ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦାନିଏଲ

Notes

No Verse Added

ଦାନିଏଲ ଅଧ୍ୟାୟ 11

1. ପୁଣି, ମାଦୀୟ ଦାରୀୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ । 2. ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା । ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ । 3. ତହୁଁ ଏକ ବିକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହାକର୍ତ୍ତୃତ୍ଵରେ ଶାସନ କରିବ ଓ ସ୍ଵେଚ୍ଛାନୁସାରେ କର୍ମ କରିବ । 4. ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ଵାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ । 5. ପୁଣି, ଦକ୍ଷିଣ ଦେଶର ରାଜା ଓ ତାହାର ଅଧିପତିମାନଙ୍କ ମଧ୍ୟରୁ ଏକଜଣ ବଳବାନ ହେବ; ଆଉ, ଏ ତାହା ଅପେକ୍ଷା ବଳବାନ ହୋଇ କର୍ତ୍ତୃତ୍ଵ ପ୍ରାପ୍ତ ହେବ; ତାହାର ରାଜ୍ୟ ଏକ ବୃହତ୍ ରାଜ୍ୟ ହେବ । 6. ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେସମୟରେ ଯେ ତାହାକୁ ବଳ ଦେଲା,ସମସ୍ତେ ସମର୍ପିତ ହେବେ । 7. ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଏକଜଣ ସ୍ଵସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକି ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ; 8. ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ । 9. ପୁଣି, ସେ ଦକ୍ଷିଣ ଦେଶୀୟ ରାଜାର ରାଜ୍ୟକୁ ଆସିବ, ମାତ୍ର ଆପଣା ଦେଶକୁ ସେ ଫେରିଯିବ । 10. ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା ସୈନିକ-ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲିଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ । 11. ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧରେ ଚାଳିତ ହୋଇ ଆସି ତାହା ସଙ୍ଗରେ, ଅର୍ଥାତ୍ ଉତ୍ତର ଦେଶୀୟ ରାଜା ସଙ୍ଗେ ଯୁଦ୍ଧ କରିବ; ତହିଁରେ ସେ ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର ହସ୍ତରେ ସମର୍ପିତ ହେବ । 12. ପୁଣି, ସେହି ଜନତା ଉତ୍ଥାପିତ ହେଲେ, ତାହାର ଚିତ୍ତ ଗର୍ବିତ ହେବ ଓ ସେ ଅୟୁତ ଅୟୁତ ଲୋକଙ୍କୁ ନିପାତ କରିବ; ତଥାପି ସେ ଜୟଯୁକ୍ତ ନୋହିବ । 13. ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ୍ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ । 14. ପୁଣି, ସେସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ । 15. ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ; ତହିଁରେ ଦକ୍ଷିଣ ଦେଶର ସହାୟଗଣ ଓ ମନୋନୀତ ଲୋକମାନେ ପ୍ରତିବାଧା ଦେଇ ପାରିବେ ନାହିଁ; କିଅବା ପ୍ରତିବାଧା କରିବା ପାଇଁ କୌଣସି ଶକ୍ତି ରହିବ ନାହିଁ । 16. ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ । 17. ପୁଣି, ସେ ଆପଣା ସମୁଦାୟ ରାଜ୍ୟର ପରାକ୍ରମ ସହିତ ଆସିବା ପାଇଁ ଆପଣା ମନସ୍ଥ କରିବ ଓ ସରଳ ଲୋକମାନେ ତାହା ସଙ୍ଗରେ ଆସିବେ; ସେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବ; ସେ ନଷ୍ଟ କରିବା ପାଇଁ ନାରୀଗଣର କନ୍ୟା ତାହାକୁ ଦେବ; ମାତ୍ର କନ୍ୟା ସ୍ଥିର ରହିବ ନାହିଁ, କିଅବା ତାହା ପାଇଁ ହେବ ନାହିଁ । 18. ଏଥିଉତ୍ତାରେ ସେ ଦ୍ଵୀପଗଣର ବିରୁଦ୍ଧରେ ଯାଇ ଅନେକଙ୍କୁ ହସ୍ତଗତ କରିବ; ମାତ୍ର ଜଣେ ଅଧିପତି ତାହାର କୃତ ଅପମାନ ନିବୃତ କରାଇବ; ଆହୁରି, ସେ ତାହାର ଅପମାନ ତାହା ଉପରେ ବର୍ତ୍ତାଇବ । 19. ତହୁଁ ସେ ଆପଣା ଦେଶର ଦୁର୍ଗସକଳର ଆଡ଼େ ଫେରିବ; ମାତ୍ର ସେ ଝୁଣ୍ଟି ପତିତ ହେବ; ପୁଣି, ଦେଖାଯିବ ନାହିଁ । 20. ଏଥିଉତ୍ତାରେ ଯେଉଁ ଜନ ତାହାର ପଦ ପ୍ରାପ୍ତ ହେବ, ସେ ରାଜ୍ୟର ଶୋଭା ସ୍ଥାନର ମଧ୍ୟ ଦେଇ ଯିବା ପାଇଁ ଜଣେ ପ୍ରଜାପୀଡ଼କକୁ ପ୍ରେରଣ କରିବ; ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ, କିଅବା ଯୁଦ୍ଧରେ ନୁହେଁ । 21. ପୁଣି, ଯାହାକୁ ସେମାନେ ରାଜାର ସମ୍ମାନ ଦେଇ ନ ଥିଲେ, ଏପରି ଜଣେ ତୁଚ୍ଛ ଲୋକ ତାହାର ପଦ ପ୍ରାପ୍ତ ହେବ; ମାତ୍ର ସେ ନିଶ୍ଚି; ସମୟରେ ଆସିବ ଓ ଚାଟୁବାକ୍ୟ-ଦ୍ଵାରା ରାଜ୍ୟ ପାଇବ । 22. ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ଵାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ହିଁ ଭଗ୍ନ ହେବ । 23. ପୁଣି, ତାହାର ସହିତ ସନ୍ଧି ସ୍ଥିର କରାଗଲା ଉତ୍ତାରେ ସେ ପ୍ରତାରଣାପୂର୍ବକ କାର୍ଯ୍ୟ କରିବ; କାରଣ ସେ ଆସି ଅଳ୍ପ ଲୋକ ଦ୍ଵାରା ପରାକ୍ରମୀ ହେବ । 24. ସେ ନିଶ୍ଚି; ସମୟରେ ଦେଶର ଅତ୍ୟୁତ୍ତମ ସ୍ଥାନରେ ପ୍ରବେଶ କରିବ ଓ ତାହାର ପିତୃ ଓ ପିତାମହଗଣ ଯାହା କରି ନ ଥିଲେ, ତାହା ସେ କରିବ; ସେ ସେମାନଙ୍କ ମଧ୍ୟରେ ଲୁଟଦ୍ରବ୍ୟ ଓ ଅପହୃତ ବସ୍ତୁ ଓ ଧନ ବିଞ୍ଚି ଦେବ ଓ ଦୃଢ଼ ଗଡ଼ସକଳର ବିରୁଦ୍ଧରେ ସେ କିଛିକାଳ କୌଶଳ କଳ୍ପନା କରିବ । 25. ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରା; ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ । 26. ଯେଉଁମାନେ ତାହାର ଆହାର ଭୋଜନ କରନ୍ତି, ସେମାନେ ତାହାକୁ ବିନାଶ କରିବେ, ପୁଣି ତାହାର ସୈନ୍ୟଦଳ ବହି ଯିବେ ଓ ଅନେକେ ହତ ହୋଇ ପଡ଼ିବେ । 27. ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ । 28. ସେତେବେଳେ ସେ ଅନେକ ସମ୍ପତ୍ତି ନେଇ ଆପଣା ଦେଶକୁ ଫେରି ଯିବ ଓ ତାହାର ଚିତ୍ତ ପବିତ୍ର ନିୟମର ପ୍ରତିଫଳ ହେବ; ଆଉ, ସେ ସ୍ଵେଚ୍ଛାମତ କର୍ମ କରି ଆପଣା ଦେଶକୁ ଫେରି ଯିବ । 29. ନିରୂପିତ କାଳରେ ସେ ଫେରି ଦକ୍ଷିଣ ଦେଶରେ ପ୍ରବେଶ କରିବ; ମାତ୍ର ପୂର୍ବ କାଳରେ ଯେପରି ହୋଇଥିଲା, ଶେଷ କାଳରେ ସେପରି ନୋହିବ । 30. କାରଣ କିତ୍ତିମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରି ଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରି ଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ । 31. ଆଉ, ତାହାର ପକ୍ଷସ୍ଥ ସୈନ୍ୟଗଣ ଉଠି ଧର୍ମଧାମ, ଅର୍ଥାତ୍, ଦୁର୍ଗ ଅଶୁଚି କରିବେ ଓ ନିତ୍ୟ ନୈବେଦ୍ୟ ନିବୃତ୍ତ କରିବେ, ଆଉ ସର୍ବନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରିବେ । 32. ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ଵାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ଵରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ । 33. ଆଉ, ଲୋକମାନଙ୍କ ମଧ୍ୟରେ ଜ୍ଞାନୀମାନେ ଅନେକଙ୍କୁ ଉପଦେଶ ଦେବେ; ତଥାପି ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଖଡ଼୍‍ଗରେ, ଅଗ୍ନିଶିଖାରେ, ବନ୍ଦୀଦଶାରେ ଓ ଲୁଟରେ ପତିତ ହେବେ । 34. ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ; ମାତ୍ର ଅନେକେ ଚାଟୁବାକ୍ୟ ଦ୍ଵାରା ସେମାନଙ୍କ ସଙ୍ଗେ ଯୋଗ ଦେବେ । 35. ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ । 36. ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ଵରଗଣର ଈଶ୍ଵରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ । 37. ସେ ଆପଣା ପିତୃଗଣର ଦେବତାମାନଙ୍କୁ ମାନିବ ନାହିଁ; ଅଥବା ସ୍ତ୍ରୀମାନଙ୍କ ବାଞ୍ଛାକୁ କିଅବା କୌଣସି ଦେବତାକୁ ମାନିବ ନାହିଁ; କାରଣ ସେ ସମସ୍ତଙ୍କ ଅପେକ୍ଷା ଆପଣାକୁ ବଡ଼ କରିବ । 38. ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ । 39. ପୁଣି, ସେ ବିଦେଶୀୟ ଦେବତାର ସାହାଯ୍ୟରେ ଦୃଢ଼ତମ ଦୁର୍ଗମାନର ପ୍ରତିକୂଳରେ କାର୍ଯ୍ୟ କରିବ, ଯେକେହି ତାହାକୁ ସ୍ଵୀକାର କରିବ, ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକର ଉପରେ ସେମାନଙ୍କୁ କର୍ତ୍ତୃତ୍ଵ ପଦ ଦେବ ଓ ପାରିତୋଷିକ ରୂପେ ଭୂମି ବିଭାଗ କରିବ । 40. ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ଵାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ । 41. ସେ ମଧ୍ୟ ରମ୍ୟ ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ । 42. ଆହୁରି, ସେ ନାନା ଦେଶ ଉପରେ ଆପଣା ହସ୍ତ ପ୍ରସାରିବ ଓ ମିସର ଦେଶ ରକ୍ଷା ପାଇବ ନାହିଁ । 43. ମାତ୍ର ମିସରର ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୁଦୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ । 44. ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ଵାଦ ତାହାକୁ ଉଦ୍ବିଗ୍ନ କରିବ; ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ । 45. ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ଵୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମ କାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ ।
1. ପୁଣି, ମାଦୀୟ ଦାରୀୟାବସର ଅଧିକାରର ପ୍ରଥମ ବର୍ଷରେ ଆମ୍ଭେ ତାହାକୁ ସୁସ୍ଥିର ଓ ସବଳ କରିବା ପାଇଁ ଠିଆ ହେଲୁ । .::. 2. ଏବେ, ଆମ୍ଭେ ତୁମ୍ଭଙ୍କୁ ସତ୍ୟ କଥା ଜଣାଇବା । ଦେଖ, ପାରସ୍ୟରେ ଆଉ ତିନି ରାଜା ଉତ୍ପନ୍ନ ହେବେ ଓ ଚତୁର୍ଥ ରାଜା ସେସମସ୍ତଙ୍କ ଅପେକ୍ଷା ଅଧିକ ଧନଶାଳୀ ହେବ; ଆଉ, ସେ ଆପଣା ଧନରେ ବଳବାନ ହେଲେ ଗ୍ରୀସ୍ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ କରିବ । .::. 3. ତହୁଁ ଏକ ବିକ୍ରମୀ ରାଜା ଉତ୍ପନ୍ନ ହେବ, ସେ ମହାକର୍ତ୍ତୃତ୍ଵରେ ଶାସନ କରିବ ଓ ସ୍ଵେଚ୍ଛାନୁସାରେ କର୍ମ କରିବ । .::. 4. ଆଉ, ସେ ଉତ୍ପନ୍ନ ହେଲେ ତାହାର ରାଜ୍ୟ ଭଗ୍ନ ହେବ ଓ ଆକାଶର ଚାରି ଦିଗରେ ବିଭକ୍ତ ହେବ; ମାତ୍ର ତାହାର ବଂଶ ନିମନ୍ତେ କିଅବା ତାହାର କର୍ତ୍ତୃତ୍ଵାନୁଯାୟୀ ଶାସନ ନିମନ୍ତେ ନୋହିବ; କାରଣ ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ତାହାର ରାଜ୍ୟ ଉତ୍ପାଟିତ ହେବ । .::. 5. ପୁଣି, ଦକ୍ଷିଣ ଦେଶର ରାଜା ଓ ତାହାର ଅଧିପତିମାନଙ୍କ ମଧ୍ୟରୁ ଏକଜଣ ବଳବାନ ହେବ; ଆଉ, ଏ ତାହା ଅପେକ୍ଷା ବଳବାନ ହୋଇ କର୍ତ୍ତୃତ୍ଵ ପ୍ରାପ୍ତ ହେବ; ତାହାର ରାଜ୍ୟ ଏକ ବୃହତ୍ ରାଜ୍ୟ ହେବ । .::. 6. ମାତ୍ର କେତେକ ବର୍ଷର ଉତ୍ତାରେ ସେମାନେ ପରସ୍ପର ମିଳିତ ହେବେ ଓ ଦକ୍ଷିଣ ଦେଶସ୍ଥ ରାଜାର କନ୍ୟା ନିୟମ ସ୍ଥାପନାର୍ଥେ ଉତ୍ତର ଦେଶସ୍ଥ ରାଜାର ନିକଟକୁ ଆସିବ; ମାତ୍ର କନ୍ୟା ନିଜ ବାହୁବଳ ରକ୍ଷା କରିବ ନାହିଁ; କିଅବା ରାଜା ଓ ତାହାର ବାହୁ ସ୍ଥାୟୀ ନୋହିବ; ମାତ୍ର ସେ କନ୍ୟା ଓ ଯେଉଁମାନେ ତାହାକୁ ଆଣିଲେ ଓ ଯେ ତାହାକୁ ଜନ୍ମ କଲା, ଆଉ ସେସମୟରେ ଯେ ତାହାକୁ ବଳ ଦେଲା,ସମସ୍ତେ ସମର୍ପିତ ହେବେ । .::. 7. ମାତ୍ର କନ୍ୟାର ମୂଳର ଏକ ପଲ୍ଲବରୁ ଏକଜଣ ସ୍ଵସ୍ଥାନରେ ଉତ୍ପନ୍ନ ହେବ, ସେ ସୈନ୍ୟଶ୍ରେଣୀକି ଆସି ଉତ୍ତର ଦେଶୀୟ ରାଜାର ଦୁର୍ଗରେ ପ୍ରବେଶ କରିବ ଓ ସେମାନଙ୍କର ବିପକ୍ଷାଚରଣ କରି ଜୟଯୁକ୍ତ ହେବ; .::. 8. ଆହୁରି, ସେ ସେମାନଙ୍କର ଢଳା ପ୍ରତିମା ସହିତ ସେମାନଙ୍କର ଦେବଗଣକୁ ବନ୍ଦୀ କରି ରୂପା ଓ ସୁନାର ମନୋହର ପାତ୍ର ସହିତ ମିସରକୁ ନେଇଯିବ ଓ ସେ କେତେକ ବର୍ଷ ପର୍ଯ୍ୟନ୍ତ ଉତ୍ତର ଦେଶୀୟ ରାଜାଠାରୁ ନିରସ୍ତ ହେବ । .::. 9. ପୁଣି, ସେ ଦକ୍ଷିଣ ଦେଶୀୟ ରାଜାର ରାଜ୍ୟକୁ ଆସିବ, ମାତ୍ର ଆପଣା ଦେଶକୁ ସେ ଫେରିଯିବ । .::. 10. ଆଉ, ତାହାର ପୁତ୍ରଗଣ ଯୁଦ୍ଧ କରିବେ ଓ ମହା ସୈନିକ-ଜନତା ସଂଗ୍ରହ କରିବେ, ସେମାନେ ଆସି ବଢ଼ି ତୁଲ୍ୟ ଉଚ୍ଛୁଳି ବହି ଚାଲିଯିବେ; ଆଉ, ସେମାନେ ଫେରି ତାହାର ଦୁର୍ଗ ପର୍ଯ୍ୟନ୍ତ ଯୁଦ୍ଧ କରିବେ । .::. 11. ତହିଁରେ ଦକ୍ଷିଣ ଦେଶର ରାଜା କ୍ରୋଧରେ ଚାଳିତ ହୋଇ ଆସି ତାହା ସଙ୍ଗରେ, ଅର୍ଥାତ୍ ଉତ୍ତର ଦେଶୀୟ ରାଜା ସଙ୍ଗେ ଯୁଦ୍ଧ କରିବ; ତହିଁରେ ସେ ମହାଜନତା ସଂଗ୍ରହ କରିବ, ମାତ୍ର ସେହି ଜନତା ତାହାର ହସ୍ତରେ ସମର୍ପିତ ହେବ । .::. 12. ପୁଣି, ସେହି ଜନତା ଉତ୍ଥାପିତ ହେଲେ, ତାହାର ଚିତ୍ତ ଗର୍ବିତ ହେବ ଓ ସେ ଅୟୁତ ଅୟୁତ ଲୋକଙ୍କୁ ନିପାତ କରିବ; ତଥାପି ସେ ଜୟଯୁକ୍ତ ନୋହିବ । .::. 13. ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ୍ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ । .::. 14. ପୁଣି, ସେସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ । .::. 15. ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ; ତହିଁରେ ଦକ୍ଷିଣ ଦେଶର ସହାୟଗଣ ଓ ମନୋନୀତ ଲୋକମାନେ ପ୍ରତିବାଧା ଦେଇ ପାରିବେ ନାହିଁ; କିଅବା ପ୍ରତିବାଧା କରିବା ପାଇଁ କୌଣସି ଶକ୍ତି ରହିବ ନାହିଁ । .::. 16. ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ । .::. 17. ପୁଣି, ସେ ଆପଣା ସମୁଦାୟ ରାଜ୍ୟର ପରାକ୍ରମ ସହିତ ଆସିବା ପାଇଁ ଆପଣା ମନସ୍ଥ କରିବ ଓ ସରଳ ଲୋକମାନେ ତାହା ସଙ୍ଗରେ ଆସିବେ; ସେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବ; ସେ ନଷ୍ଟ କରିବା ପାଇଁ ନାରୀଗଣର କନ୍ୟା ତାହାକୁ ଦେବ; ମାତ୍ର କନ୍ୟା ସ୍ଥିର ରହିବ ନାହିଁ, କିଅବା ତାହା ପାଇଁ ହେବ ନାହିଁ । .::. 18. ଏଥିଉତ୍ତାରେ ସେ ଦ୍ଵୀପଗଣର ବିରୁଦ୍ଧରେ ଯାଇ ଅନେକଙ୍କୁ ହସ୍ତଗତ କରିବ; ମାତ୍ର ଜଣେ ଅଧିପତି ତାହାର କୃତ ଅପମାନ ନିବୃତ କରାଇବ; ଆହୁରି, ସେ ତାହାର ଅପମାନ ତାହା ଉପରେ ବର୍ତ୍ତାଇବ । .::. 19. ତହୁଁ ସେ ଆପଣା ଦେଶର ଦୁର୍ଗସକଳର ଆଡ଼େ ଫେରିବ; ମାତ୍ର ସେ ଝୁଣ୍ଟି ପତିତ ହେବ; ପୁଣି, ଦେଖାଯିବ ନାହିଁ । .::. 20. ଏଥିଉତ୍ତାରେ ଯେଉଁ ଜନ ତାହାର ପଦ ପ୍ରାପ୍ତ ହେବ, ସେ ରାଜ୍ୟର ଶୋଭା ସ୍ଥାନର ମଧ୍ୟ ଦେଇ ଯିବା ପାଇଁ ଜଣେ ପ୍ରଜାପୀଡ଼କକୁ ପ୍ରେରଣ କରିବ; ମାତ୍ର ଅଳ୍ପ ଦିନ ମଧ୍ୟରେ ସେ ବିନଷ୍ଟ ହେବ, ମାତ୍ର କ୍ରୋଧରେ ନୁହେଁ, କିଅବା ଯୁଦ୍ଧରେ ନୁହେଁ । .::. 21. ପୁଣି, ଯାହାକୁ ସେମାନେ ରାଜାର ସମ୍ମାନ ଦେଇ ନ ଥିଲେ, ଏପରି ଜଣେ ତୁଚ୍ଛ ଲୋକ ତାହାର ପଦ ପ୍ରାପ୍ତ ହେବ; ମାତ୍ର ସେ ନିଶ୍ଚି; ସମୟରେ ଆସିବ ଓ ଚାଟୁବାକ୍ୟ-ଦ୍ଵାରା ରାଜ୍ୟ ପାଇବ । .::. 22. ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ଵାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ହିଁ ଭଗ୍ନ ହେବ । .::. 23. ପୁଣି, ତାହାର ସହିତ ସନ୍ଧି ସ୍ଥିର କରାଗଲା ଉତ୍ତାରେ ସେ ପ୍ରତାରଣାପୂର୍ବକ କାର୍ଯ୍ୟ କରିବ; କାରଣ ସେ ଆସି ଅଳ୍ପ ଲୋକ ଦ୍ଵାରା ପରାକ୍ରମୀ ହେବ । .::. 24. ସେ ନିଶ୍ଚି; ସମୟରେ ଦେଶର ଅତ୍ୟୁତ୍ତମ ସ୍ଥାନରେ ପ୍ରବେଶ କରିବ ଓ ତାହାର ପିତୃ ଓ ପିତାମହଗଣ ଯାହା କରି ନ ଥିଲେ, ତାହା ସେ କରିବ; ସେ ସେମାନଙ୍କ ମଧ୍ୟରେ ଲୁଟଦ୍ରବ୍ୟ ଓ ଅପହୃତ ବସ୍ତୁ ଓ ଧନ ବିଞ୍ଚି ଦେବ ଓ ଦୃଢ଼ ଗଡ଼ସକଳର ବିରୁଦ୍ଧରେ ସେ କିଛିକାଳ କୌଶଳ କଳ୍ପନା କରିବ । .::. 25. ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ୍ ଓ ପରାକ୍ରା; ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ । .::. 26. ଯେଉଁମାନେ ତାହାର ଆହାର ଭୋଜନ କରନ୍ତି, ସେମାନେ ତାହାକୁ ବିନାଶ କରିବେ, ପୁଣି ତାହାର ସୈନ୍ୟଦଳ ବହି ଯିବେ ଓ ଅନେକେ ହତ ହୋଇ ପଡ଼ିବେ । .::. 27. ପୁଣି, ଏହି ଦୁଇ ରାଜାର ଚିତ୍ତ ଅନିଷ୍ଟ କରିବାକୁ ପ୍ରବୃତ୍ତ ହେବ ଓ ସେମାନେ ଏକ ମେଜରେ ବସି ମିଥ୍ୟା କଥା କହିବେ; ମାତ୍ର ତାହା ସଫଳ ନୋହିବ; କାରଣ ସେତେବେଳେ ହେଁ ପରିଣାମ ନିରୂପିତ କାଳର ଅପେକ୍ଷା କରିବ । .::. 28. ସେତେବେଳେ ସେ ଅନେକ ସମ୍ପତ୍ତି ନେଇ ଆପଣା ଦେଶକୁ ଫେରି ଯିବ ଓ ତାହାର ଚିତ୍ତ ପବିତ୍ର ନିୟମର ପ୍ରତିଫଳ ହେବ; ଆଉ, ସେ ସ୍ଵେଚ୍ଛାମତ କର୍ମ କରି ଆପଣା ଦେଶକୁ ଫେରି ଯିବ । .::. 29. ନିରୂପିତ କାଳରେ ସେ ଫେରି ଦକ୍ଷିଣ ଦେଶରେ ପ୍ରବେଶ କରିବ; ମାତ୍ର ପୂର୍ବ କାଳରେ ଯେପରି ହୋଇଥିଲା, ଶେଷ କାଳରେ ସେପରି ନୋହିବ । .::. 30. କାରଣ କିତ୍ତିମର ଜାହାଜସକଳ ତାହାର ବିରୁଦ୍ଧରେ ଆସିବ, ଏଥିପାଇଁ ସେ ଦୁଃଖିତ ହୋଇ ଫେରି ଯିବ ଓ ପବିତ୍ର ନିୟମର ପ୍ରତିକୂଳରେ କ୍ରୋଧ କରି ସ୍ଵେଚ୍ଛାମତ କାର୍ଯ୍ୟ କରିବ; ସେ ଫେରି ଯିବ ଓ ପବିତ୍ର ନିୟମତ୍ୟାଗୀ ଲୋକମାନଙ୍କ ପ୍ରତି ମନୋଯୋଗ କରିବ । .::. 31. ଆଉ, ତାହାର ପକ୍ଷସ୍ଥ ସୈନ୍ୟଗଣ ଉଠି ଧର୍ମଧାମ, ଅର୍ଥାତ୍, ଦୁର୍ଗ ଅଶୁଚି କରିବେ ଓ ନିତ୍ୟ ନୈବେଦ୍ୟ ନିବୃତ୍ତ କରିବେ, ଆଉ ସର୍ବନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପନ କରିବେ । .::. 32. ପୁଣି, ଯେଉଁମାନେ ନିୟମର ପ୍ରତିକୂଳରେ ଦୁଷ୍ଟାଚରଣ କରନ୍ତି, ସେ ଚାଟୁବାକ୍ୟ ଦ୍ଵାରା ସେମାନଙ୍କୁ ବିପଥଗାମୀ କରାଇବ; ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ଵରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ । .::. 33. ଆଉ, ଲୋକମାନଙ୍କ ମଧ୍ୟରେ ଜ୍ଞାନୀମାନେ ଅନେକଙ୍କୁ ଉପଦେଶ ଦେବେ; ତଥାପି ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଖଡ଼୍‍ଗରେ, ଅଗ୍ନିଶିଖାରେ, ବନ୍ଦୀଦଶାରେ ଓ ଲୁଟରେ ପତିତ ହେବେ । .::. 34. ଯେତେବେଳେ ସେମାନେ ପତିତ ହେବେ, ସେତେବେଳେ ସେମାନେ ଅଳ୍ପ ସାହାଯ୍ୟ ପ୍ରାପ୍ତ ହେବେ; ମାତ୍ର ଅନେକେ ଚାଟୁବାକ୍ୟ ଦ୍ଵାରା ସେମାନଙ୍କ ସଙ୍ଗେ ଯୋଗ ଦେବେ । .::. 35. ପୁଣି, ସେମାନଙ୍କ ମଧ୍ୟରେ ଜ୍ଞାନୀମାନେ ସେମାନଙ୍କୁ ନିର୍ମଳ, ପରିଷ୍କୃତ ଓ ଶୁକ୍ଳୀକୃତ କରିବା ପାଇଁ ପରିଣାମର ସମୟ ପର୍ଯ୍ୟନ୍ତ ପତିତ ହେବେ; କାରଣ ତାହା ନିରୂପିତ କାଳର ଅପେକ୍ଷା କରେ । .::. 36. ଆଉ, ରାଜା ଆପଣା ଇଚ୍ଛାନୁସାରେ କର୍ମ କରିବ ଓ ସକଳ ଦେବତା ଅପେକ୍ଷା ଆପଣାକୁ ବଡ଼ କରି ଦର୍ପ କରିବ, ପୁଣି ଈଶ୍ଵରଗଣର ଈଶ୍ଵରଙ୍କ ବିରୁଦ୍ଧରେ ଅଦ୍ଭୁତ କଥା କହିବ ଓ କ୍ରୋଧ ସଫଳ ହେବା ପର୍ଯ୍ୟନ୍ତ ସମୃଦ୍ଧି ହେବ; କାରଣ ଯାହା ନିରୂପିତ ହୋଇଅଛି, ତାହା କରାଯିବ । .::. 37. ସେ ଆପଣା ପିତୃଗଣର ଦେବତାମାନଙ୍କୁ ମାନିବ ନାହିଁ; ଅଥବା ସ୍ତ୍ରୀମାନଙ୍କ ବାଞ୍ଛାକୁ କିଅବା କୌଣସି ଦେବତାକୁ ମାନିବ ନାହିଁ; କାରଣ ସେ ସମସ୍ତଙ୍କ ଅପେକ୍ଷା ଆପଣାକୁ ବଡ଼ କରିବ । .::. 38. ମାତ୍ର ଆପଣା ସ୍ଥାନରେ ସେ ଦୁର୍ଗର ଦେବତାକୁ ସମ୍ମାନ କରିବ ଓ ତାହାର ପିତୃଗଣର ଅଜ୍ଞାତ ଦେବତାକୁ ସୁନା, ରୂପା, ବହୁମୂଲ୍ୟ ପ୍ରସ୍ତର ଓ ମନୋହର ଦ୍ରବ୍ୟ ଦେଇ ସମ୍ମାନ କରିବ । .::. 39. ପୁଣି, ସେ ବିଦେଶୀୟ ଦେବତାର ସାହାଯ୍ୟରେ ଦୃଢ଼ତମ ଦୁର୍ଗମାନର ପ୍ରତିକୂଳରେ କାର୍ଯ୍ୟ କରିବ, ଯେକେହି ତାହାକୁ ସ୍ଵୀକାର କରିବ, ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନେକର ଉପରେ ସେମାନଙ୍କୁ କର୍ତ୍ତୃତ୍ଵ ପଦ ଦେବ ଓ ପାରିତୋଷିକ ରୂପେ ଭୂମି ବିଭାଗ କରିବ । .::. 40. ଆଉ, ଅନ୍ତିମ କାଳରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବିରୋଧ କରିବ ଓ ଉତ୍ତର ଦେଶର ରାଜା ରଥ, ଅଶ୍ଵାରୋହୀଗଣ ଓ ଅନେକ ଜାହାଜ ନେଇ ତାହା ବିରୁଦ୍ଧରେ ଘୂର୍ଣ୍ଣିବାୟୁ ତୁଲ୍ୟ ଆସିବ ଓ ସେ ନାନା ଦେଶ ମଧ୍ୟରେ ପ୍ରବେଶ କରି ବଢ଼ି ତୁଲ୍ୟ ପ୍ଲାବନ କରି ବହିଯିବ । .::. 41. ସେ ମଧ୍ୟ ରମ୍ୟ ଦେଶରେ ପ୍ରବେଶ କରିବ, ତହିଁରେ ଅନେକ ଦେଶ ପରାସ୍ତ ହେବ; ମାତ୍ର ଇଦୋମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣର ଶ୍ରେଷ୍ଠାଂଶ ତାହାର ହସ୍ତରୁ ରକ୍ଷା ପାଇବେ । .::. 42. ଆହୁରି, ସେ ନାନା ଦେଶ ଉପରେ ଆପଣା ହସ୍ତ ପ୍ରସାରିବ ଓ ମିସର ଦେଶ ରକ୍ଷା ପାଇବ ନାହିଁ । .::. 43. ମାତ୍ର ମିସରର ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ୟ ଦ୍ରବ୍ୟସକଳ ତାହାର ହସ୍ତଗତ ହେବ; ଆଉ, ଲୁଦୀୟ ଓ କୂଶୀୟମାନେ ତାହାର ଅନୁଚର ହେବେ । .::. 44. ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ଵାଦ ତାହାକୁ ଉଦ୍ବିଗ୍ନ କରିବ; ତହିଁରେ ସେ ଅନେକଙ୍କୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା ପାଇଁ ମହାକୋପରେ ଯାତ୍ରା କରିବ । .::. 45. ପୁଣି, ସେ ସମୁଦ୍ର ଓ ରମ୍ୟ ପବିତ୍ର ପର୍ବତର ମଧ୍ୟରେ ଆପଣା ରାଜକୀୟ ତମ୍ଵୁ ସ୍ଥାପନ କରିବ; ତଥାପି ତାହାର ଅନ୍ତିମ କାଳ ଉପସ୍ଥିତ ହେବ, ଆଉ କେହି ତାହାର ସାହାଯ୍ୟ କରିବ ନାହିଁ । .::.
  • ଦାନିଏଲ ଅଧ୍ୟାୟ 1  
  • ଦାନିଏଲ ଅଧ୍ୟାୟ 2  
  • ଦାନିଏଲ ଅଧ୍ୟାୟ 3  
  • ଦାନିଏଲ ଅଧ୍ୟାୟ 4  
  • ଦାନିଏଲ ଅଧ୍ୟାୟ 5  
  • ଦାନିଏଲ ଅଧ୍ୟାୟ 6  
  • ଦାନିଏଲ ଅଧ୍ୟାୟ 7  
  • ଦାନିଏଲ ଅଧ୍ୟାୟ 8  
  • ଦାନିଏଲ ଅଧ୍ୟାୟ 9  
  • ଦାନିଏଲ ଅଧ୍ୟାୟ 10  
  • ଦାନିଏଲ ଅଧ୍ୟାୟ 11  
  • ଦାନିଏଲ ଅଧ୍ୟାୟ 12  
Common Bible Languages
West Indian Languages
×

Alert

×

oriya Letters Keypad References