ଓଡିଆ ବାଇବଲ |

ପବିତ୍ର ବାଇବଲ God ଶ୍ବରଙ୍କଠାରୁ ଉପହାର |
ଆଦି ପୁସ୍ତକ

ଆଦି ପୁସ୍ତକ ଅଧ୍ୟାୟ 10

1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି । ଜଳପ୍ଳାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ । 2 ଗୋମର ଓ ମାଗୋଗ୍ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତିରସ, ଏମାନେ ଯେଫତ୍ର ସନ୍ତାନ । 3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମ, ଏମାନେ ଗୋମରର ସନ୍ତାନ । 4 ପୁଣି ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ । 5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ଵୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ଵ ସ୍ଵ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ । 6 କୂଶ ଓ ମିସର ଓ ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ । 7 ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ । ଶିବା ଓ ଦାଦାନ, ଏମାନେ ରୟମାର ସନ୍ତାନ । 8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା । 9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ନିମ୍ରୋଦ୍ ତୁଲ୍ୟ । 10 ପୁଣି ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନୀ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା । 11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍ ପୁରୀ ଓ କେଲହ, 12 ପୁଣି ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର । 13 ପୁଣି ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୁହୀୟ 14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ । 15 ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍ 16 ଓ ଯିବୁଷୀୟ ଓ ଇମୋରୀୟ ଓ ଗୀର୍ଗାଶୀୟ 17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ 18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଅନନ୍ତର କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ । 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା । 20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ । 21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା । 22 ଶେମର ଏହି ସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ ଓ ଅରାମ୍ । 23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍ । 24 ପୁଣି ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର । 25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍ । 26 ପୁଣି ଯକ୍ତନ୍ର ପୁତ୍ର ଅଲମୋଦଦ ଓ ଶେଲପ୍ ଓ ହତ୍ସର୍ମାବତ୍ ଓ ଯେରହ 27 ଓ ହଦୋରାମ ଓ ଊଷଲ ଓ ଦିକ୍ଳ 28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା 29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ । 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା । 31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ । 32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ ।
1 ଶେମ, ହାମ, ଯେଫତ୍ ନାମକ ନୋହଙ୍କର ପୁତ୍ରମାନଙ୍କ ବଂଶାବଳୀ ଏହି । ଜଳପ୍ଳାବନ ଉତ୍ତାରେ ସେମାନଙ୍କର ଏହି ସମସ୍ତ ସନ୍ତାନ ଜନ୍ମିଥିଲେ । .::. 2 ଗୋମର ଓ ମାଗୋଗ୍ ଓ ମାଦୟ ଓ ଯବନ ଓ ତୂବଲ ଓ ମେଶକ୍ ଓ ତିରସ, ଏମାନେ ଯେଫତ୍ର ସନ୍ତାନ । .::. 3 ଅସ୍କିନସ୍ ଓ ରୀଫତ୍ ଓ ତୋଗର୍ମ, ଏମାନେ ଗୋମରର ସନ୍ତାନ । .::. 4 ପୁଣି ଇଲୀଶା ଓ ତର୍ଶୀଶ ଓ କିତ୍ତୀମ ଓ ଦୋଦାନୀମ, ଏମାନେ ଯବନର ସନ୍ତାନ । .::. 5 ଏମାନଙ୍କଠାରୁ ଅନ୍ୟଦେଶୀୟମାନଙ୍କର ଦ୍ଵୀପନିବାସୀଗଣ ଆପଣାମାନଙ୍କ ଦେଶବିଦେଶରେ ସ୍ଵ ସ୍ଵ ଭାଷାନୁସାରେ ବ୍ୟାପ୍ତ ହୋଇ ଆପଣା ଆପଣା ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ । .::. 6 କୂଶ ଓ ମିସର ଓ ପୂଟ୍ ଓ କିଣାନ, ଏମାନେ ହାମର ସନ୍ତାନ । .::. 7 ସବା ଓ ହବୀଲା ଓ ସପ୍ତା ଓ ରୟମା ଓ ସପ୍ତକା, ଏମାନେ କୂଶର ସନ୍ତାନ । ଶିବା ଓ ଦାଦାନ, ଏମାନେ ରୟମାର ସନ୍ତାନ । .::. 8 ନିମ୍ରୋଦ୍ କୂଶର ପୁତ୍ର; ସେ ପୃଥିବୀ ମଧ୍ୟରେ ପରାକ୍ରମୀ ହେବାକୁ ଲାଗିଲା । .::. 9 ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ହେଲା; ଏଣୁ ଲୋକମାନେ ଏପର୍ଯ୍ୟନ୍ତ ଏହି ଦୃଷ୍ଟାନ୍ତ କହନ୍ତି, ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରା; ବ୍ୟାଧ ନିମ୍ରୋଦ୍ ତୁଲ୍ୟ । .::. 10 ପୁଣି ଶିନୀୟର ଦେଶରେ ବାବିଲ ଓ ଏରକ ଓ ଅକ୍କଦ୍ ଓ କଲନୀ, ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା । .::. 11 ସେହି ଦେଶରୁ ଅଶୂର ନିର୍ଗତ ହୋଇ ନୀନିବୀ ଓ ରହୋବୋତ୍ ପୁରୀ ଓ କେଲହ, .::. 12 ପୁଣି ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ୍ ନଗର ସ୍ଥାପନ କଲା; ଏହି ରେଷନ୍ ମହାନଗର । .::. 13 ପୁଣି ଲୁଦୀୟ ଓ ଅନାମୀୟ ଓ ଲହାବୀୟ ଓ ନପ୍ତୁହୀୟ .::. 14 ଓ ପଥ୍ରୋଷୀୟ ଓ ପଲେଷ୍ଟୀୟମାନଙ୍କ ଆଦିପୁରୁଷ କସ୍ଲୁହୀୟ ଓ କପ୍ତୋରୀୟ, ଏମାନେ ମିସରର ସନ୍ତାନ । .::. 15 ପୁଣି କିଣାନର ଜ୍ୟେଷ୍ଠ ପୁତ୍ର ସୀଦୋନ, ତାହା ଉତ୍ତାରେ ହେତ୍ .::. 16 ଓ ଯିବୁଷୀୟ ଓ ଇମୋରୀୟ ଓ ଗୀର୍ଗାଶୀୟ .::. 17 ଓ ହିବ୍ବୀୟ ଓ ଅର୍କୀୟ ଓ ସିନୀୟ .::. 18 ଓ ଅର୍ବଦୀୟ ଓ ସମାରୀୟ ଓ ହମାତୀୟ; ଅନନ୍ତର କିଣାନୀୟମାନଙ୍କ ବଂଶ ବ୍ୟାପିଗଲେ । .::. 19 ତହିଁରେ ସୀଦୋନଠାରୁ ଗରାର ଦିଗକୁ ଘସା ପର୍ଯ୍ୟନ୍ତ, ପୁଣି ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ (ବସତିର) ସୀମା ଥିଲା । .::. 20 ଆପଣା ଆପଣା ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏସମସ୍ତେ ହାମର ସନ୍ତାନ । .::. 21 ଯେଫତ୍ର ଜ୍ୟେଷ୍ଠ ଭ୍ରାତା ଶେମର ମଧ୍ୟ ସନ୍ତାନସନ୍ତତି ଥିଲେ, ଅର୍ଥାତ୍, ସେ ଏବରର ସନ୍ତାନମାନଙ୍କ ଆଦିପୁରୁଷ ଥିଲା । .::. 22 ଶେମର ଏହି ସବୁ ସନ୍ତାନ, ଏଲମ୍ ଓ ଅଶୂର ଓ ଅର୍ଫକ୍ଷଦ ଓ ଲୂଦ ଓ ଅରାମ୍ । .::. 23 ଏହି ଅରାମର ସନ୍ତାନ ଊଷ୍ ଓ ହୂଲ ଓ ଗେଥର ଓ ମଶ୍ । .::. 24 ପୁଣି ଅର୍ଫକ୍ଷଦର ସନ୍ତାନ ଶେଲହ ଓ ଶେଲହର ସନ୍ତାନ ଏବର । .::. 25 ଏହି ଏବରର ଦୁଇ ପୁତ୍ର; ଏକର ନାମ ପେଲଗ୍ (ବିଭାଗ), କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା; ତାହାର ଭ୍ରାତାର ନାମ ଯକ୍ତନ୍ । .::. 26 ପୁଣି ଯକ୍ତନ୍ର ପୁତ୍ର ଅଲମୋଦଦ ଓ ଶେଲପ୍ ଓ ହତ୍ସର୍ମାବତ୍ ଓ ଯେରହ .::. 27 ଓ ହଦୋରାମ ଓ ଊଷଲ ଓ ଦିକ୍ଳ .::. 28 ଓ ଓବଲ ଓ ଅବୀମାୟେଲ୍ ଓ ଶିବା .::. 29 ଓ ଓଫୀର ଓ ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ । .::. 30 ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା । .::. 31 ଆପଣା ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏସମସ୍ତେ ଶେମର ସନ୍ତାନ । .::. 32 ଆପଣା ଆପଣା ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ; ପୁଣି ଜଳପ୍ଳାବନ ଉତ୍ତାରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ । .::.
  • ଆଦି ପୁସ୍ତକ ଅଧ୍ୟାୟ 1  
  • ଆଦି ପୁସ୍ତକ ଅଧ୍ୟାୟ 2  
  • ଆଦି ପୁସ୍ତକ ଅଧ୍ୟାୟ 3  
  • ଆଦି ପୁସ୍ତକ ଅଧ୍ୟାୟ 4  
  • ଆଦି ପୁସ୍ତକ ଅଧ୍ୟାୟ 5  
  • ଆଦି ପୁସ୍ତକ ଅଧ୍ୟାୟ 6  
  • ଆଦି ପୁସ୍ତକ ଅଧ୍ୟାୟ 7  
  • ଆଦି ପୁସ୍ତକ ଅଧ୍ୟାୟ 8  
  • ଆଦି ପୁସ୍ତକ ଅଧ୍ୟାୟ 9  
  • ଆଦି ପୁସ୍ତକ ଅଧ୍ୟାୟ 10  
  • ଆଦି ପୁସ୍ତକ ଅଧ୍ୟାୟ 11  
  • ଆଦି ପୁସ୍ତକ ଅଧ୍ୟାୟ 12  
  • ଆଦି ପୁସ୍ତକ ଅଧ୍ୟାୟ 13  
  • ଆଦି ପୁସ୍ତକ ଅଧ୍ୟାୟ 14  
  • ଆଦି ପୁସ୍ତକ ଅଧ୍ୟାୟ 15  
  • ଆଦି ପୁସ୍ତକ ଅଧ୍ୟାୟ 16  
  • ଆଦି ପୁସ୍ତକ ଅଧ୍ୟାୟ 17  
  • ଆଦି ପୁସ୍ତକ ଅଧ୍ୟାୟ 18  
  • ଆଦି ପୁସ୍ତକ ଅଧ୍ୟାୟ 19  
  • ଆଦି ପୁସ୍ତକ ଅଧ୍ୟାୟ 20  
  • ଆଦି ପୁସ୍ତକ ଅଧ୍ୟାୟ 21  
  • ଆଦି ପୁସ୍ତକ ଅଧ୍ୟାୟ 22  
  • ଆଦି ପୁସ୍ତକ ଅଧ୍ୟାୟ 23  
  • ଆଦି ପୁସ୍ତକ ଅଧ୍ୟାୟ 24  
  • ଆଦି ପୁସ୍ତକ ଅଧ୍ୟାୟ 25  
  • ଆଦି ପୁସ୍ତକ ଅଧ୍ୟାୟ 26  
  • ଆଦି ପୁସ୍ତକ ଅଧ୍ୟାୟ 27  
  • ଆଦି ପୁସ୍ତକ ଅଧ୍ୟାୟ 28  
  • ଆଦି ପୁସ୍ତକ ଅଧ୍ୟାୟ 29  
  • ଆଦି ପୁସ୍ତକ ଅଧ୍ୟାୟ 30  
  • ଆଦି ପୁସ୍ତକ ଅଧ୍ୟାୟ 31  
  • ଆଦି ପୁସ୍ତକ ଅଧ୍ୟାୟ 32  
  • ଆଦି ପୁସ୍ତକ ଅଧ୍ୟାୟ 33  
  • ଆଦି ପୁସ୍ତକ ଅଧ୍ୟାୟ 34  
  • ଆଦି ପୁସ୍ତକ ଅଧ୍ୟାୟ 35  
  • ଆଦି ପୁସ୍ତକ ଅଧ୍ୟାୟ 36  
  • ଆଦି ପୁସ୍ତକ ଅଧ୍ୟାୟ 37  
  • ଆଦି ପୁସ୍ତକ ଅଧ୍ୟାୟ 38  
  • ଆଦି ପୁସ୍ତକ ଅଧ୍ୟାୟ 39  
  • ଆଦି ପୁସ୍ତକ ଅଧ୍ୟାୟ 40  
  • ଆଦି ପୁସ୍ତକ ଅଧ୍ୟାୟ 41  
  • ଆଦି ପୁସ୍ତକ ଅଧ୍ୟାୟ 42  
  • ଆଦି ପୁସ୍ତକ ଅଧ୍ୟାୟ 43  
  • ଆଦି ପୁସ୍ତକ ଅଧ୍ୟାୟ 44  
  • ଆଦି ପୁସ୍ତକ ଅଧ୍ୟାୟ 45  
  • ଆଦି ପୁସ୍ତକ ଅଧ୍ୟାୟ 46  
  • ଆଦି ପୁସ୍ତକ ଅଧ୍ୟାୟ 47  
  • ଆଦି ପୁସ୍ତକ ଅଧ୍ୟାୟ 48  
  • ଆଦି ପୁସ୍ତକ ଅଧ୍ୟାୟ 49  
  • ଆଦି ପୁସ୍ତକ ଅଧ୍ୟାୟ 50  
×

Alert

×

Oriya Letters Keypad References