ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ମାଥିଉଲିଖିତ ସୁସମାଚାର

ମାଥିଉଲିଖିତ ସୁସମାଚାର ଅଧ୍ୟାୟ 4

1 ସେତେବେଳେ ଯୀଶୁ ଶୟତାନ ଦ୍ଵାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତଣହେଲେ, 2 ପୁଣି ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ । 3 ଆଉ, ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବା ପାଇଁ ଆଜ୍ଞା ଦିଅ । 4 କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖାଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ । 5 ତହିଁ ଉତ୍ତାରେ ଶୟତାନ ତାହାଙ୍କୁ ପୁଣ୍ୟ ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, 6 ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ । 7 ଯୀଶୁ ତାହାକୁ କହିଲେ, ଆହୁରି ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ । 8 ପୁନଶ୍ଚ ଶୟତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ଵର୍ଯ୍ୟ ଦେଖାଇ କହିଲା, 9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା । 10 ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ । 11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ । 12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକି ପ୍ରସ୍ଥାନ କଲେ; 13 ଆଉ, ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ, 14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, 15 ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ଵସ୍ଥ ବିଜାତିମାନଙ୍କ ଗାଲିଲୀ, 16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା । 17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ । 18 ସେ ଗାଲିଲୀ ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । 19 ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି । 20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ । 21 ପୁଣି, ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । 22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ । 23 ପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିଏସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁଲାଗିଲେ, 24 ଆଉ ତାହାଙ୍କ ସମ୍ଵନ୍ଧରେ ଜନରବ ସମୁଦାୟ ସୁରୀୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତ ରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । 25 ପୁଣି ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୁଦା ପ୍ରଦେଶ ଓ ଯର୍ଦ୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାଦ୍ଗମନ କଲେ ।
1 ସେତେବେଳେ ଯୀଶୁ ଶୟତାନ ଦ୍ଵାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତଣହେଲେ, .::. 2 ପୁଣି ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ । .::. 3 ଆଉ, ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବା ପାଇଁ ଆଜ୍ଞା ଦିଅ । .::. 4 କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖାଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ । .::. 5 ତହିଁ ଉତ୍ତାରେ ଶୟତାନ ତାହାଙ୍କୁ ପୁଣ୍ୟ ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, .::. 6 ତୁମ୍ଭେ ଯେବେ ଈଶ୍ଵରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ । .::. 7 ଯୀଶୁ ତାହାକୁ କହିଲେ, ଆହୁରି ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ । .::. 8 ପୁନଶ୍ଚ ଶୟତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ଵର୍ଯ୍ୟ ଦେଖାଇ କହିଲା, .::. 9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା । .::. 10 ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ଵରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ । .::. 11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ । .::. 12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକି ପ୍ରସ୍ଥାନ କଲେ; .::. 13 ଆଉ, ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ, .::. 14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ଵାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, .::. 15 ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ଵସ୍ଥ ବିଜାତିମାନଙ୍କ ଗାଲିଲୀ, .::. 16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା । .::. 17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗରାଜ୍ୟ ସନ୍ନିକଟ । .::. 18 ସେ ଗାଲିଲୀ ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । .::. 19 ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି । .::. 20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ । .::. 21 ପୁଣି, ଯୀଶୁ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ । .::. 22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ । .::. 23 ପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରିଏସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁଲାଗିଲେ, .::. 24 ଆଉ ତାହାଙ୍କ ସମ୍ଵନ୍ଧରେ ଜନରବ ସମୁଦାୟ ସୁରୀୟା ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତ ରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ । .::. 25 ପୁଣି ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୁଦା ପ୍ରଦେଶ ଓ ଯର୍ଦ୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାଦ୍ଗମନ କଲେ । .::.
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 1  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 2  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 3  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 4  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 5  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 6  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 7  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 8  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 9  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 10  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 11  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 12  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 13  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 14  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 15  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 16  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 17  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 18  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 19  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 20  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 21  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 22  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 23  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 24  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 25  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 26  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 27  
  • ମାଥିଉଲିଖିତ ସୁସମାଚାର ଅଧ୍ୟାୟ 28  
×

Alert

×

Oriya Letters Keypad References