ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ପରମଗୀତ

ପରମଗୀତ ଅଧ୍ୟାୟ 6

1 ଆଗୋ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜିପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଦିଗ ଧରିଅଛନ୍ତି? 2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକି, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ ଶୋଶନ୍ ପୁଷ୍ପ ସଂଗ୍ରହ କରିବାକୁ ଯାଇଅଛନ୍ତି । 3 ମୁଁ ଆପଣା ପ୍ରିୟତମଙ୍କର ଓ ମୋʼ ପ୍ରିୟତମ ମୋହର; ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି । 4 ଆଗୋ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ଵଜାଧାରୀ ସୈନ୍ୟ ପରି ଭୟଙ୍କରୀ । 5 ତୁମ୍ଭେ ମୋʼ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ଵାରା ମୁଁ ପରାସ୍ତ ହୋଇଅଛି । ତୁମ୍ଭର କ୍ଳେଶ ଗିଲିୟଦ ପାର୍ଶ୍ଵରେ ଆରାମକାରୀ ଛେଳିପଲ ତୁଲ୍ୟ । 6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଅାଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ । 7 ତୁମ୍ଭ ଘୁମୁଟା ତଳେ ତୁମ୍ଭ ଗଣ୍ତଦେଶ ଡାଳିମ୍ଵଖଣ୍ତ ସଦୃଶ । 8 ଷାଠିଏ ରାଣୀ ଓ ଅଶୀ ଉପପନିୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି । 9 ମାତ୍ର ମୋʼ କପୋତୀ, ମୋʼ ଶୁଦ୍ଧମତି ଅଦ୍ଵିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା । କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପନିୀଗଣ ତାହାକୁ ପ୍ରଶଂସା କଲେ । 10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ଵଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ? 11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ଵ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍ରୋଟ୍ ଉଦ୍ୟାନକୁ ଗଲି । 12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋʼ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା । 13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର ।
1 ଆଗୋ ନାରୀଗଣ ମଧ୍ୟରେ ପରମା ସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜିପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁ ଦିଗ ଧରିଅଛନ୍ତି? .::. 2 ମୋହର ପ୍ରିୟତମ ଆପଣା ଉଦ୍ୟାନକୁ, ସୁଗନ୍ଧି ଲତାର କିଆରିକି, ଉଦ୍ୟାନସମୂହରେ (ପଲ) ଚରାଇବାକୁ ଓ ଶୋଶନ୍ ପୁଷ୍ପ ସଂଗ୍ରହ କରିବାକୁ ଯାଇଅଛନ୍ତି । .::. 3 ମୁଁ ଆପଣା ପ୍ରିୟତମଙ୍କର ଓ ମୋʼ ପ୍ରିୟତମ ମୋହର; ସେ ଶୋଶନ୍ ପୁଷ୍ପ ବନରେ ଆପଣା ପଲ ଚରାନ୍ତି । .::. 4 ଆଗୋ ମୋହର ପ୍ରିୟେ, ତୁମ୍ଭେ ତିର୍ସା ପରି ସୁନ୍ଦରୀ, ଯିରୂଶାଲମ ପରି ଶୋଭାବତୀ, ଧ୍ଵଜାଧାରୀ ସୈନ୍ୟ ପରି ଭୟଙ୍କରୀ । .::. 5 ତୁମ୍ଭେ ମୋʼ ଆଡ଼ୁ ଆପଣା ଆଖି ଫେରାଅ, କାରଣ ତଦ୍ଦ୍ଵାରା ମୁଁ ପରାସ୍ତ ହୋଇଅଛି । ତୁମ୍ଭର କ୍ଳେଶ ଗିଲିୟଦ ପାର୍ଶ୍ଵରେ ଆରାମକାରୀ ଛେଳିପଲ ତୁଲ୍ୟ । .::. 6 ତୁମ୍ଭର ଦନ୍ତ-ପଂକ୍ତି ସ୍ନାନରୁ ଉତ୍ଥିତା ମେଷୀପଲ ତୁଲ୍ୟ; ସେମାନଙ୍କ ପ୍ରତ୍ୟେକର ଯାଅାଁଳା ଛୁଆ ଅଛି, ଆଉ ସେମାନଙ୍କ ମଧ୍ୟରୁ କାହାରି ଛୁଆ ମରି ନାହିଁ । .::. 7 ତୁମ୍ଭ ଘୁମୁଟା ତଳେ ତୁମ୍ଭ ଗଣ୍ତଦେଶ ଡାଳିମ୍ଵଖଣ୍ତ ସଦୃଶ । .::. 8 ଷାଠିଏ ରାଣୀ ଓ ଅଶୀ ଉପପନିୀ ଓ ଅସଂଖ୍ୟ ଯୁବତୀ ଅଛନ୍ତି । .::. 9 ମାତ୍ର ମୋʼ କପୋତୀ, ମୋʼ ଶୁଦ୍ଧମତି ଅଦ୍ଵିତୀୟା; ସେ ଆପଣା ମାତାର ଏକମାତ୍ର; ସେ ଆପଣା ଗର୍ଭଧାରିଣୀର ମନୋନୀତା । କନ୍ୟାମାନେ ତାହାକୁ ଦେଖି ଧନ୍ୟା ବୋଲି କହିଲେ; ହଁ, ରାଣୀ ଓ ଉପପନିୀଗଣ ତାହାକୁ ପ୍ରଶଂସା କଲେ । .::. 10 ଏହି ଯେ ଅରୁଣ ତୁଲ୍ୟ ଉଦୀୟମାନା, ଚନ୍ଦ୍ରମା ତୁଲ୍ୟ ସୁନ୍ଦରୀ, ସୂର୍ଯ୍ୟ ତୁଲ୍ୟ ବିଶୁଦ୍ଧା, ଧ୍ଵଜାବିଶିଷ୍ଟ ସୈନ୍ୟ ତୁଲ୍ୟ ଭୟଙ୍କରୀ, ସେ କିଏ? .::. 11 ମୁଁ ଉପତ୍ୟକାର ନବୀନ ବୃକ୍ଷସବୁ ଦେଖିବାକୁ, ଦ୍ରାକ୍ଷାଲତା ପଲ୍ଲବିତ ହୋଇଅଛି କି ନାହିଁ ଓ ଡାଳିମ୍ଵ ଫୁଲ ଧରିଅଛି କି ନାହିଁ, ଦେଖିବାକୁ ଆକ୍ରୋଟ୍ ଉଦ୍ୟାନକୁ ଗଲି । .::. 12 ମୁଁ ଜ୍ଞାତ ହେବା ପୂର୍ବେ ମୋହର ପ୍ରାଣ ମୋʼ ରାଜକୀୟ ଲୋକମାନଙ୍କ ରଥ ମଧ୍ୟରେ ମୋତେ ରଖିଲା । .::. 13 ହେ ଶୂଲମିୟେ, ଫେର, ଫେର; ଆମ୍ଭେମାନେ ତୁମ୍ଭକୁ ଦେଖିବା, ଫେର, ଫେର । .::.
  • ପରମଗୀତ ଅଧ୍ୟାୟ 1  
  • ପରମଗୀତ ଅଧ୍ୟାୟ 2  
  • ପରମଗୀତ ଅଧ୍ୟାୟ 3  
  • ପରମଗୀତ ଅଧ୍ୟାୟ 4  
  • ପରମଗୀତ ଅଧ୍ୟାୟ 5  
  • ପରମଗୀତ ଅଧ୍ୟାୟ 6  
  • ପରମଗୀତ ଅଧ୍ୟାୟ 7  
  • ପରମଗୀତ ଅଧ୍ୟାୟ 8  
×

Alert

×

Oriya Letters Keypad References