ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯାତ୍ରା ପୁସ୍ତକ

ଯାତ୍ରା ପୁସ୍ତକ ଅଧ୍ୟାୟ 6

1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଛାଡ଼ି ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ । 2 ପରମେଶ୍ଵର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଯିହୋବାଃ (ସଦାପ୍ରଭୁ); 3 ଆମ୍ଭେ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ଵର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ । 4 ପୁଣି କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ । 5 ଏବେ ମିସ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ଵରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ । 6 ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ଵରୁ ମୁକ୍ତ କରିବା, ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ତ ଦ୍ଵାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା । 7 ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା; ତହିଁରେ ମିସ୍ରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ । 8 ଆମ୍ଭେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ । 9 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ଵ ହେତୁରୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ । 10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 11 ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବିଦାୟ କର । 12 ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ? 13 ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ । 14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ । ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ ଓ ହିଷ୍ରୋଣ୍ ଓ କର୍ମ୍ମି; ଏମାନେ ରୁବେନର ବଂଶ । 15 ପୁଣି ଶିମୀୟୋନର ପୁତ୍ର ଯିମୂୟେଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ । 16 ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ୍ ଓ କହାତ୍ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ୍ ବର୍ଷ ଥିଲା । 17 ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି। 18 ପୁଣି କହାତର ସନ୍ତାନ ଅମ୍ରମ୍ ଓ ଯିଷ୍ହର ଓ ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ୍ ବର୍ଷ ବୟସ ହୋଇଥିଲା । 19 ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ । 20 ପୁଣି ଅମ୍ରମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା⇧; ସେହି ଅମ୍ରମର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା । 21 ଯିଷ୍ହରର ସନ୍ତାନ କୋରହ ଓ ନେଫଗ ଓ ସିଖ୍ରି । 22 ପୁଣି ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଦ୍ରି । 23 ପୁଣି ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବୀହୂ ଓ ଇଲୀୟାସର ଓ ଈଥାମରକୁା ପ୍ରସବ କଲା । 24 ପୁଣି କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ୍; ଏମାନେ କୋରହର ବଂଶ । 25 ପୁଣି ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସକୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ । 26 ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ । 27 ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏମାନେ ସେହି ମୋଶା ଓ ହାରୋଣ । 28 ଯେଉଁଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ, 29 ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଆମ୍ଭେ ସଦାପ୍ରଭୁ ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହା ସବୁ ମିସ୍ରୀୟ ରାଜା ଫାରୋକୁ କୁହ । 30 ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ?
1 ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମ୍ଭେ ଫାରୋ ପ୍ରତି ଯାହା କରିବା, ତାହା ତୁମ୍ଭେ ଏବେ ଦେଖିବ; କାରଣ ବାହୁ ବଳ ପ୍ରକାଶିତ ହେଲେ, ସେ ଲୋକମାନଙ୍କୁ ଛାଡ଼ି ଦେବ ଓ ବାହୁ ବଳ ପ୍ରକାଶିତ ହେଲେ, ଆପଣା ଦେଶରୁ ସେମାନଙ୍କୁ ତଡ଼ି ଦେବ । .::. 2 ପରମେଶ୍ଵର ମୋଶାଙ୍କ ସହିତ ଆଳାପ କରି ଆହୁରି କହିଲେ, ଆମ୍ଭେ ଯିହୋବାଃ (ସଦାପ୍ରଭୁ); .::. 3 ଆମ୍ଭେ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କୁ ସର୍ବଶକ୍ତିମାନ ପରମେଶ୍ଵର ବୋଲି ଦର୍ଶନ ଦେଇଥିଲୁ, ମାତ୍ର ଆମ୍ଭେ ଆପଣା ଯିହୋବାଃ ନାମରେ ସେମାନଙ୍କୁ ପରିଚୟ ଦେଇ ନ ଥିଲୁ । .::. 4 ପୁଣି କିଣାନ ଦେଶ, ଅର୍ଥାତ୍, ଯହିଁରେ ସେମାନେ ପ୍ରବାସ କଲେ, ସେହି ପ୍ରବାସ-ଦେଶ ମଧ୍ୟ ସେମାନଙ୍କୁ ଦେବା ବୋଲି ସେମାନଙ୍କ ସହିତ ନିୟମ ସ୍ଥିର କରିଥିଲୁ । .::. 5 ଏବେ ମିସ୍ରୀୟମାନେ ଯେଉଁମାନଙ୍କୁ ଦାସତ୍ଵରେ ରଖିଅଛନ୍ତି, ସେହି ଇସ୍ରାଏଲ-ସନ୍ତାନଗଣର ଆର୍ତ୍ତନାଦ ଶୁଣି ଆମ୍ଭେ ଆପଣାର ସେହି ନିୟମ ସ୍ମରଣ କରିଅଛୁ । .::. 6 ଏନିମନ୍ତେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ମିସ୍ରୀୟମାନଙ୍କ ଭାରବହନରୁ ନିସ୍ତାର କରିବା ଓ ଆମ୍ଭେ ତୁମ୍ଭମାନଙ୍କୁ ସେମାନଙ୍କ ଦାସତ୍ଵରୁ ମୁକ୍ତ କରିବା, ପୁଣି ଆମ୍ଭେ ବିସ୍ତୀର୍ଣ୍ଣ ବାହୁ ଓ ମହା ମହା ଦଣ୍ତ ଦ୍ଵାରା ତୁମ୍ଭମାନଙ୍କୁ ଉଦ୍ଧାର କରିବା । .::. 7 ଆମ୍ଭେ ତୁମ୍ଭମାନଙ୍କୁ ଆପଣା ଲୋକ ରୂପେ ଗ୍ରହଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ହେବା; ତହିଁରେ ମିସ୍ରୀୟମାନଙ୍କ ଭାରବହନରୁ ତୁମ୍ଭମାନଙ୍କର ନିସ୍ତାରକାରୀ ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ଵର ସଦାପ୍ରଭୁ ଅଟୁ, ତାହା ତୁମ୍ଭେମାନେ ଜାଣିବ । .::. 8 ଆମ୍ଭେ ଅବ୍ରହାମ ଓ ଇସ୍‍ହାକ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ନିମିତ୍ତ ଆପଣା ହସ୍ତ ଉଠାଇଅଛୁ, ସେହି ଦେଶକୁ ଆମ୍ଭେ ତୁମ୍ଭମାନଙ୍କୁ ଘେନିଯିବା; ପୁଣି ଆମ୍ଭେ ଅଧିକାରାର୍ଥେ ତାହା ତୁମ୍ଭମାନଙ୍କୁ ଦେବା; ଆମ୍ଭେ ସଦାପ୍ରଭୁ । .::. 9 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନଗଣକୁ ତଦନୁସାରେ କହିଲେ ପ୍ରମାଣ, ମାତ୍ର ସେମାନେ ମନୋଦୁଃଖ ଓ କଠିନ ଦାସତ୍ଵ ହେତୁରୁ ମୋଶାଙ୍କର ବାକ୍ୟରେ ମନୋଯୋଗ କଲେ ନାହିଁ । .::. 10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, .::. 11 ତୁମ୍ଭେ ଯାଇ ମିସରର ରାଜା ଫାରୋକୁ କୁହ, ତୁମ୍ଭ ଦେଶରୁ ଇସ୍ରାଏଲ-ସନ୍ତାନଗଣକୁ ବିଦାୟ କର । .::. 12 ତହିଁରେ ମୋଶା ସଦାପ୍ରଭୁଙ୍କ ଛାମୁରେ କହିଲେ, ଦେଖନ୍ତୁ, ଇସ୍ରାଏଲ-ସନ୍ତାନଗଣ ମୋʼ କଥାରେ ମନୋଯୋଗ କରି ନାହାନ୍ତି; ତେବେ ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ? .::. 13 ଏହିରୂପେ ସଦାପ୍ରଭୁ ମୋଶା ଓ ହାରୋଣଙ୍କ ସହିତ ଆଳାପ କଲେ, ପୁଣି ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣିବା ନିମନ୍ତେ ମିସର ରାଜା ଫାରୋଙ୍କ ନିକଟରେ ଓ ଇସ୍ରାଏଲ-ସନ୍ତାନଗଣ ନିକଟରେ ବକ୍ତବ୍ୟ କଥା ସେମାନଙ୍କୁ ଆଜ୍ଞା କଲେ । .::. 14 ଏହି ସମସ୍ତ ଲୋକ ଆପଣା ଆପଣା ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ । ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେନ୍ର ସନ୍ତାନ ହନୋକ ଓ ପଲ୍ଲୁ ଓ ହିଷ୍ରୋଣ୍ ଓ କର୍ମ୍ମି; ଏମାନେ ରୁବେନର ବଂଶ । .::. 15 ପୁଣି ଶିମୀୟୋନର ପୁତ୍ର ଯିମୂୟେଲ ଓ ଯାମୀନ୍ ଓ ଓହଦ୍ ଓ ଯାଖୀନ୍ ଓ ସୋହର ଓ କିଣାନୀୟା ସ୍ତ୍ରୀର ପୁତ୍ର ଶୌଲ; ଏମାନେ ଶିମୀୟୋନର ବଂଶ । .::. 16 ବଂଶାବଳୀ ଅନୁସାରେ ଲେବୀର ପୁତ୍ରମାନଙ୍କ ନାମ ଗେର୍ଶୋନ୍ ଓ କହାତ୍ ଓ ମରାରି; ଲେବୀର ବୟସ ଶହେ ସଇଁତିରିଶ୍ ବର୍ଷ ଥିଲା । .::. 17 ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ଶୋନର ସନ୍ତାନ ଲିବ୍ନି ଓ ଶିମୀୟି। .::. 18 ପୁଣି କହାତର ସନ୍ତାନ ଅମ୍ରମ୍ ଓ ଯିଷ୍ହର ଓ ହିବ୍ରୋଣ ଓ ଉଷୀୟେଲ; ସେହି କହାତର ଶହେ ତେତିଶ୍ ବର୍ଷ ବୟସ ହୋଇଥିଲା । .::. 19 ମରାରିର ସନ୍ତାନ ମହଲି ଓ ମୂଶି; ଏମାନେ ବଂଶାବଳୀ ଅନୁସାରେ ଲେବୀର ବଂଶ । .::. 20 ପୁଣି ଅମ୍ରମ୍ ଆପଣା ପିଉସୀ ଯୋକେବଦକୁ ବିବାହ କରନ୍ତେ, ସେ ତାହାର ଔରସରେ ହାରୋଣଙ୍କୁ ଓ ମୋଶାଙ୍କୁ ପ୍ରସବ କଲା⇧; ସେହି ଅମ୍ରମର ଆୟୁ ଶହେ ସଇଁତିରିଶ ବର୍ଷ ଥିଲା । .::. 21 ଯିଷ୍ହରର ସନ୍ତାନ କୋରହ ଓ ନେଫଗ ଓ ସିଖ୍ରି । .::. 22 ପୁଣି ଉଷୀୟେଲର ସନ୍ତାନ ମୀଶାୟେଲ ଓ ଇଲୀଷାଫନ୍ ଓ ସିଦ୍ରି । .::. 23 ପୁଣି ହାରୋଣ ଅମ୍ମୀନାଦବର କନ୍ୟା ନହଶୋନର ଭଗିନୀ ଇଲୀଶେବାକୁ ବିବାହ କଲେ; ତହିଁରେ ସେ ତାଙ୍କର ଔରସରେ ନାଦବ ଓ ଅବୀହୂ ଓ ଇଲୀୟାସର ଓ ଈଥାମରକୁା ପ୍ରସବ କଲା । .::. 24 ପୁଣି କୋରହର ସନ୍ତାନ ଅସୀର ଓ ଇଲ୍‍କାନା ଓ ଅବୀୟାସଫ୍; ଏମାନେ କୋରହର ବଂଶ । .::. 25 ପୁଣି ହାରୋଣଙ୍କର ପୁତ୍ର ଇଲୀୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କରନ୍ତେ, ସେ ତାଙ୍କର ଔରସରେ ପୀନହସକୁ ପ୍ରସବ କଲା, ଏମାନେ ଲେବୀୟମାନଙ୍କ ବଂଶଭେଦାନୁସାରେ ସେମାନଙ୍କ ପିତୃବଂଶ ମଧ୍ୟରେ ପ୍ରଧାନ ଥିଲେ । .::. 26 ଏହି ଯେ ହାରୋଣ ଓ ମୋଶା, ଏମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭେମାନେ ସୈନ୍ୟଶ୍ରେଣୀବଦ୍ଧ ଇସ୍ରାଏଲ-ସନ୍ତାନଗଣକୁ ମିସର ଦେଶରୁ ବାହାର କରି ଆଣ । .::. 27 ଏମାନେ ମିସରରୁ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିସରର ରାଜା ଫାରୋଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏମାନେ ସେହି ମୋଶା ଓ ହାରୋଣ । .::. 28 ଯେଉଁଦିନ ସଦାପ୍ରଭୁ ମିସର ଦେଶରେ ମୋଶାଙ୍କ ସହିତ ଆଳାପ କଲେ, .::. 29 ସେହି ଦିନ ସଦାପ୍ରଭୁ ମୋଶାଙ୍କୁ ଏହି କଥା କହିଲେ, ଆମ୍ଭେ ସଦାପ୍ରଭୁ ଆମ୍ଭେ ତୁମ୍ଭକୁ ଯାହା ଯାହା କହୁ; ତାହା ସବୁ ମିସ୍ରୀୟ ରାଜା ଫାରୋକୁ କୁହ । .::. 30 ତହିଁରେ ମୋଶା ସଦାପ୍ରଭୁଙ୍କ ସାକ୍ଷାତରେ କହିଥିଲେ, ଅସୁନ୍ନତ-ଓଷ୍ଠ ଯେ ମୁଁ, ମୋʼ କଥା ଫାରୋ କିପ୍ରକାରେ ଶୁଣିବେ? .::.
  • ଯାତ୍ରା ପୁସ୍ତକ ଅଧ୍ୟାୟ 1  
  • ଯାତ୍ରା ପୁସ୍ତକ ଅଧ୍ୟାୟ 2  
  • ଯାତ୍ରା ପୁସ୍ତକ ଅଧ୍ୟାୟ 3  
  • ଯାତ୍ରା ପୁସ୍ତକ ଅଧ୍ୟାୟ 4  
  • ଯାତ୍ରା ପୁସ୍ତକ ଅଧ୍ୟାୟ 5  
  • ଯାତ୍ରା ପୁସ୍ତକ ଅଧ୍ୟାୟ 6  
  • ଯାତ୍ରା ପୁସ୍ତକ ଅଧ୍ୟାୟ 7  
  • ଯାତ୍ରା ପୁସ୍ତକ ଅଧ୍ୟାୟ 8  
  • ଯାତ୍ରା ପୁସ୍ତକ ଅଧ୍ୟାୟ 9  
  • ଯାତ୍ରା ପୁସ୍ତକ ଅଧ୍ୟାୟ 10  
  • ଯାତ୍ରା ପୁସ୍ତକ ଅଧ୍ୟାୟ 11  
  • ଯାତ୍ରା ପୁସ୍ତକ ଅଧ୍ୟାୟ 12  
  • ଯାତ୍ରା ପୁସ୍ତକ ଅଧ୍ୟାୟ 13  
  • ଯାତ୍ରା ପୁସ୍ତକ ଅଧ୍ୟାୟ 14  
  • ଯାତ୍ରା ପୁସ୍ତକ ଅଧ୍ୟାୟ 15  
  • ଯାତ୍ରା ପୁସ୍ତକ ଅଧ୍ୟାୟ 16  
  • ଯାତ୍ରା ପୁସ୍ତକ ଅଧ୍ୟାୟ 17  
  • ଯାତ୍ରା ପୁସ୍ତକ ଅଧ୍ୟାୟ 18  
  • ଯାତ୍ରା ପୁସ୍ତକ ଅଧ୍ୟାୟ 19  
  • ଯାତ୍ରା ପୁସ୍ତକ ଅଧ୍ୟାୟ 20  
  • ଯାତ୍ରା ପୁସ୍ତକ ଅଧ୍ୟାୟ 21  
  • ଯାତ୍ରା ପୁସ୍ତକ ଅଧ୍ୟାୟ 22  
  • ଯାତ୍ରା ପୁସ୍ତକ ଅଧ୍ୟାୟ 23  
  • ଯାତ୍ରା ପୁସ୍ତକ ଅଧ୍ୟାୟ 24  
  • ଯାତ୍ରା ପୁସ୍ତକ ଅଧ୍ୟାୟ 25  
  • ଯାତ୍ରା ପୁସ୍ତକ ଅଧ୍ୟାୟ 26  
  • ଯାତ୍ରା ପୁସ୍ତକ ଅଧ୍ୟାୟ 27  
  • ଯାତ୍ରା ପୁସ୍ତକ ଅଧ୍ୟାୟ 28  
  • ଯାତ୍ରା ପୁସ୍ତକ ଅଧ୍ୟାୟ 29  
  • ଯାତ୍ରା ପୁସ୍ତକ ଅଧ୍ୟାୟ 30  
  • ଯାତ୍ରା ପୁସ୍ତକ ଅଧ୍ୟାୟ 31  
  • ଯାତ୍ରା ପୁସ୍ତକ ଅଧ୍ୟାୟ 32  
  • ଯାତ୍ରା ପୁସ୍ତକ ଅଧ୍ୟାୟ 33  
  • ଯାତ୍ରା ପୁସ୍ତକ ଅଧ୍ୟାୟ 34  
  • ଯାତ୍ରା ପୁସ୍ତକ ଅଧ୍ୟାୟ 35  
  • ଯାତ୍ରା ପୁସ୍ତକ ଅଧ୍ୟାୟ 36  
  • ଯାତ୍ରା ପୁସ୍ତକ ଅଧ୍ୟାୟ 37  
  • ଯାତ୍ରା ପୁସ୍ତକ ଅଧ୍ୟାୟ 38  
  • ଯାତ୍ରା ପୁସ୍ତକ ଅଧ୍ୟାୟ 39  
  • ଯାତ୍ରା ପୁସ୍ତକ ଅଧ୍ୟାୟ 40  
×

Alert

×

Oriya Letters Keypad References