ ନେଇ, ତଫନ୍ହେଷରରେ ଫାରୋ ଗୃହର ପ୍ରବେଶ-ସ୍ଥାନର ନିକଟରେ ଯେଉଁ ଇଟାଗାନ୍ଥୁନି ଅଛି, ତହିଁ ମଧ୍ୟରେ ମଶଲା ଭିତରେ ଯିହୁଦାର ଲୋକମାନଙ୍କ ସାକ୍ଷାତରେ ଲୁଚାଇ ରଖ; .::. 10 ଆଉ, ସେମାନଙ୍କୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ଆମ୍ଭେ ଆଜ୍ଞା ପଠାଇ ଆପଣା ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଅଣାଇବା ଓ ଏହି ଯେଉଁ ପ୍ରସ୍ତରସବୁ ଲୁଚାଇ ରଖିଅଛୁ, ତହିଁ ଉପରେ ତାହାର ସିଂହାସନ ସ୍ଥାପନ କରିବା; ଆଉ, ସେ ତହିଁ ଉପରେ ଆପଣା ରାଜକୀୟ ଚନ୍ଦ୍ରାତପ ବିସ୍ତାର କରିବ । .::. 11 ପୁଣି, ସେ ଆସି ମିସର ଦେଶକୁ ଆଘାତ କରି ମୃତ୍ୟୁଯୋଗ୍ୟ ଲୋକଙ୍କୁ ମୃତ୍ୟୁରେ, ବନ୍ଦୀତ୍ଵର ଯୋଗ୍ୟ ଲୋକଙ୍କୁ ବନ୍ଦୀତ୍ଵରେ ଓ ଖଡ଼୍‍ଗଯୋଗ୍ୟ ଲୋକଙ୍କୁ ଖଡ଼୍‍ଗରେ ସମର୍ପଣ କରିବ । .::. 12 ଆଉ, ଆମ୍ଭେ ମିସରସ୍ଥ ଦେବାଳୟସବୁରେ ଅଗ୍ନି ଲଗାଇବା ଓ ସେ ସେମାନଙ୍କୁ ଦଗ୍ଧ କରି ବାବିଲକୁ ବନ୍ଦୀ କରି ଘେନିଯିବ; ପୁଣି, ମେଷପାଳକ ଯେପରି ଆପଣା ବସ୍ତ୍ର ପିନ୍ଧେ, ସେପରି ସେ ମିସର ଦେଶ ଦ୍ଵାରା ଆପଣାକୁ ସଜ୍ଜିତ କରିବ ଓ ସେ ଶାନ୍ତିରେ ଏ ସ୍ଥାନରୁ ପ୍ରସ୍ଥାନ କରିବ । .::. 13 ଆହୁରି, ସେ ମିସର ଦେଶସ୍ଥ ବୈତ୍ଶେମଶର ସ୍ତମ୍ଭସବୁ ଭାଙ୍ଗି ପକାଇବ ଓ ମିସର ଦେଶସ୍ଥ ଦେବାଳୟସବୁ ସେ ଅଗ୍ନିରେ ଦଗ୍ଧ କରିବ । .::.
  • ଯିରିମିୟ ଅଧ୍ୟାୟ 1  
  • ଯିରିମିୟ ଅଧ୍ୟାୟ 2  
  • ଯିରିମିୟ ଅଧ୍ୟାୟ 3  
  • ଯିରିମିୟ ଅଧ୍ୟାୟ 4  
  • ଯିରିମିୟ ଅଧ୍ୟାୟ 5  
  • ଯିରିମିୟ ଅଧ୍ୟାୟ 6  
  • ଯିରିମିୟ ଅଧ୍ୟାୟ 7  
  • ଯିରିମିୟ ଅଧ୍ୟାୟ 8  
  • ଯିରିମିୟ ଅଧ୍ୟାୟ 9  
  • ଯିରିମିୟ ଅଧ୍ୟାୟ 10  
  • ଯିରିମିୟ ଅଧ୍ୟାୟ 11  
  • ଯିରିମିୟ ଅଧ୍ୟାୟ 12  
  • ଯିରିମିୟ ଅଧ୍ୟାୟ 13  
  • ଯିରିମିୟ ଅଧ୍ୟାୟ 14  
  • ଯିରିମିୟ ଅଧ୍ୟାୟ 15  
  • ଯିରିମିୟ ଅଧ୍ୟାୟ 16  
  • ଯିରିମିୟ ଅଧ୍ୟାୟ 17  
  • ଯିରିମିୟ ଅଧ୍ୟାୟ 18  
  • ଯିରିମିୟ ଅଧ୍ୟାୟ 19  
  • ଯିରିମିୟ ଅଧ୍ୟାୟ 20  
  • ଯିରିମିୟ ଅଧ୍ୟାୟ 21  
  • ଯିରିମିୟ ଅଧ୍ୟାୟ 22  
  • ଯିରିମିୟ ଅଧ୍ୟାୟ 23  
  • ଯିରିମିୟ ଅଧ୍ୟାୟ 24  
  • ଯିରିମିୟ ଅଧ୍ୟାୟ 25  
  • ଯିରିମିୟ ଅଧ୍ୟାୟ 26  
  • ଯିରିମିୟ ଅଧ୍ୟାୟ 27  
  • ଯିରିମିୟ ଅଧ୍ୟାୟ 28  
  • ଯିରିମିୟ ଅଧ୍ୟାୟ 29  
  • ଯିରିମିୟ ଅଧ୍ୟାୟ 30  
  • ଯିରିମିୟ ଅଧ୍ୟାୟ 31  
  • ଯିରିମିୟ ଅଧ୍ୟାୟ 32  
  • ଯିରିମିୟ ଅଧ୍ୟାୟ 33  
  • ଯିରିମିୟ ଅଧ୍ୟାୟ 34  
  • ଯିରିମିୟ ଅଧ୍ୟାୟ 35  
  • ଯିରିମିୟ ଅଧ୍ୟାୟ 36  
  • ଯିରିମିୟ ଅଧ୍ୟାୟ 37  
  • ଯିରିମିୟ ଅଧ୍ୟାୟ 38  
  • ଯିରିମିୟ ଅଧ୍ୟାୟ 39  
  • ଯିରିମିୟ ଅଧ୍ୟାୟ 40  
  • ଯିରିମିୟ ଅଧ୍ୟାୟ 41  
  • ଯିରିମିୟ ଅଧ୍ୟାୟ 42  
  • ଯିରିମିୟ ଅଧ୍ୟାୟ 43  
  • ଯିରିମିୟ ଅଧ୍ୟାୟ 44  
  • ଯିରିମିୟ ଅଧ୍ୟାୟ 45  
  • ଯିରିମିୟ ଅଧ୍ୟାୟ 46  
  • ଯିରିମିୟ ଅଧ୍ୟାୟ 47  
  • ଯିରିମିୟ ଅଧ୍ୟାୟ 48  
  • ଯିରିମିୟ ଅଧ୍ୟାୟ 49  
  • ଯିରିମିୟ ଅଧ୍ୟାୟ 50  
  • ଯିରିମିୟ ଅଧ୍ୟାୟ 51  
  • ଯିରିମିୟ ଅଧ୍ୟାୟ 52  
×

Alert

×

Oriya Letters Keypad References