ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପ୍ରଥମ ବଂଶାବଳୀ

ପ୍ରଥମ ବଂଶାବଳୀ ଅଧ୍ୟାୟ 23

1 ଅନନ୍ତର ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ । 2 ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କି ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ । 3 ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶ ହଜାର ହେଲେ । 4 ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ; 5 ଆଉ ଚାରି ହଜାର ଲୋକ ଦ୍ଵାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ଵାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ । 6 ପୁଣି ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ୍, କହାତ୍ ଓ ମରାରି । 7 ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍ ଓ ଶିମୀୟି । 8 ଲାଦନ୍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍ ଓ ଯୋୟେଲ, ତିନି ଜଣ । 9 ଶିମୀୟିର ପୁତ୍ର; ଶଲୋମୀତ୍ ଓ ହସୀୟେଲ୍ ଓ ହାରୋଣ; ତିନି ଜଣ । ଏମାନେ ଲାଦନ୍ର ପିତୃବଂଶପ୍ରଧାନ ଥିଲେ । 10 ପୁଣି ଶିମୀୟିର ପୁତ୍ର; ଯହତ୍ ଓ ସୀଷ ଓ ଯିୟୂଶ୍ ଓ ବରୀୟ । ଏହି ଚାରି ଜଣ ଶିମୀୟିର ପୁତ୍ର । 11 ଯହତ୍ ପ୍ରଧାନ, ଦ୍ଵିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ । 12 କହାତର ପୁତ୍ର; ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ । 13 ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ । 14 ମାତ୍ର ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ । 15 ମୋଶାଙ୍କର ପୁତ୍ର; ଗେର୍ଶୋମ୍ ଓ ଇଲୀୟେଷର । 16 ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ । 17 ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ । ଏହି ଇଲୀୟେଷରର ଆଉ ପୁତ୍ର ନ ଥିଲେ, ମାତ୍ର ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ । 18 ଯିଷ୍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍ ପ୍ରଧାନ ଥିଲା । 19 ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ । 20 ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ଵିତୀୟ ଯିଶୀୟ । 21 ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍; 22 ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ । 23 ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍, ତିନି ଜଣ । 24 ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ । 25 କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି 26 ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ । 27 କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲୋକ ଗଣିତ ହେଲେ । 28 କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା; 29 ଆହୁରି ଦର୍ଶନୀୟ-ରୋଟୀର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟନ୍ତ 30 ପୁଣି ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର; 31 ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ଵନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା; 32 ଏହେତୁ ସେମାନେ ସମାଗମ-ତମ୍ଵୁର ରକ୍ଷଣୀୟ ଓ ପବିତ୍ର-ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ ।
1 ଅନନ୍ତର ଦାଉଦ ବୃଦ୍ଧ ଓ ପୂର୍ଣ୍ଣାୟୁ ହେଲେ ଓ ସେ ଆପଣା ପୁତ୍ର ଶଲୋମନଙ୍କୁ ଇସ୍ରାଏଲ ଉପରେ ରାଜା କଲେ । .::. 2 ଆଉ ସେ ଇସ୍ରାଏଲର ସମସ୍ତ ଅଧିପତିଙ୍କି ଓ ଯାଜକମାନଙ୍କୁ ଓ ଲେବୀୟମାନଙ୍କୁ ଏକତ୍ର କଲେ । .::. 3 ତହୁଁ ତିରିଶ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲେବୀୟମାନେ ଗଣିତ ହେଲେ; ତହିଁରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣତିରେ ସେମାନେ ଅଠତିରିଶ ହଜାର ହେଲେ । .::. 4 ସେମାନଙ୍କ ମଧ୍ୟରୁ ଚବିଶ ହଜାର ଲୋକ ସଦାପ୍ରଭୁଙ୍କ ଗୃହର କାର୍ଯ୍ୟ ଚଳାଇବା ପାଇଁ ନିଯୁକ୍ତ ଥିଲେ; ଆଉ ଛଅ ହଜାର ଲୋକ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ଥିଲେ; .::. 5 ଆଉ ଚାରି ହଜାର ଲୋକ ଦ୍ଵାରପାଳ ଥିଲେ; ଆଉ ପ୍ରଶଂସାର୍ଥେ ମୁଁ ଯେଉଁ ବାଦ୍ୟଯନ୍ତ୍ରସବୁ ନିର୍ମାଣ କଲି ବୋଲି ଦାଉଦ କହିଲେ, ତଦ୍ଦ୍ଵାରା ଚାରି ହଜାର ଲୋକ ସଦାପ୍ରଭୁଙ୍କର ପ୍ରଶଂସା କଲେ । .::. 6 ପୁଣି ଦାଉଦ ସେମାନଙ୍କୁ ଲେବୀର ପୁତ୍ରମାନଙ୍କ (ବଂଶ) ଅନୁସାରେ ନାନା ପାଳିରେ ବିଭକ୍ତ କଲେ; ଗେର୍ଶୋନ୍, କହାତ୍ ଓ ମରାରି । .::. 7 ଗେର୍ଶୋନୀୟମାନଙ୍କ ମଧ୍ୟରୁ ଲାଦନ୍ ଓ ଶିମୀୟି । .::. 8 ଲାଦନ୍ର ପୁତ୍ର; ପ୍ରଧାନ ଯିହୀୟେଲ, ତାହା ଉତ୍ତାରେ ସେଥମ୍ ଓ ଯୋୟେଲ, ତିନି ଜଣ । .::. 9 ଶିମୀୟିର ପୁତ୍ର; ଶଲୋମୀତ୍ ଓ ହସୀୟେଲ୍ ଓ ହାରୋଣ; ତିନି ଜଣ । ଏମାନେ ଲାଦନ୍ର ପିତୃବଂଶପ୍ରଧାନ ଥିଲେ । .::. 10 ପୁଣି ଶିମୀୟିର ପୁତ୍ର; ଯହତ୍ ଓ ସୀଷ ଓ ଯିୟୂଶ୍ ଓ ବରୀୟ । ଏହି ଚାରି ଜଣ ଶିମୀୟିର ପୁତ୍ର । .::. 11 ଯହତ୍ ପ୍ରଧାନ, ଦ୍ଵିତୀୟ ସୀଷ; ମାତ୍ର ଯିୟୂଶ୍ ଓ ବରୀୟର ଅନେକ ପୁତ୍ର ନ ଥିଲେ; ଏହେତୁ ସେମାନେ ଏକତ୍ର ଗଣିତ ହୋଇ ଏକ ପିତୃବଂଶ ହେଲେ । .::. 12 କହାତର ପୁତ୍ର; ଅମ୍ରାମ୍, ଯିଷ୍ହର, ହିବ୍ରୋଣ ଓ ଉଷୀୟେଲ; ଚାରି ଜଣ । .::. 13 ଅମ୍ରାମ୍ର ପୁତ୍ର; ହାରୋଣ ଓ ମୋଶା; ପୁଣି ହାରୋଣ ଯେପରି ମହାପବିତ୍ର ବସ୍ତୁ ପବିତ୍ର କରିବ, ଏଥିପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପଦାହ, ତାହାଙ୍କର ପରିଚର୍ଯ୍ୟା ଓ ତାହାଙ୍କ ନାମରେ ଆଶୀର୍ବାଦକରଣାର୍ଥେ ସେ ଓ ତାହାର ପୁତ୍ରମାନେ ଯୁଗାନୁକ୍ରମେ ପୃଥକ କରାଗଲେ । .::. 14 ମାତ୍ର ପରମେଶ୍ଵରଙ୍କ ଲୋକ ମୋଶାଙ୍କର ପୁତ୍ରମାନେ ଲେବୀ-ବଂଶ ମଧ୍ୟରେ ଉଲ୍ଲିଖିତ ହେଲେ । .::. 15 ମୋଶାଙ୍କର ପୁତ୍ର; ଗେର୍ଶୋମ୍ ଓ ଇଲୀୟେଷର । .::. 16 ଗେର୍ଶୋମର ସନ୍ତାନମାନଙ୍କ ମଧ୍ୟରେ ଶବୂୟେଲ ପ୍ରଧାନ । .::. 17 ଆଉ, ଇଲୀୟେଷରର ସନ୍ତାନମାନଙ୍କ ମଧ୍ୟରେ ରହବୀୟ ପ୍ରଧାନ । ଏହି ଇଲୀୟେଷରର ଆଉ ପୁତ୍ର ନ ଥିଲେ, ମାତ୍ର ରହବୀୟର ବହୁସଂଖ୍ୟକ ସନ୍ତାନ ଥିଲେ । .::. 18 ଯିଷ୍ହରର ପୁତ୍ରମାନଙ୍କ ମଧ୍ୟରେ ଶଲୋମୀତ୍ ପ୍ରଧାନ ଥିଲା । .::. 19 ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ । .::. 20 ଉଷୀୟେଲର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ମୀଖା, ଦ୍ଵିତୀୟ ଯିଶୀୟ । .::. 21 ମରାରିର ପୁତ୍ର ମହଲି ଓ ମୂଶି; ମହଲିର ପୁତ୍ର ଇଲୀୟାସର ଓ କୀଶ୍; .::. 22 ଇଲୀୟାସର ମଲା, ତାହାର ପୁତ୍ର ନ ଥିଲେ, କେବଳ କେତୋଟି କନ୍ୟା ଥିଲେ; ପୁଣି ସେମାନଙ୍କ ଜ୍ଞାତି କୀଶ୍ର ପୁତ୍ରମାନେ ସେମାନଙ୍କୁ ବିବାହ କଲେ । .::. 23 ମୂଶିର ପୁତ୍ର ମହଲି, ଏଦର ଓ ଯିରେମୋତ୍, ତିନି ଜଣ । .::. 24 ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ, ପୁଣି କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵ ବୟସ୍କ ଯେଉଁମାନେ ଆପଣା ଆପଣା ନାମ ଓ ମସ୍ତକାନୁସାରେ ଗଣିତ ହୋଇ ସଦାପ୍ରଭୁଙ୍କ ଗୃହର ସେବାକାର୍ଯ୍ୟ କଲେ, ସେମାନଙ୍କ ପିତୃବଂଶର ପ୍ରଧାନ ଥିଲେ । .::. 25 କାରଣ ଦାଉଦ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଆପଣା ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି ଓ ସେ ଯୁଗାନୁକ୍ରମେ ଯିରୂଶାଲମରେ ବସତି କରନ୍ତି .::. 26 ଆହୁରି ମଧ୍ୟ ଲେବୀୟମାନଙ୍କୁ ଆବାସ ଓ ତହିଁର ସେବାର୍ଥକ ପାତ୍ରସବୁ ବହିବାର ଆଉ ପ୍ରୟୋଜନ ହେବ ନାହିଁ । .::. 27 କାରଣ ଦାଉଦଙ୍କର ଶେଷ ବାକ୍ୟାନୁସାରେ ଲେବୀ-ସନ୍ତାନମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଊର୍ଦ୍ଧ୍ଵବୟସ୍କ ଲୋକ ଗଣିତ ହେଲେ । .::. 28 କାରଣ ସଦାପ୍ରଭୁଙ୍କ ଗୃହର ସେବାର୍ଥେ ପ୍ରାଙ୍ଗଣରେ ଓ କୋଠରିରେ ଓ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥକ ସମସ୍ତ ପବିତ୍ର ବସ୍ତୁ ଶୁଚି କରିବାରେ ହାରୋଣ-ସନ୍ତାନମାନଙ୍କ ସେବା କରିବାର ଲେବୀୟମାନଙ୍କର କାର୍ଯ୍ୟ ଥିଲା; .::. 29 ଆହୁରି ଦର୍ଶନୀୟ-ରୋଟୀର ଓ ତାଡ଼ିଶୂନ୍ୟ ସରୁ ଚକୁଳି ଅବା ପଲମରେ ଭଜା କି ରନ୍ଧା ଭକ୍ଷ୍ୟ-ନୈବେଦ୍ୟ ପାଇଁ ସରୁ ମଇଦାର ଓ ସର୍ବପ୍ରକାର ପରିମାଣ ଓ ତୌଲର କାର୍ଯ୍ୟନ୍ତ .::. 30 ପୁଣି ପ୍ରତି ପ୍ରଭାତରେ ଓ ସନ୍ଧ୍ୟାରେ ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଠିଆ ହେବାର; .::. 31 ଆଉ ନିତ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ବିଶ୍ରାମବାରରେ ଓ ଅମାବାସ୍ୟାରେ ଓ ନିରୂପିତ ପର୍ବସବୁରେ ସେସମ୍ଵନ୍ଧୀୟ ବିଧିମତେ ସଂଖ୍ୟାନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତ ହୋମବଳି ଉତ୍ସର୍ଗ କରିବା, ସେମାନଙ୍କର କାର୍ଯ୍ୟ ଥିଲା; .::. 32 ଏହେତୁ ସେମାନେ ସମାଗମ-ତମ୍ଵୁର ରକ୍ଷଣୀୟ ଓ ପବିତ୍ର-ସ୍ଥାନର ରକ୍ଷଣୀୟ ଓ ସଦାପ୍ରଭୁଙ୍କ ଗୃହର ସେବାକର୍ମ ନିମନ୍ତେ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ । .::.
  • ପ୍ରଥମ ବଂଶାବଳୀ ଅଧ୍ୟାୟ 1  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 2  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 3  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 4  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 5  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 6  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 7  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 8  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 9  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 10  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 11  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 12  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 13  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 14  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 15  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 16  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 17  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 18  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 19  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 20  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 21  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 22  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 23  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 24  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 25  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 26  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 27  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 28  
  • ପ୍ରଥମ ବଂଶାବଳୀ ଅଧ୍ୟାୟ 29  
×

Alert

×

Oriya Letters Keypad References