ଓଡିଆ ବାଇବଲ |

ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ (BSI)
ଆଦି ପୁସ୍ତକ

ରେକର୍ଡଗୁଡିକ

ଆଦି ପୁସ୍ତକ ଅଧ୍ୟାୟ 7

1 ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ । 2 ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି; 3 ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ । 4 ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀଙ୍କି ଲୁପ୍ତ କରିବା । 5 ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ । 6 ନୋହଙ୍କର ଛଅଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା । 7 ତହୁଁ ଜଳପ୍ଳାବନ ଅପେକ୍ଷାରେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ । 8 ପୁଣି ନୋହଙ୍କ ପ୍ରତି ପରମେଶ୍ଵରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ 9 ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 10 ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା । 11 ନୋହଙ୍କର ବୟସର ଛଅଶହ ବର୍ଷ ଦ୍ଵିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ଵାର ସବୁ ମୁକ୍ତ ହେଲା । 12 ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା । 13 ସେହି ଦିନରେ ନୋହ, ପୁଣି ଶେମ ଓ ହାମ ଓ ଯେଫତ୍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ । 14 ପୁଣି ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ; 15 ଅର୍ଥାତ୍, ପ୍ରାଣବାୟୁବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 16 ପରମେଶ୍ଵରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ଵ-ଦ୍ଵାର ବନ୍ଦ କଲେ । 17 ଅନନ୍ତର ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକି ଛାଡ଼ି ଭାସି ଉଠିଲା । 18 ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଚାଲିଲା । 19 ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା । 20 ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ । 21 ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, 22 ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ । 23 ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ । 24 ଏହିରୂପେ ପୃଥିବୀ ଏକଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା ।
1. ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର; କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମ୍ଭକୁ ଧାର୍ମିକ ଦେଖିଅଛୁ । 2. ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ଶୁଚି ପଶୁଜାତିର ସାତ ସାତ ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁଜାତିର ଏକ ଏକ ଦମ୍ପତି; 3. ପ୍ରତ୍ୟେକ ଖେଚର ପକ୍ଷୀଜାତିର ସାତ ସାତ ଦମ୍ପତି ଆପଣା ସଙ୍ଗରେ ନିଅ । 4. ଯେହେତୁ ସାତ ଦିନ ଉତ୍ତାରେ ଆମ୍ଭେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥିତ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀଙ୍କି ଲୁପ୍ତ କରିବା । 5. ନୋହ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସବୁ କର୍ମ କଲେ । 6. ନୋହଙ୍କର ଛଅଶହ ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା । 7. ତହୁଁ ଜଳପ୍ଳାବନ ଅପେକ୍ଷାରେ ନୋହ ଓ ତାଙ୍କର ଭାର୍ଯ୍ୟା ଆଉ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ । 8. ପୁଣି ନୋହଙ୍କ ପ୍ରତି ପରମେଶ୍ଵରଙ୍କ ଆଜ୍ଞାନୁସାରେ ଶୁଚି ଓ ଅଶୁଚି ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ 9. ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 10. ଆଉ ସେହି ସାତ ଦିନ ଉତ୍ତାରେ ପୃଥିବୀରେ ଜଳପ୍ଳାବନର ଆରମ୍ଭ ହେଲା । 11. ନୋହଙ୍କର ବୟସର ଛଅଶହ ବର୍ଷ ଦ୍ଵିତୀୟ ମାସର ସପ୍ତଦଶ ଦିନରେ ମହା ସମୁଦ୍ରର ସମସ୍ତ ଜଳାକର ଭାଙ୍ଗିଗଲା, ପୁଣି ଆକାଶସ୍ଥ ଦ୍ଵାର ସବୁ ମୁକ୍ତ ହେଲା । 12. ତହିଁରେ ଚାଳିଶ ଦିବାରାତ୍ର ପୃଥିବୀରେ ବୃଷ୍ଟି ହେଲା । 13. ସେହି ଦିନରେ ନୋହ, ପୁଣି ଶେମ ଓ ହାମ ଓ ଯେଫତ୍ ନାମକ ନୋହଙ୍କର ପୁତ୍ରମାନେ, ଆଉ ସେମାନଙ୍କ ସହିତ ନୋହଙ୍କର ଭାର୍ଯ୍ୟା ଓ ତିନି ପୁତ୍ରବଧୂ ଜାହାଜରେ ପ୍ରବେଶ କଲେ । 14. ପୁଣି ସବୁ ଜାତୀୟ ଗ୍ରାମ୍ୟ ଓ ବନ୍ୟପଶୁ ଓ ସବୁ ଜାତୀୟ ଉରୋଗାମୀ ଓ ସବୁ ଜାତୀୟ ଭୂଚର ଓ ଖେଚର ପକ୍ଷୀ; 15. ଅର୍ଥାତ୍, ପ୍ରାଣବାୟୁବିଶିଷ୍ଟ ସର୍ବପ୍ରକାର ଜୀବଜନ୍ତୁ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ । 16. ପରମେଶ୍ଵରଙ୍କ ଆଜ୍ଞାନୁସାରେ ସର୍ବପ୍ରକାର ପ୍ରାଣୀ ଦମ୍ପତିକ୍ରମେ ପ୍ରବେଶ କଲେ; ତହୁଁ ସଦାପ୍ରଭୁ ତାହାର ପାର୍ଶ୍ଵ-ଦ୍ଵାର ବନ୍ଦ କଲେ । 17. ଅନନ୍ତର ଚାଳିଶ ଦିନ ପର୍ଯ୍ୟନ୍ତ ପୃଥିବୀରେ ଜଳପ୍ଳାବନ ହେଲା; ପୁଣି ଜଳ ବଢ଼ୁ ବଢ଼ୁ ଜାହାଜ ଭୂମିକି ଛାଡ଼ି ଭାସି ଉଠିଲା । 18. ଆଉ ପୃଥିବୀରେ କ୍ରମଶଃ ଜଳ ପ୍ରବଳ ହୋଇ ଅତିଶୟ ବଢ଼ୁ ବଢ଼ୁ ଜାହାଜ ଜଳ ଉପରେ ଚାଲିଲା । 19. ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସବୁ ଉଚ୍ଚ ପର୍ବତ ମଗ୍ନ କଲା । 20. ତହିଁ ଉପରେ ପନ୍ଦର ହାତ ପର୍ଯ୍ୟନ୍ତ ଜଳ ଉଠିଲା; ତହୁଁ ପର୍ବତମାନ ମଗ୍ନ ହେଲେ । 21. ତେଣୁ ସମଗ୍ର ଭୂଚର ପ୍ରାଣୀ ପ୍ରାଣତ୍ୟାଗ କଲେ, ଅର୍ଥାତ୍, ପକ୍ଷୀ, ଗ୍ରାମ୍ୟ ଓ ବନ୍ୟପଶୁ ଓ ପୃଥିବୀରେ ଗମନଶୀଳ ଉରୋଗାମୀ ଜନ୍ତୁ ଓ ପ୍ରତ୍ୟେକ ମନୁଷ୍ୟ, 22. ଆଉ ଶୁଷ୍କଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ । 23. ଏହିରୂପେ ପୃଥିବୀର ଉପରିସ୍ଥ ସମୁଦାୟ ପ୍ରାଣୀ ଲୁପ୍ତ ହେଲେ, ଅର୍ଥାତ୍, ମନୁଷ୍ୟ, ପଶୁ, ଉରୋଗାମୀ ଜନ୍ତୁ, ଖେଚର ପକ୍ଷୀ, ସମସ୍ତେ ପୃଥିବୀରୁ ଲୁପ୍ତ ହେଲେ; କେବଳ ନୋହ ଓ ଜାହାଜସ୍ଥ ତାଙ୍କର ସଙ୍ଗୀ ସମସ୍ତେ ବଞ୍ଚିଲେ । 24. ଏହିରୂପେ ପୃଥିବୀ ଏକଶହ ପଚାଶ ଦିନ ପର୍ଯ୍ୟନ୍ତ ଜଳରେ ବୁଡ଼ି ରହିଲା ।
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
×

Alert

×

Oriya Letters Keypad References