ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ବଂଶାବଳୀ

ଦିତୀୟ ବଂଶାବଳୀ ଅଧ୍ୟାୟ 19

1 {ଯିହୋଶାଫଟ୍‍ଙ୍କ ସଂସ୍କାର } ଏଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଯିରୂଶାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ। 2 ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍‍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ। 3 ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରି ଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍‍ଭାବ ପ୍ରକାଶ ପାଇଅଛି।” 4 ପୁଣି ଯିହୋଶାଫଟ୍‍ ଯିରୂଶାଲମରେ ବାସ କଲେ; ଆଉ ସେ ପୁନର୍ବାର ବେର୍‍ଶେବାଠାରୁ ଇଫ୍ରୟିମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟାତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। 5 ଆଉ, ସେ ଦେଶର ସର୍ବତ୍ର ଯିହୁଦାର ପ୍ରାଚୀରବେଷ୍ଟିତ ନଗର ସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। 6 ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କର, ତାହା ବିବେଚନା କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ; ପୁଣି ବିଚାରରେ ସେ ତୁମ୍ଭର ସହାୟ ଅଟନ୍ତି। 7 ଏହେତୁ ସଦାପ୍ରଭୁଙ୍କ ଭୟ ତୁମ୍ଭମାନଙ୍କ ଉପରେ ଅଧିଷ୍ଠିତ ହେଉ; ସାବଧାନ ହୋଇ ତାହା କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ।” 8 ଆହୁରି, ଯିହୋଶାଫଟ୍‍ ଯିରୂଶାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ, ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ। ତହୁଁ ସେମାନେ ଯିରୂଶାଲମକୁ ଫେରିଗଲେ। 9 ପୁଣି, ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର। 10 ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ। 11 ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇଶ୍ମାୟେଲର ପୁତ୍ର ଯିହୁଦା-ବଂଶାଧ୍ୟକ୍ଷ ସବଦୀୟ ତୁମ୍ଭମାନଙ୍କ ଉପରେ ନିଯୁକ୍ତ ଅଛନ୍ତି; ମଧ୍ୟ ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।”
1 {ଯିହୋଶାଫଟ୍‍ଙ୍କ ସଂସ୍କାର } ଏଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଯିରୂଶାଲମକୁ ଆପଣା ଗୃହକୁ କୁଶଳରେ ଫେରିଗଲେ। .::. 2 ପୁଣି ହନାନିର ପୁତ୍ର ଯେହୂ ଦର୍ଶକ ତାଙ୍କୁ ଭେଟିବାକୁ ବାହାରକୁ ଯାଇ ଯିହୋଶାଫଟ୍‍ ରାଜାଙ୍କୁ କହିଲା, “ଦୁଷ୍ଟମାନଙ୍କର ସାହାଯ୍ୟ କରିବା, ପୁଣି ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କୁ ପ୍ରେମ କରିବା କି ତୁମ୍ଭର କର୍ତ୍ତବ୍ୟ ? ଏହି କାର୍ଯ୍ୟ ହେତୁ ସଦାପ୍ରଭୁଙ୍କଠାରୁ ତୁମ୍ଭ ଉପରେ କୋପ ଉପସ୍ଥିତ। .::. 3 ତଥାପି ତୁମ୍ଭେ ଯେ ଦେଶରୁ ଆଶେରା ମୂର୍ତ୍ତି ଦୂର କରି ଦେଇଅଛ ଓ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ମନ ନିବେଶ କରିଅଛ, ଏଥିରେ ତୁମ୍ଭଠାରେ କୌଣସି କୌଣସି ସଦ୍‍ଭାବ ପ୍ରକାଶ ପାଇଅଛି।” .::. 4 ପୁଣି ଯିହୋଶାଫଟ୍‍ ଯିରୂଶାଲମରେ ବାସ କଲେ; ଆଉ ସେ ପୁନର୍ବାର ବେର୍‍ଶେବାଠାରୁ ଇଫ୍ରୟିମର ପର୍ବତମୟ ଦେଶ ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଗତାୟାତ କରି ସଦାପ୍ରଭୁ ସେମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତି ସେମାନଙ୍କୁ ଫେରାଇ ଆଣିଲେ। .::. 5 ଆଉ, ସେ ଦେଶର ସର୍ବତ୍ର ଯିହୁଦାର ପ୍ରାଚୀରବେଷ୍ଟିତ ନଗର ସମୂହରେ ନଗରକୁ ନଗର ବିଚାରକର୍ତ୍ତାମାନଙ୍କୁ ନିଯୁକ୍ତ କଲେ। .::. 6 ଓ ସେହି ବିଚାରକର୍ତ୍ତାମାନଙ୍କୁ କହିଲେ, “ତୁମ୍ଭେମାନେ ଯାହା କର, ତାହା ବିବେଚନା କର; କାରଣ ତୁମ୍ଭେମାନେ ମନୁଷ୍ୟ ନିମନ୍ତେ ନୁହେଁ, ମାତ୍ର ସଦାପ୍ରଭୁଙ୍କ ନିମନ୍ତେ ବିଚାର କରୁଅଛ; ପୁଣି ବିଚାରରେ ସେ ତୁମ୍ଭର ସହାୟ ଅଟନ୍ତି। .::. 7 ଏହେତୁ ସଦାପ୍ରଭୁଙ୍କ ଭୟ ତୁମ୍ଭମାନଙ୍କ ଉପରେ ଅଧିଷ୍ଠିତ ହେଉ; ସାବଧାନ ହୋଇ ତାହା କର; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଅଧର୍ମ କି ମୁଖାପେକ୍ଷା କି ଲାଞ୍ଚ ଗ୍ରହଣ କରିବାର ନାହିଁ।” .::. 8 ଆହୁରି, ଯିହୋଶାଫଟ୍‍ ଯିରୂଶାଲମରେ ସଦାପ୍ରଭୁଙ୍କ ପକ୍ଷରେ ବିଚାର ଓ ବିବାଦ ଭଞ୍ଜନ କରିବା ନିମନ୍ତେ, ଲେବୀୟମାନଙ୍କ ଓ ଯାଜକମାନଙ୍କ ଓ ଇସ୍ରାଏଲର ପିତୃବଂଶର ପ୍ରଧାନମାନଙ୍କ ମଧ୍ୟରୁ ଲୋକ ନିଯୁକ୍ତ କଲେ। ତହୁଁ ସେମାନେ ଯିରୂଶାଲମକୁ ଫେରିଗଲେ। .::. 9 ପୁଣି, ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଭୟରେ ବିଶ୍ୱସ୍ତ ରୂପେ ଓ ସିଦ୍ଧ ଅନ୍ତଃକରଣରେ ଏହିପରି କର। .::. 10 ପୁଣି, ଆପଣା ଆପଣା ନଗରବାସୀ ତୁମ୍ଭମାନଙ୍କ ଭ୍ରାତୃଗଣ ଦ୍ୱାରା ରକ୍ତପାତ ଓ ରକ୍ତପାତ ମଧ୍ୟରେ, ବ୍ୟବସ୍ଥା ଓ ଆଜ୍ଞା, ବିଧି ଓ ଶାସନ ମଧ୍ୟରେ କୌଣସି ବିବାଦ କୌଣସି ସମୟରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ଯେପରି ସେମାନେ ସଦାପ୍ରଭୁଙ୍କ ପ୍ରତି ଦୋଷୀ ନୋହିବେ, ଆଉ ତୁମ୍ଭମାନଙ୍କ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉପରେ କୋପ ନ ବର୍ତ୍ତିବ, ଏଥିପାଇଁ ତୁମ୍ଭେମାନେ ସେମାନଙ୍କୁ ଚେତନା ଦେବ; ଏହା କଲେ, ତୁମ୍ଭେମାନେ ଦୋଷୀ ନୋହିବ। .::. 11 ଆଉ ଦେଖ, ସଦାପ୍ରଭୁଙ୍କ ସମସ୍ତ ବିଷୟରେ ପ୍ରଧାନ ଯାଜକ ଅମରୀୟ, ପୁଣି ରାଜାଙ୍କର ସମସ୍ତ ବିଷୟରେ ଇଶ୍ମାୟେଲର ପୁତ୍ର ଯିହୁଦା-ବଂଶାଧ୍ୟକ୍ଷ ସବଦୀୟ ତୁମ୍ଭମାନଙ୍କ ଉପରେ ନିଯୁକ୍ତ ଅଛନ୍ତି; ମଧ୍ୟ ଲେବୀୟମାନେ ତୁମ୍ଭମାନଙ୍କ ସମ୍ମୁଖରେ ଶାସନକର୍ତ୍ତା ହେବେ। ସାହସିକ ହୋଇ କର୍ମ କର ଓ ସଦାପ୍ରଭୁ ସୁଜନର ସହବର୍ତ୍ତୀ ହେଉନ୍ତୁ।”
  • ଦିତୀୟ ବଂଶାବଳୀ ଅଧ୍ୟାୟ 1  
  • ଦିତୀୟ ବଂଶାବଳୀ ଅଧ୍ୟାୟ 2  
  • ଦିତୀୟ ବଂଶାବଳୀ ଅଧ୍ୟାୟ 3  
  • ଦିତୀୟ ବଂଶାବଳୀ ଅଧ୍ୟାୟ 4  
  • ଦିତୀୟ ବଂଶାବଳୀ ଅଧ୍ୟାୟ 5  
  • ଦିତୀୟ ବଂଶାବଳୀ ଅଧ୍ୟାୟ 6  
  • ଦିତୀୟ ବଂଶାବଳୀ ଅଧ୍ୟାୟ 7  
  • ଦିତୀୟ ବଂଶାବଳୀ ଅଧ୍ୟାୟ 8  
  • ଦିତୀୟ ବଂଶାବଳୀ ଅଧ୍ୟାୟ 9  
  • ଦିତୀୟ ବଂଶାବଳୀ ଅଧ୍ୟାୟ 10  
  • ଦିତୀୟ ବଂଶାବଳୀ ଅଧ୍ୟାୟ 11  
  • ଦିତୀୟ ବଂଶାବଳୀ ଅଧ୍ୟାୟ 12  
  • ଦିତୀୟ ବଂଶାବଳୀ ଅଧ୍ୟାୟ 13  
  • ଦିତୀୟ ବଂଶାବଳୀ ଅଧ୍ୟାୟ 14  
  • ଦିତୀୟ ବଂଶାବଳୀ ଅଧ୍ୟାୟ 15  
  • ଦିତୀୟ ବଂଶାବଳୀ ଅଧ୍ୟାୟ 16  
  • ଦିତୀୟ ବଂଶାବଳୀ ଅଧ୍ୟାୟ 17  
  • ଦିତୀୟ ବଂଶାବଳୀ ଅଧ୍ୟାୟ 18  
  • ଦିତୀୟ ବଂଶାବଳୀ ଅଧ୍ୟାୟ 19  
  • ଦିତୀୟ ବଂଶାବଳୀ ଅଧ୍ୟାୟ 20  
  • ଦିତୀୟ ବଂଶାବଳୀ ଅଧ୍ୟାୟ 21  
  • ଦିତୀୟ ବଂଶାବଳୀ ଅଧ୍ୟାୟ 22  
  • ଦିତୀୟ ବଂଶାବଳୀ ଅଧ୍ୟାୟ 23  
  • ଦିତୀୟ ବଂଶାବଳୀ ଅଧ୍ୟାୟ 24  
  • ଦିତୀୟ ବଂଶାବଳୀ ଅଧ୍ୟାୟ 25  
  • ଦିତୀୟ ବଂଶାବଳୀ ଅଧ୍ୟାୟ 26  
  • ଦିତୀୟ ବଂଶାବଳୀ ଅଧ୍ୟାୟ 27  
  • ଦିତୀୟ ବଂଶାବଳୀ ଅଧ୍ୟାୟ 28  
  • ଦିତୀୟ ବଂଶାବଳୀ ଅଧ୍ୟାୟ 29  
  • ଦିତୀୟ ବଂଶାବଳୀ ଅଧ୍ୟାୟ 30  
  • ଦିତୀୟ ବଂଶାବଳୀ ଅଧ୍ୟାୟ 31  
  • ଦିତୀୟ ବଂଶାବଳୀ ଅଧ୍ୟାୟ 32  
  • ଦିତୀୟ ବଂଶାବଳୀ ଅଧ୍ୟାୟ 33  
  • ଦିତୀୟ ବଂଶାବଳୀ ଅଧ୍ୟାୟ 34  
  • ଦିତୀୟ ବଂଶାବଳୀ ଅଧ୍ୟାୟ 35  
  • ଦିତୀୟ ବଂଶାବଳୀ ଅଧ୍ୟାୟ 36  
×

Alert

×

Oriya Letters Keypad References