ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆୟୁବ ପୁସ୍ତକ

ଆୟୁବ ପୁସ୍ତକ ଅଧ୍ୟାୟ 19

ଆୟୁବ - ମୋହର ମୁକ୍ତିକର୍ତ୍ତା ଜୀବିତ 1 ଏଥିରେ ଆୟୁବ ଉତ୍ତର କରି କହିଲା, 2 “ତୁମ୍ଭେମାନେ କେତେ କାଳ ମୋ’ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ ? 3 ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋ’ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ। 4 ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋ’ ସଙ୍ଗେ ଥାଏ। 5 ଯଦି ତୁମ୍ଭେମାନେ ନିତାନ୍ତ ମୋ’ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ’ ବିରୁଦ୍ଧରେ ମୋ’ ଗ୍ଳାନିର ପ୍ରତିବାଦ କରିବ; 6 ତେବେ ଜାଣ ଯେ, ପରମେଶ୍ୱର ମୋ’ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି। 7 ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ। 8 ସେ ମୋ’ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି। 9 ସେ ମୋ’ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ’ ମସ୍ତକରୁ ମୁକୁଟ ନେଇଅଛନ୍ତି। 10 ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି। 11 ମଧ୍ୟ ସେ ମୋ’ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି। 12 ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋ’ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋ’ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି। 13 ସେ ମୋହର ଜ୍ଞାତିମାନଙ୍କୁ ମୋ’ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି। 14 ମୋ’ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି। 15 ମୋ’ ଗୃହନିବାସୀମାନେ ଓ ମୋ’ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି। 16 ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ। 17 ମୋ’ ନିଶ୍ୱାସ ମୋ’ ଭାର୍ଯ୍ୟା ପ୍ରତି ଓ ମୋ’ ନିବେଦନ ମୋ’ ସହୋଦର ପ୍ରତି ଘୃଣିତ। 18 ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋ’ ବିରୁଦ୍ଧରେ କଥା କହନ୍ତି। 19 ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି। 20 ମୋ’ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି। 21 ହେ ମୋହର ମିତ୍ରମାନେ, ମୋ’ ପ୍ରତି ଦୟା କର, ମୋ’ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି। 22 ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋ’ ମାଂସରେ ତୃପ୍ତ ହେଉ ନାହଁ ? 23 ଆହା, ଏବେ ମୋ’ କଥାସବୁ ଯେବେ ଲେଖା ଯା’ନ୍ତା ! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା ! 24 ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା ! 25 ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; 26 ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ* ମାଂସବିହୀନ କିମ୍ବା ମାଂସରେ ହୋଇ ପରମେଶ୍ୱରଙ୍କୁ ଦେଖିବି; 27 ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି। 28 ମୋ’ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା ? 29 ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।
ଆୟୁବ - ମୋହର ମୁକ୍ତିକର୍ତ୍ତା ଜୀବିତ 1 ଏଥିରେ ଆୟୁବ ଉତ୍ତର କରି କହିଲା, .::. 2 “ତୁମ୍ଭେମାନେ କେତେ କାଳ ମୋ’ ପ୍ରାଣକୁ ବିରକ୍ତ କରିବ ଓ କଥାରେ ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗିବ ? .::. 3 ତୁମ୍ଭେମାନେ ଦଶ ଥର ମୋତେ ତିରସ୍କାର କରି ସାରିଲଣି, ମୋ’ ପ୍ରତି ନିଷ୍ଠୁର ବ୍ୟବହାର କରିବାରେ ତୁମ୍ଭେମାନେ ଲଜ୍ଜିତ ହେଉ ନାହଁ। .::. 4 ହେଉ, ମୁଁ ଭ୍ରମ କରିଅଛି, ମୋହର ଭ୍ରମ ମୋ’ ସଙ୍ଗେ ଥାଏ। .::. 5 ଯଦି ତୁମ୍ଭେମାନେ ନିତାନ୍ତ ମୋ’ ଉପରେ ଆପଣାମାନଙ୍କୁ ବଡ଼ କରିବ ଓ ମୋ’ ବିରୁଦ୍ଧରେ ମୋ’ ଗ୍ଳାନିର ପ୍ରତିବାଦ କରିବ; .::. 6 ତେବେ ଜାଣ ଯେ, ପରମେଶ୍ୱର ମୋ’ ବିଷୟରେ ବିପରୀତ କରିଅଛନ୍ତି ଓ ଆପଣା ଜାଲରେ ମୋତେ ଚାରିଆଡ଼େ ଘେରିଅଛନ୍ତି। .::. 7 ଦେଖ, ମୁଁ ଅନ୍ୟାୟପ୍ରଯୁକ୍ତ କ୍ରନ୍ଦନ କରେ, ମାତ୍ର ତାହା ଶୁଣାଯାଉ ନାହିଁ; ମୁଁ ସାହାଯ୍ୟ ନିମନ୍ତେ ଆର୍ତ୍ତନାଦ କରେ, ମାତ୍ର କିଛି ବିଚାର ହୁଏ ନାହିଁ। .::. 8 ସେ ମୋ’ ପଥ ରୁଦ୍ଧ କରିଅଛନ୍ତି, ତହୁଁ ମୁଁ ଯାଇ ନ ପାରେ ଓ ମୋହର ପଥ ଅନ୍ଧକାରମୟ କରିଅଛନ୍ତି। .::. 9 ସେ ମୋ’ ଗୌରବ-ବସ୍ତ୍ର କାଢ଼ି ପକାଇଅଛନ୍ତି ଓ ମୋ’ ମସ୍ତକରୁ ମୁକୁଟ ନେଇଅଛନ୍ତି। .::. 10 ସେ ଚାରିଆଡ଼େ ମୋତେ ଭାଙ୍ଗି ପକାଇଅଛନ୍ତି, ମୁଁ ସରିଗଲିଣି ଓ ସେ ମୋହର ଭରସା ବୃକ୍ଷ ପରି ଉତ୍ପାଟନ କରିଅଛନ୍ତି। .::. 11 ମଧ୍ୟ ସେ ମୋ’ ବିରୁଦ୍ଧରେ ଆପଣା କ୍ରୋଧ ପ୍ରଜ୍ୱଳିତ କରିଅଛନ୍ତି ଓ ସେ ମୋତେ ଆପଣାର ଜଣେ ବିପକ୍ଷ ପରି ଗଣନା କରନ୍ତି। .::. 12 ତାହାଙ୍କର ସୈନ୍ୟଗଣ ଏକତ୍ର ଆସନ୍ତି ଓ ମୋ’ ବିରୁଦ୍ଧରେ ଆପଣାମାନଙ୍କ ପଥ ପ୍ରସ୍ତୁତ କରନ୍ତି ଓ ମୋ’ ତମ୍ବୁ ଚାରିଆଡ଼େ ଛାଉଣି କରନ୍ତି। .::. 13 ସେ ମୋହର ଜ୍ଞାତିମାନଙ୍କୁ ମୋ’ଠାରୁ ଦୂର କରିଅଛନ୍ତି ଓ ମୋହର ପରିଚିତ ଲୋକମାନେ ସମ୍ପୂର୍ଣ୍ଣ ରୂପେ ଅପରିଚିତ ହୋଇଅଛନ୍ତି। .::. 14 ମୋ’ କୁଟୁମ୍ବବର୍ଗ ମୋତେ ତ୍ୟାଗ କରିଅଛନ୍ତି ଓ ଆତ୍ମୀୟ ମିତ୍ରଗଣ ମୋତେ ପାସୋରିଅଛନ୍ତି। .::. 15 ମୋ’ ଗୃହନିବାସୀମାନେ ଓ ମୋ’ ଦାସୀମାନେ ମୋତେ ଅଜଣା ଲୋକ କରି ଗଣନ୍ତି; ମୁଁ ସେମାନଙ୍କ ଦୃଷ୍ଟିରେ ବିଦେଶୀ ହୋଇଅଛି। .::. 16 ମୁଁ ଆପଣା ଦାସକୁ ଡାକିଲେ ଓ ନିଜ ମୁଖରେ ବିନତି କଲେ ହେଁ ସେ ମୋତେ ଉତ୍ତର ଦିଏ ନାହିଁ। .::. 17 ମୋ’ ନିଶ୍ୱାସ ମୋ’ ଭାର୍ଯ୍ୟା ପ୍ରତି ଓ ମୋ’ ନିବେଦନ ମୋ’ ସହୋଦର ପ୍ରତି ଘୃଣିତ। .::. 18 ବାଳକମାନେ ମଧ୍ୟ ମୋତେ ଅବଜ୍ଞା କରନ୍ତି; ମୁଁ ଉଠିଲେ, ସେମାନେ ମୋ’ ବିରୁଦ୍ଧରେ କଥା କହନ୍ତି। .::. 19 ମୋହର ସୁହୃଦମାନେ ମୋତେ ଘୃଣା କରନ୍ତି ଓ ଯେଉଁମାନଙ୍କୁ ମୁଁ ସ୍ନେହ କଲି, ସେମାନେ ମୋହର ବିରୁଦ୍ଧ ହୋଇଅଛନ୍ତି। .::. 20 ମୋ’ ମାଂସ ଓ ଚର୍ମରେ ମୋହର ଅସ୍ଥି ଲାଗି ଯାଇଅଛି ଓ ମୁଁ ଚର୍ମାବଶିଷ୍ଟଦନ୍ତ ହୋଇ ବଞ୍ଚିଅଛି। .::. 21 ହେ ମୋହର ମିତ୍ରମାନେ, ମୋ’ ପ୍ରତି ଦୟା କର, ମୋ’ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି। .::. 22 ପରମେଶ୍ୱରଙ୍କ ପରି ତୁମ୍ଭେମାନେ କାହିଁକି ମୋତେ ତାଡ଼ନା କରୁଅଛ ଓ ମୋ’ ମାଂସରେ ତୃପ୍ତ ହେଉ ନାହଁ ? .::. 23 ଆହା, ଏବେ ମୋ’ କଥାସବୁ ଯେବେ ଲେଖା ଯା’ନ୍ତା ! ଆହା, ତାହାସବୁ ଯେବେ ପୁସ୍ତକରେ ଲିଖିତ ହୁଅନ୍ତା ! .::. 24 ଯେବେ ଲୌହ ଲେଖନୀ ଓ ସୀସା ଦ୍ୱାରା ସଦାକାଳ ପାଇଁ ତାହାସବୁ ପାଷାଣରେ ଖୋଦିତ ହୁଅନ୍ତା ! .::. 25 ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ; .::. 26 ପୁଣି, ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ ମୁଁ ମାଂସବିହୀନ* ମାଂସବିହୀନ କିମ୍ବା ମାଂସରେ ହୋଇ ପରମେଶ୍ୱରଙ୍କୁ ଦେଖିବି; .::. 27 ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି, ମୋହର ଚକ୍ଷୁ ତାହାଙ୍କୁ ଦେଖିବ, ଅନ୍ୟ ନୁହେଁ। ବକ୍ଷ ମଧ୍ୟରେ ମୋହର ହୃଦୟ କ୍ଷୀଣ ହେଉଅଛି। .::. 28 ମୋ’ଠାରେ ମୂଳକଥା ଦେଖାଯିବାରୁ ଯଦି ତୁମ୍ଭେମାନେ କୁହ, ଆମ୍ଭେମାନେ କିପରି ତାହାକୁ ତାଡ଼ନା କରିବା ? .::. 29 ତେବେ ତୁମ୍ଭେମାନେ ଖଡ୍ଗ ବିଷୟରେ ଭୀତ ହୁଅ; କାରଣ କୋପ ଖଡ୍ଗରୂପ ଶାସ୍ତି ଆଣିବ; ତହିଁରେ ବିଚାର ଯେ ଅଛି, ତାହା ତୁମ୍ଭେମାନେ ଜାଣି ପାରିବ।
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
×

Alert

×

Oriya Letters Keypad References