ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଦିତୀୟ ଶାମୁୟେଲ

ଦିତୀୟ ଶାମୁୟେଲ ଅଧ୍ୟାୟ 5

1 ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ କତିକି ଆସି କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ । 2 ଗତ କାଳରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ । 3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ କତିକି ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ⇧ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ । 4 ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ଵ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ଵ କଲେ । 5 ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ଵ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ଵ କଲେ । 6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ; ତହିଁରେ ଦାଉଦ ଏସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏସ୍ଥାନକୁ ଆସି ପାରିବ ନାହିଁ । 7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା । 8 ପୁଣି ଦାଉଦ ସେହି ଦିନ କହିଲେ, ଯେ କେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳପ୍ରଣାଳୀକି ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ । ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ଘର ଭିତରକୁ ଆସି ପାରିବ ନାହିଁ । 9 ଅନନ୍ତର ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ । ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗୃହାଦି ନିର୍ମାଣ କଲେ । 10 ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର ଦାଉଦଙ୍କର ସହାୟ ହେବାରୁ ସେ ଆହୁରି ଆହୁରି ମହାନ ହେଲେ । 11 ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ । 12 ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ । 13 ଅନନ୍ତର ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପନିୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ । 14 ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା:- ସମ୍ମୂୟ ଓ ଶୋବବ୍ ଓ ନାଥନ୍ ଓ ଶଲୋମନ୍ 15 ଓ ୟିଭର ଓ ଇଲୀଶୂୟ ଓ ନେଫଗ୍ ଓ ଯାଫୀୟ 16 ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ । 17 ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ଵେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ । 18 ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟିମ ତଳଭୂମିରେ ବ୍ୟାପ୍ତ ହୋଇଥିଲେ । 19 ଏଥିରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଉଠି ଯାଅ; କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା । 20 ତହୁଁ ଦାଉଦ ବାଲ୍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି । ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ । 21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍ଧ କଲେ । 22 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟିମ ତଳଭୂମିରେ ବ୍ୟାପ୍ତ ହେଲେ । 23 ତହିଁରେ ଦାଉଦ ସଦାପ୍ରଭୁଙ୍କୁ ପଚାରନ୍ତେ ସେ କହିଲେ, ତୁମ୍ଭେ ଉଠି ନ ଯାଅ; ସେମାନଙ୍କ ପଶ୍ଚାତ୍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର । 24 ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶଦ୍ଦ ଶୁଣିଲେ ଉଦ୍ୟମ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ । 25 ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ ।
1 ଅନନ୍ତର ଇସ୍ରାଏଲର ସମସ୍ତ ବଂଶ ହିବ୍ରୋଣକୁ ଦାଉଦଙ୍କ କତିକି ଆସି କହିଲେ, ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ । .::. 2 ଗତ କାଳରେ ଶାଉଲ ଆମ୍ଭମାନଙ୍କ ଉପରେ ରାଜା ଥିବା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି ସଦାପ୍ରଭୁ ତୁମ୍ଭକୁ କହିଅଛନ୍ତି, ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଇସ୍ରାଏଲର ଅଗ୍ରଣୀ ହେବ । .::. 3 ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ କତିକି ଆସିଲେ; ତହିଁରେ ଦାଉଦ ରାଜା ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗରେ ନିୟମ କଲେ⇧ ଓ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ । .::. 4 ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ଵ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ଵ କଲେ । .::. 5 ସେ ହିବ୍ରୋଣରେ ଯିହୁଦା ଉପରେ ସାତ ବର୍ଷ ଛଅ ମାସ ରାଜତ୍ଵ କଲେ; ପୁଣି ସେ ଯିରୂଶାଲମରେ ସମସ୍ତ ଇସ୍ରାଏଲ ଓ ଯିହୁଦା ଉପରେ ତେତିଶ ବର୍ଷ ରାଜତ୍ଵ କଲେ । .::. 6 ଏଉତ୍ତାରେ ରାଜା ଓ ତାଙ୍କର ଲୋକମାନେ ଦେଶବାସୀ ଯିବୂଷୀୟମାନଙ୍କ ବିରୁଦ୍ଧରେ ଯିରୂଶାଲମକୁ ଯାତ୍ରା କଲେ; ତହିଁରେ ଦାଉଦ ଏସ୍ଥାନକୁ ଆସି ପାରିବେ ନାହିଁ ବୋଲି ମନେ କରି ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେ ଅନ୍ଧ ଓ ଛୋଟାମାନଙ୍କୁ ଦୂର ନ କଲେ, ଏସ୍ଥାନକୁ ଆସି ପାରିବ ନାହିଁ । .::. 7 ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା । .::. 8 ପୁଣି ଦାଉଦ ସେହି ଦିନ କହିଲେ, ଯେ କେହି ଯିବୂଷୀୟମାନଙ୍କୁ ବଧ କରେ, ସେ ଜଳପ୍ରଣାଳୀକି ଯାଇ ଦାଉଦ-ପ୍ରାଣର ଘୃଣିତ ସେହି ଛୋଟା ଓ ଅନ୍ଧମାନଙ୍କୁ ବଧ କରୁ । ଏହେତୁ ଲୋକେ କହନ୍ତି, ଅନ୍ଧ ଓ ଛୋଟାମାନେ ସେଠାରେ ଅଛନ୍ତି; ସେ ଘର ଭିତରକୁ ଆସି ପାରିବ ନାହିଁ । .::. 9 ଅନନ୍ତର ଦାଉଦ ସେହି ଦୃଢ଼ ଗଡ଼ରେ ବାସ କରି ତାହାର ନାମ ଦାଉଦ-ନଗର ରଖିଲେ । ଆଉ ଦାଉଦ ମିଲ୍ଲୋଠାରୁ ଭିତର ଆଡ଼େ ଚତୁର୍ଦ୍ଦିଗରେ ଗୃହାଦି ନିର୍ମାଣ କଲେ । .::. 10 ଆଉ ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ଵର ଦାଉଦଙ୍କର ସହାୟ ହେବାରୁ ସେ ଆହୁରି ଆହୁରି ମହାନ ହେଲେ । .::. 11 ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ଏରସ କାଠ ଓ ବଢ଼େଇ ଓ ରାଜମିସ୍ତ୍ରୀମାନଙ୍କୁ ପଠାଇଲା; ତହିଁରେ ସେମାନେ ଦାଉଦଙ୍କ ନିମନ୍ତେ ଗୃହ ନିର୍ମାଣ କଲେ । .::. 12 ତହିଁରେ ସଦାପ୍ରଭୁ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ ଓ ଆପଣା ଇସ୍ରାଏଲ ଲୋକଙ୍କ ସକାଶୁ ତାଙ୍କ ରାଜ୍ୟ ଉନ୍ନତ କଲେ, ଏହା ସେ ବୁଝିଲେ । .::. 13 ଅନନ୍ତର ଦାଉଦ ହିବ୍ରୋଣରୁ ଆସିଲା ଉତ୍ତାରେ ଯିରୂଶାଲମରେ ଆଉ ଅନେକ ଉପପନିୀ ଓ ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ର କନ୍ୟା ଜାତ ହେଲେ । .::. 14 ଯିରୂଶାଲମରେ ତାଙ୍କର ଔରସରେ ଯେଉଁମାନେ ଜନ୍ମିଲେ, ସେମାନଙ୍କର ନାମ ଏହି: ଯଥା:- ସମ୍ମୂୟ ଓ ଶୋବବ୍ ଓ ନାଥନ୍ ଓ ଶଲୋମନ୍ .::. 15 ଓ ୟିଭର ଓ ଇଲୀଶୂୟ ଓ ନେଫଗ୍ ଓ ଯାଫୀୟ .::. 16 ଓ ଇଲୀଶାମା ଓ ଇଲୀୟାଦା ଓ ଇଲୀଫେଲଟ । .::. 17 ଏଉତ୍ତାରେ ଲୋକମାନେ ଦାଉଦଙ୍କୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କରିଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣି ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ଵେଷଣ କରିବାକୁ ଆସିଲେ; ତହୁଁ ଦାଉଦ ତାହା ଶୁଣି ଗଡ଼କୁ ଚାଲିଗଲେ । .::. 18 ଏହି ସମୟରେ ପଲେଷ୍ଟୀୟମାନେ ଆସି ରଫାୟିମ ତଳଭୂମିରେ ବ୍ୟାପ୍ତ ହୋଇଥିଲେ । .::. 19 ଏଥିରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ କି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି? ତୁମ୍ଭେ କି ସେମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିବ? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଉଠି ଯାଅ; କାରଣ ଆମ୍ଭେ ନିଶ୍ଚୟ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା । .::. 20 ତହୁଁ ଦାଉଦ ବାଲ୍-ପରାସୀମକୁ ଆସିଲେ ଓ ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ପୁଣି ସେ କହିଲେ, ସଦାପ୍ରଭୁ ମୋʼ ସମ୍ମୁଖରେ ମୋʼ ଶତ୍ରୁମାନଙ୍କୁ ଜଳ ଦ୍ଵାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି । ଏହେତୁ ସେ ସେହି ସ୍ଥାନର ନାମ ବାଲ୍-ପରାସୀମ (ଭଗ୍ନ-ସ୍ଥାନ) ରଖିଲେ । .::. 21 ସେହି ସ୍ଥାନରେ ସେମାନେ ଆପଣା ପ୍ରତିମାଗଣକୁ ପରିତ୍ୟାଗ କରିଥିଲେ, ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ସେସବୁ ଦଗ୍ଧ କଲେ । .::. 22 ଏଥିଉତ୍ତାରେ ପଲେଷ୍ଟୀୟମାନେ ପୁନର୍ବାର ଆସି ରଫାୟିମ ତଳଭୂମିରେ ବ୍ୟାପ୍ତ ହେଲେ । .::. 23 ତହିଁରେ ଦାଉଦ ସଦାପ୍ରଭୁଙ୍କୁ ପଚାରନ୍ତେ ସେ କହିଲେ, ତୁମ୍ଭେ ଉଠି ନ ଯାଅ; ସେମାନଙ୍କ ପଶ୍ଚାତ୍ ଘୁରି ଆସି ତୂତ ବୃକ୍ଷ ତୋଟା ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର । .::. 24 ପୁଣି ତୁମ୍ଭେ ସେହି ତୂତ ବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶଦ୍ଦ ଶୁଣିଲେ ଉଦ୍ୟମ କରିବ; କାରଣ ସେତେବେଳେ ସଦାପ୍ରଭୁ ପଲେଷ୍ଟୀୟମାନଙ୍କ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ । .::. 25 ତହିଁରେ ସଦାପ୍ରଭୁ ଯେପରି ଆଜ୍ଞା ଦେଲେ, ଦାଉଦ ସେପରି କଲେ ଓ ଗେବାଠାରୁ ଗେଷର ନିକଟ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ଆଘାତ କଲେ । .::.
  • ଦିତୀୟ ଶାମୁୟେଲ ଅଧ୍ୟାୟ 1  
  • ଦିତୀୟ ଶାମୁୟେଲ ଅଧ୍ୟାୟ 2  
  • ଦିତୀୟ ଶାମୁୟେଲ ଅଧ୍ୟାୟ 3  
  • ଦିତୀୟ ଶାମୁୟେଲ ଅଧ୍ୟାୟ 4  
  • ଦିତୀୟ ଶାମୁୟେଲ ଅଧ୍ୟାୟ 5  
  • ଦିତୀୟ ଶାମୁୟେଲ ଅଧ୍ୟାୟ 6  
  • ଦିତୀୟ ଶାମୁୟେଲ ଅଧ୍ୟାୟ 7  
  • ଦିତୀୟ ଶାମୁୟେଲ ଅଧ୍ୟାୟ 8  
  • ଦିତୀୟ ଶାମୁୟେଲ ଅଧ୍ୟାୟ 9  
  • ଦିତୀୟ ଶାମୁୟେଲ ଅଧ୍ୟାୟ 10  
  • ଦିତୀୟ ଶାମୁୟେଲ ଅଧ୍ୟାୟ 11  
  • ଦିତୀୟ ଶାମୁୟେଲ ଅଧ୍ୟାୟ 12  
  • ଦିତୀୟ ଶାମୁୟେଲ ଅଧ୍ୟାୟ 13  
  • ଦିତୀୟ ଶାମୁୟେଲ ଅଧ୍ୟାୟ 14  
  • ଦିତୀୟ ଶାମୁୟେଲ ଅଧ୍ୟାୟ 15  
  • ଦିତୀୟ ଶାମୁୟେଲ ଅଧ୍ୟାୟ 16  
  • ଦିତୀୟ ଶାମୁୟେଲ ଅଧ୍ୟାୟ 17  
  • ଦିତୀୟ ଶାମୁୟେଲ ଅଧ୍ୟାୟ 18  
  • ଦିତୀୟ ଶାମୁୟେଲ ଅଧ୍ୟାୟ 19  
  • ଦିତୀୟ ଶାମୁୟେଲ ଅଧ୍ୟାୟ 20  
  • ଦିତୀୟ ଶାମୁୟେଲ ଅଧ୍ୟାୟ 21  
  • ଦିତୀୟ ଶାମୁୟେଲ ଅଧ୍ୟାୟ 22  
  • ଦିତୀୟ ଶାମୁୟେଲ ଅଧ୍ୟାୟ 23  
  • ଦିତୀୟ ଶାମୁୟେଲ ଅଧ୍ୟାୟ 24  
×

Alert

×

Oriya Letters Keypad References