ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଗୀତସଂହିତା

ଗୀତସଂହିତା ଅଧ୍ୟାୟ 35

1 ଦାଉଦଙ୍କର ଗୀତ । ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଂଗେ ଯୁଦ୍ଧ କର । 2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ । 3 ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ । 4 ମୋʼ ପ୍ରାଣର ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ । 5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ । 6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ । 7 ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳି ଅଛନ୍ତି । 8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; 9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ । 10 ମୋହର ଅସ୍ଥିସକଳ କହିବ, ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ । 11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି । 12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ । 13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି 14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି । 15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷା; ନୋହିଲେ; 16 ଭୋଜରେ ପାଷାଣ୍ତ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦ; ଘର୍ଷଣ କଲେ । 17 ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ଵଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର (ଆତ୍ମାକୁ) ରକ୍ଷା କର । 18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି । 19 ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ଆକ୍ଷିଠାର ମାରିବାକୁ ଦିଅ ନାହିଁ । 20 ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି । 21 ହଁ, ସେମାନେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ବଡ଼ କରି ମେଲା କଲେ; ସେମାନେ କହିଲେ, ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି । 22 ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ । 23 ହେ ମୋହର ପରମେଶ୍ଵର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ । 24 ହେ ସଦାପ୍ରଭୋ, ମୋହର ପରମେଶ୍ଵର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ । 25 ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା, ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ ବୋଲି ସେମାନେ ନ କହନ୍ତୁ । 26 ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ଘାବରା ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ । 27 ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ଵନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ । 28 ପୁଣି, ମୋହର ଜିହ୍ଵା ଦିନଯାକ ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ ।
1 ଦାଉଦଙ୍କର ଗୀତ । ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର । ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଂଗେ ଯୁଦ୍ଧ କର । .::. 2 ଢାଲ ଓ ଫଳକ ଧାରଣ କର ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ । .::. 3 ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର; ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ । .::. 4 ମୋʼ ପ୍ରାଣର ଅନ୍ଵେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ; ମୋହର ଅନିଷ୍ଟଚିନ୍ତକମାନେ ବିମୁଖ ଓ ଘାବରା ହେଉନ୍ତୁ । .::. 5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ । .::. 6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ, ପୁଣି ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ । .::. 7 ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇ ଅଛନ୍ତି, ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳି ଅଛନ୍ତି । .::. 8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; .::. 9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ । .::. 10 ମୋହର ଅସ୍ଥିସକଳ କହିବ, ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି? ତୁମ୍ଭେ ଦୁଃଖୀକି ତାହା ଅପେକ୍ଷା ବଳବାନ ଲୋକଠାରୁ, ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ । .::. 11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି; ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁ ଅଛନ୍ତି । .::. 12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି, ତହିଁରେ ମୋହର ପ୍ରାଣ ଅନାଥ ହୁଏ । .::. 13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା; ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି .::. 14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି; ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି । .::. 15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ; ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ; ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷା; ନୋହିଲେ; .::. 16 ଭୋଜରେ ପାଷାଣ୍ତ ଉପହାସକମାନଙ୍କ ପରି ସେମାନେ ମୋʼ ଉପରେ ଦ; ଘର୍ଷଣ କଲେ । .::. 17 ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ? ସେମାନଙ୍କ ଧ୍ଵଂସନରୁ ମୋହର ପ୍ରାଣକୁ, ସିଂହମାନଙ୍କଠାରୁ ମୋହର ଏକମାତ୍ର (ଆତ୍ମାକୁ) ରକ୍ଷା କର । .::. 18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି । ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି । .::. 19 ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ । କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି, ସେମାନଙ୍କୁ ଆକ୍ଷିଠାର ମାରିବାକୁ ଦିଅ ନାହିଁ । .::. 20 ସେମାନେ ଶାନ୍ତିର କଥା କହନ୍ତି ନାହିଁ; ମାତ୍ର ଦେଶସ୍ଥ ଶାନ୍ତଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି । .::. 21 ହଁ, ସେମାନେ ମୋʼ ବିରୁଦ୍ଧରେ ଆପଣା ଆପଣା ମୁଖ ବଡ଼ କରି ମେଲା କଲେ; ସେମାନେ କହିଲେ, ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି । .::. 22 ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ; ହେ ପ୍ରଭୋ, ମୋʼଠାରୁ ଦୂରବର୍ତ୍ତୀ ହୁଅ ନାହିଁ । .::. 23 ହେ ମୋହର ପରମେଶ୍ଵର, ହେ ମୋହର ପ୍ରଭୋ, ଜାଗି ଉଠ, ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ । .::. 24 ହେ ସଦାପ୍ରଭୋ, ମୋହର ପରମେଶ୍ଵର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ । .::. 25 ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା, ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ; ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ ବୋଲି ସେମାନେ ନ କହନ୍ତୁ । .::. 26 ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ଘାବରା ହେଉନ୍ତୁ; ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ । .::. 27 ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ଵନି କରି ଆହ୍ଲାଦିତ ହେଉନ୍ତୁ; ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ଵିତ ହେଉନ୍ତୁ ବୋଲି ସେମାନେ ନିରନ୍ତର କହନ୍ତୁ । .::. 28 ପୁଣି, ମୋହର ଜିହ୍ଵା ଦିନଯାକ ତୁମ୍ଭ ଧର୍ମଗୁଣ ଓ ତୁମ୍ଭ ପ୍ରଶଂସାର କଥା କହିବ । .::.
  • ଗୀତସଂହିତା ଅଧ୍ୟାୟ 1  
  • ଗୀତସଂହିତା ଅଧ୍ୟାୟ 2  
  • ଗୀତସଂହିତା ଅଧ୍ୟାୟ 3  
  • ଗୀତସଂହିତା ଅଧ୍ୟାୟ 4  
  • ଗୀତସଂହିତା ଅଧ୍ୟାୟ 5  
  • ଗୀତସଂହିତା ଅଧ୍ୟାୟ 6  
  • ଗୀତସଂହିତା ଅଧ୍ୟାୟ 7  
  • ଗୀତସଂହିତା ଅଧ୍ୟାୟ 8  
  • ଗୀତସଂହିତା ଅଧ୍ୟାୟ 9  
  • ଗୀତସଂହିତା ଅଧ୍ୟାୟ 10  
  • ଗୀତସଂହିତା ଅଧ୍ୟାୟ 11  
  • ଗୀତସଂହିତା ଅଧ୍ୟାୟ 12  
  • ଗୀତସଂହିତା ଅଧ୍ୟାୟ 13  
  • ଗୀତସଂହିତା ଅଧ୍ୟାୟ 14  
  • ଗୀତସଂହିତା ଅଧ୍ୟାୟ 15  
  • ଗୀତସଂହିତା ଅଧ୍ୟାୟ 16  
  • ଗୀତସଂହିତା ଅଧ୍ୟାୟ 17  
  • ଗୀତସଂହିତା ଅଧ୍ୟାୟ 18  
  • ଗୀତସଂହିତା ଅଧ୍ୟାୟ 19  
  • ଗୀତସଂହିତା ଅଧ୍ୟାୟ 20  
  • ଗୀତସଂହିତା ଅଧ୍ୟାୟ 21  
  • ଗୀତସଂହିତା ଅଧ୍ୟାୟ 22  
  • ଗୀତସଂହିତା ଅଧ୍ୟାୟ 23  
  • ଗୀତସଂହିତା ଅଧ୍ୟାୟ 24  
  • ଗୀତସଂହିତା ଅଧ୍ୟାୟ 25  
  • ଗୀତସଂହିତା ଅଧ୍ୟାୟ 26  
  • ଗୀତସଂହିତା ଅଧ୍ୟାୟ 27  
  • ଗୀତସଂହିତା ଅଧ୍ୟାୟ 28  
  • ଗୀତସଂହିତା ଅଧ୍ୟାୟ 29  
  • ଗୀତସଂହିତା ଅଧ୍ୟାୟ 30  
  • ଗୀତସଂହିତା ଅଧ୍ୟାୟ 31  
  • ଗୀତସଂହିତା ଅଧ୍ୟାୟ 32  
  • ଗୀତସଂହିତା ଅଧ୍ୟାୟ 33  
  • ଗୀତସଂହିତା ଅଧ୍ୟାୟ 34  
  • ଗୀତସଂହିତା ଅଧ୍ୟାୟ 35  
  • ଗୀତସଂହିତା ଅଧ୍ୟାୟ 36  
  • ଗୀତସଂହିତା ଅଧ୍ୟାୟ 37  
  • ଗୀତସଂହିତା ଅଧ୍ୟାୟ 38  
  • ଗୀତସଂହିତା ଅଧ୍ୟାୟ 39  
  • ଗୀତସଂହିତା ଅଧ୍ୟାୟ 40  
  • ଗୀତସଂହିତା ଅଧ୍ୟାୟ 41  
  • ଗୀତସଂହିତା ଅଧ୍ୟାୟ 42  
  • ଗୀତସଂହିତା ଅଧ୍ୟାୟ 43  
  • ଗୀତସଂହିତା ଅଧ୍ୟାୟ 44  
  • ଗୀତସଂହିତା ଅଧ୍ୟାୟ 45  
  • ଗୀତସଂହିତା ଅଧ୍ୟାୟ 46  
  • ଗୀତସଂହିତା ଅଧ୍ୟାୟ 47  
  • ଗୀତସଂହିତା ଅଧ୍ୟାୟ 48  
  • ଗୀତସଂହିତା ଅଧ୍ୟାୟ 49  
  • ଗୀତସଂହିତା ଅଧ୍ୟାୟ 50  
  • ଗୀତସଂହିତା ଅଧ୍ୟାୟ 51  
  • ଗୀତସଂହିତା ଅଧ୍ୟାୟ 52  
  • ଗୀତସଂହିତା ଅଧ୍ୟାୟ 53  
  • ଗୀତସଂହିତା ଅଧ୍ୟାୟ 54  
  • ଗୀତସଂହିତା ଅଧ୍ୟାୟ 55  
  • ଗୀତସଂହିତା ଅଧ୍ୟାୟ 56  
  • ଗୀତସଂହିତା ଅଧ୍ୟାୟ 57  
  • ଗୀତସଂହିତା ଅଧ୍ୟାୟ 58  
  • ଗୀତସଂହିତା ଅଧ୍ୟାୟ 59  
  • ଗୀତସଂହିତା ଅଧ୍ୟାୟ 60  
  • ଗୀତସଂହିତା ଅଧ୍ୟାୟ 61  
  • ଗୀତସଂହିତା ଅଧ୍ୟାୟ 62  
  • ଗୀତସଂହିତା ଅଧ୍ୟାୟ 63  
  • ଗୀତସଂହିତା ଅଧ୍ୟାୟ 64  
  • ଗୀତସଂହିତା ଅଧ୍ୟାୟ 65  
  • ଗୀତସଂହିତା ଅଧ୍ୟାୟ 66  
  • ଗୀତସଂହିତା ଅଧ୍ୟାୟ 67  
  • ଗୀତସଂହିତା ଅଧ୍ୟାୟ 68  
  • ଗୀତସଂହିତା ଅଧ୍ୟାୟ 69  
  • ଗୀତସଂହିତା ଅଧ୍ୟାୟ 70  
  • ଗୀତସଂହିତା ଅଧ୍ୟାୟ 71  
  • ଗୀତସଂହିତା ଅଧ୍ୟାୟ 72  
  • ଗୀତସଂହିତା ଅଧ୍ୟାୟ 73  
  • ଗୀତସଂହିତା ଅଧ୍ୟାୟ 74  
  • ଗୀତସଂହିତା ଅଧ୍ୟାୟ 75  
  • ଗୀତସଂହିତା ଅଧ୍ୟାୟ 76  
  • ଗୀତସଂହିତା ଅଧ୍ୟାୟ 77  
  • ଗୀତସଂହିତା ଅଧ୍ୟାୟ 78  
  • ଗୀତସଂହିତା ଅଧ୍ୟାୟ 79  
  • ଗୀତସଂହିତା ଅଧ୍ୟାୟ 80  
  • ଗୀତସଂହିତା ଅଧ୍ୟାୟ 81  
  • ଗୀତସଂହିତା ଅଧ୍ୟାୟ 82  
  • ଗୀତସଂହିତା ଅଧ୍ୟାୟ 83  
  • ଗୀତସଂହିତା ଅଧ୍ୟାୟ 84  
  • ଗୀତସଂହିତା ଅଧ୍ୟାୟ 85  
  • ଗୀତସଂହିତା ଅଧ୍ୟାୟ 86  
  • ଗୀତସଂହିତା ଅଧ୍ୟାୟ 87  
  • ଗୀତସଂହିତା ଅଧ୍ୟାୟ 88  
  • ଗୀତସଂହିତା ଅଧ୍ୟାୟ 89  
  • ଗୀତସଂହିତା ଅଧ୍ୟାୟ 90  
  • ଗୀତସଂହିତା ଅଧ୍ୟାୟ 91  
  • ଗୀତସଂହିତା ଅଧ୍ୟାୟ 92  
  • ଗୀତସଂହିତା ଅଧ୍ୟାୟ 93  
  • ଗୀତସଂହିତା ଅଧ୍ୟାୟ 94  
  • ଗୀତସଂହିତା ଅଧ୍ୟାୟ 95  
  • ଗୀତସଂହିତା ଅଧ୍ୟାୟ 96  
  • ଗୀତସଂହିତା ଅଧ୍ୟାୟ 97  
  • ଗୀତସଂହିତା ଅଧ୍ୟାୟ 98  
  • ଗୀତସଂହିତା ଅଧ୍ୟାୟ 99  
  • ଗୀତସଂହିତା ଅଧ୍ୟାୟ 100  
  • ଗୀତସଂହିତା ଅଧ୍ୟାୟ 101  
  • ଗୀତସଂହିତା ଅଧ୍ୟାୟ 102  
  • ଗୀତସଂହିତା ଅଧ୍ୟାୟ 103  
  • ଗୀତସଂହିତା ଅଧ୍ୟାୟ 104  
  • ଗୀତସଂହିତା ଅଧ୍ୟାୟ 105  
  • ଗୀତସଂହିତା ଅଧ୍ୟାୟ 106  
  • ଗୀତସଂହିତା ଅଧ୍ୟାୟ 107  
  • ଗୀତସଂହିତା ଅଧ୍ୟାୟ 108  
  • ଗୀତସଂହିତା ଅଧ୍ୟାୟ 109  
  • ଗୀତସଂହିତା ଅଧ୍ୟାୟ 110  
  • ଗୀତସଂହିତା ଅଧ୍ୟାୟ 111  
  • ଗୀତସଂହିତା ଅଧ୍ୟାୟ 112  
  • ଗୀତସଂହିତା ଅଧ୍ୟାୟ 113  
  • ଗୀତସଂହିତା ଅଧ୍ୟାୟ 114  
  • ଗୀତସଂହିତା ଅଧ୍ୟାୟ 115  
  • ଗୀତସଂହିତା ଅଧ୍ୟାୟ 116  
  • ଗୀତସଂହିତା ଅଧ୍ୟାୟ 117  
  • ଗୀତସଂହିତା ଅଧ୍ୟାୟ 118  
  • ଗୀତସଂହିତା ଅଧ୍ୟାୟ 119  
  • ଗୀତସଂହିତା ଅଧ୍ୟାୟ 120  
  • ଗୀତସଂହିତା ଅଧ୍ୟାୟ 121  
  • ଗୀତସଂହିତା ଅଧ୍ୟାୟ 122  
  • ଗୀତସଂହିତା ଅଧ୍ୟାୟ 123  
  • ଗୀତସଂହିତା ଅଧ୍ୟାୟ 124  
  • ଗୀତସଂହିତା ଅଧ୍ୟାୟ 125  
  • ଗୀତସଂହିତା ଅଧ୍ୟାୟ 126  
  • ଗୀତସଂହିତା ଅଧ୍ୟାୟ 127  
  • ଗୀତସଂହିତା ଅଧ୍ୟାୟ 128  
  • ଗୀତସଂହିତା ଅଧ୍ୟାୟ 129  
  • ଗୀତସଂହିତା ଅଧ୍ୟାୟ 130  
  • ଗୀତସଂହିତା ଅଧ୍ୟାୟ 131  
  • ଗୀତସଂହିତା ଅଧ୍ୟାୟ 132  
  • ଗୀତସଂହିତା ଅଧ୍ୟାୟ 133  
  • ଗୀତସଂହିତା ଅଧ୍ୟାୟ 134  
  • ଗୀତସଂହିତା ଅଧ୍ୟାୟ 135  
  • ଗୀତସଂହିତା ଅଧ୍ୟାୟ 136  
  • ଗୀତସଂହିତା ଅଧ୍ୟାୟ 137  
  • ଗୀତସଂହିତା ଅଧ୍ୟାୟ 138  
  • ଗୀତସଂହିତା ଅଧ୍ୟାୟ 139  
  • ଗୀତସଂହିତା ଅଧ୍ୟାୟ 140  
  • ଗୀତସଂହିତା ଅଧ୍ୟାୟ 141  
  • ଗୀତସଂହିତା ଅଧ୍ୟାୟ 142  
  • ଗୀତସଂହିତା ଅଧ୍ୟାୟ 143  
  • ଗୀତସଂହିତା ଅଧ୍ୟାୟ 144  
  • ଗୀତସଂହିତା ଅଧ୍ୟାୟ 145  
  • ଗୀତସଂହିତା ଅଧ୍ୟାୟ 146  
  • ଗୀତସଂହିତା ଅଧ୍ୟାୟ 147  
  • ଗୀତସଂହିତା ଅଧ୍ୟାୟ 148  
  • ଗୀତସଂହିତା ଅଧ୍ୟାୟ 149  
  • ଗୀତସଂହିତା ଅଧ୍ୟାୟ 150  
×

Alert

×

Oriya Letters Keypad References