ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ଶାମୁୟେଲ

ଦିତୀୟ ଶାମୁୟେଲ ଅଧ୍ୟାୟ 23

1 ଦାଉଦଙ୍କର ଶେଷ କଥା ଏହି । ଯିଶୀର ପୁତ୍ର ଦାଉଦ କହେ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ଵରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ସେ କହେ; 2 ମୋʼ ଦ୍ଵାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ଵାରେ ଥିଲା । 3 ଇସ୍ରାଏଲର ପରମେଶ୍ଵର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଏକ ବ୍ୟକ୍ତି ଧର୍ମରେ ଲୋକ-ମାନଙ୍କ ଉପରେ ରାଜତ୍ଵ କରିବେ, ସେ ପରମେଶ୍ଵରଙ୍କ ଭୟରେ ରାଜତ୍ଵ କରିବେ । 4 ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବେ; ସେସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ଵାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ । 5 ସତ୍ୟ, ମୋହର ବଂଶ ପରମେଶ୍ଵରଙ୍କ ନିକଟରେ ସେପରି ନୁହେଁ; ତଥାପି ସେ ମୋʼ ସହିତ ସର୍ବବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରିଅଛନ୍ତି, ଏଣୁ ସେ ତାହା ବୃଦ୍ଧି ନ କଲେ ହେଁ ଏହା ହିଁ ଆମ୍ଭର ପରମ ପରିତ୍ରାଣ ଓ ପରମ ବାଞ୍ଛା । 6 ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ଵରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି; 7 ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ତରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ନିଃଶେଷ ରୂପେ ଅଗ୍ନିରେ ଦଗ୍ଧ ହେବେ । 8 ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ଅର୍ଥାତ୍, ଏଜନୀୟ ଅଦିନୋ ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ହତ ଆଠ ଶହ ଲୋକର ପ୍ରତିକୂଳ ଥିଲା । 9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ-ଲୋକମାନେ ପଳାନ୍ତେ, 10 ସେ ଉଠି ଆପଣା ହସ୍ତ କ୍ଳା; ଓ ଆପଣା ହସ୍ତ ଖଡ଼୍‍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ଲୋକମାନେ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ । 11 ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ । ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୂରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ । 12 ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ । 13 ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ । 14 ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥ୍ଲିହିମ୍ରେ ଥିଲେ । 15 ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି! 16 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ । 17 ପୁଣି ସେ କହିଲେ, ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ । 18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା । ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା । 19 ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟ; ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା । 20 ଆଉ ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା । 21 ଆହୁରି ସେ ଏକ ଜଣ ମିସ୍ରୀୟ ରୂପବାନ ପୁରୁଷକୁ ବଧ କଲା ଓ ସେହି ମିସ୍ରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା କତିକି ଗଲା ଓ ସେହି ମିସ୍ରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା । 22 ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା । 23 ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ । 24 ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍; 25 ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା; 26 ପଲ୍ଟୀୟ ହେଲସ, ତକୋୟୀୟ ଇକ୍କୋଶର ପୁତ୍ର ଈରା; 27 ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ; 28 ଅହୋହୀୟ ସଲ୍ମୋନ୍, ନଟୋଫାତୀୟ ମହରୟ; 29 ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ; 30 ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ; 31 ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍; 32 ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ; 33 ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ; 34 ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ; 35 କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ; 36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ; 37 ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ; 38 ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍; 39 ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ ।
1 ଦାଉଦଙ୍କର ଶେଷ କଥା ଏହି । ଯିଶୀର ପୁତ୍ର ଦାଉଦ କହେ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ଵରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ସେ କହେ; .::. 2 ମୋʼ ଦ୍ଵାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ଵାରେ ଥିଲା । .::. 3 ଇସ୍ରାଏଲର ପରମେଶ୍ଵର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଏକ ବ୍ୟକ୍ତି ଧର୍ମରେ ଲୋକ-ମାନଙ୍କ ଉପରେ ରାଜତ୍ଵ କରିବେ, ସେ ପରମେଶ୍ଵରଙ୍କ ଭୟରେ ରାଜତ୍ଵ କରିବେ । .::. 4 ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବେ; ସେସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ଵାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ । .::. 5 ସତ୍ୟ, ମୋହର ବଂଶ ପରମେଶ୍ଵରଙ୍କ ନିକଟରେ ସେପରି ନୁହେଁ; ତଥାପି ସେ ମୋʼ ସହିତ ସର୍ବବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରିଅଛନ୍ତି, ଏଣୁ ସେ ତାହା ବୃଦ୍ଧି ନ କଲେ ହେଁ ଏହା ହିଁ ଆମ୍ଭର ପରମ ପରିତ୍ରାଣ ଓ ପରମ ବାଞ୍ଛା । .::. 6 ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ଵରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି; .::. 7 ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ତରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ନିଃଶେଷ ରୂପେ ଅଗ୍ନିରେ ଦଗ୍ଧ ହେବେ । .::. 8 ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ଅର୍ଥାତ୍, ଏଜନୀୟ ଅଦିନୋ ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ହତ ଆଠ ଶହ ଲୋକର ପ୍ରତିକୂଳ ଥିଲା । .::. 9 ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ-ଲୋକମାନେ ପଳାନ୍ତେ, .::. 10 ସେ ଉଠି ଆପଣା ହସ୍ତ କ୍ଳା; ଓ ଆପଣା ହସ୍ତ ଖଡ଼୍‍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ଲୋକମାନେ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ । .::. 11 ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ । ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୂରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ । .::. 12 ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ । .::. 13 ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ । .::. 14 ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥ୍ଲିହିମ୍ରେ ଥିଲେ । .::. 15 ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି! .::. 16 ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ । .::. 17 ପୁଣି ସେ କହିଲେ, ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ । .::. 18 ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା । ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା । .::. 19 ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟ; ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା । .::. 20 ଆଉ ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା । .::. 21 ଆହୁରି ସେ ଏକ ଜଣ ମିସ୍ରୀୟ ରୂପବାନ ପୁରୁଷକୁ ବଧ କଲା ଓ ସେହି ମିସ୍ରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା କତିକି ଗଲା ଓ ସେହି ମିସ୍ରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା । .::. 22 ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା । .::. 23 ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ । .::. 24 ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍; .::. 25 ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା; .::. 26 ପଲ୍ଟୀୟ ହେଲସ, ତକୋୟୀୟ ଇକ୍କୋଶର ପୁତ୍ର ଈରା; .::. 27 ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ; .::. 28 ଅହୋହୀୟ ସଲ୍ମୋନ୍, ନଟୋଫାତୀୟ ମହରୟ; .::. 29 ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ; .::. 30 ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ; .::. 31 ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍; .::. 32 ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ; .::. 33 ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ; .::. 34 ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ; .::. 35 କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ; .::. 36 ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ; .::. 37 ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ; .::. 38 ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍; .::. 39 ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ । .::.
  • ଦିତୀୟ ଶାମୁୟେଲ ଅଧ୍ୟାୟ 1  
  • ଦିତୀୟ ଶାମୁୟେଲ ଅଧ୍ୟାୟ 2  
  • ଦିତୀୟ ଶାମୁୟେଲ ଅଧ୍ୟାୟ 3  
  • ଦିତୀୟ ଶାମୁୟେଲ ଅଧ୍ୟାୟ 4  
  • ଦିତୀୟ ଶାମୁୟେଲ ଅଧ୍ୟାୟ 5  
  • ଦିତୀୟ ଶାମୁୟେଲ ଅଧ୍ୟାୟ 6  
  • ଦିତୀୟ ଶାମୁୟେଲ ଅଧ୍ୟାୟ 7  
  • ଦିତୀୟ ଶାମୁୟେଲ ଅଧ୍ୟାୟ 8  
  • ଦିତୀୟ ଶାମୁୟେଲ ଅଧ୍ୟାୟ 9  
  • ଦିତୀୟ ଶାମୁୟେଲ ଅଧ୍ୟାୟ 10  
  • ଦିତୀୟ ଶାମୁୟେଲ ଅଧ୍ୟାୟ 11  
  • ଦିତୀୟ ଶାମୁୟେଲ ଅଧ୍ୟାୟ 12  
  • ଦିତୀୟ ଶାମୁୟେଲ ଅଧ୍ୟାୟ 13  
  • ଦିତୀୟ ଶାମୁୟେଲ ଅଧ୍ୟାୟ 14  
  • ଦିତୀୟ ଶାମୁୟେଲ ଅଧ୍ୟାୟ 15  
  • ଦିତୀୟ ଶାମୁୟେଲ ଅଧ୍ୟାୟ 16  
  • ଦିତୀୟ ଶାମୁୟେଲ ଅଧ୍ୟାୟ 17  
  • ଦିତୀୟ ଶାମୁୟେଲ ଅଧ୍ୟାୟ 18  
  • ଦିତୀୟ ଶାମୁୟେଲ ଅଧ୍ୟାୟ 19  
  • ଦିତୀୟ ଶାମୁୟେଲ ଅଧ୍ୟାୟ 20  
  • ଦିତୀୟ ଶାମୁୟେଲ ଅଧ୍ୟାୟ 21  
  • ଦିତୀୟ ଶାମୁୟେଲ ଅଧ୍ୟାୟ 22  
  • ଦିତୀୟ ଶାମୁୟେଲ ଅଧ୍ୟାୟ 23  
  • ଦିତୀୟ ଶାମୁୟେଲ ଅଧ୍ୟାୟ 24  
×

Alert

×

Oriya Letters Keypad References