ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଯିଶାଇୟ

ଯିଶାଇୟ ଅଧ୍ୟାୟ 32

1 ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ଵ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ । 2 ପୁଣି, ପ୍ରତ୍ୟେକ ମନୁଷ୍ୟ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍ ଶୈଳର ଛାୟା ସ୍ଵରୂପ ହେବେ । 3 ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ନୋହିବ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ । 4 ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ଵା ସହଜରେ ସ୍ପଷ୍ଟ କଥା କହିବ । 5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ । 6 କାରଣ ପାଷାଣ୍ତତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ । 7 ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ଵାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ । 8 ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ । 9 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର । 10 ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ । 11 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ । 12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ । 13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ; 14 କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ 15 ଶେଷରେ ଊର୍ଦ୍ଧ୍ଵରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ । 16 ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ । 17 ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବନ୍ତ ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ । 18 ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ । 19 ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ । 20 ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ ।
1 ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ଵ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ । .::. 2 ପୁଣି, ପ୍ରତ୍ୟେକ ମନୁଷ୍ୟ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ, ଶ୍ରାନ୍ତିଜନକ ଭୂମିରେ ବୃହତ୍ ଶୈଳର ଛାୟା ସ୍ଵରୂପ ହେବେ । .::. 3 ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ନୋହିବ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ । .::. 4 ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ଵା ସହଜରେ ସ୍ପଷ୍ଟ କଥା କହିବ । .::. 5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ । .::. 6 କାରଣ ପାଷାଣ୍ତତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ, କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ । .::. 7 ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ, ଅର୍ଥାତ୍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ଵାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ । .::. 8 ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ । .::. 9 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ, ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର । .::. 10 ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍ବିଗ୍ନା ହେବ; କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ । .::. 11 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍ବିଗ୍ନା ହୁଅ; ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ । .::. 12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ । .::. 13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ; .::. 14 କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ; ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ, ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବନ୍ତ .::. 15 ଶେଷରେ ଊର୍ଦ୍ଧ୍ଵରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ । .::. 16 ସେତେବେଳେ ପ୍ରାନ୍ତରରେ ନ୍ୟାୟ ବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ । .::. 17 ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବନ୍ତ ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ । .::. 18 ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ । .::. 19 ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ । .::. 20 ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ । .::.
  • ଯିଶାଇୟ ଅଧ୍ୟାୟ 1  
  • ଯିଶାଇୟ ଅଧ୍ୟାୟ 2  
  • ଯିଶାଇୟ ଅଧ୍ୟାୟ 3  
  • ଯିଶାଇୟ ଅଧ୍ୟାୟ 4  
  • ଯିଶାଇୟ ଅଧ୍ୟାୟ 5  
  • ଯିଶାଇୟ ଅଧ୍ୟାୟ 6  
  • ଯିଶାଇୟ ଅଧ୍ୟାୟ 7  
  • ଯିଶାଇୟ ଅଧ୍ୟାୟ 8  
  • ଯିଶାଇୟ ଅଧ୍ୟାୟ 9  
  • ଯିଶାଇୟ ଅଧ୍ୟାୟ 10  
  • ଯିଶାଇୟ ଅଧ୍ୟାୟ 11  
  • ଯିଶାଇୟ ଅଧ୍ୟାୟ 12  
  • ଯିଶାଇୟ ଅଧ୍ୟାୟ 13  
  • ଯିଶାଇୟ ଅଧ୍ୟାୟ 14  
  • ଯିଶାଇୟ ଅଧ୍ୟାୟ 15  
  • ଯିଶାଇୟ ଅଧ୍ୟାୟ 16  
  • ଯିଶାଇୟ ଅଧ୍ୟାୟ 17  
  • ଯିଶାଇୟ ଅଧ୍ୟାୟ 18  
  • ଯିଶାଇୟ ଅଧ୍ୟାୟ 19  
  • ଯିଶାଇୟ ଅଧ୍ୟାୟ 20  
  • ଯିଶାଇୟ ଅଧ୍ୟାୟ 21  
  • ଯିଶାଇୟ ଅଧ୍ୟାୟ 22  
  • ଯିଶାଇୟ ଅଧ୍ୟାୟ 23  
  • ଯିଶାଇୟ ଅଧ୍ୟାୟ 24  
  • ଯିଶାଇୟ ଅଧ୍ୟାୟ 25  
  • ଯିଶାଇୟ ଅଧ୍ୟାୟ 26  
  • ଯିଶାଇୟ ଅଧ୍ୟାୟ 27  
  • ଯିଶାଇୟ ଅଧ୍ୟାୟ 28  
  • ଯିଶାଇୟ ଅଧ୍ୟାୟ 29  
  • ଯିଶାଇୟ ଅଧ୍ୟାୟ 30  
  • ଯିଶାଇୟ ଅଧ୍ୟାୟ 31  
  • ଯିଶାଇୟ ଅଧ୍ୟାୟ 32  
  • ଯିଶାଇୟ ଅଧ୍ୟାୟ 33  
  • ଯିଶାଇୟ ଅଧ୍ୟାୟ 34  
  • ଯିଶାଇୟ ଅଧ୍ୟାୟ 35  
  • ଯିଶାଇୟ ଅଧ୍ୟାୟ 36  
  • ଯିଶାଇୟ ଅଧ୍ୟାୟ 37  
  • ଯିଶାଇୟ ଅଧ୍ୟାୟ 38  
  • ଯିଶାଇୟ ଅଧ୍ୟାୟ 39  
  • ଯିଶାଇୟ ଅଧ୍ୟାୟ 40  
  • ଯିଶାଇୟ ଅଧ୍ୟାୟ 41  
  • ଯିଶାଇୟ ଅଧ୍ୟାୟ 42  
  • ଯିଶାଇୟ ଅଧ୍ୟାୟ 43  
  • ଯିଶାଇୟ ଅଧ୍ୟାୟ 44  
  • ଯିଶାଇୟ ଅଧ୍ୟାୟ 45  
  • ଯିଶାଇୟ ଅଧ୍ୟାୟ 46  
  • ଯିଶାଇୟ ଅଧ୍ୟାୟ 47  
  • ଯିଶାଇୟ ଅଧ୍ୟାୟ 48  
  • ଯିଶାଇୟ ଅଧ୍ୟାୟ 49  
  • ଯିଶାଇୟ ଅଧ୍ୟାୟ 50  
  • ଯିଶାଇୟ ଅଧ୍ୟାୟ 51  
  • ଯିଶାଇୟ ଅଧ୍ୟାୟ 52  
  • ଯିଶାଇୟ ଅଧ୍ୟାୟ 53  
  • ଯିଶାଇୟ ଅଧ୍ୟାୟ 54  
  • ଯିଶାଇୟ ଅଧ୍ୟାୟ 55  
  • ଯିଶାଇୟ ଅଧ୍ୟାୟ 56  
  • ଯିଶାଇୟ ଅଧ୍ୟାୟ 57  
  • ଯିଶାଇୟ ଅଧ୍ୟାୟ 58  
  • ଯିଶାଇୟ ଅଧ୍ୟାୟ 59  
  • ଯିଶାଇୟ ଅଧ୍ୟାୟ 60  
  • ଯିଶାଇୟ ଅଧ୍ୟାୟ 61  
  • ଯିଶାଇୟ ଅଧ୍ୟାୟ 62  
  • ଯିଶାଇୟ ଅଧ୍ୟାୟ 63  
  • ଯିଶାଇୟ ଅଧ୍ୟାୟ 64  
  • ଯିଶାଇୟ ଅଧ୍ୟାୟ 65  
  • ଯିଶାଇୟ ଅଧ୍ୟାୟ 66  
×

Alert

×

Oriya Letters Keypad References