ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଦିତୀୟ ବଂଶାବଳୀ

ଦିତୀୟ ବଂଶାବଳୀ ଅଧ୍ୟାୟ 17

1 ଅନନ୍ତର ତାଙ୍କର ପୁତ୍ର ଯିହୋଶାଫଟ୍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ । 2 ପୁଣି ସେ ଯିହୁଦାର ସକଳ ପ୍ରାଚୀରବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀଦଳ ସ୍ଥାପନ କଲେ । 3 ଆଉ, ଯିହୋଶାଫଟ୍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍ଦେବଗଣର ଅନ୍ଵେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; 4 ପୁଣି, ସେ ଆପଣା ପୈତୃକ ପରମେଶ୍ଵରଙ୍କର ଅନ୍ଵେଷଣ କଲେ ଓ ତାହାଙ୍କ ଆଜ୍ଞା ପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ । 5 ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ । 6 ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ । 7 ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍, ବିନ୍ହୟିଲ ଓ ଓବଦୀୟ ଓ ଜିଖରୀୟ ଓ ନଥନେଲ ଓ ମୀଖାୟକୁ ପଠାଇଲେ; 8 ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍, ଶମୟୀୟ ଓ ନଥନୀୟ ଓ ସବଦୀୟ ଓ ଅସାହେଲ ଓ ଶମୀରାମୋତ୍ ଓ ଯିହୋନାଥନ୍ ଓ ଅଦୋନୀୟ ଓ ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍ ଯାଜକକୁ ପଠାଇଲେ । 9 ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ । 10 ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ । 11 ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ । 12 ତହିଁରେ ଯିହୋଶାଫଟ୍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ତାର-ନଗରମାନ ନିର୍ମାଣ କଲେ । 13 ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ । 14 ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ । 15 ତାହା ଉତ୍ତାରେ ଯିହୋହାନନ୍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ । 16 ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ଵେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ; 17 ପୁଣି, ବିନ୍ୟାମୀନ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ; 18 ଆଉ ତାହା ଉତ୍ତାରେ ଯିହୋଷାବଦ୍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ । 19 ରାଜା ଯିହୁଦାର ସର୍ବତ୍ର ପ୍ରାଚୀରବେଷ୍ଟିତ ନଗର-ମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ ।
1. ଅନନ୍ତର ତାଙ୍କର ପୁତ୍ର ଯିହୋଶାଫଟ୍ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ । 2. ପୁଣି ସେ ଯିହୁଦାର ସକଳ ପ୍ରାଚୀରବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଯିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରୟିମର ସକଳ ନଗରରେ ପ୍ରହରୀଦଳ ସ୍ଥାପନ କଲେ । 3. ଆଉ, ଯିହୋଶାଫଟ୍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍ଦେବଗଣର ଅନ୍ଵେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ; 4. ପୁଣି, ସେ ଆପଣା ପୈତୃକ ପରମେଶ୍ଵରଙ୍କର ଅନ୍ଵେଷଣ କଲେ ଓ ତାହାଙ୍କ ଆଜ୍ଞା ପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ । 5. ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଯିହୁଦା ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଆଣିଲେ; ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ । 6. ପୁଣି, ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା; ଆହୁରି ସେ ଯିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତିସବୁ ଦୂର କଲେ । 7. ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଯିହୁଦାର ନଗରସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ, ଅର୍ଥାତ୍, ବିନ୍ହୟିଲ ଓ ଓବଦୀୟ ଓ ଜିଖରୀୟ ଓ ନଥନେଲ ଓ ମୀଖାୟକୁ ପଠାଇଲେ; 8. ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ, ଅର୍ଥାତ୍, ଶମୟୀୟ ଓ ନଥନୀୟ ଓ ସବଦୀୟ ଓ ଅସାହେଲ ଓ ଶମୀରାମୋତ୍ ଓ ଯିହୋନାଥନ୍ ଓ ଅଦୋନୀୟ ଓ ଟୋବୀୟ ଓ ଟୋବଦୋନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲୀଶାମା ଓ ଯିହୋରାମ୍ ଯାଜକକୁ ପଠାଇଲେ । 9. ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା-ପୁସ୍ତକ ସଙ୍ଗରେ ନେଇ ଯିହୁଦା ଦେଶରେ ଶିକ୍ଷା ଦେଲେ; ଆଉ, ସେମାନେ ଯିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ । 10. ତହୁଁ ଯିହୁଦାର ଚତୁର୍ଦ୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡ଼ୁ ଭୟ ଉପସ୍ଥିତ ହେଲା, ଏଣୁ ସେମାନେ ଯିହୋଶାଫଟ୍ଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ । 11. ପୁଣି, କେତେକ ପଲେଷ୍ଟୀୟ ଲୋକ ଯିହୋଶାଫଟ୍ଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ; ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ ପଲ କରି ସାତ ହଜାର ସାତ ଶହ ମେଷ ଓ ସାତ ହଜାର ସାତ ଶହ ଛାଗ ଆଣିଲେ । 12. ତହିଁରେ ଯିହୋଶାଫଟ୍ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଯିହୁଦା ଦେଶରେ ଦୁର୍ଗ ଓ ଭଣ୍ତାର-ନଗରମାନ ନିର୍ମାଣ କଲେ । 13. ଆଉ, ଯିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଯିରୂଶାଲମରେ ଯୋଦ୍ଧା, ମହାବିକ୍ରମଶାଳୀ ଲୋକ ଥିଲେ । 14. ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି; ଯିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ ତିନି ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ । 15. ତାହା ଉତ୍ତାରେ ଯିହୋହାନନ୍ ସେନାପତି ଥିଲା, ତାହା ସଙ୍ଗରେ ଦୁଇ ଲକ୍ଷ ଅଶୀ ହଜାର ଲୋକ ଥିଲେ । 16. ପୁଣି, ତାହା ଉତ୍ତାରେ ସିଖ୍ରିର ପୁତ୍ର ଅମସୀୟ, ସେ ସ୍ଵେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା; ତାହା ସଙ୍ଗରେ ଦୁଇ ଲକ୍ଷ ମହାବିକ୍ରମଶାଳୀ ଲୋକ ଥିଲେ; 17. ପୁଣି, ବିନ୍ୟାମୀନ ମଧ୍ୟରୁ ଇଲୀୟାଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ ଦୁଇ ଲକ୍ଷ ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ; 18. ଆଉ ତାହା ଉତ୍ତାରେ ଯିହୋଷାବଦ୍ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ ଏକ ଲକ୍ଷ ଅଶୀ ହଜାର ଲୋକ ଥିଲେ । 19. ରାଜା ଯିହୁଦାର ସର୍ବତ୍ର ପ୍ରାଚୀରବେଷ୍ଟିତ ନଗର-ମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ ।
  • ଦିତୀୟ ବଂଶାବଳୀ ଅଧ୍ୟାୟ 1  
  • ଦିତୀୟ ବଂଶାବଳୀ ଅଧ୍ୟାୟ 2  
  • ଦିତୀୟ ବଂଶାବଳୀ ଅଧ୍ୟାୟ 3  
  • ଦିତୀୟ ବଂଶାବଳୀ ଅଧ୍ୟାୟ 4  
  • ଦିତୀୟ ବଂଶାବଳୀ ଅଧ୍ୟାୟ 5  
  • ଦିତୀୟ ବଂଶାବଳୀ ଅଧ୍ୟାୟ 6  
  • ଦିତୀୟ ବଂଶାବଳୀ ଅଧ୍ୟାୟ 7  
  • ଦିତୀୟ ବଂଶାବଳୀ ଅଧ୍ୟାୟ 8  
  • ଦିତୀୟ ବଂଶାବଳୀ ଅଧ୍ୟାୟ 9  
  • ଦିତୀୟ ବଂଶାବଳୀ ଅଧ୍ୟାୟ 10  
  • ଦିତୀୟ ବଂଶାବଳୀ ଅଧ୍ୟାୟ 11  
  • ଦିତୀୟ ବଂଶାବଳୀ ଅଧ୍ୟାୟ 12  
  • ଦିତୀୟ ବଂଶାବଳୀ ଅଧ୍ୟାୟ 13  
  • ଦିତୀୟ ବଂଶାବଳୀ ଅଧ୍ୟାୟ 14  
  • ଦିତୀୟ ବଂଶାବଳୀ ଅଧ୍ୟାୟ 15  
  • ଦିତୀୟ ବଂଶାବଳୀ ଅଧ୍ୟାୟ 16  
  • ଦିତୀୟ ବଂଶାବଳୀ ଅଧ୍ୟାୟ 17  
  • ଦିତୀୟ ବଂଶାବଳୀ ଅଧ୍ୟାୟ 18  
  • ଦିତୀୟ ବଂଶାବଳୀ ଅଧ୍ୟାୟ 19  
  • ଦିତୀୟ ବଂଶାବଳୀ ଅଧ୍ୟାୟ 20  
  • ଦିତୀୟ ବଂଶାବଳୀ ଅଧ୍ୟାୟ 21  
  • ଦିତୀୟ ବଂଶାବଳୀ ଅଧ୍ୟାୟ 22  
  • ଦିତୀୟ ବଂଶାବଳୀ ଅଧ୍ୟାୟ 23  
  • ଦିତୀୟ ବଂଶାବଳୀ ଅଧ୍ୟାୟ 24  
  • ଦିତୀୟ ବଂଶାବଳୀ ଅଧ୍ୟାୟ 25  
  • ଦିତୀୟ ବଂଶାବଳୀ ଅଧ୍ୟାୟ 26  
  • ଦିତୀୟ ବଂଶାବଳୀ ଅଧ୍ୟାୟ 27  
  • ଦିତୀୟ ବଂଶାବଳୀ ଅଧ୍ୟାୟ 28  
  • ଦିତୀୟ ବଂଶାବଳୀ ଅଧ୍ୟାୟ 29  
  • ଦିତୀୟ ବଂଶାବଳୀ ଅଧ୍ୟାୟ 30  
  • ଦିତୀୟ ବଂଶାବଳୀ ଅଧ୍ୟାୟ 31  
  • ଦିତୀୟ ବଂଶାବଳୀ ଅଧ୍ୟାୟ 32  
  • ଦିତୀୟ ବଂଶାବଳୀ ଅଧ୍ୟାୟ 33  
  • ଦିତୀୟ ବଂଶାବଳୀ ଅଧ୍ୟାୟ 34  
  • ଦିତୀୟ ବଂଶାବଳୀ ଅଧ୍ୟାୟ 35  
  • ଦିତୀୟ ବଂଶାବଳୀ ଅଧ୍ୟାୟ 36  
×

Alert

×

Oriya Letters Keypad References