ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 7

1 ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି । 2 ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, 3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ । 4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ, 5 ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର, 6 ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର, 7 ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର, 8 ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର । 9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି; 10 ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । 11 ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି, 12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ଵରଙ୍କର; ଆମେନ୍ । 13 ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? 14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହା ଜାଣନ୍ତି । ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । 15 ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ । 16 ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, 17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।
1 ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି । .::. 2 ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ, .::. 3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ । .::. 4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ, .::. 5 ଯିହୁଦା ବଂଶରୁ ଦ୍ଵାଦଶ ସହସ୍ର, ରୁବେନ ବଂଶରୁ ଦ୍ଵାଦଶ ସହସ୍ର, ଗାଦ ବଂଶରୁ ଦ୍ଵାଦଶ ସହସ୍ର, .::. 6 ଆଶେର ବଂଶରୁ ଦ୍ଵାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ଵାଦଶ ସହସ୍ର, ମନଃଶି ବଂଶରୁ ଦ୍ଵାଦଶ ସହସ୍ର, .::. 7 ଶିମୀୟୋନ ବଂଶରୁ ଦ୍ଵାଦଶ ସହସ୍ର, ଲେବୀ ବଂଶରୁ ଦ୍ଵାଦଶ ସହସ୍ର, ଇସାଖର ବଂଶରୁ ଦ୍ଵାଦଶ ସହସ୍ର, .::. 8 ସବୂଲୂନ୍ ବଂଶରୁ ଦ୍ଵାଦଶ ସହସ୍ର, ଯୋଷେଫ ବଂଶରୁ ଦ୍ଵାଦଶ ସହସ୍ର, ବିନ୍ୟାମୀନ ବଂଶରୁ ଦ୍ଵାଦଶ ସହସ୍ର । .::. 9 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଳ ବସ୍ତ୍ର ପରିହିତ ହୋଇ ଓ ଖଜୁରି ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ତାୟମାନ ହୋଇଅଛନ୍ତି; .::. 10 ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ । .::. 11 ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି, .::. 12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ଵରଙ୍କର; ଆମେନ୍ । .::. 13 ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି? .::. 14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହା ଜାଣନ୍ତି । ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଳେଶରୁ ବାହାରି ଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଳବର୍ଣ୍ଣ କରିଅଛନ୍ତି । .::. 15 ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ । .::. 16 ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ, .::. 17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ । .::.
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 1  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 2  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 3  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 4  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 5  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 6  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 7  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 8  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 9  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 10  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 11  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 12  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 13  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 14  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 15  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 16  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 17  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 18  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 19  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 20  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 21  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 22  
×

Alert

×

Oriya Letters Keypad References