ଓଡିଆ ବାଇବଲ |

ଭାରତୀୟ ସଂଶୋଧିତ ସଂସ୍କରଣ (ISV)
ଯିଶାଇୟ

ରେକର୍ଡଗୁଡିକ

ଯିଶାଇୟ ଅଧ୍ୟାୟ 21

ବାବିଲର ପତନର ଦର୍ଶନ 1 ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି। 2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି। 3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ। 4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋ’ ପ୍ରତି ଥରହରର କାରଣ ହୋଇଅଛି। 5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର। 6 କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ; 7 ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।” 8 ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,” 9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।” 10 ହେ ମୋହର ମର୍ଦ୍ଦିତ ଓ ମୋ’ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି। 11 ଦୂମା* ଦୂମା ଅର୍ଥାତ୍ ଇଦୋମ ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା ? ପ୍ରହରୀ, କେତେ ରାତ୍ର ହେଲା ?” 12 ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।” 13 ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ। 14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ। 15 କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ। 16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ; 17 ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।
1. {#1ବାବିଲର ପତନର ଦର୍ଶନ } ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାବବାଣୀ। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ, ଏକ ଭୟଙ୍କର ଦେଶରୁ ଆସୁଅଛି। 2. ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟିତକାରୀ ଲୁଟୁଅଛି। ହେ ଏଲମ୍‍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ୱନିସବୁ ନିବୃତ୍ତ କରିଅଛି। 3. ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି; ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ୱଳ ଯେ, ମୁଁ ଦେଖି ପାରୁ ନାହିଁ। 4. ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସନ୍ଧ୍ୟାକାଳ ମୁଁ ବାଞ୍ଛା କଲି, ତାହା ମୋ’ ପ୍ରତି ଥରହରର କାରଣ ହୋଇଅଛି। 5. ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର। 6. କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, “ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ; 7. ପୁଣି, ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।” 8. ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, “ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି,” 9. ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, “ବାବିଲ ପଡ଼ିଲା; ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍‍ ହେଲା।” 10. ହେ ମୋହର ମର୍ଦ୍ଦିତ ଓ ମୋ’ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି। 11. ଦୂମା[* ଦୂମା ଅର୍ଥାତ୍ ଇଦୋମ ] ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା ? ପ୍ରହରୀ, କେତେ ରାତ୍ର ହେଲା ?” 12. ପ୍ରହରୀ କହିଲା, “ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯଦି ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ।” 13. ଆରବ ବିଷୟକ ଭାବବାଣୀ। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରି ଯାପନ କରିବ। 14. ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ତେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ। 15. କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ। 16. ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, “ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦାରର ସକଳ ପ୍ରତାପ ଲୁପ୍ତ ହେବ; 17. ଆଉ, କେଦାର ବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧାରୀ ଅବଶିଷ୍ଟ ରହିବେ” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।
  • ଯିଶାଇୟ ଅଧ୍ୟାୟ 1  
  • ଯିଶାଇୟ ଅଧ୍ୟାୟ 2  
  • ଯିଶାଇୟ ଅଧ୍ୟାୟ 3  
  • ଯିଶାଇୟ ଅଧ୍ୟାୟ 4  
  • ଯିଶାଇୟ ଅଧ୍ୟାୟ 5  
  • ଯିଶାଇୟ ଅଧ୍ୟାୟ 6  
  • ଯିଶାଇୟ ଅଧ୍ୟାୟ 7  
  • ଯିଶାଇୟ ଅଧ୍ୟାୟ 8  
  • ଯିଶାଇୟ ଅଧ୍ୟାୟ 9  
  • ଯିଶାଇୟ ଅଧ୍ୟାୟ 10  
  • ଯିଶାଇୟ ଅଧ୍ୟାୟ 11  
  • ଯିଶାଇୟ ଅଧ୍ୟାୟ 12  
  • ଯିଶାଇୟ ଅଧ୍ୟାୟ 13  
  • ଯିଶାଇୟ ଅଧ୍ୟାୟ 14  
  • ଯିଶାଇୟ ଅଧ୍ୟାୟ 15  
  • ଯିଶାଇୟ ଅଧ୍ୟାୟ 16  
  • ଯିଶାଇୟ ଅଧ୍ୟାୟ 17  
  • ଯିଶାଇୟ ଅଧ୍ୟାୟ 18  
  • ଯିଶାଇୟ ଅଧ୍ୟାୟ 19  
  • ଯିଶାଇୟ ଅଧ୍ୟାୟ 20  
  • ଯିଶାଇୟ ଅଧ୍ୟାୟ 21  
  • ଯିଶାଇୟ ଅଧ୍ୟାୟ 22  
  • ଯିଶାଇୟ ଅଧ୍ୟାୟ 23  
  • ଯିଶାଇୟ ଅଧ୍ୟାୟ 24  
  • ଯିଶାଇୟ ଅଧ୍ୟାୟ 25  
  • ଯିଶାଇୟ ଅଧ୍ୟାୟ 26  
  • ଯିଶାଇୟ ଅଧ୍ୟାୟ 27  
  • ଯିଶାଇୟ ଅଧ୍ୟାୟ 28  
  • ଯିଶାଇୟ ଅଧ୍ୟାୟ 29  
  • ଯିଶାଇୟ ଅଧ୍ୟାୟ 30  
  • ଯିଶାଇୟ ଅଧ୍ୟାୟ 31  
  • ଯିଶାଇୟ ଅଧ୍ୟାୟ 32  
  • ଯିଶାଇୟ ଅଧ୍ୟାୟ 33  
  • ଯିଶାଇୟ ଅଧ୍ୟାୟ 34  
  • ଯିଶାଇୟ ଅଧ୍ୟାୟ 35  
  • ଯିଶାଇୟ ଅଧ୍ୟାୟ 36  
  • ଯିଶାଇୟ ଅଧ୍ୟାୟ 37  
  • ଯିଶାଇୟ ଅଧ୍ୟାୟ 38  
  • ଯିଶାଇୟ ଅଧ୍ୟାୟ 39  
  • ଯିଶାଇୟ ଅଧ୍ୟାୟ 40  
  • ଯିଶାଇୟ ଅଧ୍ୟାୟ 41  
  • ଯିଶାଇୟ ଅଧ୍ୟାୟ 42  
  • ଯିଶାଇୟ ଅଧ୍ୟାୟ 43  
  • ଯିଶାଇୟ ଅଧ୍ୟାୟ 44  
  • ଯିଶାଇୟ ଅଧ୍ୟାୟ 45  
  • ଯିଶାଇୟ ଅଧ୍ୟାୟ 46  
  • ଯିଶାଇୟ ଅଧ୍ୟାୟ 47  
  • ଯିଶାଇୟ ଅଧ୍ୟାୟ 48  
  • ଯିଶାଇୟ ଅଧ୍ୟାୟ 49  
  • ଯିଶାଇୟ ଅଧ୍ୟାୟ 50  
  • ଯିଶାଇୟ ଅଧ୍ୟାୟ 51  
  • ଯିଶାଇୟ ଅଧ୍ୟାୟ 52  
  • ଯିଶାଇୟ ଅଧ୍ୟାୟ 53  
  • ଯିଶାଇୟ ଅଧ୍ୟାୟ 54  
  • ଯିଶାଇୟ ଅଧ୍ୟାୟ 55  
  • ଯିଶାଇୟ ଅଧ୍ୟାୟ 56  
  • ଯିଶାଇୟ ଅଧ୍ୟାୟ 57  
  • ଯିଶାଇୟ ଅଧ୍ୟାୟ 58  
  • ଯିଶାଇୟ ଅଧ୍ୟାୟ 59  
  • ଯିଶାଇୟ ଅଧ୍ୟାୟ 60  
  • ଯିଶାଇୟ ଅଧ୍ୟାୟ 61  
  • ଯିଶାଇୟ ଅଧ୍ୟାୟ 62  
  • ଯିଶାଇୟ ଅଧ୍ୟାୟ 63  
  • ଯିଶାଇୟ ଅଧ୍ୟାୟ 64  
  • ଯିଶାଇୟ ଅଧ୍ୟାୟ 65  
  • ଯିଶାଇୟ ଅଧ୍ୟାୟ 66  
×

Alert

×

Oriya Letters Keypad References