ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯିହିଜିକଲ

ଯିହିଜିକଲ ଅଧ୍ୟାୟ 41

1 ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି । 2 ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ । 3 ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ । 4 ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ । 5 ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ । 6 ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ । 7 ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା । 8 ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା । 9 ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା । 10 କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା । 11 ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା । 12 ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା । 13 ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ। 14 ଆହୁରି, ପୂର୍ବଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ । 15 ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ତା (ମାପିଲେ); 16 ଦ୍ଵାରର ସମ୍ମୁଖସ୍ଥାନ ଓ ବନ୍ଦ ଜଳାକବାଟିସବୁ ଓ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା; 17 ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।) 18 ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା ଓ କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା । 19 ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା । 20 ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା । 21 ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା । 22 ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି । 23 ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା । 24 ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଓ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା । 25 ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା । 26 ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା ।
1. ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ, ସେ ଉପସ୍ତମ୍ଭର ପ୍ରସାର ଏପାଖରେ ଛଅ ହାତ, ସେପାଖରେ ଛଅ ହାତ ଥିଲା, ତମ୍ଵୁର ପ୍ରସ୍ଥ ହିଁ ଏତିକି । 2. ପୁଣି, ପ୍ରବେଶ-ସ୍ଥାନର ପ୍ରସ୍ଥ ଦଶ ହାତ ଓ ସେହି ପ୍ରବେଶ-ସ୍ଥାନର ପାର୍ଶ୍ଵ ଏପାଖେ ପାଞ୍ଚ ହାତ ଓ ସେପାଖେ ପାଞ୍ଚ ହାତ ଥିଲା; ଆଉ, ସେ ତହିଁର ଦୀର୍ଘତା ଚାଳିଶ ହାତ ଓ ପ୍ରସ୍ଥ କୋଡ଼ିଏ ହାତ ମାପିଲେ । 3. ତେବେ ସେ ଭିତରକୁ ଯାଇ ପ୍ରବେଶ-ସ୍ଥାନର ଉପସ୍ତମ୍ଭ, ପ୍ରତ୍ୟେକ ଦୁଇ ହାତ ଲେଖାଏଁ ଓ ପ୍ରବେଶ-ସ୍ଥାନ ଛଅ ହାତ; ଆଉ, ପ୍ରବେଶ-ସ୍ଥାନର ପ୍ରସ୍ଥ ସାତ ହାତ ମାପିଲେ । 4. ପୁଣି, ସେ ତହିଁର ଦୀର୍ଘତା କୋଡ଼ିଏ ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ କୋଡ଼ିଏ ହାତ ମାପିଲେନ୍ତ ଆଉ, ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ । 5. ତହୁଁ ସେ ଗୃହର କାନ୍ଥ ଛଅ ହାତ ଓ ଗୃହର ଚତୁର୍ଦ୍ଦିଗସ୍ଥିତ ପାର୍ଶ୍ଵସ୍ଥ ପ୍ରତ୍ୟେକ କୋଠରିର ପ୍ରସ୍ଥ ଚାରି ହାତ ଲେଖାଏଁ ମାପିଲେ । 6. ପୁଣି, ଏକ ମହଲା ଉପରେ ଅନ୍ୟ ମହଲା, ଏହିରୂପେ ପାର୍ଶ୍ଵସ୍ଥ କୋଠରିସକଳ ତିନି ମହଲା ଓ ଏକ ଏକ ଶ୍ରେଣୀରେ ତିରିଶ କୋଠରି ଥିଲା; ଆଉ, ପାର୍ଶ୍ଵସ୍ଥ କୋଠରିସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା; କୋଠରିସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ । 7. ପୁଣି, ପାର୍ଶ୍ଵସ୍ଥ କୋଠରିସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା; କାରଣ ଗୃହର ବେଷ୍ଟନ ଚତୁର୍ଦ୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା; ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରିରୁ ଉଚ୍ଚତମ କୋଠରିକୁ ଯିବାର ପଥ ମଧ୍ୟମ କୋଠରି ଦେଇ ଗଲା । 8. ଆହୁରି, ମୁଁ ଦେଖିଲି ଯେ, ଗୃହର ଚତୁର୍ଦ୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା; ପାର୍ଶ୍ଵସ୍ଥ କୋଠରିସକଳର ଭିତ୍ତିମୂଳ ଛଅ ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା । 9. ବାହାର ଭାଗରେ ପାର୍ଶ୍ଵସ୍ଥ କୋଠରିସକଳର କାନ୍ଥ ପାଞ୍ଚ ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା, ତାହା ଗୃହର ପାର୍ଶ୍ଵସ୍ଥ କୋଠରିର ସ୍ଥାନ ଥିଲା । 10. କୋଠରିସକଳର ମଧ୍ୟରେ ଗୃହର ଚାରିଆଡ଼େ କୋଡ଼ିଏ ହାତ ପ୍ରସ୍ଥ ସ୍ଥାନ ଥିଲା । 11. ପୁଣି, ପାର୍ଶ୍ଵସ୍ଥ କୋଠରିସକଳର ଦ୍ଵାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା, ଗୋଟିଏ ଦ୍ଵାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ଵାର ଦକ୍ଷିଣ ଆଡ଼େ ଥିଲା; ଆଉ, ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦ୍ଦିଗରେ ପାଞ୍ଚ ହାତ ଥିଲା । 12. ପୁଣି, ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ ସତୁରି ହାତ ପ୍ରସ୍ଥ ଥିଲା ଓ ଚତୁର୍ଦ୍ଦିଗରେ ସେହି ଗୃହର କାନ୍ଥ ପାଞ୍ଚ ହାତ ଓ ତହିଁର ଦୀର୍ଘତା ନବେ ହାତ ଥିଲା । 13. ଏହିରୂପେ ସେ ଗୃହର ଦୀର୍ଘତା ଶହେ ହାତ ଓ ପୃଥକ୍ ସ୍ଥାନ, ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା ଶହେ ହାତ ମାପିଲେ। 14. ଆହୁରି, ପୂର୍ବଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ ଶହେ ହାତ ମାପିଲେ । 15. ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା, ଅର୍ଥାତ୍, ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା, ତାହା ଓ ଏପାଖେ ସେପାଖେ ତହିଁର ଅପ୍ରଶସ୍ତ ବରଣ୍ତା ଶହେ ହାତ ମାପିଲେ; ଆଉ, ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ତା (ମାପିଲେ); 16. ଦ୍ଵାରର ସମ୍ମୁଖସ୍ଥାନ ଓ ବନ୍ଦ ଜଳାକବାଟିସବୁ ଓ ଦ୍ଵାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦ୍ଦିଗେ କାଷ୍ଠ ଆଚ୍ଛାଦିତ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବରଣ୍ତାସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ; ଜଳାକବାଟିସବୁ ଆଚ୍ଛାଦିତ ହୋଇଥିଲା; 17. ଦ୍ଵାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ, ଆଉ କାନ୍ଥସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହିସବୁର ବିଶେଷ ବିଶେଷ ପରିମାଣ (ନିରୂପିତ ହେଲା ।) 18. ପୁଣି, ତହିଁରେ କିରୂବ ଓ ଖର୍ଜ୍ଜୁର ବୃକ୍ଷର ଶିଳ୍ପ କର୍ମ ଥିଲା ଓ କିରୂବ ଓ କିରୂବ ମଧ୍ୟରେ ଏକ ଖର୍ଜ୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୂବର ଦୁଇ ଦୁଇ ମୁଖ ଥିଲା । 19. ଏହିରୂପେ ଏକ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ଵସ୍ଥ ଖର୍ଜ୍ଜୁର ବୃକ୍ଷଆଡ଼େ ଯୁବାସିଂହର ମୁଖ ଥିଲା; ଏହି ପ୍ରକାର ଗୃହଯାକ ଥିଲା । 20. ଭୂମିଠାରୁ ଦ୍ଵାରର ଉପରଭାଗ ପର୍ଯ୍ୟନ୍ତ କିରୂବ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା; ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା । 21. ମନ୍ଦିରର ଦ୍ଵାରବନ୍ଧସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା । 22. ବେଦି କାଷ୍ଠନିର୍ମିତ ତିନି ହାତ ଉଚ୍ଚ ଓ ତହିଁର ଦୀର୍ଘତା ଦୁଇ ହାତ ଥିଲା; ଆଉ, ତହିଁର କୋଣସବୁ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲାନ୍ତ ପୁଣି, ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି । 23. ମନ୍ଦିର ଓ ପବିତ୍ର ସ୍ଥାନର ଦୁଇ ଦ୍ଵାର ଥିଲା । 24. ଆଉ, ଏକ ଏକ କବାଟର ଦୁଇ ଦୁଇ ପଟ, ଦୁଇ ଦୁଇ ଘୂରିବା ପଟ ଥିଲା, ଅର୍ଥାତ୍, ଏକ ଦ୍ଵାରର ଦୁଇ ପଟ ଓ ଅନ୍ୟ ଦ୍ଵାରର ଦୁଇ ପଟ ଥିଲା । 25. ପୁଣି ସେସବୁରେ, ଅର୍ଥାତ୍, ମନ୍ଦିର କବାଟରେ କାନ୍ଥରେ ଯେପରି, ସେହିପରି କିରୂବଗଣ ଓ ଖର୍ଜ୍ଜୁର ବୃକ୍ଷ ଶିଳ୍ପିତ ଥିଲା; ଆଉ, ବାହାର ବରଣ୍ତାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା । 26. ଆଉ, ବରଣ୍ତାର ପାର୍ଶ୍ଵରେ ଏପାଖରେ ଓ ସେପାଖରେ ବନ୍ଦ ଜଳାକବାଟି ଓ ଖର୍ଜ୍ଜୁର ବୃକ୍ଷର ଆକୃତି ଥିଲା, ଗୃହର ପାର୍ଶ୍ଵସ୍ଥ କୋଠରି ଓ ମୋଟ କଡ଼ିକାଠସବୁ ଏହି ପ୍ରକାର ଥିଲା ।
  • ଯିହିଜିକଲ ଅଧ୍ୟାୟ 1  
  • ଯିହିଜିକଲ ଅଧ୍ୟାୟ 2  
  • ଯିହିଜିକଲ ଅଧ୍ୟାୟ 3  
  • ଯିହିଜିକଲ ଅଧ୍ୟାୟ 4  
  • ଯିହିଜିକଲ ଅଧ୍ୟାୟ 5  
  • ଯିହିଜିକଲ ଅଧ୍ୟାୟ 6  
  • ଯିହିଜିକଲ ଅଧ୍ୟାୟ 7  
  • ଯିହିଜିକଲ ଅଧ୍ୟାୟ 8  
  • ଯିହିଜିକଲ ଅଧ୍ୟାୟ 9  
  • ଯିହିଜିକଲ ଅଧ୍ୟାୟ 10  
  • ଯିହିଜିକଲ ଅଧ୍ୟାୟ 11  
  • ଯିହିଜିକଲ ଅଧ୍ୟାୟ 12  
  • ଯିହିଜିକଲ ଅଧ୍ୟାୟ 13  
  • ଯିହିଜିକଲ ଅଧ୍ୟାୟ 14  
  • ଯିହିଜିକଲ ଅଧ୍ୟାୟ 15  
  • ଯିହିଜିକଲ ଅଧ୍ୟାୟ 16  
  • ଯିହିଜିକଲ ଅଧ୍ୟାୟ 17  
  • ଯିହିଜିକଲ ଅଧ୍ୟାୟ 18  
  • ଯିହିଜିକଲ ଅଧ୍ୟାୟ 19  
  • ଯିହିଜିକଲ ଅଧ୍ୟାୟ 20  
  • ଯିହିଜିକଲ ଅଧ୍ୟାୟ 21  
  • ଯିହିଜିକଲ ଅଧ୍ୟାୟ 22  
  • ଯିହିଜିକଲ ଅଧ୍ୟାୟ 23  
  • ଯିହିଜିକଲ ଅଧ୍ୟାୟ 24  
  • ଯିହିଜିକଲ ଅଧ୍ୟାୟ 25  
  • ଯିହିଜିକଲ ଅଧ୍ୟାୟ 26  
  • ଯିହିଜିକଲ ଅଧ୍ୟାୟ 27  
  • ଯିହିଜିକଲ ଅଧ୍ୟାୟ 28  
  • ଯିହିଜିକଲ ଅଧ୍ୟାୟ 29  
  • ଯିହିଜିକଲ ଅଧ୍ୟାୟ 30  
  • ଯିହିଜିକଲ ଅଧ୍ୟାୟ 31  
  • ଯିହିଜିକଲ ଅଧ୍ୟାୟ 32  
  • ଯିହିଜିକଲ ଅଧ୍ୟାୟ 33  
  • ଯିହିଜିକଲ ଅଧ୍ୟାୟ 34  
  • ଯିହିଜିକଲ ଅଧ୍ୟାୟ 35  
  • ଯିହିଜିକଲ ଅଧ୍ୟାୟ 36  
  • ଯିହିଜିକଲ ଅଧ୍ୟାୟ 37  
  • ଯିହିଜିକଲ ଅଧ୍ୟାୟ 38  
  • ଯିହିଜିକଲ ଅଧ୍ୟାୟ 39  
  • ଯିହିଜିକଲ ଅଧ୍ୟାୟ 40  
  • ଯିହିଜିକଲ ଅଧ୍ୟାୟ 41  
  • ଯିହିଜିକଲ ଅଧ୍ୟାୟ 42  
  • ଯିହିଜିକଲ ଅଧ୍ୟାୟ 43  
  • ଯିହିଜିକଲ ଅଧ୍ୟାୟ 44  
  • ଯିହିଜିକଲ ଅଧ୍ୟାୟ 45  
  • ଯିହିଜିକଲ ଅଧ୍ୟାୟ 46  
  • ଯିହିଜିକଲ ଅଧ୍ୟାୟ 47  
  • ଯିହିଜିକଲ ଅଧ୍ୟାୟ 48  
×

Alert

×

Oriya Letters Keypad References