ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 14

ଯିରୂଶାଲମରେ ଦାଉଦଙ୍କ କାର୍ଯ୍ୟ 1 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା। 2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା। 3 ପୁଣି, ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। 4 ଯିରୂଶାଲମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୂୟ, ଶୋବବ୍‍, ନାଥନ, ଶଲୋମନ, 5 ୟିଭର, ଇଲୀଶୂୟ, ଇଲ୍‍ପେଲଟ୍‍, 6 ନୋଗହ, ନେଫଗ୍‍, ଯାଫୀୟ, 7 ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍‍। ପଲେଷ୍ଟୀୟ ଉପରେ ବିଜୟ 8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ। 9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ। 10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କ’ଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କ’ଣ ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” 11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋ’ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ। 12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି, ଦାଉଦ ଆଜ୍ଞା କରନ୍ତେ, ସେହିସବୁ ଅଗ୍ନିରେ ଦଗ୍ଧ କରାଗଲା। 13 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ। 14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ପଶ୍ଚାତ୍‍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। 15 ପୁଣି, ତୁମ୍ଭେ ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।” 16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ; ପୁଣି, ସେମାନେ ଗିବୀୟୋନ୍‍ଠାରୁ ଗେଷର୍‍ ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ। 17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବ ଦେଶରେ ବ୍ୟାପିଗଲା; ପୁଣି, ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।
ଯିରୂଶାଲମରେ ଦାଉଦଙ୍କ କାର୍ଯ୍ୟ 1 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା। .::. 2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା। .::. 3 ପୁଣି, ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ। .::. 4 ଯିରୂଶାଲମରେ ତାଙ୍କର ଯେଉଁ ଯେଉଁ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୂୟ, ଶୋବବ୍‍, ନାଥନ, ଶଲୋମନ, .::. 5 ୟିଭର, ଇଲୀଶୂୟ, ଇଲ୍‍ପେଲଟ୍‍, .::. 6 ନୋଗହ, ନେଫଗ୍‍, ଯାଫୀୟ, .::. 7 ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍‍। .::. ପଲେଷ୍ଟୀୟ ଉପରେ ବିଜୟ 8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ। .::. 9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ। .::. 10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, “ମୁଁ କ’ଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କ’ଣ ସେମାନଙ୍କୁ ମୋ’ ହସ୍ତରେ ସମର୍ପଣ କରିବ ?” ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, “ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।” .::. 11 ତହୁଁ ସେମାନେ ବାଲ୍‍-ପରାସୀମ୍‍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, “ପରମେଶ୍ୱର ମୋ’ ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି।” ଏହେତୁ ସେମାନେ ସେହି ସ୍ଥାନର ନାମ “ବାଲ୍‍-ପରାସୀମ୍‍” ରଖିଲେ। .::. 12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି, ଦାଉଦ ଆଜ୍ଞା କରନ୍ତେ, ସେହିସବୁ ଅଗ୍ନିରେ ଦଗ୍ଧ କରାଗଲା। .::. 13 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ। .::. 14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, “ତୁମ୍ଭେ ସେମାନଙ୍କ ପଶ୍ଚାତ୍‍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତ ବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। .::. 15 ପୁଣି, ତୁମ୍ଭେ ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।” .::. 16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେହିପରି କଲେ; ପୁଣି, ସେମାନେ ଗିବୀୟୋନ୍‍ଠାରୁ ଗେଷର୍‍ ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ। .::. 17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବ ଦେଶରେ ବ୍ୟାପିଗଲା; ପୁଣି, ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।
  • ପ୍ରଥମ ବଂଶାବଳୀ ଅଧ୍ୟାୟ 1  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 2  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 3  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 4  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 5  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 6  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 7  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 8  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 9  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 10  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 11  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 12  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 13  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 14  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 15  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 16  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 17  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 18  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 19  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 20  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 21  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 22  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 23  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 24  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 25  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 26  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 27  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 28  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 29  
×

Alert

×

Oriya Letters Keypad References