ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ

ଯିଶାଇୟ ଅଧ୍ୟାୟ 46

1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳା; ପଶୁ ପ୍ରତି ଭାର ହୋଇଅଛି । 2 ସେମାନେ ନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି; ସେମାନେ ଭାର ରକ୍ଷା କରିପାରିଲେ ନାହିଁ, ମାତ୍ର ଆପେ ବନ୍ଦୀ ହୋଇ ଯାଇଅଛନ୍ତି । 3 ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ; ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ଵାରା ଉଠା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ; 4 ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ଵକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବହିବା; ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା । 5 ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ, ଆମ୍ଭେମାନେ ସମାନ ହେବା? 6 ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରିକି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ତବତ କରି ପୂଜା କରନ୍ତି । 7 ସେମାନେ ତାହାକୁ ସ୍କନ୍ଧରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁସେ ଉତ୍ତର ଦେଇପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ । 8 ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ଵ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର । 9 ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ଵର, ଦ୍ଵିତୀୟ ନାହିଁ; ଆମ୍ଭେ ପରମେଶ୍ଵର, ଆମ୍ଭ ତୁଲ୍ୟ କେହି ନାହିଁ; 10 ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା; 11 ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକି, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ଵାନ କରୁ; ଆମ୍ଭେ କହିଅଛୁ ⇧, ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା । 12 ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତଃକରଣ ଲୋକେ, ଆମ୍ଭର କଥା ଶୁଣ । 13 ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ନୋହିବ ଓ ଆମ୍ଭ ପରିତ୍ରାଣର ବିଳମ୍ଵ ନୋହିବ; ଆମ୍ଭର ଗୌରବ ସ୍ଵରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିୟୋନରେ ପରିତ୍ରାଣ ସ୍ଥାପନ କରିବା ।
1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳା; ପଶୁ ପ୍ରତି ଭାର ହୋଇଅଛି । .::. 2 ସେମାନେ ନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି; ସେମାନେ ଭାର ରକ୍ଷା କରିପାରିଲେ ନାହିଁ, ମାତ୍ର ଆପେ ବନ୍ଦୀ ହୋଇ ଯାଇଅଛନ୍ତି । .::. 3 ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ; ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ଵାରା ଉଠା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ; .::. 4 ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ଵକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବହିବା; ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା । .::. 5 ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ, ଆମ୍ଭେମାନେ ସମାନ ହେବା? .::. 6 ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରିକି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ତବତ କରି ପୂଜା କରନ୍ତି । .::. 7 ସେମାନେ ତାହାକୁ ସ୍କନ୍ଧରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁସେ ଉତ୍ତର ଦେଇପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ । .::. 8 ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ଵ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର । .::. 9 ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ଵର, ଦ୍ଵିତୀୟ ନାହିଁ; ଆମ୍ଭେ ପରମେଶ୍ଵର, ଆମ୍ଭ ତୁଲ୍ୟ କେହି ନାହିଁ; .::. 10 ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା; .::. 11 ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକି, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ଵାନ କରୁ; ଆମ୍ଭେ କହିଅଛୁ ⇧, ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା । .::. 12 ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତଃକରଣ ଲୋକେ, ଆମ୍ଭର କଥା ଶୁଣ । .::. 13 ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ନୋହିବ ଓ ଆମ୍ଭ ପରିତ୍ରାଣର ବିଳମ୍ଵ ନୋହିବ; ଆମ୍ଭର ଗୌରବ ସ୍ଵରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିୟୋନରେ ପରିତ୍ରାଣ ସ୍ଥାପନ କରିବା । .::.
  • ଯିଶାଇୟ ଅଧ୍ୟାୟ 1  
  • ଯିଶାଇୟ ଅଧ୍ୟାୟ 2  
  • ଯିଶାଇୟ ଅଧ୍ୟାୟ 3  
  • ଯିଶାଇୟ ଅଧ୍ୟାୟ 4  
  • ଯିଶାଇୟ ଅଧ୍ୟାୟ 5  
  • ଯିଶାଇୟ ଅଧ୍ୟାୟ 6  
  • ଯିଶାଇୟ ଅଧ୍ୟାୟ 7  
  • ଯିଶାଇୟ ଅଧ୍ୟାୟ 8  
  • ଯିଶାଇୟ ଅଧ୍ୟାୟ 9  
  • ଯିଶାଇୟ ଅଧ୍ୟାୟ 10  
  • ଯିଶାଇୟ ଅଧ୍ୟାୟ 11  
  • ଯିଶାଇୟ ଅଧ୍ୟାୟ 12  
  • ଯିଶାଇୟ ଅଧ୍ୟାୟ 13  
  • ଯିଶାଇୟ ଅଧ୍ୟାୟ 14  
  • ଯିଶାଇୟ ଅଧ୍ୟାୟ 15  
  • ଯିଶାଇୟ ଅଧ୍ୟାୟ 16  
  • ଯିଶାଇୟ ଅଧ୍ୟାୟ 17  
  • ଯିଶାଇୟ ଅଧ୍ୟାୟ 18  
  • ଯିଶାଇୟ ଅଧ୍ୟାୟ 19  
  • ଯିଶାଇୟ ଅଧ୍ୟାୟ 20  
  • ଯିଶାଇୟ ଅଧ୍ୟାୟ 21  
  • ଯିଶାଇୟ ଅଧ୍ୟାୟ 22  
  • ଯିଶାଇୟ ଅଧ୍ୟାୟ 23  
  • ଯିଶାଇୟ ଅଧ୍ୟାୟ 24  
  • ଯିଶାଇୟ ଅଧ୍ୟାୟ 25  
  • ଯିଶାଇୟ ଅଧ୍ୟାୟ 26  
  • ଯିଶାଇୟ ଅଧ୍ୟାୟ 27  
  • ଯିଶାଇୟ ଅଧ୍ୟାୟ 28  
  • ଯିଶାଇୟ ଅଧ୍ୟାୟ 29  
  • ଯିଶାଇୟ ଅଧ୍ୟାୟ 30  
  • ଯିଶାଇୟ ଅଧ୍ୟାୟ 31  
  • ଯିଶାଇୟ ଅଧ୍ୟାୟ 32  
  • ଯିଶାଇୟ ଅଧ୍ୟାୟ 33  
  • ଯିଶାଇୟ ଅଧ୍ୟାୟ 34  
  • ଯିଶାଇୟ ଅଧ୍ୟାୟ 35  
  • ଯିଶାଇୟ ଅଧ୍ୟାୟ 36  
  • ଯିଶାଇୟ ଅଧ୍ୟାୟ 37  
  • ଯିଶାଇୟ ଅଧ୍ୟାୟ 38  
  • ଯିଶାଇୟ ଅଧ୍ୟାୟ 39  
  • ଯିଶାଇୟ ଅଧ୍ୟାୟ 40  
  • ଯିଶାଇୟ ଅଧ୍ୟାୟ 41  
  • ଯିଶାଇୟ ଅଧ୍ୟାୟ 42  
  • ଯିଶାଇୟ ଅଧ୍ୟାୟ 43  
  • ଯିଶାଇୟ ଅଧ୍ୟାୟ 44  
  • ଯିଶାଇୟ ଅଧ୍ୟାୟ 45  
  • ଯିଶାଇୟ ଅଧ୍ୟାୟ 46  
  • ଯିଶାଇୟ ଅଧ୍ୟାୟ 47  
  • ଯିଶାଇୟ ଅଧ୍ୟାୟ 48  
  • ଯିଶାଇୟ ଅଧ୍ୟାୟ 49  
  • ଯିଶାଇୟ ଅଧ୍ୟାୟ 50  
  • ଯିଶାଇୟ ଅଧ୍ୟାୟ 51  
  • ଯିଶାଇୟ ଅଧ୍ୟାୟ 52  
  • ଯିଶାଇୟ ଅଧ୍ୟାୟ 53  
  • ଯିଶାଇୟ ଅଧ୍ୟାୟ 54  
  • ଯିଶାଇୟ ଅଧ୍ୟାୟ 55  
  • ଯିଶାଇୟ ଅଧ୍ୟାୟ 56  
  • ଯିଶାଇୟ ଅଧ୍ୟାୟ 57  
  • ଯିଶାଇୟ ଅଧ୍ୟାୟ 58  
  • ଯିଶାଇୟ ଅଧ୍ୟାୟ 59  
  • ଯିଶାଇୟ ଅଧ୍ୟାୟ 60  
  • ଯିଶାଇୟ ଅଧ୍ୟାୟ 61  
  • ଯିଶାଇୟ ଅଧ୍ୟାୟ 62  
  • ଯିଶାଇୟ ଅଧ୍ୟାୟ 63  
  • ଯିଶାଇୟ ଅଧ୍ୟାୟ 64  
  • ଯିଶାଇୟ ଅଧ୍ୟାୟ 65  
  • ଯିଶାଇୟ ଅଧ୍ୟାୟ 66  
×

Alert

×

Oriya Letters Keypad References