ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 21

1 ପରେ ମୁଁ ଏକ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ- ମଣ୍ତଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା । 2 ପୁଣି ମୁଁ ପବିତ୍ର ନଗରୀ, ଅର୍ଥାତ୍, ନୂତନ ଯିରୂଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁ ଅବତରଣ କରିବାର ଦେଖିଲି । 3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ଵରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, 4 ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । 5 ପରେ ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ଵସନୀୟ ଓ ସତ୍ୟ। । 6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ କ ଓ କ୍ଷ, ଆଦି ଓ ଅ; । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ। । 7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ଵର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ । 8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା-ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ଵିତୀୟ ମୃତ୍ୟୁ । 9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଳେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି । 10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁଣଯିହି. ୪୦:୨ 11 ଅବତରଣ କରୁଥିଲା ଏବଂ ଈଶ୍ଵରଙ୍କ ଗୌରବବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ଵଚ୍ଛ ସୂର୍ଯ୍ୟକା; ପରି । 12 ତାହାର ଗୋଟିଏ ବୃହତ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ଵାଦଶ ଦ୍ଵାର, ସେହି ଦ୍ଵାରରେ ଦ୍ଵାଦଶ ଦୂତ ଓ ଦ୍ଵାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କ ଦ୍ଵାଦଶ ବଂଶର ନାମ ଲିଖିତ ଅଛି । 13 ପୂର୍ବରେ ତିନି ଦ୍ଵାର, ଉତ୍ତରରେ ତିନି ଦ୍ଵାର, ଦକ୍ଷିଣରେ ତିନି ଦ୍ଵାର ଓ ପଶ୍ଚିମରେ ତିନି ଦ୍ଵାର । 14 ସେହି ନଗରୀର ପ୍ରାଚୀରର ଦ୍ଵାଦଶ ଭିତ୍ତିମୂଳ, ସେହିସବୁ ଉପରେ ମେଷଶାବକଙ୍କ ଦ୍ଵାଦଶ ପ୍ରେରିତଙ୍କ ଦ୍ଵାଦଶ ନାମ ଲିଖିତ ଅଛି । 15 ଯେ ମୋʼ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ଵାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା । 16 ନଗରୀଟି ଚତୁଷ୍କୋଣ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ଦ୍ଵାଦଶ ସହସ୍ର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ । 17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣନୁସାରେ ଏକଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣାନୁସାରେ ମାପୁଥିଲେ । 18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତମଣି ନିର୍ମିତ, ପୁଣି ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । 19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ । ପ୍ରଥମ ଭିତ୍ତିମୂଳ ହୀରକର, ଦ୍ଵିତୀୟ ନୀଳକାନ୍ତମଣିର, ତୃତୀୟ ବୈଦୂର୍ଯ୍ୟମଣିର, ଚତୁର୍ଥ ମରକତମଣିର, 20 ପଞ୍ଚମ ପୁଲକମଣିର, ଷଷ୍ଠ ମାଣିକ୍ୟମଣିର, ସପ୍ତମ ପୁଷ୍ପରାଗମଣିର, ଅଷ୍ଟମ ଫିରୋଜ୍ମଣିର, ନବମ ଗୋମେଦକମଣିର, ଦଶମ ଲଶୁନୀୟମଣିର, ଏକାଦଶ ଇନ୍ଦ୍ରନୀଳମଣିର ଓ ଦ୍ଵାଦଶ ସୁଗନ୍ଧମଣିର । 21 ଦ୍ଵାଦଶ ଦ୍ଵାର ଦ୍ଵାଦଶ ମୁକ୍ତା, ପ୍ରତ୍ୟେକ ଦ୍ଵାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ଵଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । 22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି । 23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ଵରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ଵରୂପ । 24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ଵର୍ଯ୍ୟ ତାହା ମଧ୍ୟକୁ ଆଣିବେ । 25 ସେଥିର ଦ୍ଵାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ । 26 ଲୋକେ ଜାତିସମୂହର ଐଶ୍ଵର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ । 27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ, ।
1 ପରେ ମୁଁ ଏକ ନୂତନ ଆକାଶମଣ୍ତଳ ଓ ନୂତନ ପୃଥିବୀ ଦେଖିଲି, କାରଣ ପ୍ରଥମ ଆକାଶ- ମଣ୍ତଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି ସମୁଦ୍ର ଆଉ ନ ଥିଲା । .::. 2 ପୁଣି ମୁଁ ପବିତ୍ର ନଗରୀ, ଅର୍ଥାତ୍, ନୂତନ ଯିରୂଶାଲମକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତା ହୋଇ ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁ ଅବତରଣ କରିବାର ଦେଖିଲି । .::. 3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ଵରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ, .::. 4 ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି । .::. 5 ପରେ ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ । ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ଵସନୀୟ ଓ ସତ୍ୟ। । .::. 6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ କ ଓ କ୍ଷ, ଆଦି ଓ ଅ; । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ। । .::. 7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ଵର ହେବୁ, ପୁଣି ସେ ଆମ୍ଭର ପୁତ୍ର ହେବ । .::. 8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ଵାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମା-ପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ଵିତୀୟ ମୃତ୍ୟୁ । .::. 9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଳେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି । .::. 10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ, ତାହା ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁଣଯିହି. ୪୦:୨ .::. 11 ଅବତରଣ କରୁଥିଲା ଏବଂ ଈଶ୍ଵରଙ୍କ ଗୌରବବିଶିଷ୍ଟ ଥିଲା; ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ଵଚ୍ଛ ସୂର୍ଯ୍ୟକା; ପରି । .::. 12 ତାହାର ଗୋଟିଏ ବୃହତ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ଵାଦଶ ଦ୍ଵାର, ସେହି ଦ୍ଵାରରେ ଦ୍ଵାଦଶ ଦୂତ ଓ ଦ୍ଵାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କ ଦ୍ଵାଦଶ ବଂଶର ନାମ ଲିଖିତ ଅଛି । .::. 13 ପୂର୍ବରେ ତିନି ଦ୍ଵାର, ଉତ୍ତରରେ ତିନି ଦ୍ଵାର, ଦକ୍ଷିଣରେ ତିନି ଦ୍ଵାର ଓ ପଶ୍ଚିମରେ ତିନି ଦ୍ଵାର । .::. 14 ସେହି ନଗରୀର ପ୍ରାଚୀରର ଦ୍ଵାଦଶ ଭିତ୍ତିମୂଳ, ସେହିସବୁ ଉପରେ ମେଷଶାବକଙ୍କ ଦ୍ଵାଦଶ ପ୍ରେରିତଙ୍କ ଦ୍ଵାଦଶ ନାମ ଲିଖିତ ଅଛି । .::. 15 ଯେ ମୋʼ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ଵାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା । .::. 16 ନଗରୀଟି ଚତୁଷ୍କୋଣ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ଦ୍ଵାଦଶ ସହସ୍ର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ସମାନ । .::. 17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣନୁସାରେ ଏକଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣାନୁସାରେ ମାପୁଥିଲେ । .::. 18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତମଣି ନିର୍ମିତ, ପୁଣି ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । .::. 19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ । ପ୍ରଥମ ଭିତ୍ତିମୂଳ ହୀରକର, ଦ୍ଵିତୀୟ ନୀଳକାନ୍ତମଣିର, ତୃତୀୟ ବୈଦୂର୍ଯ୍ୟମଣିର, ଚତୁର୍ଥ ମରକତମଣିର, .::. 20 ପଞ୍ଚମ ପୁଲକମଣିର, ଷଷ୍ଠ ମାଣିକ୍ୟମଣିର, ସପ୍ତମ ପୁଷ୍ପରାଗମଣିର, ଅଷ୍ଟମ ଫିରୋଜ୍ମଣିର, ନବମ ଗୋମେଦକମଣିର, ଦଶମ ଲଶୁନୀୟମଣିର, ଏକାଦଶ ଇନ୍ଦ୍ରନୀଳମଣିର ଓ ଦ୍ଵାଦଶ ସୁଗନ୍ଧମଣିର । .::. 21 ଦ୍ଵାଦଶ ଦ୍ଵାର ଦ୍ଵାଦଶ ମୁକ୍ତା, ପ୍ରତ୍ୟେକ ଦ୍ଵାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ଵଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । .::. 22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ଵର ଓ ମେଷଶାବକ ସେଥିର ମନ୍ଦିର ସ୍ଵରୂପ ଅଟନ୍ତି । .::. 23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ଵରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ଵରୂପ । .::. 24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ଵର୍ଯ୍ୟ ତାହା ମଧ୍ୟକୁ ଆଣିବେ । .::. 25 ସେଥିର ଦ୍ଵାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ । .::. 26 ଲୋକେ ଜାତିସମୂହର ଐଶ୍ଵର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ । .::. 27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ, । .::.
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 1  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 2  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 3  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 4  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 5  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 6  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 7  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 8  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 9  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 10  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 11  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 12  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 13  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 14  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 15  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 16  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 17  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 18  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 19  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 20  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 21  
  • ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ ଅଧ୍ୟାୟ 22  
×

Alert

×

Oriya Letters Keypad References